ଏବେବି ଆର୍‌ଟିଓରେ ଆବେଦନକାରୀଙ୍କ ଭିଡ଼

ଭଦ୍ରକ ଅଫିସ,୧୨।୩-ଏବେ ସବୁଠି ମୋଟରଯାନ ଆଇନ କଡ଼ାକଡ଼ି। ନିୟମ ଉଲ୍ଲଂଘନ କଲେ ଗଣିବାକୁ ପଡୁଛି ଜରିମାନା। ଏଥିସହ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ରଦ୍ଦ କରିଦିଆଯାଉଛି। ଏହି ଆଇନ କଡ଼ାକଡ଼ି ହେବା ପରଠାରୁ ଫେବୃୟାରୀ ଶେଷ ସୁଦ୍ଧା ଭଦ୍ରକ ପରିବହନ ଅଧିକାରୀଙ୍କ ଦ୍ୱାରା ୨୪୩ ଟି ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଥିବାବେଳେ ୧ କୋଟି ୫୦ ଲକ୍ଷ ୧୫ ହଜାର ୪୧୭ ଟଙ୍କା ଜରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି। ମାର୍ଚ୍ଚ ପହିଲାରୁ ରାଜ୍ୟ ସରକାର ମୋଟରଯାନ ଆଇନ କଡ଼ାକଡ଼ି କରିଥିବାବେଳେ ଜିଲାର ବିଭିନ୍ନ ଛକରେ ଆର୍‌ଟିଓ ପକ୍ଷରୁ ଗାଡ଼ି ମୋଟର ଯାଞ୍ଚ ପ୍ରକ୍ରିୟା ଚାଲିଛି। ଏହି କଟକଣା ଜାରି ହେବା ପରେ ଡ୍ରାଇଭିଂ, ଲର୍ଣ୍ଣିଂ ଲାଇସେନ୍ସ, ଗାଡ଼ିର କାଗଜପତ୍ର ଓ ରେଜିଷ୍ଟ୍ରେଶନ ପାଇଁ ଲୋକେ ଆର୍‌ଟିଓରେ ଭିଡ଼ ଜମାଇଥିଲେ। ଏବେ ବି ଏହି କାର୍ଯ୍ୟାଳୟରେ ଆବେଦନକାରୀଙ୍କ ଭିଡ଼ ଲାଗିରହିଛି।
ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୯ ସେପ୍ଟେମ୍ବର ୧ରୁ ଗତ ଫେବୃୟାରୀ
୨୮ ମଧ୍ୟରେ ଲର୍ଣ୍ଣିଂ ଲାଇସେନ୍ସ ୬,୨୭୯, ଡ୍ରାଇଭିଂ ଲାଇସେନ୍ସ ୫,୦୯୪, ପ୍ରଦୂଷଣ ସାର୍ଟିଫିକେଟ୍‌ ୩,୯୯୨ ଓ ରେଜିଷ୍ଟ୍ରେଶନ ନବୀକରଣ ୬୨ ଜଣ କରିଥିଲେ। ଫେବୃୟାରୀ ୨୭ ପର୍ଯ୍ୟନ୍ତ ୪୬,୭୪୨ ଜଣଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ଦିଆଯାଇଥିବାବେଳେ ଡ୍ରାଇଭିଂ ଲାଇସେନ୍ସ ୧୫,୫୫୦ ଓ ପଲ୍ୟୁସନ୍‌ ସାର୍ଟିଫିକେଟ୍‌ ୧ ଲକ୍ଷ ୨୧ ହଜାର ୪୭ ଜଣଙ୍କୁ ପ୍ରଦାନ କରାଯାଇଛି। ୫୫୩ଟି ରେଜିଷ୍ଟ୍ରେଶନ ନବୀକରଣ କରାଯାଇଛି। ତଥାପି ଜିଲାରେ ଆହୁରି ଅନେକ ଆବେଦନକାରୀ ରହିଯାଇଛନ୍ତି। ଗତ ୧ ତାରିଖଠାରୁ ଭଦ୍ରକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଆବେଦନକାରୀଙ୍କ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଛି। ଅପରପକ୍ଷେ ଆର୍‌ଟିଓ ପକ୍ଷରୁ ଯାଞ୍ଚ କଡ଼ାକଡ଼ି କରାଯାଉଥିବାରୁ ଜିଲାରେ ବହୁ ବାଇକ୍‌ ଚାଳକ ଅଫିସ୍‌ ଓ ମାର୍କେଟ୍‌ ଆସିବାବେଳେ ଗାଡ଼ି ନ ଆଣି ବସ୍‌ରେ ଆସୁଥିବା କହିଛନ୍ତି। ଅନେକ ଅଟୋ ଚାଳକ ଷ୍ଟାଣ୍ଡକୁ ନିଜର ଗାଡ଼ି ନେଉନାହାନ୍ତି। କିଛିଦିନ ହେଲା ଷ୍ଟାଣ୍ଡରେ ଅଟୋ ସଂଖ୍ୟା କମିଯାଇଥିବାବେଳେ ବାଇକ୍‌ ସଂଖ୍ୟା ମଧ୍ୟ ସହରରେ ଅଧିକ ଦେଖିବାକୁ ମିଳି ନ ଥିଲା। ସରକାରଙ୍କ ଏହି ନିୟମ ସ୍ବାଗତଯୋଗ୍ୟ ପଦକ୍ଷେପ ହୋଇଥିବାବେଳେ ଏହାକୁ କଡ଼ାକଡ଼ି କରିବା ଘଟଣାକୁ ଲୋକେ ନାପସନ୍ଦ କରିଛନ୍ତି। ଆଇନ ପାଳନ କରିବା ଓ ଆର୍‌ଟିଓ ଆଇନକୁ ଜାଣିବା ପାଇଁ ସରକାରଙ୍କ ପକ୍ଷରୁ ଆହୁରି ସଚେତନ କରିବାର ଆବଶ୍ୟକତା ରହିଛି ବୋଲି କେତେଜଣ ବାଇକ୍‌ ଚାଳକ ସେମାନଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଲାଇସେନ୍ସ ପାଇଁ ପ୍ରତି ବ୍ଲକରେ ଅଫିସ୍‌ ଖୋଲାଯାଉ ବୋଲି ଭଦ୍ରକର ବୁଦ୍ଧିଜୀବୀଙ୍କଠାରୁ ଆରମ୍ଭ କରି ବହୁ ବାଇକ୍‌ ଚାଳକ ଦାବି ଉଠାଇଛନ୍ତି। ଅନେକ ଅଟୋ ଚାଳକଙ୍କର କାଗଜପତ୍ର ଠିକ୍‌ ନ ଥିବାରୁ ସେମାନେ ଗାଡ଼ି ନେଇ ସହରକୁ ଆସୁନାହାନ୍ତି। ଫଳରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା କୁହାଯାଇଛି। ଏ ସମ୍ପର୍କରେ ଜିଲା ପରିବହନ ଅଧିକାରୀ ବିରଞ୍ଚି ନାରାୟଣ ଅଧିକାରୀଙ୍କୁ ପଚାରିବାରୁ କହିଛନ୍ତି, ସୀମିତ କର୍ମଚାରୀଙ୍କୁ ନେଇ ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଉଛି। ଏପଟେ ଅଫିସରେ ଲୋକଙ୍କ ଆବେଦନ ଗ୍ରହଣ କରାଯାଉଛି ଓ ନିର୍ଦ୍ଦିଷ୍ଟ ସମୟରେ କାର୍ଯ୍ୟ କରି ପ୍ରଦାନ କରାଯାଉଛି। ଆବଶ୍ୟକ ପଡ଼ିଲେ ଛୁଟିଦିନରେ ମଧ୍ୟ କାର୍ଯ୍ୟାଳୟ ଖୋଲାଯାଇ ଲୋକଙ୍କ କାମ କରାଯାଉଛି। ଅଧିକ କର୍ମଚାରୀ ଥିଲେ ବ୍ଲକସ୍ତରରେ ସ୍ବତନ୍ତ୍ର କ୍ୟାମ୍ପ କରାଯାଇଥାନ୍ତା। ସୀମିତ କର୍ମଚାରୀ କାରଣରୁ କ୍ୟାମ୍ପ କରିବା ଅସମ୍ଭବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri