Home Middle

ଅଧିକ ଟେଷ୍ଟ କଲେ ଅଧିକ ପଜିଟିଭ୍‌ ଆସିବ; ଭୟଭୀତ ହୁଅନ୍ତୁ ନାହିଁ: ଶାଳିନୀ ପଣ୍ଡିତ

ଭୁବନେଶ୍ୱର,୭।୫(ବ୍ୟୁରୋ): ଅଧିକ ଟେଷ୍ଟ ହେଲେ ଅଧିକ ପଜିଟିଭ୍‌ ମାମଲା ଆସିବ। ଏନେଇ ଏନ୍‌ଏଚ୍‌ଏମ୍‌ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଗୁରୁବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ୨ ମାସ ତଳେ କେବଳ ଆର୍‌ଏମ୍‌ଆର୍‌ସିରେ ଦିନକୁ ୧୦ଟି ଟେଷ୍ଟ ହେଉଥିଲା। ମାସକ ତଳେ ୨୫୦,୧୫…

ଭାରତରେ ଜୁନ୍‌-ଜୁଲାଇରେ ବଢ଼ିବ କରୋନା ସଂକ୍ରମିତଙ୍କ ସଂଖ୍ୟା: ଏମ୍ସ୍‌

ନୂଆଦିଲ୍ଲୀ,୭।୫: ଭାରତରେ ପ୍ରତିଦିନ କରୋନା ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଜୁନ୍‌ ଏବଂ ଜୁଲାଇ ମଧ୍ୟରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଏମ୍ସ୍‌ ପକ୍ଷରୁ କୁହାଯାଇଛି। ଲକ୍‌ଡାଉନ୍‌ ଯୋଗୁ ସୁଫଳ ମିଳିଛି। ଫଳରେ ଦେଶରେ…

ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ: କରୋନା ପରୀକ୍ଷା ପରେ ହିଁ ପ୍ରବାସୀଙ୍କୁ ଓଡ଼ିଶା ଫେରିବାକୁ ଅନୁମତି ମିଳୁ

କଟକ ଅଫିସ,୭।୫- ଓଡ଼ିଶାକୁ ଫେରିବା ପାଇଁ ପଞ୍ଜିକରଣ କରିଥିବା ପ୍ରବାସୀମାନଙ୍କୁ କରୋନା ପରୀକ୍ଷା(ଆର୍‌ଟି-ପିସିଆର୍‌) ପରେ ହିଁ ଫେରିବା ପାଇଁ ଅନୁମତି ଦିଆଯାଉ। ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଗୁରୁବାର ରାଜ୍ୟ ସରକାରଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ନାରାୟଣ…

ଲକ୍‌ଡାଉନ୍‌ ହୋଇ ନ ଥିଲେ ଦେଶରେ ୪ ଲକ୍ଷରୁ ଅଧିକ ହୋଇଥାନ୍ତେ କରୋନା ସଂକ୍ରମିତ: ୩୪ ହଜାର ଟପିଥାନ୍ତା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୭।୫: କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ଭାରତରେ ଲକ୍‌ଡାଉନ୍‌ ଜାରି ହୋଇଛି। ଯଦି ଲକ୍‌ଡାଉନ୍‌ ଘୋଷଣା ହୋଇ ନ ଥାନ୍ତା, ତେବେ ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷରୁ ଅଧିକ ହୋଇଥାନ୍ତା। ସେହିପରି ମୃତକଙ୍କ ସଂଖ୍ୟା…

CORONAVIRUS UPDATE: ମୟୂରଭଞ୍ଜରେ ଆଉ ଜଣେ ପଜିଟିଭ୍‌ ଚିହ୍ନଟ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୬କୁ ବୃଦ୍ଧି

ଭୁବନେଶ୍ୱର,୭।୫(ବ୍ୟୁରୋ): ରାଜ୍ୟରେ ଆଉ ଜଣେ କୋଭିଡ-୧୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଜଣଙ୍କ ମୟୂରଭଞ୍ଜର ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫ରେ ପହଞ୍ଚିଛି। ପୂର୍ବାହ୍ନରେ ଜିଲାରେ ୩…

ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଗଞ୍ଜାମକୁ ରେଡ୍‌ ଜୋନ୍‌; ମୟୂରଭଞ୍ଜ, ଜଗତସିଂହପୁରକୁ ଅରେଞ୍ଜ ଜୋନ୍‌ ଭାବେ ଘୋଷଣା

ଭୁବନେଶ୍ୱର,୭।୫(ବ୍ୟୁରୋ): ଗୋଟିଏ ଦିନରେ ଗଞ୍ଜାମରେ ୧୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୁବ୍‌ଶୀଘ୍ର ଆକ୍ରାନ୍ତଙ୍କ ସଂଖ୍ୟା ଦ୍ୱିଗୁଣିତ ହେବାରୁ ରାଜ୍ୟ ସରକାର ଜିଲାକୁ ଗୁରୁବାର ରେଡ୍‌ ଜୋନ୍‌ ଭାବେ ଘୋଷଣା କରିଛନ୍ତି। ସେହିଭଳି ମୟୂରଭଞ୍ଜ ଓ ଜଗତସିଂହପୁରକୁ ମଧ୍ୟ ଅରେଞ୍ଜ ଜୋନ୍‌…

କରୋନା ମହାମାରୀରେ ବି ଭାରତରେ ଶିଶୁ ଜନ୍ମ ହାର ରହିବ ସର୍ବାଧିକ: ଜନ୍ମନେବେ ୨ କୋଟିରୁ ଅଧିକ ଶିଶୁ

ଜେନେଭା/ନୂଆଦିଲ୍ଲୀ,୭।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। ଏଥିରୁ ଦୂରେଇ ରହିବା ପାଇଁ ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। କରୋନା ମହାମାରୀ ସମୟରେ ମଧ୍ୟ ପୃଥିବୀରେ ୧୧ କୋଟି ୬୦ ଲକ୍ଷରୁ ଅଧିକ ଶିଶୁ ଜନ୍ମ ନେବେ ବୋଲି…

କେମିକାଲ ପ୍ଲାଣ୍ଟରେ ଗ୍ୟାସ ଲିକ୍‌: ୮ ମୃତ, ୫ହଜାର ଅସୁସ୍ଥ

ବିଶାଖାପଟନମ,୭।୫: ଆନ୍ଧ୍ର ପ୍ରଦେଶର ଭାଇଜାକରେ ଥିବା ଏକ କେମିକାଲ ପ୍ଲାଣ୍ଟରେ ଗୁରୁବାର ସକାଳେ ଗ୍ୟାସ୍‌ ଲିକ୍‌ ହେବା ପରେ ସକାଳ ୧୦ଟା ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ହଜାର ଲୋକ ଅସୁସ୍ଥ ହୋଇପଡିଥିବା ସୂଚନା ମିଳିଛି। ମୃତକଙ୍କ…

CORONAVIRUS UPDATE: ମୟୁରଭଞ୍ଜ ଛୁଇଁଲା କରୋନା; ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୨୦୦ ଟପିଲା

ଭୁବନେଶ୍ୱର,୭।୫:(ବ୍ୟୁରୋ): ରାଜ୍ୟରେ ଆଉ ୨୦ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫ରେ ପହଞ୍ଚିଛି। ଗୁରୁବାର ନୂଆ ଚିହ୍ନଟ ହୋଇଥିବା ୨୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୭ ଜଣ ଗଞ୍ଜାମ ଜିଲା ଓ ୩ଜଣ ମୟୁରଭଞ୍ଜ ଜିଲାର…

CORONAVIRUS UPDATE: ଜଗତସିଂହପୁର ଛୁଇଁଲା କରୋନା; ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର,୬।୫(ବ୍ୟୁରୋ)-ଜଗତସିଂହପୁରକୁ ଛୁଇଁଲା କରୋନା। ବୁଧବାର ଅପରାହ୍ନରେ ଜିଲାରେ ପ୍ରଥମ କରି ୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷର ସୂଚନା ମିଳିଛି। ଜଗତସିଂହପୁରରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ…

CORONAVIRUS UPDATE: ରାଜ୍ୟରେ ଆଉ ୫ ପଜିଟିଭ୍‌, ଆକ୍ରାନ୍ତ ସଂଖ୍ୟା ୧୮୫ରେ ପହଞ୍ଚିଲା

ଭୁବନେଶ୍ୱର,୬।୫(ବ୍ୟୁରୋ)- ରାଜ୍ୟରେ ଆଉ ୫ କରୋନା ପଜିଟିଭ୍‌ ବୁଧବାର ଅପରାହ୍ନରେ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରନ୍ତଙ୍କ ସଂଖ୍ୟା ୧୮୫ରେ ପହଞ୍ଚିଛି। ସେଥିରୁ ୪ ଜଣ ଜଗତସିଂହପୁର ହୋଇଥିବାବେଳେ ଜଣେ କେନ୍ଦ୍ରାପଡ଼ା ଜିଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ…

CORONAVIRUS UPDATE: ଯାଜପୁରରେ ଆଉ ଜଣେ ପଜିଟିଭ; ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୦ରେ ପହଞ୍ଚିଲା

ଭୁବନେଶ୍ୱର, ୬।୫(ବ୍ୟୁରୋ): ଯାଜପୁରରେ ଆଉ ଜଣେ କରୋନା ପଜିଟିଭ ବୁଧବାର ଅପରାହ୍ନରେ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୫କୁ ବୃଦ୍ଧି ପାଇଛି। ତେବେ ନୂଆ ଆକ୍ରାନ୍ତ ଜଣଙ୍କ ୫୭ ବର୍ଷୀୟ ବୟସ୍କ ବ୍ୟକ୍ତି। ସେ କୋଲକାତାରୁ ଫେରିଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri