Home Left

ମୋଦିଙ୍କ ବିଜୟ ଖୁସି: ହୋଟେଲରେ ୩ ଘଣ୍ଟା ମିଳିଲା ମାଗଣା ଜଳଖିଆ

ବିଳାସପୁର,୨୫।୫: ଛତିଶଗଡ଼ ବିଳାସପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଜୟରେ ଆନନ୍ଦିତ ହୋଇ ଜଣେ ଭାଜପା କର୍ମକର୍ତ୍ତା ଏକ ଜଳଖିଆ ଦୋକାନରେ ୩ ଘଣ୍ଟା ଖାଦ୍ୟ ସାମଗ୍ରୀ ଦେବାକୁ ଘୋଷଣା କରିଥିଲେ। ଏହି ସମୟ ମଧ୍ୟରେ ୨୦ ହଜାର ଟଙ୍କାର ଜଳଖିଆ ଲୋକେ…

ଋଣ ଭାର ସହି ନ ପାରି କୋଲ୍ଡ ଡ୍ରିଙ୍କସ୍‌ରେ ଜହର ମିଶାଇ ପିଇଲେ ପରିବାର ସଦସ୍ୟ: ୩ ଜଣଙ୍କ ମୃତ୍ୟୁ

ଭୋପାଳ,୨୫।୫: ଋଣ ଭାର ସହି ନ ପାରି ଜହର ମିଶା କୋଲ୍ଡ ଡ୍ରିଙ୍କସ୍‌ ପିଇ ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମଧ୍ୟପ୍ରଦେଶ ରଓ୍ବୋ ଜିଲା ଘୁମା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ଅଶୋକ ପ୍ରଜାପତି ନାମକ…

ଆସନ୍ତା ୩୧ ପର୍ଯ୍ୟନ୍ତ କେନ୍ଦୁଝର-ଭୁବନେଶ୍ୱର ଫାଷ୍ଟ ପାସେଞ୍ଜର ଟ୍ରେନ୍‌ ବାତିଲ

କେନ୍ଦୁଝର,୨୫।୫(ସ୍ବ.ପ୍ର.): ରେଳପଥ ଦୋହରିକରଣ ଲାଗି କେନ୍ଦୁଝର-ଭୁବନେଶ୍ୱର ଫାଷ୍ଟ ପାସେଞ୍ଜର ଟ୍ରେନ୍‌କୁ ଶନିବାରଠାରୁ ବାତିଲ କରାଯାଇଛି। ଏଥିସହ ଭୁବନେଶ୍ୱରରୁ କେନ୍ଦୁଝର ଫାଷ୍ଟ ପାସେଞ୍ଜର ଟ୍ରେନ୍‌ ମଧ୍ୟ ବାତିଲ ହୋଇଥିବା ଜଣାପଡ଼ିଛି। ଏହା ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବାତିଲ ରହିବ ବୋଲି ପୂର୍ବତଟ…

ବାତ୍ୟା ଫନୀ ପ୍ରଭାବ: କାକଟପୁର ଶିକ୍ଷା ବିଭାଗର ୧ କୋଟି ଟଙ୍କାର କ୍ଷତି ହୋଇଥିବା ଆକଳନ, ଖୁବ୍‌ଶୀଘ୍ର ମରାମତି କାର୍ଯ୍ୟ କରାଯିବାକୁ ଦାବି

କାକଟପୁର,୨୫।୫(ଡି.ଏନ୍‌.ଏ.): ସାମୁଦ୍ରିକ ବାତ୍ୟା ‘ଫନୀ’ ପ୍ରଭାବରେ କାକଟପୁର ବ୍ଲକ ଶିକ୍ଷା ବିଭାଗର ପ୍ରାୟ ୧ କୋଟି ଟଙ୍କାର କ୍ଷତି ଘଟିଥିବା ବ୍ଲକ ଶିକ୍ଷାଧିକାରୀ ଶାନ୍ତନୁ କୁମାର ପରିଡ଼ା ସୂଚନା ଦେଇଛନ୍ତି। ବ୍ଲକ ଅଧୀନରେ ଥିବା ମୋଟ ୧୫୬ ପ୍ରାଥମିକ, ଉଚ୍ଚ ପ୍ରାଥମିକ,…

ହଂସପାଳ ଛକରେ ଦୁର୍ଘଟଣା: ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ସାଇକେଲ ଆରୋହୀ ମୃତ

ବାଲିଅନ୍ତା, ୨୫ା୫(ଡି.ଏନ୍‌.ଏ.): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ହଂସପାଳ ଛକରେ ଶନିବାର ଭୋର ସମୟରେ ଏକ ଦୁର୍ଘଟଣା ଘଟିଛି। ସୋୟାବିନ୍‌ ବଡ଼ି ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌(ନଂ.ଓଡି୦୭ଡି୬୬୮୨) ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସ୍ଥାନୀୟ ହଂସପାଳ…

ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ଶାହରୁଖ

ମୁମ୍ବାଇ: ଚଳିତ ନିର୍ବାଚନରେ ବାଜିମାତ କରିଛି ଭାଜପା। ପୂର୍ଣ୍ଣ ବହୁମତ ସହ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ ନରେନ୍ଦ୍ର ମୋଦି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରଠାରୁ ମୋଦିଙ୍କ ନିକଟକୁ ଦେଶ ତଥା ବିଦେଶର ବହୁ ମାନ୍ୟଗଣ…

ଓୟୁଏଟି ପ୍ରବେଶିକା ପରୀକ୍ଷାରେ ନକଲି ପରୀକ୍ଷାର୍ଥୀ ମାମଲା: ୪ ଅଭିଯୁକ୍ତଙ୍କୁ ୨ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଓୟୁଏଟି ପ୍ରବେଶିକା ପରୀକ୍ଷାରେ ନକଲି ପରୀକ୍ଷାର୍ଥୀ ଧରାପଡ଼ିବା ପରେ ଏହା ପଛରେ ଏକ ବଡ଼ ର଼୍ୟାକେଟ୍‌ କାମ କରୁଥିବା ପୋଲିସ ଜାଣିବାକୁ ପାଇଥିଲା। ଏ ନେଇ ଅଧିକ ଖୋଳତାଡ଼ କରିବା ଲାଗି ଗିରଫ ୪ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡ…

ଝାରସୁଗୁଡ଼ାରୁ ଭୁବନେଶ୍ୱର, ରାୟପୁରକୁ ଉଡ଼ିବ ବିମାନ

ଭୁବନେଶ୍ୱର, ୨୫।୫(ବ୍ୟୁରୋ): ଜୁନ୍‌ ୧ ତାରିଖରୁ ଝାରସୁଗୁଡ଼ାରୁ ଭୁବନେଶ୍ୱର ଓ ରାୟପୁରକୁ ବିମାନ ଉଡିବ। ଉଡ଼ାଣ ୩ ଯୋଜନାରେ ଆଲିଆନ୍ସ ଏୟାର ଉଡ଼ାଣ କରିବ। ଏ ନେଇ ନିର୍ଦ୍ଦେଶକ ଏସ୍‌. କେ. ଚୌହ୍ବାନ ସୂଚନା ଦେଇଛନ୍ତି।

ମୋଦିଙ୍କ ଦ୍ୱିତୀୟ ଇନିଂସ୍‌ରେ ଭୟଭୀତ ଦାଉଦ୍‌: ଆଇଏସ୍‌ଆଇ ସହିତ ବୈଠକ

ଇସଲାମାବାଦ୍‌,୨୫।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ଇନିଂସ୍‌ରେ ଅଣ୍ଡରଓ୍ବାଲ୍ଡ୍‌ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ ବେଶ୍‌ ଭୟଭୀତ ହୋଇଯାଇଛନ୍ତି। ସେ ଭବିଷ୍ୟତ ଯୋଜନା ସମ୍ପର୍କରେ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହିତ ବୈଠକ କରିଥିବା କୁହାଯାଉଛି। ଭାରତୀୟ ଗୋଇନ୍ଦା ସଂସ୍ଥା ଆମେରିକା ତଥା…

ଜୟଦେବ ଜେନା ଭାଜପାରେ ମିଶିବାକୁ ନେଇ ଚର୍ଚ୍ଚା

ହାଟଡ଼ିହୀ, ୨୫।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ତଥା ପିସିସି ସଭାପତି ଜୟଦେବ ଜେନା ଭାଜପାରେ ମିଶିବେ ବୋଲି ଚର୍ଚ୍ଚା ହେଉଛି। ଜୟଦେବଙ୍କ ଘର ହାଟଡ଼ିହୀ ବ୍ଲକ ମରୈଗାଁ ପଞ୍ଚାୟତ ଶଙ୍ଖଣା ଗ୍ରାମରେ। ହାଟଡ଼ିହୀ ଏବଂ ଆନନ୍ଦପୁର ଅଞ୍ଚଳରେ…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଗାଇଚରାଳିଙ୍କ ମୃତ୍ୟୁ

କେସିଙ୍ଗା, ୨୫।୫: କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ସୁକୁନାଭଟା ଗ୍ରାମରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଶନିବାର ସକାଳେ ଜଣେ ଗାଇଚରାଳିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ବୈଶିଷ୍ଠ ବାଗ(୫୦)। ପ୍ରକାଶ ଯେ, ସୁକୁନାଭଟା ଗ୍ରାମ ନିକଟ…

୧୫ କେଜି ବାର୍‌ହା ମାଂସ ଜବତ: ୧ ଗିରଫ, ୩ ଫେରାର

ଓଡ଼ଗାଁ, ୨୫ା୫(ସ୍ବ.ପ୍ର.): ନୟାଗଡ ବନଖଣ୍ଡ ଏବଂ ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ଗୋଚ୍ଛା ସଂରକ୍ଷିତ ଜଙ୍ଗଲ ସନ୍ନିକଟ ହଳନ୍ଦାପଲ୍ଲୀ ଗ୍ରାମ ନିକଟରୁ ଶନିବାର ସକାଳେ ବନ ବିଭାଗ ୧୫ କେଜି ବାର୍‌ହା ମାଂସ ଜବତ କରିଛି। ଏହି କାରବାରରେ ସମ୍ପୃକ୍ତ ଜଣଙ୍କୁ ପୋଲିସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri