Home Middle

ଇଣ୍ଡିଗୋ ଉପରେ ଲାଗିଲା ୨୨ କୋଟି ଟଙ୍କା ଜରିମାନା, ସରକାର ନେଲେ ବଡ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭।୧: ବିମାନ ସେବା ସଂସ୍ଥା ‘ଇଣ୍ଡିଗୋ’ ଉପରେ ୨୨.୨୦ କୋଟି ଟଙ୍କାର ଜରିମାନା ଲଗାଇଛନ୍ତି ସରକାର। ବିମାନ କ୍ରୁ ସଦସ୍ୟଙ୍କ ଉପରେ ଅତ୍ୟଧିକ କାର୍ଯ୍ୟଭାର, ଦୁର୍ବଳ ଯୋଜନା ଏବଂ ସଂଶୋଧିତ ଡ୍ୟୁଟି ନିୟମର ଅବହେଳା ଯୋଗୁଁ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ନିକଟରେ…

୨୦୨୭ ଏହି ମାସରେ ହେବ ପଞ୍ଚାୟତ ନିର୍ବାଚନ: ବଡ ସୂଚନା ଦେଲେ ଓଡ଼ିଶା ନିର୍ବାଚନ କମିଶନର

ଭୁବନେଶ୍ୱର,୧୭।୧: ଓଡ଼ିଶାରେ ଆସନ୍ତା ବର୍ଷ (୨୦୨୭) ଜାନୁଆରୀ ଓ ଫେବୃଆରୀ ମାସରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇପାରେ। ଶନିବାର ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ ଏହି ସଙ୍କେତ ଦେଇଛନ୍ତି। ବର୍ତ୍ତମାନର ପଞ୍ଚାୟତ ସଂସ୍ଥାଗୁଡ଼ିକର କାର୍ଯ୍ୟକାଳ…

ଲେନିନ ମହାନ୍ତିଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ଅରବିନ୍ଦ ମହାପାତ୍ର: ଭୁଲ ଭୁଲେୟା କାହାଣୀ…

ଭୁବନେଶ୍ୱର,୧୭।୧:ବିଜେଡିର ଦୁଇଜଣ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବନ କରାଯିବା ପରେ ରାଜ୍ୟ ରାଜନୀତି ଜୋର ଧରିଛି। ମୁଖ୍ୟତଃ ଅରବିନ୍ଦ ମହାପାତ୍ରଙ୍କୁ କାହିଁକି ନିଲମ୍ବନ କରାଗଲା ତାହାର ସ୍ପଷ୍ଟ ସୂଚନା ମିଳୁ ନ ଥିବାବେଳେ ଏହାର କାରଣ…

ନବୀନଙ୍କ ପଛରେ ଚାଲିଥିଲା ଭୟଙ୍କର ଷଡ଼ଯନ୍ତ୍ର: ବଡ଼ ଗୁମର ଖୋଲିଲେ ଏହି ନେତା

ଭୁବନେଶ୍ୱର,୧୭।୧: ବିଜେଡି ନିକଟରେ ଦଳରୁ କିଛି ଟାଣୁଆ ନେତାଙ୍କୁ ନିଲମ୍ବନ କରିବା ପରେ ମୁଁହ ଖୋଲିଲେ ଲେନିନ ମହାନ୍ତି। ସେ କହିଛନ୍ତି, ମିଡ ଡେ’ ଅପରେଶନ ବି ଫେଲ। ମିଡ ନାଇଟ ଅପରେଶନ ଫେଲ ହୋଇଥିଲା। ମିଡ ଡେ’ ଅପରେଶନ ବି…

ଦ୍ୱିତୀୟ ସ୍ତ୍ରୀ ପାଇବେନି ସରକାରୀ ପେନସନ: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

କଟକ,୧୭।୧: ଦ୍ୱିତୀୟ ସ୍ତ୍ରୀ ପାଇବେନି ସରକାରୀ ପେନସନ । ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କର ଦ୍ୱିତୀୟ ସ୍ତ୍ରୀ ପରିବାର ପେନସନ ବା ‘ଫ୍ୟାମିଲି ପେନସନ’ ପାଇବା ପାଇଁ ହକଦାର୍‌ ନୁହଁନ୍ତି ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି।…

ଯୁଦ୍ଧ ଆଶଙ୍କା ଭିତରେ ଇରାନକୁ ପ୍ରଶଂସା କଲେ ଟ୍ରମ୍ପ: କହୁ କହୁ କହିଦେଲେ…

ଓ୍ବାଶିଂଟନ୍‌,୧୭।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଇରାନକୁ ପ୍ରଶଂସା କରିଛନ୍ତି। ଏକ ଅସାଧାରଣ ପଦକ୍ଷେପ ନେଇ ଇରାନ ସରକାରଙ୍କୁ ଶହ ଶହ ରାଜନୈତିକ କଏଦୀଙ୍କ ମୃତ୍ୟୁଦଣ୍ଡ ନ ଦେବା ପାଇଁ ଧନ୍ୟବାଦ ଦେଇଛନ୍ତି। ଇରାନ ୮୦୦ ରୁ ଅଧିକ ଲୋକଙ୍କ…

ପୁଣିଥରେ ସମଗ୍ର ବିଶ୍ବକୁ ଟାରିଫ ଧମକ ଦେଲେ ଟ୍ରମ୍ପ, କହିଲେ- ସମର୍ଥନ ନ କଲେ…

ଓ୍ବାଶିଂଟନ୍‌,୧୭।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ବିଶ୍ୱକୁ ଟାରିଫ୍‌ ଲଗାଇ ଧମକ ଦେଇଛନ୍ତି। ଏଥର ଏହି ଧମକ ୟୁରୋପୀୟ ଦେଶଗୁଡ଼ିକ ପ୍ରତି ନିର୍ଦ୍ଦେଶିତ, କାରଣ ଗ୍ରୀନଲ୍ୟାଣ୍ଡକୁ ନେଇ ସେମାନଙ୍କ ସହିତ ଉତ୍ତେଜନା ବୃଦ୍ଧି ପାଇଛି। ରାଷ୍ଟ୍ରପତି ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ ମିଶାଇ…

ହଠାତ୍‌ ଶ୍ରେଣୀ ଭିତରକୁ ପଶି ଆସିଲେ ପାଚିକାଙ୍କ ସ୍ବାମୀ: କେହି କିଛି ଭାବିବା ପୂର୍ବରୁ ହାଣିଲେ ଶିକ୍ଷକଙ୍କୁ

ଭବାନୀପାଟଣା,୧୬।୧(ଉତ୍ତମ କୁମାର ଦାଶ): ଶିକ୍ଷକଙ୍କୁ ହାଣିଲେ ପାଚିକାଙ୍କ ସ୍ବାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବେହେରା ପଞ୍ଚାୟତ ପିପଳପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରେ। ବିଦ୍ୟାଳୟର ସହକାରୀ ଶିକ୍ଷକ ଋଷିରାଜ ମେହେରଙ୍କୁ ପିପଳପଡ଼ା ଗ୍ରାମର ଭାସ୍କର…

ନବୀନଙ୍କୁ ନେଇ ଚାଞ୍ଚଲ୍ୟକର ଖୁଲାସା କଲେ ରବି ପାଣି: ଓଡ଼ିଶା ରାଜନୀତିରେ…

ଭୁବନେଶ୍ୱର,୧୬।୧: ପାଟକୁରା ବିଧାୟକ ତଥା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଏବଂ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଛି। ଉଭୟ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତଥିବା ଦର୍ଶାଯାଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ୨ ନେତା…

ଶିକ୍ଷକଙ୍କ ସମସ୍ୟା ଶୁଣିବେକି ସରକାର: ରାତି ପାହିଲେ ହେବ

ଭୁବନେଶ୍ୱର,୧୬।୧: ଆସନ୍ତା ୨୨ରେ ପ୍ରାଥମିକ ଶିକ୍ଷକଙ୍କ ସହ ବୈଠକ କରିବ ଉଚ୍ଚସ୍ତରୀୟ କମିଟି। ସ୍କୁଲ ଓ ଗଣଶିକ୍ଷା ବିଭାଗ ଦ୍ବାରା ଗଠିତ ଉଚ୍ଚସ୍ତରୀୟ କମିଟି ଏହି ବୈଠକ କରିବ। ଅବସରପ୍ରାପ୍ତ IAS ଅଶୋକ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ ହେବ। ତୋଷାଳୀ…

ସନାତନ, ଅରବିନ୍ଦଙ୍କ ପରେ ପୁଣି ନିଲମ୍ବନ ହେଲେ ବିଜେଡିର ଏହି ନେତ୍ରୀ: ଚର୍ଚ୍ଚାରେ…

ଧର୍ମଶାଳା,୧୬।୧(ଶିବ ପ୍ରସାଦ ମହାନ୍ତି): ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ କରାଯାଇଛି। ଜିଲା ପରିଷଦ ଅଧ୍ୟକ୍ଷା ନଳୀନି ପ୍ରଭା ଜେନାଙ୍କୁ ନିଲମ୍ବନ କରିଛନ୍ତି ଖୋଦ୍‌ ସୁପ୍ରିମୋ ନବୀନ ପଟ୍ଟନାୟକ। ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି।…

ପୁଟିନଙ୍କ ହାତକୁ ଆସିଲା ‘ଜଳ ରାକ୍ଷସ’, ନିମିଷକେ ସମୁଦ୍ରକୁ ଗିଳିଦେବ: ଜାଣନ୍ତୁ ଏହା କ’ଣ

ମସ୍କୋ,୧୬।୧: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସାମରିକ ବାହିନୀ ମଧ୍ୟରୁ ଅନ୍ୟତମ ରୁଷିଆ ଏହାର ସାମରିକ କ୍ଷମତାରେ ପୋସାଇଡନ ନାମକ ଏକ ଅସ୍ତ୍ର ଯୋଡିଛି। ଏହାକୁ ‘ଡୁମସଡେ ଡ୍ରୋନ’ ଏବଂ ‘ସମୁଦ୍ର ରାକ୍ଷସ’ ମଧ୍ୟ କୁହାଯାଏ। ଏହା କୌଣସି ସାଧାରଣ ଅସ୍ତ୍ର ନୁହେଁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?