ମନକୁ ହାଲୁକା କରେ ପିକ୍ନିକ୍
ସାରା ବିଶ୍ୱରେ ଜୁନ୍ ୧୮ରେ ପାଳନ କରାଯାଉଛି ଇଣ୍ଟରନ୍ୟାଶନାଲ ପିକ୍ନିକ୍ ଡେ’ ବା ବିଶ୍ୱ ବଣଭୋଜି ଦିବସ। ଏହି ସ୍ବତନ୍ତ୍ର ଦିନରେ ଲୋକମାନେ ପିକ୍ନିକ୍ ମାଧ୍ୟମରେ ନିଜର ସାଙ୍ଗସାଥୀଙ୍କୁ ଭେଟିବାର ସୁଯୋଗ ପାଇଥାନ୍ତି। ଜଣେ ଅନ୍ୟ ଜଣଙ୍କ ସହ ସମୟ ଅତିବାହିତ…
ଶମ୍ବର ଶିକାର କରି କରୁଥିଲେ ମାଂସ ଚାଲାଣ: ମାଡ଼ି ବସିଲେ ରେଞ୍ଜ କର୍ମଚାରୀ
ନାକଟୀଦେଉଳ, ୧୭ା୬(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ଖଳାଶୁଣୀ ବନ୍ୟପ୍ରାଣୀ ଅଭୟାରଣ୍ୟରେ ଅବାଧରେ ଚାଲିଛି ବନ୍ୟପ୍ରାଣୀ ଶିକାର। ଶିକାରୀମାନେ ଯୋଜନାବଦ୍ଧଭାବେ ତାର ଓ ବାରୁଦ ଗୁଳା ବିଛାଇ ଶମ୍ବର ଓ ଅନ୍ୟାନ୍ୟ ବନ୍ୟପ୍ରାଣୀ ଶିକାର କରୁଛନ୍ତି। ଏଠାରୁ ଶମ୍ବର ଶିକାର କରି ବାଇକ…
ସିକିମ୍ରେ ଫସିଛନ୍ତି ଓଡ଼ିଆ ପର୍ଯ୍ୟଟକ: ଉଦ୍ଧାର ପାଇଁ ଲୋଡ଼ିଲେ ସରକାରଙ୍କ ସହାୟତା
ସୋନପୁର,୧୭।୬(ମୃତ୍ୟୁଞ୍ଜୟ ଶତପଥୀ): ଉତ୍ତର-ପୂର୍ବ ସିକିମ୍ ରାଜ୍ୟକୁ ପରିବାର ସହିତ ଖରାଛୁଟିରେ ବୁଲିବାକୁ ଯାଇଥିବା ସୁବର୍ଣ୍ଣପୁର ଜିଲାର ୪ ଜଣଙ୍କ ସମେତ ମୟୂରଭଞ୍ଜ ଜିଲାର ଅନ୍ୟ ପର୍ଯ୍ୟଟକ ୫ ଦିନ ହେଲା ରାସ୍ତା ଅବରୋଧ ପାଇଁ ଫସି ରହିଛନ୍ତି। ସିକିମ୍ର ରାଜଧାନୀ ଗ୍ୟାଙ୍ଗଟକରୁ…
କୃଷି ବିଭାଗ ଦାୟିତ୍ୱ ଗ୍ରହଣ କଲେ ଉପମୁଖ୍ୟମନ୍ତ୍ରୀ ସିଂଦେଓ
ଭୁବନେଶ୍ୱର, ୧୭।୬(ଅସମାପିକା ସାହୁ): ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ସୋମବାର ପୂର୍ବାହ୍ନରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ସେ କୃଷି ଭବନ ପରିଦର୍ଶନ କରିଛନ୍ତି। ବିଭାଗୀୟ ପ୍ରମୁଖ ଶାସନ ସଚିବ…
ସମ୍ବଲପୁର: ୨୧ରେ ଖୋଲିବ ସ୍କୁଲ
ସମ୍ବଲପୁର,୧୭।୬ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଆସନ୍ତା ୨୧ ତାରିଖରେ ସ୍କୁଲ ଖୋଲିବା ନେଇ ଭାରପ୍ରାପ୍ତ ଜିଲାପାଳ ସୁଚାରୁ ବଳ ସୂଚନା ଦେଇଛନ୍ତି । ପାଣିପାଗ ବିଭାଗ ପକ୍ଷରୁ ଚଳିତ ବର୍ଷ ଆଗୁଆ ମୌସୁମୀ ପ୍ରବେଶ ନେଇ ପୂର୍ବନୁମାନ କରିଥିଲା…
ସାବୁନ୍, ସାମ୍ପୁ ସମେତ ଏହି ସବୁ ଜିନିଷ ହେଲା ମହଙ୍ଗା
ନୂଆଦିଲ୍ଲୀ,୧୭।୬: ଗ୍ରାହକଙ୍କୁ ମହଙ୍ଗା ମାଡରୁ କୌଣସି ଆଶ୍ୱସ୍ତି ମିଳୁନାହିଁ। ପନିପରିବା ଏବଂ ଡାଲିର ମୂଲ୍ୟ ବୃଦ୍ଧି ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଉଥିଲା। କିନ୍ତୁ ଏବେ ଏଫଏମସିଜି କମ୍ପାନୀଗୁଡିକ ସାଧାରଣ ଲୋକଙ୍କୁ ଆଉ ଏକ ଝଟକା ଦେଇଛନ୍ତି। ଗତ ୨ରୁ ୩ମାସ ମଧ୍ୟରେ,…
ସରିଲା ଖରା ଛୁଟି: କଳାହାଣ୍ଡିରେ ଖୋଲିବ ସ୍କୁଲ
ଭବାନୀପାଟଣା,୧୭।୬(ଉତ୍ତମ କୁମାର ଦାଶ): ସରିଲା ଖରା ଛୁଟି। ମଙ୍ଗଳବାରଠାରୁ କଳାହାଣ୍ଡି ଜିଲାରେ ଖୋଲିବ ସ୍କୁଲ। ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ଚାଲୁ ରହିବ ପାଠ ପଢା। ଏନେଇ କଳାହାଣ୍ଡି ଜିଲା ଶିକ୍ଷା ଅଧିକାରୀ ସୁଶାନ୍ତ ଚୋପଦାର ସୂଚନା ଦେଇଛନ୍ତି।
ଏହି ସବୁ ଜିଲାରେ ଆସନ୍ତାକାଲିଠୁ ସକାଳୁଆ ସ୍କୁଲ
ଭୁବନେଶ୍ୱର,୧୭।୬: ଖରାକୁ ଦୃଷ୍ଟିରେ ରଖି ସମଗ୍ର ରାଜ୍ୟରେ ଆସନ୍ତାକାଲି ସ୍କୁଲ ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାର ବଦଳାଇଛନ୍ତି । ସ୍କୁଲ ଖୋଲିବା ନିଷ୍ପତ୍ତି ଏବେ ଜିଲାପାଳ ନେବେ। ତେବେ ଅନେକ ଜିଲାରେ ଆସନ୍ତାକାଲି ଅର୍ଥାତ୍ ୧୮ ତାରିଖରେ ସ୍କୁଲ ଖୋଲୁଥିବା ବେଳେ…
ପାଠ୍ୟପୁସ୍ତକରେ ଉଭୟ ଭାରତ ଓ ଇଣ୍ଡିଆ ଶବ୍ଦ ବ୍ୟବହାର କରାଯିବ: ଏନ୍ସିଇଆର୍ଟି
ନୂଆଦିଲ୍ଲୀ,୧୭।୬: ଜାତୀୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ(ଏନ୍ସିଇଆର୍ଟି) ପାଠ୍ୟପୁସ୍ତକଗୁଡ଼ିକରେ ଦେଶର ନାଁ ଉଭୟ ଭାରତ ଏବଂ ଇଣ୍ଡିଆ ବ୍ୟବହାର କରାଯିବ। ଏନ୍ସିଇଆର୍ଟି ଅଧ୍ୟକ୍ଷ ଦୀନେଶ ପ୍ରସାଦ ସାକ୍ଲାନି ଏକ ଗଣମାଧ୍ୟମକୁ ସାକ୍ଷାତ୍କାର ଦେବା ଅବସରରେ ଏହି ସୂଚନା ଦେଇଛନ୍ତି। ସବୁ…
ପାରମ୍ପରିକ ବାଦ୍ୟ, ନୃତ୍ୟରେ ନବ ନିର୍ବାଚିତ ଏମ୍ପିଙ୍କୁ ପାଛୋଟିନେଲେ
ରାଇକିଆ,୧୭।୬(ପ୍ରଦୀପ ବେହେରା): କନ୍ଧମାଳ ନବ ନିର୍ବାଚିତ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ କନ୍ଧମାଳ ଗସ୍ତ ଅବସରରେ ରାଇକିଆଠାରେ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ବେରେଡାକିଆ ଛକଠାରୁ ପାରମ୍ପରିକ ବାଦ୍ୟ ଓ ନୃତ୍ୟ ସହ ସ୍ବାଗତ କରି ପାଛୋଡି ନିଆଯାଇଥିଲା। ଶୋଭାଯାତ୍ରା ବସ୍ଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇ…
କେନ୍ଦୁଝରରେ ସକାଳୁଆ ସ୍କୁଲ: ଜିଲାପାଳ
କେନ୍ଦୁଝର,୧୭।୬(ନରେଶ ଚନ୍ଦ୍ର ପଟ୍ଟନାୟକ): ମଙ୍ଗଳବାର କେନ୍ଦୁଝର ଜିଲାରେ ସମସ୍ତ ସ୍କୁଲ ଖୋଲିବ। ଖରା ଦିନ ଛୁଟି ପରେ ସ୍କୁଲ ଖୋଲୁ ଥିବାରୁ ପିଲାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। ତେବେ ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ଯୋଗୁ ଅଭିଭାବକ ଚିନ୍ତାରେ ରହିଛନ୍ତି।…
ବରଗଡ଼ରେ ୨୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି
ବରଗଡ଼,୧୭।୬(ପ୍ରେମାନନ୍ଦ ଖମାରୀ)): ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳି ଜାରି ରହିଥିବା ଯୋଗୁ ବରଗଡ ଜିଲା ସ୍କୁଲଗୁଡ଼ିକରେ ଖରାଛୁଟିକୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି। ଜିଲାପାଳ ଆଦିତ୍ୟ ଗୋୟଲଙ୍କ ନିର୍ଦ୍ଦେଶ କ୍ରମେ ଜିଲା ଶିକ୍ଷା ବିଭାଗ ଏଭଳି ନିଷ୍ପତ୍ତି ନେଇଛି।…
Archives


