Home Left

ଶିକ୍ଷକଙ୍କ ଡଷ୍ଟର ମାଡ଼ରେ ଛାତ୍ରଙ୍କ ପଞ୍ଜରା ହାଡ଼ ଫାଟିଲା, ଦଶପଲ୍ଲା ଥାନାରେ ମାମଲା

ଦଶପଲ୍ଲା,୨୨ା୯(ଡି.ଏନ.ଏ.)-ନୟାଗଡ ଜିଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଖମାରସାହି ନୋଡାଲ ହାଇସ୍କୁଲରେ ଜନୈକ ଶିକ୍ଷକଙ୍କ ଡଷ୍ଟର ମାଡ଼ରେ ଜଣେ ନବମ ଶ୍ରେଣୀ ଛାତ୍ର ଆହତ ହୋଇଛନ୍ତି। ଏଥିନେଇ ତାଙ୍କ ବାପା ଦଶପଲ୍ଲା ଥାନାରେ ଅଭିଯୋଗ କରିଛନ୍ତି। ଥାନାରେ ନଂ.୧୧୪/୧୯ରେ ମାମଲା ରୁଜୁ ହୋଇ…

ଓଡ଼ିଶା ଲୋକାୟୁକ୍ତ ଅଧିନିୟମ ସଚେତନତା ବୈଠକ: ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ଅଭିଯୋଗ ପାଇଁ ଆହ୍ବାନ

ଅନୁଗୋଳ ଅଫିସ, ୨୨।୯ – ସମାଜର ପ୍ରତ୍ୟେକ ସ୍ତରରୁ ଦୁର୍ନୀତି ହଟାଇ ଲୋକମାନଙ୍କୁ ମୂଲ୍ୟବୋଧଭିତ୍ତିକ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ସରକାର ଓଡ଼ିଶା ଲୋକାୟୁକ୍ତ ଅଧିନିୟମ ୨୦୧୪କୁ ଗତବର୍ଷ ଜୁଲାଇ ୭ରେ କାର୍ଯ୍ୟକାରୀ କରିଛନ୍ତି। ଏହି ନୂତନ ଆଇନ ସମ୍ପର୍କରେ ଜନସଚେତନତା…

ସିମ୍ପାଞ୍ଜିକୁ ଜବତ କଲା ଇଡି

ନୂଆଦିଲ୍ଲୀ,୨୨ା୯(ପି.ଟି.): ବନ୍ୟଜନ୍ତୁ ଚୋରା କାରବାର କରୁଥିବା ପଶ୍ଚିମବଙ୍ଗର ଜଣେ ବ୍ୟକ୍ତିଙ୍କ ଘର ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଅଧିକାରୀମାନେ ଚଢ଼ାଉ କରି ୩ଟି ସିମ୍ପାଞ୍ଜି ଓ ଏକ ନିର୍ଦ୍ଦିଷ୍ଟ ପ୍ରଜାତିର ୪ଟି ମାଙ୍କଡ଼ ଜବତ କରିଛି। କୌଣସି ତଦନ୍ତକାରୀ ସଂସ୍ଥା ଜୀବଜନ୍ତୁ…

ନାଲ୍‌କୋ ବିଶ୍ୱକର୍ମା ପୂଜାର ୫ମ ସନ୍ଧ୍ୟା : ଲକ୍ଷାଧିକ ଲୋକଙ୍କ ସମାଗମ

ବଅଁରପାଳ,୨୨।୯(ଡି.ଏନ.ଏ) – ଅନୁଗୋଳ ଜିଲା ନାଲ୍‌କୋ ନଗରରେ ଚାଲିଥିବା ବିଶ୍ୱକର୍ମା ପୂଜାର ଶନିବାର ଥିଲା ୫ମ ସା। ନାଲ୍‌କୋରେ ପୂଜା ଆରମ୍ଭ କରିଥିବା ମୁଖ୍ୟ ପୂର୍ବତନ ମହାପ୍ରବନ୍ଧକ ପ୍ରଦୋଷ କୁମାର ମହାନ୍ତି ଅତିଥି ଭବେ ଯୋଗ ଦେଇଥିଲେ। ପୂଜା ଦେଖିବା ପାଇଁ…

ହାଉଡି ମୋଦି ପରେ ବାଣିଜ୍ୟ ଚୁକ୍ତି କରିପାରନ୍ତି ଟ୍ରମ୍ପ-ମୋଦି

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨-୯: ଆମେରିକାର ହ୍ୟୁଷ୍ଟନରେ ‘ହାଉଡି ମୋଦି’ କାର୍ଯ୍ୟକ୍ରମ ପରେ ଜାତିସଂଘ ସାଧାରଣ ପରିଷଦ ବୈଠକ ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଏକ ସୀମିତ ବାଣିଜ୍ୟ ଚୁକ୍ତି ହୋଇପାରେ। ଦୁଇ ଦେଶ ମଧ୍ୟରେ ଏନେଇ ଆଲୋଚନା…

ରାଜସ୍ବ ସମୀକ୍ଷା ବୈଠକ: ୨୩ରୁ ଚୋରା ବାଲି ଚାଲାଣ ରୋକିବାକୁ ଭିଡିଓଗ୍ରାଫି

ଛତ୍ରପୁର,୨୨ା୯(ଡି.ଏନ.ଏ.)- ଗଞ୍ଜାମ ଜିଲା ରାଜସ୍ବ ସମୀକ୍ଷା ବୈଠକ ଶନିବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ ା ବିଭିନ୍ନ ସମୟରେ ଲିଜ୍‌ ଦିଆଯାଇଥିବା ବାଲି ଘାଟରୁ ଅଧିକ ପରିମାଣ ବାଲି…

୧୧ ଡିଜିଟ୍‌ ହେବ ମୋବାଇଲ ନମ୍ବର

ନୂଆଦିଲ୍ଲୀ,୨୨-୯: ଟେଲିକମ୍‌ ଅଥରିଟି ଅଫ୍‌ ଇଣ୍ଡିଆ(ଟ୍ରାଇ) ଦେଶରେ ମୋବାଇଲ ନମ୍ବରକୁ ବର୍ତ୍ତମାନର ୧୦ ସ୍ଥାନରେ ୧୧ ଡିଜିଟ୍‌(ଅଙ୍କ) କରାଯିବା ନେଇ ପରାମର୍ଶ ଲୋଡିଛି। ଜନସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଟେଲିକମ୍‌ ସଂଯୋଗ ଚାହିଦା ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ବିକଳ୍ପ ଆପଣାଇବାକୁ…

ଥାନାର ଦ୍ୱାରସ୍ଥ ହୋଇ ନ ଥିବା ଗାଁ

କେନ୍ଦୁଝର, ୨୨ା୯ (ସ୍ବ.ପ୍ର.)-ବର୍ତ୍ତମାନ ସମୟରେ ବୃଦ୍ଧି ପାଉଥିବା ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ପୋଲିସର ସହାୟତା ସମସ୍ତେ ନେଇଥାନ୍ତି। କିନ୍ତୁ କେନ୍ଦୁଝର ଜିଲାରେ ଏଭଳି ଏକ ଗ୍ରାମ ରହିଛି ଯେଉଁଠି ଏବେ ସୁଦ୍ଧା ପୋଲିସର ସହାୟତା ନେଇନାହାନ୍ତି। କଥାଟା ଏକଦମ୍‌ ସତ।…

ନୂଆ ଟେକ୍ନୋଲୋଜିର ଫ୍ରିଜ ଆଣିବ ଭୋଲଟାସ୍‌

ଭୁବନେଶ୍ୱର,୨୨-୯: ଟାଟା ଗ୍ରୁପ କମ୍ପାନୀର ଫାର୍ମ ଭୋଲଟାସ ବେକୋ ପକ୍ଷରୁ ଶୀଘ୍ର ନୂଆ ଟେକ୍ନୋଲୋଜିଯୁକ୍ତ ଫ୍ରିଜ୍‌ ଡିସେମ୍ବରରେ ବଜାରକୁ ଆସିବ। ତୁର୍କୀ କମ୍ପାନୀ ଆର୍ସେଲିକ ସହ ମିଳିତ ହୋଇ କମ୍ପାନୀ ଏ ଦିଗରେ କାର୍ଯ୍ୟ କରୁଛି। ଏହା ଦ୍ୱାରା ସଦ୍ୟତମ ଡାଇରେକ୍ଟ…

କେବଳ ବାଣିଜ୍ୟ ନୁହେଁ ; ଗ୍ରାହକ ସମ୍ପର୍କକୁ ଦେଉ ପ୍ରାଥମିକତା

ଗ୍ରାହକଙ୍କ ରୁଚିରେ ଏବେ ପରିବର୍ତ୍ତନ ଆସଛି। ସେମାନେ ଏବେ ଗୁଣବତ୍ତା, ପ୍ରଡକ୍ଟ ସଲ୍ୟୁଶନ ଉପରେ ବିଶ୍ୱାସ କରୁଛନ୍ତି। ଇଲେକଟ୍ରୋନିକ୍ସ ପ୍ରଡକ୍ଟ ଯୋଗାଣ କ୍ଷେତ୍ରରେ ରାଜ୍ୟର ଏକ ଲୋକପ୍ରିୟ ବ୍ରାଣ୍ଡ ଭାବେ ପାତ୍ର ଇଲେକଟ୍ରୋନିକ୍ସ କାର୍ଯ୍ୟ କରୁଛି। ଏହାର ପ୍ରତିଷ୍ଠା ସହ ସଫଳ…

ଚିକିତ୍ସା ଲାଗି ଆସି ରୋଗୀ ହଇରାଣ: ଲମ୍ବାଧାଡ଼ିରେ ଦୀର୍ଘସମୟ ଠିଆ ହୋଇ ନିରାଶ ହେଲେ ରୋଗୀ

ବାରିପଦା ଅଫିସ,୨୨ା୯- ମୟୂରଭଞ୍ଜ ଜିଲାବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇଛି। ବିଭିନ୍ନ ସମୟରେ ରୋଗୀଙ୍କ ଭିଡ ଜମୁଥିବାରୁ ନାନା ସମସ୍ୟା ସୃଷ୍ଟି ହେଉଛି। ଶନିବାର ରୋଗୀଙ୍କ ରେଜିଷ୍ଟ୍ରଶନ ପାଇଁ ଉଦ୍ଦିଷ୍ଟ…

ଜିଲାପାଳ ତରବୋଡ ନବୋଦୟ ସ୍କୁଲ ବୁଲି ଦେଖିଲେ:କର୍ମଚାରୀଙ୍କ ସହ ବୈଠକ କଲେ

ନୂଆପଡା ଅଫିସ/ତରବୋଡ,୨୨।୯(ଡି.ଏନ.ଏ.) ନୂଆପଡା ଜିଲାର ଏକମାତ୍ର ତରବୋଡସ୍ଥିତ ନବୋଦୟ ବିଦ୍ୟାଳୟରେ ଅନେକ ସମସ୍ୟା ରହିଛି। ଏ ନେଇ ବିଭିନ୍ନ ସମୟରେ ଛାତ୍ରୀଛାତ୍ର ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଶନିବାର ଖୋଦ ଜିଲାପାଳ ଜିଲାସ୍ତରୀୟ ଅଧିକାରୀମାନଙ୍କୁ ନେଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri