ଦିଲ୍ଲୀ ପୋଲିସକୁ ସଫଳତା: ମୋଷ୍ଟଓ୍ବାଣ୍ଟେଡ୍ ଆତଙ୍କବାଦୀ ଗିରଫ
ନୂଆଦିଲ୍ଲୀ,୨।୧୦: ଦିଲ୍ଲୀ ପୋଲିସକୁ ସୋମବାର ଏକ ବଡ଼ ସଫଳତା ମିଳିଛି। ନ୍ୟାଶନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ) ତାଲିକାରେ ମୋଷ୍ଟଓ୍ବାଣ୍ଟେଡ୍ ଆତଙ୍କବାଦୀ ଥିବା ଶାହନଓ୍ବାଜଙ୍କୁ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଗିରଫ କରିଛି। ଶାହନଓ୍ବାଜଙ୍କ ଉପରେ ଏନଆଇଏ ୩ ଲକ୍ଷ ଟଙ୍କା ପୁରସ୍କାର…
ଫ୍ରାନ୍ସରେ ଛାରପୋକ ଆତଙ୍କ, ସରକାରଙ୍କ ଚିନ୍ତା ବଢ଼ିଲା, ସୋସିଆଲ ମିଡିଆରେ ଭାଇରାଲ…
ପ୍ୟାରିସ,୨।୧୦ : ସମ୍ପ୍ରତି ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଛାରପୋକ ଆତଙ୍କ ବଢ଼ିବାରେ ଲାଗିଛି। ଓଡଶ ଯୋଗୁ ଲୋକଙ୍କ ମାନସିକ ଶାନ୍ତି ବିପର୍ଯ୍ୟୟ ହୋଇପଡ଼ିଛି। ଏନେଇ ସରକାର ବହୁତ ଚିନ୍ତିତ ଏବଂ ଏହାକୁ ହଟାଇବା ପାଇଁ ତୁରନ୍ତ ପଦକ୍ଷେପ ନେଉଛନ୍ତି। ବାସ୍ତବରେ, ଏହି…
ଆମେରିକାରେ ବିପଜ୍ଜନକ ମାନସିକ ସମସ୍ୟା ଆତଙ୍କ, କରୋନାଙ୍କ ପ୍ରଭାବରୁ ସୃଷ୍ଟି…
ନ୍ୟୁୟର୍କ,୨।୧୦ : ମାଉଣ୍ଟ ସାଇନା କୁଇନ୍ସର ଡାକ୍ତରମାନେ କହିଛନ୍ତି ନ୍ୟୁୟର୍କ ସହରର ବହୁ ବ୍ୟକ୍ତି ବିପଜ୍ଜନକ ମାନସିକ ସମସ୍ୟା ସହିତ ସ୍ତମ୍ବନ ସମସ୍ୟା ଏବଂ ମୁଣ୍ଡରୁ କେଶ ଝଡ଼ିବା ଦ୍ୱାରା ପ୍ରଭାବିତ ହେବାରେ ଲାଗିଛନ୍ତି। ଏନେଇ ଲୋକେ ାତଙ୍କିତ ହୋଇ ପଡ଼ିଛନ୍ତି।…
ରୋଲର ସ୍କେଟିଂରେ ଭାରତକୁ ୨ ପଦକ…
ହାଙ୍ଗଝୋ,୨।୧୦ : ଭାରତ ଏସୀୟ ଗେମ୍ସର ନବମ ଦିନ ୨ ଅକ୍ଟୋବରରେ ରୋଲର ସ୍କେଟିଂରେ ପଦକ ଜିତିଛି। ମହିଳା ସ୍ପିଡ ସ୍କେଟିଂ ୩୦୦୦ମିଟର ରିଲେ ଦୌଡ଼ରେ ଭାରତୀୟ ଦଳ ଏହି ପଦକ ପାଇଛି। ଭାରତୀୟ ପୁରୁଷ ଦଳ ମଧ୍ୟ ସ୍ପିଡ ସ୍କେଟିଂ…
ନଓ୍ବାଜଙ୍କ ସ୍ବଦେଶ ଫେରିବା ବାଟ କଣ୍ଟକିତ: ଜାମିନ ପାଇଁ କୋର୍ଟକୁ ଯିବ ପିଏମଏଲଏନ…
ଇସଲାମାବାଦ,୨।୧୦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସ୍ବଦେଶ ଫେରିବା ବାଟ କଣ୍ଟକିତ ହେବାରେ ଲାଗିଛି। ତାଙ୍କ ଦଳ ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ନଓ୍ବାଜ ଦେଶକୁ ଫେରିବା ପାଇଁ ପ୍ରତ୍ୟେକ କୌଶଳ ଆପଣାଇବାକୁ ପ୍ରସ୍ତୁତ। ଏହାକୁ ଦୃଷ୍ଟିରେ ରଖି…
ଜାତିଗତ ଭେଦଭାବ ଉପରେ ପ୍ରତିବନ୍ଧକ ଲଗାଇବାରେ ଫ୍ରେସ୍ନୋ ହେଲା ଦ୍ୱିତୀୟ ସହର…
ଫ୍ରେସ୍ନୋ ,୨।୧୦ : ଜାତିଗତ ଭେଦଭାବକୁ ନିଷିଦ୍ଧ କରିଥିବା କାଲିଫର୍ନିଆର ଫ୍ରେସ୍ନୋ ଆମେରିକାର ଦ୍ୱିତୀୟ ସହର ହୋଇପାରିଛି। ମ୍ୟୁନିସିପାଲିଟି କୋଡରେ ଦୁଇଟି ନୂତନ ବର୍ଗ ଯୋଡିବାକୁ ଏକ ପ୍ରସ୍ତାବକୁ ନଗର ପରିଷଦ ସର୍ବସମ୍ମତି କ୍ରମେ ଅନୁମୋଦନ କରିଛି। ଫେବୃଆରୀରେ, ସିଆଟେଲ ଦେଶର…
ଗ୍ଲୋବାଲ ଶିକ୍ଷକ ପୁରସ୍କାର-୨୦୨୩ ରେ ଶ୍ରେଷ୍ଠ ୫୦ରେ ଦୁଇଜଣ ଭାରତୀୟ…
ନୂଆଦିଲ୍ଲୀ,୨।୧୦ : ପଶ୍ଚିମବଙ୍ଗର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଦୀପ ନାରାୟଣ ନାୟକ ଏବଂ ଆନ୍ଧ୍ରପ୍ରଦେଶର ଇଂଲିଶ ଶିକ୍ଷକ ହରି କୃଷ୍ଣ ପଟାଚାରୁ ଗ୍ଲୋବାଲ ଶିକ୍ଷକ ପୁରସ୍କାର-୨୦୨୩ ପାଇଁ ମନୋନୀତ ହୋଇଥିବା ଶ୍ରେଷ୍ଠ ୫୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ୟୁନେସ୍କୋ ସହଯୋଗରେ…
ଟ୍ରୁଡୋଙ୍କୁ ସମାଲୋଚନା କଲେ ଏଲନ ମସ୍କ…
ଓ୍ବାଶିଂଟନ, ୨।୧୦: ସ୍ପେସ ଏକ୍ସ ପ୍ରତିଷ୍ଠାତା ତଥା ଦୁନିଆର ଅନ୍ୟତମ ଧନୀ ଶିଳ୍ପପତି ଏଲନ ମସ୍କ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ସମାଲୋଚନା କରିଛନ୍ତି। ମସ୍କ ଟ୍ରୁଡୋଙ୍କୁ ଲୋକଙ୍କ ବାକ ସ୍ବାଧୀନତାକୁ ଦମନ କରିଥିବା ଅଭିଯୋଗ କରିଛି। ବାସ୍ତବରେ, କାନାଡା ସରକାରଙ୍କ…
ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ନୂଆଦିଲ୍ଲୀ,୨।୧୦: ଆଜି ସମଗ୍ର ଦେଶ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ ପାଳନ କରୁଛି। ଦିଲ୍ଲୀର ରାଜଘାଟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଅବସରରେ ଅନେକ ସେଲିବ୍ରିଟି ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଆସୁଛନ୍ତି। ସେହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ବିଶ୍ୱକପ୍ରେ ଦୁଇ ଦ୍ୱିଶତକ
ଦିନିକିଆ କ୍ରିକେଟ ପୁରୁଷ ବିଶ୍ୱକପ୍ର ତ୍ରୟୋଦଶ ସଂସ୍କରଣକୁ ଆଉ ମାତ୍ର ୩ ଦିନ ବାକି ରହିଛି। ବିଶ୍ୱକପରେ ସ୍କୋର କରିବାର ଅତିରିକ୍ତ ଚାପ ସର୍ବଦା ଖେଳାଳିଙ୍କ ଉପରେ ରହିଥାଏ। ଏହି ଚାପ ସତ୍ତ୍ୱେ ଅନେକ ଖେଳାଳି ସଫଳତାର ସହ ରନ୍ ସ୍କୋର…
ଓଡ଼ିଶା ବାଳିକା ଦଳକୁ ବ୍ରୋଞ୍ଜ ପଦକ
ଭୁବନେଶ୍ୱର, ୨।୧୦ (ତପନ ସ୍ବାଇଁ): ଜାତୀୟ ରୋଲବଲ୍ରେ ଓଡ଼ିଶା ପ୍ରତିଯୋଗୀମାନେ ପୁଣି ଚମକ ଦେଖାଇଛନ୍ତି। ଚେନ୍ନାଇରେ ଅନୁଷ୍ଠିତ ୧୩ଶ ଜାତୀୟ ୧୧ ବର୍ଷରୁ କମ୍ ରୋଲବଲ୍ ଚାମ୍ପିୟନଶିପ୍ରେ ଓଡ଼ିଶା ବାଳିକା ଦଳ ବ୍ରୋଞ୍ଜ ପଦକ ହାସଲ କରିଛି। ଓଡ଼ିଶା ବାଳିକା ଦଳ…
ଭାରତୀୟ ମହିଳା ଦଳ ରନରଅପ୍
ଭୁବନେଶ୍ୱର, ୨।୧୦(ତପନ ସ୍ବାଇଁ): ଚାଇନିଜ୍ ତାଇପେରେ ରବିବାର ଶେଷ ହୋଇଥିବା ୧୮ ବର୍ଷରୁ କମ ଏସିଆ ରଗ୍ବୀ ଚାମ୍ପିୟନଶିପ୍ରେ ଭାରତୀୟ ମହିଳା ଦଳ ରୌପ୍ୟ ପଦକ ହାସଲ କରିଛି। ଭାରତ ଓ ଚାଇନିଜ୍ ତାଇପେ ମଧ୍ୟରେ ଫାଇନାଲ ହୋଇଥିଲା। ଏଥିରେ ଭାରତୀୟ…
Archives


