Home Left

ଯାଜପୁରରେ ସାନି ମତଦାନ ପୂର୍ବରୁ ନିର୍ବାଚନୀ ହିଂସା: ଭୁଜାଲିରେ ଆକ୍ରମଣ, ଜଣେ ଗୁରୁତର

ଯାଜପୁର ଅଫିସ,୧୯।୫- ବିଞ୍ଝାରପୁର ନିର୍ବାଚନମଣ୍ଡଳୀର ୧୩୫ ନଂ ବୁଥ୍‌ କଲ୍ୟାଣପୁରଠାରେ ରବିବାର ସାନି ମତଦାନ ହେବା ପୂର୍ବରୁ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଶନିବାର ବିଳମ୍ବିତ ରାତିରେ ଏହି ରାଜନୈତିକ ହିଂସାରେ ରଞ୍ଜିତ ଦାସ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।…

ସାଧାରଣ ନ ଥିଲା ମୋଦି ଧ୍ୟାନ କରୁଥିବା ଗୁମ୍ଫା: ଏହାସହ ସଂଲଗ୍ନ ଥିଲା ଶୌଚାଗାର, ସିସିଟିଭି

ଡେରାଡୁନ,୧୯।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନିର୍ବାଚନ ପ୍ରଚାର କାର୍ଯ୍ୟ ଶେଷ କରି ଶନିବାର ବାହାରିଥିଲେ କେଦାରନାଥ ଦର୍ଶନରେ। ସେଠାରେ ସେ ଏକ ଗୁମ୍ଫାରେ ଧ୍ୟାନ କରିବାର ଖବର ସବୁଠି ପ୍ରକାଶ ପାଇଥିଲା। ହେଲେ ମୋଦି ଯେଉଁ ଗୁମ୍ଫାରେ ଧ୍ୟାନ କରୁଥିଲେ…

ବିରିୟାନୀ ପାଇଁ ବିବାହ ଭୋଜି ପାଲଟିଲା ରଣକ୍ଷେତ୍ର

ବିଶାଖାପଟ୍ଟନମ୍‌,୧୯।୫: ଆନ୍ଧ୍ରପ୍ରଦେଶ ପଶ୍ଚିମ ଗୋଦାବରୀ ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ବିରିୟାନୀ ପରସାକୁ କେନ୍ଦ୍ର କରି ବର ପକ୍ଷ ଏବଂ କନ୍ୟା ଘର ସଦସ୍ୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଏହି ଘଟଣାରେ ୧୨ ଜଣ ଆହତ ହୋଇଥିବା କୁହାଯାଉଛି।…

ଯୌତୁକରେ ମିଳିଲାନି ସ୍କର୍ପିଓ: ଅଧା ବିବାହରୁ ବର ଫେରାର

ଜୟପୁର,୧୯।୫: ରାଜସ୍ଥାନ ବାରାଂ ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ବରଙ୍କୁ କନ୍ୟା ପକ୍ଷ ସ୍କର୍ପିଓ ଗାଡ଼ି ଦେବାକୁ ମନା କରିବାରୁ ଅଧା ବିବାହରୁ ସେ ବେଦୀରୁ ଫେରାର ହୋଇଯାଇଛନ୍ତି। ସ୍ଥାନୀୟ ହରନାବଦାଶାହଜୀ ଥାନା ଅନ୍ତର୍ଗତ ଦିଗୋଦ ଜାଗିର…

ବ୍ୟକ୍ତିତ୍ୱ: ଜାଭେଦ ଅଖତର; ଭାରତୀୟ ଗୀତି ସାହିତ୍ୟରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ତାଙ୍କ ନାମ

ଜାଭେଦ ଅଖତର କହିଲେ ହୁଏତ ଆମ ଆଖିରେ ଜଣେ ସୁପରହିଟ୍‌ ଗୀତର ଗୀତିକାରଙ୍କ ଚେହେରା ନାଚି ଉଠିପାରେ। ମାତ୍ର ଜାଭେଦ ଅଖତରଙ୍କ ପରିଚୟ ସେତିକିରେ ସୀମିତ ନୁହେଁ। ଭାରତୀୟ ଗୀତି ସାହିତ୍ୟ କ୍ଷେତ୍ରରେ ତାଙ୍କ ନାମ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ। ଲାବା, ଇନ୍‌…

ଫନୀ ପ୍ରକୋପରେ ବିବର୍ଣ୍ଣ ଉପକୂଳ ଓଡ଼ିଶା: ବାରମ୍ବାର ଘଟୁଛି ପ୍ରାକୃତିକ ବିପର୍ଯ୍ୟୟ, କିପରି ଅଛି ବାତ୍ୟା ପରର ଜୀବନ

ଉପକୂଳ ଓଡ଼ିଶାରେ ଏମିତି କିଛି ଗାଁ ଅଛି, ଯେଉଁଠାରେ ଲୋକେ ବାରମ୍ବାର ବନ୍ୟାବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୁଅନ୍ତି । ପୁଣି ଅଣ୍ଟା ଭିଡି ଛିଡା ହୁଅନ୍ତି । ତେବେ କେମିତିଥାଏ ତାଙ୍କ ବାତ୍ୟା ପରର ଜୀବନ…. ଉପକୂଳ ଓଡ଼ିଶାରେ…

ଅଲଓ୍ବର ପୀଡ଼ିତାଙ୍କୁ ରାଜସ୍ଥାନ ପୋଲିସରେ ମିଳିବ ନିଯୁକ୍ତି

ଜୟପୁର,୧୯।୫: ରାଜସ୍ଥାନ ଅଲଓ୍ବର ପୀଡ଼ିତାଙ୍କୁ ପୋଲିସରେ ନିଯୁକ୍ତି ମିିଳିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଉଛି। କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୀଡ଼ିତାଙ୍କ ସହିତ ସାକ୍ଷାତ୍‌ କରି ଯିବା ପରେ ଏକ କନେଷ୍ଟବଳ ଦଳ ତାଙ୍କୁ ଭେଟିଥିଲେ। ପୀଡିତାଙ୍କ ଶିକ୍ଷାଗତ…

ବାତ୍ୟାରେ ଭାଙ୍ଗିଛି ଶହ ଶହ ନଡ଼ିଆ ଗଛ: ଶ୍ରୀମନ୍ଦିର ଲାଗି ଅଭାବ ପଡ଼ିପାରେ ପଇଡ଼

ପୁରୀ ଅଫିସ, ୧୯ା୫: ବାତ୍ୟାରେ ପୁରୀ ଜିଲାରେ ଲକ୍ଷାଧିକ ନଡ଼ିଆ ଗଛ ଭାଙ୍ଗିପଡ଼ିଛି। ଫଳରେ ଆଗାମୀ ଦିନରେ ନଡ଼ିଆ ଓ ପଇଡ଼ ଅଭାବ ପଡ଼ିପାରେ। ଶ୍ରୀମନ୍ଦିରରେ ଦୈନିକ ନୀତି ଲାଗି ଫୁଲ ଓ ତୁଳସୀ ପତ୍ର ପରେ ଏବେ ପଇଡ଼ ଅଭାବ…

ଭୋଟ ନ ଦେବାକୁ କହି ଭାଜପା କର୍ମକର୍ତ୍ତା ଦେଲେ ନୋଟ୍‌: ଆଙ୍ଗୁଠିରେ ଲଗାଇଲେ କାଳି

ଲକ୍ଷ୍ନୌ,୧୯ା୫: ଉତ୍ତରପ୍ରଦେଶ ଚନ୍ଦୋଲୀ ଲୋକ ସଭା ଆସନରେ ଅନ୍ତିମ ପର୍ଯ୍ୟାୟରେ ମତଦାନ ଜାରି ରହିଛି। ସ୍ଥାନୀୟ ତାରାଜୀବନପୁର ଗାଁରେ ଭାଜପା କର୍ମକର୍ତ୍ତା ପ୍ରତି ଭୋଟରଙ୍କୁ ୫ ଶହ ଟଙ୍କା ଦେଇ ମତଦାନରୁ ବିରତ ରହିବାକୁ କହିବା ସହିତ ସେମାନଙ୍କ ହାତରେ କାଳି…

ଚକାଫାଟିବାରୁ ଦୁର୍ଘଟଣା: ଡିଭାଇଡର ଡେଇଁ ଅନ୍ୟ କାର ସହ ପିଟିହେଲା ଓ୍ବାଗ୍‌ନର, ୩ ଗୁରୁତର

ଭୁବନେଶ୍ୱର,୧୯।୫(ବ୍ୟୁରୋ)- ଶହୀଦନଗର ଥାନା ଅନ୍ତର୍ଗତ ଆଚାର୍ଯ୍ୟବିହାର ଓଭରବ୍ରିଜ୍‌ ଉପରେ ଶନିବାର ରାତି ପ୍ରାୟ ୯ଟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଚକା ଫାଟିଯିବାରୁ ଏକ ଓ୍ବାଗନର କାର (ଓଆର୦୨ବିଭି୯୦୦୮) ଭାରସ୍ୟାମ ହରାଇ ଡିଭାଇଡର ଡେଇଁ ଅନ୍ୟ ଏକ ଜୁପିଟର କାର (ଓଆର୦୨ବିଏ୬୩୯୯)କୁ…

ରାଜଧାନୀ ଓଭରବ୍ରିଜ୍‌ରେ ମାତିଲେ ଲୁଟେରା: ଅଧଘଣ୍ଟାରେ ସିରିଜ୍‌ ଲୁଟ୍‌; ଚେନ୍‌, ଭ୍ୟାନିଟି ଝାମ୍ପିନେଲେ;ଦୁଇ ମହିଳାଙ୍କ ମୁଣ୍ଡ ଫାଟିଲା

ଭୁବନେଶ୍ୱର, ୧୯।୫(ବ୍ୟୁରୋ)- ରାଜଧାନୀରେ ପୁଣି ସକ୍ରିୟ ହୋଇଉଠିଛି ଲୁଟେରା ଗ୍ୟାଙ୍ଗ୍‌। ଚନ୍ଦ୍ରଶେଖରପୁର ଥାନାଞ୍ଚଳରେ ହୋଇଥିବା ସିରିଜ ଲୁଟ୍‌ ମାମଲାରେ ପୋଲିସ ଏଯାଏ ଲୁଟେରାଙ୍କୁ ଠାବ କରିପାରି ନ ଥିବାବେଳେ ଶନିବାର ଅଧଘଣ୍ଟା ଭିତରେ ଜାତୀୟ ରାଜପଥରେ ଏକାଧିକ ଲୁଟ୍‌ ହୋଇଛି। ରସୁଲଗଡ ଓ…

ପ୍ରଧାନମନ୍ତ୍ରୀ ପ୍ରାର୍ଥୀ: ରାହୁଲଙ୍କୁ ଦେବେଗୌଡ଼ାଙ୍କ ସମର୍ଥନ

ନୂଆଦିଲ୍ଲୀ,୧୯ା୫: ଡିଏମ୍‌କେ ମୁଖ୍ୟ ଏମ୍‌.କେ. ଷ୍ଟାଲିନ୍‌ଙ୍କ ପରେ ଜେଡିଏସ୍‌ ସୁପ୍ରିମୋ ଦେବେଗୌଡା କଂଗ୍ରେସ ଅଧ୍ୟକ୍ଷ ରାହୁଲଙ୍କ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଶନିବାର ସମର୍ଥନ କରିଛନ୍ତି। ୮୭ତମ ଜନ୍ମଦିନରେ ସେ ଭେଙ୍କଟେଶ୍ୱର ମନ୍ଦିରରୁ ଫେରି ତିରୁମାଲାରେ ଖବରଦାତାଙ୍କ ସହ ଆଲୋଚନାବେଳେ ପ୍ରଧାନମନ୍ତ୍ରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri