Home Middle

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ୩ ଆତଙ୍କବାଦୀ ନିହତ

ଶ୍ରୀନଗର, ୧୭।୯: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅପରେଶନ୍‌ରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଗୁରୁବାର ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ସିଆର୍‌ପିଏଫ୍‌ର ଜଣେ ଅଫିସରଙ୍କ ସମେତ ୨ ଜଣ ଆହତ…

ଜାନୁୟାରୀ ପହିଲାରୁ ଖେଳନା ଲାଗି ବାଧ୍ୟତାମୂଳକ ହେବ ବିଆଇଏସ୍‌

ନୂଆଦିଲ୍ଲୀ,୧୭।୯: କେନ୍ଦ୍ର ସରକାର ଘରୋଇ ବଜାରର ଖେଳନା ମାନୁଫାକଚର୍ସଙ୍କୁ ବୁଧବାର ଆଶ୍ୱସ୍ତି ଦେବା ଭଳି ପଦକ୍ଷେପ ନେଇଛନ୍ତି। ଖେଳନା ଲାଗି ବାଧ୍ୟତାମୂଳକ ବିଆଇଏସ୍‌ ପ୍ରମାଣନ କାର୍ଯ୍ୟକାରୀ ହେବା ସମୟକୁ ବଢ଼ାଇଛନ୍ତି। ୨୦୨୧ରୁ ଏହି ନୂଆ ନିୟମ କାର୍ଯ୍ୟକାରୀ ହେବ। ଏହା ମଧ୍ୟରେ…

ଅର୍ଥ ବ୍ୟବସ୍ଥାର ସ୍ଥିତାବସ୍ଥା ଫେରୁଛି

ନୂଆଦିଲ୍ଲୀ,୧୭।୯: କରୋନା ମହାମାରୀ ଯୋଗୁ ଘରୋଇ ବଜାର କ୍ଷତିଗ୍ରସ୍ତ ହୋଇ ରହିଛି। ଏଭଳି ସ୍ଥିତିରେ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ ବୁଧବାର ଦେଶର ଶିଳ୍ପଜଗତକୁ ଆଶ୍ୱାସନା ଦେଇଛନ୍ତି। ସେ କହିଛନ୍ତି ଯେ, ଅର୍ଥ ବ୍ୟବସ୍ଥାରେ ସ୍ଥିତାବସ୍ଥା ଫେରୁଛି। ଅଭିବୃଦ୍ଧି ଧୀରେ…

ଠିକାଦାରଙ୍କୁ ଅନୁକମ୍ପା ଚର୍ଚ୍ଚା

ଅନୁଗୋଳ ଅଫିସ୍‌, ୧୭।୯: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା ଠିକାସଂସ୍ଥାଗୁଡିକୁ ଅନୁକମ୍ପା ଦେଖାଯାଉଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଠିକାସଂସ୍ଥାଗୁଡିକର ଟେଣ୍ଡର ଡକା ନ ଯାଇ କେବଳ ରିନ୍ୟୁଆଲ କରିଦିଆଯାଉଥିବା ନେଇ ଅଭିଯୋଗ ଉଠିଛି। ସୂଚନା ଅନୁଯାୟୀ, ଚିକିତ୍ସାଳୟରେ ୧୦ରୁ…

ବନ୍ଦେ ଭାରତରୁ ଏୟାର ଇଣ୍ଡିଆକୁ ୨୫୫୬ କୋଟି ରାଜସ୍ବ

ନୂଆଦିଲ୍ଲୀ,୧୭।୯: ଲକ୍‌ଡାଉନରେ ବିଦେଶରେ ଫସିଥିବା ଭାରତୀୟଙ୍କୁ ଫେରାଇ ଆଣିବା ଲାଗି କେନ୍ଦ୍ର ସରକାର ଆରମ୍ଭ କରିଥିବା ‘ବନ୍ଦେ ଭାରତ ମିଶନ’ରେ ଏୟାର ଇଣ୍ଡିଆ ବିମାନ ସେବା ଯୋଗାଣ କରିଥିଲା। ଏହାଦ୍ୱାରା ଏୟାର ଇଣ୍ଡିଆକୁ ଅଗଷ୍ଟ ୩୧ ସୁଦ୍ଧା ୨,୫୫୬ କୋଟି ଟଙ୍କାର…

ଅନଲାଇନ୍‌ କ୍ଲାସର ବାସ୍ତବଚିତ୍ର: ପାହାଡ ଉପରେ ଚାଲିଛି ଛାତ୍ରୀଛାତ୍ରଙ୍କ ପାଠପଢା

ହରଭଙ୍ଗା, ୧୬ା୯( ଡି.ଏନ.ଏ.)-ମହାମାରୀ କରୋନା କଟକଣା ପାଇଁ ସ୍କୁଲ କଲେଜ ବନ୍ଦ ରହିଛି। ସରକାର ଅନ୍‌ଲାଇନ୍‌ କ୍ଲାସ ଜରିଆରେ ପିଲାଙ୍କୁ ଶିକ୍ଷାଦାନ କରାଉଛନ୍ତି। ହେଲେ ଅନ୍‌ ଲାଇନ୍‌ କ୍ଲାସ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟ ପୂରଣ କରିପାରୁ ନ ଥିବା ଅଭିଯୋଗ ହୋଉଛି। ଏହାର…

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୧୨୧ କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲାରୁ କେତେ

ଭୁବନେଶ୍ୱର,୧୬।୯(ବ୍ୟୁରୋ)-ରାଜ୍ୟରେ ବୁଧବାର ଆଉ ୪୧୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୫୨ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୪୪୦, ପୁରୀରୁ ୨୭୫, ଯାଜପୁରରୁ ୨୭୨, ନୂଆପଡ଼ାରୁ ୨୬୮, ଅନୁଗୋଳରୁ ୧୮୭, ବରଗଡ଼ରୁ ୧୮୧, ଢେଙ୍କାନାଳରୁ ୧୫୦,…

ଭାରତୀୟ ଔଷଧ କମ୍ପାନୀକୁ ୧୦ କୋଟି କରୋନା ଟିକା ଯୋଗାଇବ ରୁଷିଆ

ମସ୍କୋ,୧୬।୯-କରୋନା ମୁକାବିଲା ପାଇଁ ରୁଷିଆ ଭାରତକୁ ୧୦ କୋଟି ସ୍ପୁଟନିକ-ଭି ଟିକା ଯୋଗାଇ ଦେବ। ଏହି ଟିକା ଭାରତର ଫାର୍ମା କମ୍ପାନୀ ଡକ୍ଟର ରେଡ୍ଡୀ ଲାବୋରେଟୋରିକୁ ମିଳିବ। ଏ ନେଇ ରୁଷିଆର ଡାଇରେକ୍ଟ ଇନ୍‌ଭେଷ୍ଟମେଣ୍ଟ ଫଣ୍ଡ (ଆରଡିଆଇଏଫ) ସହ ଭାରତର ଚୁକ୍ତି…

ଭୁବନେଶ୍ୱରରୁ ଆଜି ୩୬୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୬।୯(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୭୬ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୮୬ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୪୦୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…

୩୦ ସେପ୍ଟେମ୍ବରରେ ବାବରୀ ମସଜିଦ୍‌ ଭଙ୍ଗା ରାୟ: ଆଡ଼ଓ୍ବାଣୀ-ଯୋଶୀଙ୍କୁ ଉପସ୍ଥିତ ରହିବାକୁ ନୋଟିସ୍‌

ନୂଆଦିଲ୍ଲୀ, ୧୬।୯: ବାବରୀ ମସଜିଦ୍‌ ଭଙ୍ଗା ମାମଲାର ରାୟ ସେପ୍ଟେମ୍ବର ୩୦ରେ ଆସିବ। ଏନେଇ ଲକ୍ଷ୍ନୌସ୍ଥିତ ସ୍ପେଶାଲ ସିବିଆଇ କୋର୍ଟ ପକ୍ଷରୁ ଲାଲ୍‌କୃଷ୍ଣ ଆଡ଼ଓ୍ବାଣୀ, ମୂରଲୀ ମନୋହର ଯୋଶୀ, କଲ୍ୟାଣ ସିଂ, ବିନୟ କଟିଆର, ମହନ୍ତ ନୃତ୍ୟ ଗୋପାଳ ଦାସ, ସାଧ୍ୱୀ…

୬ ମାସ ମଧ୍ୟରେ ଏଲ୍‌ଏସିରେ ହୋଇନି ଅନୁପ୍ରବେଶ: ଏଲ୍‌ଓସିରେ ୪୭ ଥର ଅନୁପ୍ରବେଶ ଉଦ୍ୟମ ପଣ୍ଡ

ନୂଆଦିଲ୍ଲୀ, ୧୬।୯: ଗତ ୬ ମାସ ମଧ୍ୟରେ ଏଲ୍‌ଏସି କୌଣସି ଅନୁପ୍ରବେଶ ଘଟଣା ଘଟିନାହିଁ। ଏସମ୍ପର୍କରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ବୁଧବାରରେ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ସଭାରେ ଏଭଳି ସୂଚନା ଦେଇଛନ୍ତି। ଭାରତ ଚାଇନା ସୀମାରେ ଉତ୍ତେଜନା ଲାଗି…

ଓଡ଼ିଶାରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍‌, ବିଭିନ୍ନ ବନ୍ୟାଞ୍ଚଳ କରିବେ ପରିଦର୍ଶନ

ଭୁବନେଶ୍ୱର,୧୬ା୯(ବ୍ୟୁରୋ): ବନ୍ୟା କ୍ଷୟକ୍ଷତିର ଅନୁଧ୍ୟାନ କରିବା ପାଇଁ କେନ୍ଦ୍ରୀୟ ଟିମ୍‌ ବୁଧବାର ଭୁବନେଶ୍ୱରେ ପହଞ୍ଚିଛନ୍ତି। କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ (ଏଲ୍‌ଡବ୍ଲ୍ୟୁଇ)ର ପ୍ରବୀଣ ବଶିଷ୍ଟଙ୍କ ନେତୃତ୍ୱରେ ଏହି କେନ୍ଦ୍ରୀୟ ଟିମ ଆଜି ସକାଳେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri