ଆସନ୍ତା ୨୫ ବର୍ଷ ଦେଶ ପାଇଁ ସବୁଠାରୁ ମହତ୍ୱପୂର୍ଣ୍ଣ: ମୋଦି
ନୂଆଦିଲ୍ଲୀ,୩୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ୨ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି। ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ଏକତା ନଗରରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ବାର୍ଷିକୀ ଅବସରରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆସନ୍ତା…
ଆମେରିକା ତିଆରି କରୁଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପରମାଣୁ ବୋମା, ହିରୋସୀମାରେ ପଡିଥିବା ବୋମା ଠାରୁ ୨୪ ଗୁଣା ଅଧିକ ଶକ୍ତିଶାଳୀ
ଓ୍ବାଶିଂଟନ,୩୧।୧୦: ଆମେରିକା ଏକ ନୂଆ ପରମାଣୁ ବୋମା ତିଆରି କରିବାକୁ ପ୍ରସ୍ତୁତ ହେଉଛି। ଆମେରିକାର ଗଣମାଧ୍ୟମ ଅନୁଯାୟୀ, ଜାପାନର ହିରୋସିମା ଉପରେ ପକାଯାଇଥିବା ବୋମାଠାରୁ ଏହି ନୂତନ ବୋମା ୨୪ ଗୁଣ ଅଧିକ ଶକ୍ତିଶାଳୀ ହେବ। ଆମେରିକାର ପ୍ରତିରକ୍ଷା ବିଭାଗ ଦେଇଥିବା…
ମହାକାଶରେ ୬ ମାସ ବିତାଇ ଫେରିଆସିଲେ ୩ ଯାତ୍ରୀ, ନୂଆ ଦଳ ପଠାଇବାକୁ ହେଉଛି ଯୋଜନା
ତାଇପେ,୩୧।୧୦: ଚାଇନାର ୩ ମହାକାଶଚାରୀ ଚାଇନାର କକ୍ଷପଥ ମହାକାଶ କେନ୍ଦ୍ରରେ ରହିବା ପରେ ମଙ୍ଗଳବାର ସକାଳେ ପୃଥିବୀକୁ ଫେରିଥିଲେ। ସରକାରୀ ସିହ୍ନୁଆ ନ୍ୟୁଜ ଏଜେନ୍ସି କହିଛି ଯେ ଜିଙ୍ଗ ହାଇପେଙ୍ଗ, ଜୁ ୟାଙ୍ଗଜୁ ଏବଂ ଗୁଇ ହାଇ ଚାଓ ଗୋବି ମରୁଭୂମି…
ମରାଠା ସଂରକ୍ଷଣର ଦାବି ମଧ୍ୟରେ ମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କ ଶିବିରରେ ଝଡ, ଇସ୍ତଫା ଦେଲେ ୨ ଏମ୍ପି
ମୁମ୍ବାଇ,୩୧।୧୦: ମରାଠା ସଂରକ୍ଷଣ ଦାବି ଏବଂ ପ୍ରଦର୍ଶନ ମଧ୍ୟରେ ମରାଠା ସମ୍ପ୍ରଦାୟ ସହ ଏକତା ଦେଖାଇବା ପାଇଁ ହଙ୍ଗୋଲିରୁ ଶିବସେନା ଲୋକସଭା ଏମ୍ପି ହେମନ୍ତ ପାଟିଲ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ଦିଲ୍ଲୀର ଲୋକସଭା ସଚିବାଳୟକୁ ପଠାଇଛନ୍ତି। ଏହି ସମୟରେ…
ଟେଲିମେଡିସିନ ସେବା ନମ୍ବର ଅଚଳ
କଟକ,୩୧ା୧୦(ଶିଳ୍ପା ପ୍ରିୟଦର୍ଶିନୀ):ଲୋକମାନଙ୍କ ହାତପାହାନ୍ତାରେ ଚିକିତ୍ସା ସେବା ଯୋଗାଇବା ଉଦ୍ଦେଶ୍ୟରେ ରହିଛି ଟେଲି ମେଡିସିନ ସେବା। ଫୋନ୍ କରି ରୋଗୀ କିମ୍ବା ସେମାନଙ୍କ ସମ୍ପର୍କୀୟ ବିଶେଷଜ୍ଞ ଡାକ୍ତରଙ୍କଠାରୁ ପରାମର୍ଶ ଗ୍ରହଣ କରିଥାଆନ୍ତି। ହେଲେ କଟକ ଏସ୍ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଏହି…
ମୁକେଶ ଅମ୍ବାନୀଙ୍କୁ ପୁଣି ହତ୍ୟା ଧମକ: ୪୦୦ କୋଟି ଟଙ୍କା ଦାବି
ମୁମ୍ବାଇ,୩୧।୧୦: ଏସିଆ ଏବଂ ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କୁ ତୃତୀୟ ଥର ପାଇଁ ହତ୍ୟା ଧମକ ମିଳିଛି। ଇମେଲ୍ ଯୋଗେ ଏହି ଧମକ ଦିଆଯାଇଛି। ଏଥର ଧମକ ଦେଉଥିବା ବ୍ୟକ୍ତି ୪୦୦ କୋଟି ଟଙ୍କା ମାଗିଛନ୍ତି। ଏହାପୂର୍ବରୁ ମୁକେଶ…
ସୂଚନା କମିଶନ ପଦବୀ ପୂରଣ କର
ନୂଆଦିଲ୍ଲୀ,୩୧ା୧୦: କେନ୍ଦ୍ରୀୟ ସୂଚନା କମିଶନ (ସିଆଇସି) ଏବଂ ରାଜ୍ୟ ସୂଚନା କମିଶନ (ଏସ୍ଆଇସି)ଗୁଡ଼ିକରେ ଖାଲିଥିବା ପଦବୀଗୁଡ଼ିକୁ ପୁରଣ କରିବା ପାଇଁ ପଦକ୍ଷେପ ନେବା ସକାଶେ ସୋମବାର ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟଥା ୨୦୦୫ରେ ପ୍ରଣୀତ ସୂଚନା ଅଧିକାର…
ମାତିଛି ମଣିଷ ଖିଆ ବାଘ, ୭ ବର୍ଷର ଶିଶୁଙ୍କୁ ଖାଇଗଲା
ନୂଆପଡ଼ା,୩୧।୧୦(ମକାରୁ ବେମାଲ): ନୂଆପଡା ଜିଲାରେ କିଛି ମାସ ବ୍ୟବଧାନ ପରେ ପୁଣି ସୁନାବେଡ଼ା ଅଭୟାରଣ୍ୟ ଭିତରେ ଅବସ୍ଥିତ ଭରୁଆମୁଣ୍ଡା ପଞ୍ଚାୟତ କଟିଙ୍ଗପାଣି ଗାଁର ଗୌଧସ ପଡ଼ାରେ ବାଘ ଆତଙ୍କ ଦେଖାଦେଇଛି। ଧରମବନ୍ଧା ଥାନା କଟିଙ୍ଗପାଣି ଗ୍ରାମର ଗୌଧସ ପଡାର ଜଣେ ୭…
ଅଷ୍ଟମଥର ପାଇଁ ସମ୍ମାନଜନକ ବାଲନ ଡି’ଅର୍ ପୁରସ୍କାର ଜିତିଲେ ମେସି
ନୂଆଦିଲ୍ଲୀ,୩୧।୧୦: ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସି ପୁଣି ଥରେ ସମ୍ମାନଜନକ ବାଲନ ଡି’ଅର୍ ପୁରସ୍କାର ପାଇଛନ୍ତି। ଅଷ୍ଟମ ଥର ପାଇଁ ମେସିଙ୍କୁ ବାଲନ ଡି’ଅର୍ ପୁରସ୍କାର ପ୍ରଦାନ କରାଯାଇଛି। ମେସି ପ୍ରଥମ ଏସ୍ଏଲ୍ଏସ୍ ଖେଳାଳି ଭାବରେ ବାଲନ ଡି’ଅର୍ ପୁରସ୍କାର ଜିତିଥିଲେ।…
ଗାଜା ଉପରେ ଦୁଇ ପଟରୁ ଆକ୍ରମଣ କରୁଛି ଇସ୍ରାଏଲ, ହମାସ କମାଣ୍ଡର ସମେତ ଅନେକେ ଆତଙ୍କବାଦୀ ନିହତ
ଜେରୁଜେଲମ,୩୧।୧୦: ଉତ୍ତର ଗାଜା ଷ୍ଟ୍ରିପରେ ଗ୍ରାଉଣ୍ଡ ଅପରେସନ ସହିତ ଇସ୍ରାଏଲ ସେନା ଏୟାର ଷ୍ଟ୍ରାଇକ ବୃଦ୍ଧି କରିଛି। ଇସ୍ରାଏଲ ସେନା ଟ୍ୟାଙ୍କ ଏବଂ ସଶସ୍ତ୍ର ଯାନ ସହିତ ଗାଜାର ମୁଖ୍ୟ ରାସ୍ତା ଏବଂ ରଣନୈତିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ଆକ୍ରମଣ ଜୋରଦାର କରିଛନ୍ତି।…
ଯୁଦ୍ଧବିରତି ପାଇଁ ରାଜି ନୁହେଁ ନେତାନ୍ୟାହୁ, କହିଲେ ଏହା ଆତ୍ମସମର୍ପଣ ଭଳି କଥା ହେବ
ଜେରୁଜେଲମ,୩୧।୧୦: ଗତ କିଛି ଦିନ ହେବ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି, ଯେଉଁଥିରେ ବର୍ତ୍ତମାନ ପର୍ଯ୍ୟନ୍ତ ୯ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏହି ସମୟରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ଯୁଦ୍ଧବିରତି ଉଲ୍ଲଂଘନ ସମ୍ପର୍କରେ ଦେଶର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।…
୭ ଉଇକେଟ୍ରେ ଆଫଗାନିସ୍ତାନ ବିଜୟୀ
ପୁଣେ,୩୦।୧୦: ପୁଣେସ୍ଥିତ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ସୋମବାର ଖେଳାଯାଉଥିବା ୨୦୨୩ କ୍ରିକେଟ ବିଶ୍ବକପ ୩୦ତମ ମ୍ୟାଚରେ ଆଫଗାନିସ୍ତାନ ୭ ଉଇକେଟ୍ରେ ଶ୍ରୀଲଙ୍କାକୁ ହରାଇ ବିଜୟୀ ହୋଇଛି। ଅଧିନାୟକ ହସମ୍ତୁଲ୍ଲା ଶାହିଦି ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା…
Archives


