Home Left

ଅନୁଷ୍କାଙ୍କୁ ବିବାହ ବାର୍ଷିକୀର ଉପହାର ଦେଲେ ବିରାଟ କୋହଲି

ମୁମ୍ବାଇ, ୧୨।୧୨: ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ତଥା ନିର୍ଣ୍ଣାୟକ ଟି-୨୦ ମ୍ୟାଚରେ ଭାରତ ୬୭ ରନରେ ୱେଷ୍ଟଇଣ୍ଡିଜକୁ ହରାଇ ତିନିମ୍ୟାଚ ବିଶିଷ୍ଟ ସିରିଜକୁ ୨-୧ରେ ହାତେଇଛି। ଏହି ମ୍ୟାଚରେ କ୍ୟାପଟେନ ବିରାଟ କୋହଲିଙ୍କ ସହିତ ରୋହିତ ଶର୍ମା ଏବଂ…

ଇଞ୍ଜେକଶନ୍‌ ନେଇ ଏକାଧିକ ରୋଗୀ ଅସୁସ୍ଥ

ପୁରୀ ଅଫିସ,୧୨।୧୨: ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ୱାର୍ଡରେ ବୁଧବାର ସକାଳେ ଇଞ୍ଜେକଶନ ନେବା ପରେ ଏକାଧିକ ରୋଗୀ ଅସୁସ୍ଥ ହୋଇପଡ଼ିଥିଲେ। ଇଞ୍ଜେକସନ୍‌ ନେବାର କିଛି ସମୟ ପରେ ରୋଗୀମାନଙ୍କ ମୁଣ୍ଡ ବୁଲାଇବା ସହ ସେମାନେ ବାନ୍ତି କରିଥିଲେ। ଜଣକ…

୬ ବର୍ଷ ହେବ ଗାଁରୁ ବାସନ୍ଦ ପରିବାର: ଅଭିଯୋଗସତ୍ତ୍ୱେ ପ୍ରଶାସନ ନୀରବ

ଗୋପ,୧୨।୧୨(ଡି.ଏନ.ଏ.): ଗୋପ ଥାନା ଅଧୀନ ଦେସ୍ଥଳୀ ଗ୍ରାମର ରାମଚନ୍ଦ୍ର ଦାସ (୭୨) ଜମିଜମା ବିବାଦ କାରଣକୁ ନେଇ ଗତ ଛଅ ବର୍ଷ ହେବ ସମ୍ପୂର୍ଣ୍ଣ ପରିବାରକୁ ବାସନ୍ଦ କରାଯାଇଛି। ଏ ନେଇ ଥାନାଠାରୁ ଆରମ୍ଭ କରି ଜିଲା ପ୍ରଶାସନ ପର୍ଯ୍ୟନ୍ତ ରାମଚନ୍ଦ୍ର…

ଲଘୁ ଖଣିଜ ଚୋରି ରୋକିବାକୁ ୧୦ ଜିଲାପାଳଙ୍କୁ ଚିଠି

କଟକ ଅଫିସ,୧୨।୧୨: କେନ୍ଦ୍ରାଞ୍ଚଳ ଅଧୀନ ୧୦ଟି ଜିଲାରେ ଆଖିବୁଜା ଲଘୁ ଖଣିଜଦ୍ରବ୍ୟ ଚୋରି ହେଉଛି। ଏହି ଚୋରିକୁ ରୋକିବା ପାଇଁ ଆର୍‌ଡିସି ଅନିଲ କୁମାର ସାମଲ ୧୦ ଜିଲାପାଳଙ୍କୁ ତାଗିଦ୍‌ କରିଛନ୍ତି। ବିଶେଷକରି ଉପଜିଲାପାଳ ଓ ତହସିଲଦାରମାନେ ଏଥିପ୍ରତି ଧ୍ୟାନ ଦେଉ…

ଏସ୍‌ସିବି ମେଡିକାଲରେ ଭିଜିଲାନ୍ସର ଖୋଳତାଡ: ୨୯୪ କର୍ମଚାରୀ ନିଯୁକ୍ତିକୁ ନେଇ ଅଡୁଆ ପରିସ୍ଥିତି

କଟକ ଅଫିସ,୧୨।୧୨: ଏସ୍‌ସିବି ମେଡିକାଲରେ ଏକ ଘରୋଇ ସଂସ୍ଥା ମାଧ୍ୟମରେ ୨୯୪ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏହି ନିଯୁକ୍ତିରେ ବ୍ୟାପକ ଜାଲିଆତି କରାଯାଇଥିବା ନେଇ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଲୋକାୟୁକ୍ତଙ୍କ ନିର୍ଦ୍ଦେଶକ୍ରମେ ଏହି ଘଟଣାର ତଦନ୍ତ ଏବେ…

ଶ୍ରୀସେତୁ ପାଇଁ ଚାଲିଛି ଏସ୍‌ଆଇଏ ସର୍ଭେ

ପୁରୀ ଅଫିସ,୧୨।୧୨: ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟସ୍ଥଳୀ କରିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଶ୍ରୀକ୍ଷେତ୍ରକୁ ଦେଶର ଶ୍ରେଷ୍ଠ ପର୍ଯ୍ୟଟନସ୍ଥଳୀ ଭାବେ ଠିଆ କରିବାକୁ ଦୀର୍ଘମିଆଦୀ ରୋଡ୍‌ ମ୍ୟାପ ପ୍ରସ୍ତୁତ କରିଛନ୍ତି। ଏଥିଲାଗି ଭିତ୍ତିଭୂମିର ବିକାଶ, କ୍ଷତିଗ୍ରସ୍ତଙ୍କୁ ଥଇଥାନ, ନୂଆ ବହୁଥାକିଆ ରାସ୍ତା,…

ମୋ ସରକାର ଅଧୀନକୁ ଆସିବ କୃଷି ବିଭାଗ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ମୋ ସରକାର କାର୍ଯ୍ୟକ୍ରମ ଅଧୀନକୁ ଗୁରୁବାର ଆସିବ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରେ ପୂର୍ବାହ୍ନ ୧୧ଟା ୪୫ରେ ଶୁଭାରମ୍ଭ କରିବେ। ଏହି କାର୍ଯ୍ୟକ୍ରମ ଲାଗୁ ହେବା ଦ୍ୱାରା କାଳିଆ ସମେତ…

କୁଜଙ୍ଗ ବଳାତ୍କାର ଘଟଣା: ୧୮ ସୁଦ୍ଧା ଅଭିଯୁକ୍ତ ଗିରଫ ନ ହେଲେ ରେଳରୋକୋ କରିବ ଭାଜପା

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ରାଜ୍ୟରେ ନାରୀ ନିର୍ଯାତନା, ମହିଳା ଓ ନାବାଳିକା ବଳାତ୍କାର ଭଳି ନିନ୍ଦନୀୟ ଘଟଣା ଦିନକୁ ଦିନ ବୃଦ୍ଧି ପାଇଚାଲିଛି। ରାଜ୍ୟର ବହୁଚର୍ଚ୍ଚିତ ବଳାତ୍କାର ଏବଂ ନିର୍ଯାତନା ଘଟଣାଗୁଡିକରେ ଶାସକ ଦଳର ସମ୍ପୃକ୍ତି ଥିବା ପ୍ରମାଣିତ ହୋଇଛି ବୋଲି ଭାଜପା ଅଭିଯୋଗ…

ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଆର୍‌ବିଆଇ ଗଭର୍ନର

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୁରୁବାର ରିଜର୍ଭ ବ୍ୟାଙ୍କ୍‌ ଗଭର୍ନର ଶକ୍ତିକାନ୍ତ ଦାସ ଲୋକସେବା ଭବନରେ ସାକ୍ଷାତ କରିବେ। ଏହି ବୈଠକ ସୌଜନ୍ୟମୂଳକ ବୋଲି କୁହାଯାଇଛି। ମୁଖ୍ୟମନ୍ତ୍ରୀ-ଗଭର୍ନରଙ୍କ ସାକ୍ଷାତ ସମୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଆର. ବାଲକ୍ରିଷ୍ଣନ, ମୁଖ୍ୟ ଶାସନ…

୧୩ରେ ବାଚସ୍ପତିଙ୍କ ପୁଣେ ଗସ୍ତ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ଓଡ଼ିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଡିସେମ୍ବର ୧୩ରେ ପୁନେ ଅଭିମୁଖେ ଯାତ୍ରା କରିବେ। ସେଠାରେ ପାତ୍ର ଏମ୍‌ଆଇଟି ସ୍କୁଲ୍‌ ଅଫ୍‌ ଗଭର୍ନମେଣ୍ଟଠାରେ ଆୟୋଜିତ ଆଦର୍ଶ ସଂସଦରେ ଅଧ୍ୟକ୍ଷତା କରିବେ। ୧୭ତାରିଖରେ ପାତ୍ର ଡେରାଡୁନ୍‌ରେ ପହଞ୍ଚତ୍ ଅଖିଳ ଭାରତୀୟ…

ଇଏ ମୋ ବୃତ୍ତି: ଏ କାର୍ତ୍ତିକ-ପ୍ରଭାତୀଙ୍କ ‘ରୁଟି’

କଟକ ଅଫିସ,୧୨।୧୨: ପେଟ ପୋଷେ ପରିଶ୍ରମ। ଭିନ୍ନ ଭିନ୍ନ ପ୍ରକାର ପରିଶ୍ରମକୁ ନେଇ ମଣିଷ ଏହାର ନାଁ ଦେଇଛି ବୃତ୍ତି। କୁଟୁମ୍ବ ପୋଷିବା ପାଇଁ ମଣିଷ ବାଧ୍ୟରେ ଏକ ବୃତ୍ତିରେ ବାନ୍ଧି ହୋଇ ରହେ। ସହରରେ ବୃତ୍ତିକୁ ଆବୋରି ବଞ୍ଚୁଥିବା ମଣିଷମାନଙ୍କ…

ବିଏମ୍‌ସି, ବିଡିଏ, ବିଏସ୍‌ସିଏଲ୍‌ର ଅଭିନବ ପଦକ୍ଷେପ: ବିନା ମୋଟରଯାନରେ କର୍ମଚାରୀ ଆସିବେ ଅଫିସ

ଭୁବନେଶ୍ୱର,୧୨।୧୨ (ବ୍ୟୁରୋ): ବିନା ମୋଟରଚାଳିତ ଯାନରେ ଅଫିସ ଆସିବେ କର୍ମଚାରୀ। ସୁସ୍ଥ ପରିବେଶ ସୃଷ୍ଟି ଓ ଦୀର୍ଘସ୍ଥାୟୀ ସ୍ମାର୍ଟସିଟି ଲକ୍ଷ୍ୟ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି), ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏବଂ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ପକ୍ଷରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri