ସ୍ତ୍ରୀଙ୍କ ସହ ଶାଶୁ-ଶ୍ୱଶୁରଙ୍କୁ କଟୁରିରେ ଆକ୍ରମଣ କଲେ ଜ୍ୱାଇଁ, ରକ୍ତ ଜୁଡୁବୁଡୁ ଅବସ୍ଥାରେ…
ବାଙ୍କୀ,୫ା୧୧(ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ ଥାନା ଅନ୍ତର୍ଗତ ଶିଶୁଆ ଗ୍ରାମରେ ବୁଧବାର ଘଟିଛି ଏକ ଅଭାବନୀୟ ଘଟଣା କାଣ୍ଡ। ଜ୍ବାଇଁଙ୍କ ଆକ୍ରମଣରେ ଶାଶୁ-ଶ୍ୱଶୁର ଏବଂ ସ୍ତ୍ରୀ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଅନ୍ୟପକ୍ଷରେ ଜ୍ବାଇଁଙ୍କୁ ବି ପୋଲିସ ଗିରଫ କରିଛି।…
ବିସିସିଆଇର ‘ଭେଦଭାବ’! ଭାରତୀୟ ପୁରୁଷ କ୍ରିକେଟର୍ ପାଆନ୍ତି ୭ କୋଟି, ମହିଳା ମାତ୍ର ଏତିକି…
ନୂଆଦିଲ୍ଲୀ,୫।୧୧: ଭାରତୀୟ ମହିଳା କ୍ରିକେଟ ଦଳ ବିଶ୍ୱକପ ଜିତି ଯେଉଁ ଇତିହାସ ସୃଷ୍ଟି କରିଛି ତାହା ଦୀର୍ଘ ଦିନ ପର୍ଯ୍ୟନ୍ତ ପ୍ରତିଧ୍ୱନିତ ହେବ। ଏହି ବିଜୟ କେବଳ ଏକ ଟ୍ରଫି ନୁହେଁ; ଏହା ଦଶନ୍ଧି ଧରି ସଂଘର୍ଷ, ଦୃଢ଼ତା ଏବଂ ନିଜକୁ…
ଏମିତି କ’ଣ କଲେ ହାର୍ଦ୍ଦିକଙ୍କ ଗର୍ଲଫ୍ରେଣ୍ଡ? ଯାହାକୁ ନେଇ ଏବେ ହେଉଛି ଖୁବ ଚର୍ଚ୍ଚା
ନୂଆଦିଲ୍ଲୀ,୫।୧୧: ଭାରତୀୟ କ୍ରିକେଟ ଦଳର ଷ୍ଟାର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଆଘାତ ଯୋଗୁ ଖେଳରୁ ଦୂରରେ ଅଛନ୍ତି। ପାଣ୍ଡ୍ୟା ବର୍ତ୍ତମାନ ତାଙ୍କ ପ୍ରେମିକା ମାହିକା ଶର୍ମାଙ୍କ ସହ ସମୟ ବିତାଉଛନ୍ତି। ହାର୍ଦ୍ଦିକ ତାଙ୍କ ଜନ୍ମଦିନରେ ତାଙ୍କ ସହ ଏକ ଫଟୋ ଶେୟାର…
‘କାହିଁକି କେବେ ଫାଟୁ ନାହିଁ ରାହୁଲଙ୍କ ଆଟମ ବମ’, ଭାଜପାର କଡ଼ା ଟାର୍ଗେଟ
ନୂଆଦିଲ୍ଲୀ,୫।୧୧: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ପୁଣି ଥରେ ନିର୍ବାଚନ କମିଶନଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ ବୁଧବାର (ନଭେମ୍ବର ୫) ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି ଯେ ହରିୟାଣା ନିର୍ବାଚନ ସମୟରେ ଭୋଟର ତାଲିକାରେ ଜାଲିଆତି…
୧୧ଟି କମ୍ପାନୀର ମାଲିକ ବିରାଟ କୋହଲି, କ୍ରିକେଟ ଠାରୁ ଏଠାରୁ ହୁଏ ଅଧିକ ରୋଜଗାର!
ନୂଆଦିଲ୍ଲୀ,୫।୧୧: ନଭେମ୍ବର ୫ରେ ୩୭ ବର୍ଷ ବୟସରେ ପଦାର୍ପଣ କରିଥିବା ବିରାଟ କୋହଲି ତାଙ୍କର ଅକ୍ଳାନ୍ତ କଠିନ ପରିଶ୍ରମ ଏବଂ ସମର୍ପଣ ସହିତ ଲକ୍ଷ ଲକ୍ଷ ଲୋକଙ୍କୁ ଅନୁପ୍ରାଣିତ କରିଆସୁଛନ୍ତି, ଯାହା ତାଙ୍କୁ ସର୍ବକାଳୀନ ସବୁଠାରୁ ସଫଳ ଅନ୍ତର୍ଜାତୀୟ କ୍ରିକେଟରମାନଙ୍କ ମଧ୍ୟରୁ…
ଡିଜେରେ ଦୁଲୁକିଲା ଘର, ଚାଲିଗଲା ବାପାଙ୍କ ଜୀବନ, ଏମିତି ଅଭିଯୋଗ ଆଣି ଦେବୀ ରଥଙ୍କ ପୁଅ କହିଲେ…
ପାରାଦୀପ,୫ା୧୧: ଯାତ୍ରା କଳାକାର ଦେବୀ ରଥଙ୍କ ମୃତ୍ୟୁକୁ ନେଇ ପୁଅ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ପାରାଦୀପ ଗଡ଼ରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶୋଭାଯାତ୍ରା ହେଉଥିଲା। ଯେଉଁଥିରେ କି ଆମ ଘର ଦୁଲୁକିଥିଲା। କାହାକୁ କହିଲେ ବି କେହି…
ପଥର ସନ୍ଧିରେ ମହିଳାଙ୍କ ଜୀବନ: ଉଦ୍ଧାର ପାଇଁ ଲାଗିଛି ବନବିଭାଗ
ସମ୍ବଲପୁର,୫।୧୧:ପାହାଡ଼ ମଝିରେ ପଥର ଭିତରେ ଫସିଲେ ଜଣେ ମହିଳା। ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଯୁଯୁମୁରା ବ୍ଲକ ଭଣ୍ଡାରୀମାଲ ପାହାଡ଼ରେ। ପୂର୍ଣ୍ଣିମାରେ ମନ୍ଦିର ଦର୍ଶନ ପାଇଁ ଯିବା ବେଳେ ସଂକୀର୍ଣ୍ଣ ଗୁମ୍ଫାରେ ଫସିଯାଇଛନ୍ତି। ମହିଳାଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ…
ଭୁବନେଶ୍ୱରର ଏହି ମେଡିକାଲରେ ନର୍ସଙ୍କୁ ଯୌନ ନିର୍ଯାତନା ଅଭିଯୋଗ: ମେଡିକାଲ ଆସିଷ୍ଟାଣ୍ଟଙ୍କ ବିରୋଧରେ ଏତଲା
ଭୁବନେଶ୍ୱର,୫।୧୧: ରାଜଧାନୀର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ଘରୋଇ ନର୍ସିଂହୋମରେ ଜଣେ ବରିଷ୍ଠ ଷ୍ଟାଫ୍ ନର୍ସଙ୍କୁ କାର୍ଯ୍ୟସ୍ଥଳରେ ଯୌନ ଉତ୍ପୀଡ଼ନ, ବଳାତ୍କାର ଧମକ ଏବଂ ମାନସିକ ନିର୍ଯାତନା ଦିଆଯାଇଥିବା ଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗତ ଅକ୍ଟୋବର ୨୫…
ରିଙ୍କୁ ସିଂହଙ୍କୁ ଏମିତି ପ୍ରଶ୍ନ ପଚାରିଦେଲେ ଶାହାରୁଖ, ଉତ୍ତରକୁ ଚାତକ ଭଳି ଅପେକ୍ଷା ରଖିଛନ୍ତି ପ୍ରଶଂସକ
ନୂଆଦିଲ୍ଲୀ,୫।୧୧: ବଲିଉଡ ସୁପରଷ୍ଟାର ଏବଂ କୋଲକାତା ନାଇଟ ରାଇଡର୍ସ (KKR)ର ସହ-ମାଲିକ ଶାହରୁଖ ଖାନ ନଭେମ୍ବର ୨, ୨୦୨୫ ରେ ୬୦ ବର୍ଷ ବୟସରେ ପଦାର୍ପଣ କରିଥିଲେ। ତାଙ୍କୁ ସାରା ବିଶ୍ୱରୁ ଜନ୍ମଦିନର ଶୁଭେଚ୍ଛା ମିଳିଥିଲା। KKR ଷ୍ଟାର ବ୍ୟାଟସମ୍ୟାନ ରିଙ୍କୁ…
ଠିକାକାମକୁ ନେଇ ଭାଜପାରେ ଗୋଷ୍ଠୀ ସଂଘର୍ଷ: ସରପଞ୍ଚଙ୍କ ସ୍ବାମୀଙ୍କୁ ମରଣାନ୍ତକ ଆକ୍ରମଣ
ଦିଗପହଣ୍ଡି,୫ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଅଧୀନ ବିଭିନ୍ନ ଗ୍ରାମରେ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଚାଲିଥିବା ଠିକାକାମକୁ ନେଇ ଦୀର୍ଘଦିନ ଧରି ଲାଗି ରହିଥିବା ବାଦବିବାଦ ହିଂସାକାଣ୍ଡରେ ପରିଣତ ହୋଇଛି। ଦିଗପହଣ୍ଡି ବିଧାୟକ ଡ.…
ମନ୍ଦିର ଦର୍ଶନ ସାରି ଫେରୁଥିଲେ,ପଥରରେ ପିଟିହେଲା ବାଇକ୍, ଚାଲିଗଲା ଜୀବନ
ଚିକିଟି,୫ା୧୧(ପ୍ରକାଶ ଚନ୍ଦ୍ର ସାହୁ): ଧାନଘରଠାରୁ ପ୍ରାୟ ୧୨ କିମି ଦୂର କେରାଣ୍ଡି ମାଳ ପର୍ବତ ଶିଖରେ ଅବସ୍ଥିତ ମା’ ବାଳକୁମାରୀ। ଘାଟିରେ ବୁଧବାର ବାଇକ୍ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତ ଜଣକ ହେଲେ ଶିବ…
କବାଡ଼ି ଖେଳାଳିଙ୍କୁ ଗୁଳି କରି ହତ୍ୟା, ନିଜକୁ ଦାୟୀ କଲା ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ
ଚଣ୍ଡିଗଡ଼,୫।୧୧: ପଞ୍ଜାବରେ କବାଡି ଖେଳାଳିଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଉଛି। ଗତକାଲି ବିଳମ୍ବିତ ରାତିରେ ଲୁଧିଆନା ଜିଲାର ସମରାଲା ବ୍ଲକ ଅନ୍ତର୍ଗତ ମାନକି ଗାଁରେ ଆଉ ଏକ ବଡ଼ ଘଟଣା ଘଟିଛି, ଯେଉଁଠାରେ ୨୩ ବର୍ଷୀୟ କବାଡି ଖେଳାଳି ଗୁରବିନ୍ଦର ସିଂହଙ୍କୁ…
Archives


