ଏନ୍କାଉଣ୍ଟରରେ ୪ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…
ଶ୍ରୀନଗର,୮।୭: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅପରେଶନ୍ରେ ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୪ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଦକ୍ଷିଣ କଶ୍ମୀରରେ ଦୁଇ ଅଞ୍ଚଳରେ ମିଳିତ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ଏଭଳି ଘଟିଛି। କୁଲଗାମ୍ରେ ଲଶ୍କର-ଇ-ତୋଏବାର ୨ ଜଣ ଆତଙ୍କବାଦୀଙ୍କ…
୨୪ ଘଣ୍ଟାରେ ୪୫ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ…
ନୂଆଦିଲ୍ଲୀ,୮।୭: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ ବଢୁଛି ପୁଣି ଦିନେ କମୁଛି। ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଲଗାତାର ୨ଦିନ ଧରି ୪୦…
ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି ସଂକ୍ରମଣ: ଗତ ୨୪ଘଣ୍ଟାରେ ୨ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ, ସର୍ବାଧିକ କଟକରୁ
ଭୁବନେଶ୍ୱର,୮।୭(ବ୍ୟୁରୋ): ଗତ କିଛି ଦିନରୁ ଓଡ଼ିଶାରେ କରୋନା ଗ୍ରାଫ୍ ତଳମୁହାଁ ହୋଇଛି। ପ୍ରତିଦିନ ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଚିନ୍ତା ବଢ଼ାଉଛି। ବୁଧବାର ରାଜ୍ୟରେ ୨,୬୦୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗୁରୁବାର ଏହି…
ପରଲୋକରେ ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ
ଶିମଲା,୮।୭: ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ବୀରଭଦ୍ର ସିଂଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ବର୍ଷ ହୋଇଥିଲା। ଦୀର୍ଘ ଦିନରୁ ସେ ଅସୁସ୍ଥ ଥିବା ବେଳେ ଗୁରୁବାର ଭୋର ୩ଟା ୪୦ରେ ଶିମଲା ସ୍ଥିତ…
ମୋଦିଙ୍କ ନୂଆ ଟିମ୍ରେ ୪ ଡାକ୍ତର
ନୂଆଦିଲ୍ଲୀ,୭।୭: ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତ୍ରିମଣ୍ଡଳ ବୁଧବାର ସମ୍ପ୍ରସାରଣ ହୋଇଛି। ୪୩ ଜଣ ମନ୍ତ୍ରୀ ଶପଥ ଗ୍ରହଣ ନେଇଛନ୍ତି। ଗୁରୁତ୍ୱପୂର୍ଣ୍ଣ ବିଷୟ ମୋଦିଙ୍କ ନୂଆ ଟିମ୍ରେ ୪ ଜଣ ଡାକ୍ତର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପଶ୍ଚିମବଙ୍ଗର ବାଙ୍କୁରା ଆସନରୁ ଲୋକସଭାକୁ…
ଅଶ୍ୱିନୀଙ୍କୁ ରେଳ ଓ ଆଇଟି
ନୂଆଦିଲ୍ଲୀ,୭।୭: ବୁଧବାର କେନ୍ଦ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୪୩ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ଏଥିରେ ଓଡ଼ିଶାର ଭାଜପା ନେତା ଅଶ୍ୱିନୀ ବୈଷ୍ଣବଙ୍କୁ ଦୁଇଟି ବିଭାଗର ଦାୟିତ୍ୱ ମିଳିଛି। ରେଳ ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ସହ…
ମୋଦୀଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଓଡ଼ିଶାରୁ ୨
ନୂଆଦିଲ୍ଲୀ,୭।୭: ମୋଦୀ କ୍ୟାବିନେଟର ବୁଧବାର ସମ୍ପ୍ରସାରଣ ହୋଇଛି। ଓଡ଼ିଶାର ୨ ଭାଜପା ନେତା କେନ୍ଦ୍ର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେମାନେ ହେଲେ ମୟୂରଭଞ୍ଜ ଏମ୍ପି ବିଶ୍ୱେଶ୍ୱର ଟୁଡୁ ଓ ରାଜ୍ୟସଭା ଏମ୍ପି ଅଶ୍ୱିନୀ ବୈଷ୍ଣବ। ବିଶ୍ୱେଶ୍ୱର ଟୁଡୁ ପ୍ରଥମ ଥର…
ଘରେ ପଶି ହାଇତି ରାଷ୍ଟ୍ରପତିଙ୍କୁ ହତ୍ୟା
ପୋର୍ଟ-ଅଉ-ପ୍ରିନ୍ସ (ହାଇତି),୭।୭: ହାଇତି ରାଷ୍ଟ୍ରପତି ଜୋଭେନେଲ ମୋଇସଙ୍କୁ ହତ୍ୟା କରାଯାଇଛି। ବୁଧବାର ସକାଳେ ତାଙ୍କ ଘର ଉପରେ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ରାଷ୍ଟ୍ରପତିଙ୍କ ସ୍ତ୍ରୀ ଗୁରୁତର ହୋଇଛନ୍ତି। କାରିବିୟନ ଦେଶରେ ରାଜନୈତୀକ ଅସ୍ଥିରତା ସୃଷ୍ଟି କରିବା ଏଭଳି କାଣ୍ଡ ପଛର…
କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପ୍ରତାପ ଷଡ଼ଙ୍ଗୀ
ନୂଆଦିଲ୍ଲୀ,୭ା୭: କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ପ୍ରତାପ ଷଡ଼ଙ୍ଗୀ ଇସ୍ତଫା ଦେଇଥିବା ସୂଚନା ମିଳିଛି। ସଂପ୍ରସାରଣ ଅବସରରେ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ଏମ୍ଏସ୍ଏମ୍ଇ ଓ ପଶୁସମ୍ପଦ ବିଭାଗ ରାଷ୍ଟ୍ରମନ୍ତ୍ରୀ ଥିଲେ ପ୍ରତାପ । ଲୋକ ସଭା ନିର୍ବାଚନରେ ସେ ବାଲେଶ୍ୱରୁ ନିର୍ବାଚିତ ହେବା…
ଲାମ୍ବ୍ଡା ଭାରିଆଣ୍ଟ୍ ଡେଲ୍ଟାଠାରୁ ଅଧିକ ଭୟଙ୍କର, ଚେତାବନୀ ଦେଲା ମାଲେସିଆ …
କୁଆଲାଲ୍ମ୍ପୁର,୭।୭: ପେରୁରେ ଦେଖାଦେଇଥିବା ଲାମ୍ବ୍ଡା ଭାରିଆଣ୍ଟ୍ ଡେଲ୍ଟାଠାରୁ ଅଧିକ ଭୟଙ୍କର। ଏନେଇ ମାଲେସିଆ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚେତାବନୀ ଜାରି ହୋଇଛି। ଇତିମଧ୍ୟରେ ବ୍ରିଟେନରେ ୬ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଲାମ୍ବ୍ଡା ଭାରିଆଣ୍ଟ୍ ବର୍ତ୍ତମାନ ସୁଦ୍ଧା ୩୦ରୁ ଅଧିକ ଦେଶକୁ…
ଶକ୍ତିଶାଳୀ ପାସପୋର୍ଟ ତାଲିକାରେ ପଛରେ ପଡ଼ିଲା ଭାରତ, ଆଗରେ ଚାଇନା…
ନୂଆଦିଲ୍ଳୀ,୭।୭: ପୃଥିବୀର ୧୯୩ ଦେଶକୂ ନେଇ ପ୍ରସ୍ତୁତ କରାଯାଇଥିବା ଶକ୍ତିଶାଳୀ ପାସପୋର୍ଟ ତାଲିକାରେ ଭାରତ ପଛରେ ପଡ଼ିଯାଇଛି। ୨୦୨୧ ହେନଲି ପାସପୋର୍ଟ ଇଣ୍ଡେକ୍ସ୍ ର଼୍ୟାଙ୍କିଙ୍ଗ୍ରେ ଗତ ବର୍ଷ ତୁଳନାରେ ଭାରତର ପ୍ରଦର୍ଶନ ଖରାପ ରହିଛି। ଭାରତ ଏହି ତାଲିକାରେ ୬ ସ୍ଥାନ…
ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ହିଜ୍ବୁଲ୍ କମାଣ୍ଡରଙ୍କ ମୁଣ୍ଡ ଗଡ଼ିଲା…
ଶ୍ରୀନଗର,୭।୭: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅପରେଶନ୍ରେ ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ଆତଙ୍କବାଦୀ ସଂଗଠନ ହିଜ୍ବୁଲ୍ ମୁଜାହିଦ୍ଦିନ୍ର ଶୀର୍ଷ କମାଣ୍ଡର ମେହରାଜୁଦ୍ଦିନ୍ ହାଲଓ୍ବାଇଙ୍କ ମୃତ୍ୟୁ ଘଟିଛି। ହାଣ୍ଡଓ୍ବାରାରେ କିଛି ଆତଙ୍କବାଦୀ ଲୁଛିଥିବା ଖବର ମିଳିବା ପରେ ପୋଲିସ,…
Archives


