Home Left

ଦାରିଙ୍ଗବାଡ଼ି ଶୀତ ମହୋତ୍ସବକୁ ରାଜ୍ୟସ୍ତରୀୟ କରିବା ପାଇଁ ପୁଣି ଉଠିଲା ଦାବି

ଦାରିଙ୍ଗବାଡ଼ି,୨୬ା୧୧(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିଠାରେ ଚଳିତ ଶୀତ ମହୋତ୍ସବ ପାଳନ ପାଇଁ ଦ୍ୱିତୀୟଥର ବ୍ଲକ ସଭାଗୃହଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶୀତ ମହୋତ୍ସବ ପାଳନ କମିଟିର ସମ୍ପାଦକ ତଥା ବିଡିଓ ପ୍ରୀତିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ମୁଖ୍ୟ...

ବାଲ୍ୟ ବିବାହ ରୋକିବାକୁ ଶପଥ ଗ୍ରହଣ

ଦାରିଙ୍ଗବାଡ଼ି,୨୬ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ପଞ୍ଚାୟତ କାର୍ଯ୍ୟାଳୟ ପରିସର ମଧ୍ୟରେ ଶିଶୁ ସୁରକ୍ଷା କମିଟିର ଟାସ୍କଫୋର୍ସ କମିଟିର ବୈଠକ କମିଟିର ଆବାହକ ତଥା ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶିଶୁଙ୍କ...

ଭଞ୍ଜ ଟ୍ରଫି-୨୦୨୫: ବିହାରକୁ ହରାଇ ଫାଇନାଲରେ ସୁନ୍ଦରଗଡ଼

ଭଞ୍ଜନଗର,୨୬ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଚାଲିଥିବା ଭଞ୍ଜ ଟ୍ରଫି-୨୦୨୫ ଫୁଟବଲ ଟୁର୍ନାମେଣ୍ଟର ପ୍ରଥମ ସେମି ଫାଇନାଲ ମ୍ୟାଚ୍‌ ବୁଧବାର ଅନୁଷ୍ଠିତ ହୋଇଥିଲା। ଏକ କଡ଼ା ମୁକାବିଲାରେ ସୁନ୍ଦରଗଡ଼ ଦୋସ୍ତି ବ୍ରଦରସ ବିହାର (ବକ୍ସର କାମାକ୍ଷା ସ୍ପୋର୍ଟସ...

ଡିସେମ୍ବର ୧ରୁ ଭକ୍ତଙ୍କ ପାଇଁ ଖୋଲିବ ପୁରୀ ଗୁଣ୍ଡିଚା ମନ୍ଦିର

ପୁରୀ,୨୬ା୧୧: ପୁରୀର ଶ୍ରୀ ଗୁଣ୍ଡିଚା ମନ୍ଦିର ଆସନ୍ତା ଡିସେମ୍ବର ୧ ତାରିଖରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ। ବୁଧବାର ପୁରୀ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ଏହି ସୂଚନା ଦେଇଛନ୍ତି। ପ୍ରଶାସନ ପକ୍ଷରୁ ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରୁ ଜବରଦଖଲ...

ଦେବାଶିଷଙ୍କ ବିସ୍ଫୋରକ ବୟାନ: କହିଲେ ନବୀନ ବାବୁ ମୋତେ ଫୋନ କରିଥିଲେ, କିନ୍ତୁ…

ଭୁବନେଶ୍ୱର,୨୬।୧୧: ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ବିସ୍ଫୋରକ ବୟାନ ଦେଇଛନ୍ତି। ଦେବାଶିଷ କହିଛନ୍ତି, ନବୀନ ବାବୁ ମୋତେ ଫୋନ କଲେ, ଗୃହରେ ଅନୁପସ୍ଥିତ ରହିବାକୁ କହିଥିଲେ। ମୁଁ ତାଙ୍କ ହିସାବରେ ଭୋଟ ଦେବାକୁ ଯାଇନଥିଲି। କିଛି ଲୋକ ନବୀନ ବାବୁଙ୍କୁ...

ବରଣମାଳା ପକାଉଥିଲେ କନ୍ୟା, ହଠାତ୍‌ ବେଦୀ ଉପରେ ଟଳିପଡ଼ିଲେ ବର, ଆଉ ତା’ ପରେ…

ଅମରାବତୀ,୨୬ା୧୧: ଆଖିରେ ଆଖିଏ ସ୍ବପ୍ନ ନେଇ ବିବାହ କରିବାକୁ ଆସିଥିଲେ ବର। ସାହାନାଇ ଶବ୍ଦରେ ପ୍ରତିଧ୍ୱନିତ୍ୱ ହେଉଥିଲା ବେଦୀ ଚାରି ପାଖ। ବନ୍ଧୁବାନ୍ଧବ ହସଖୁସିରେ ବିବାହ ଉତ୍ସବକୁ ଉପଭୋଗ କରୁଥିଲେ। ଠିକ୍‌ ଏହି ସମୟରେ ଘଟିଗଲା ଏକ ବଡ଼ ଅଘଟଣ।...

ଜେଲରେ ଇମ୍ରାନ ଖାନଙ୍କ ମୃତ୍ୟୁ ଗୁଜବ ଭାଇରାଲ; ଏକାନ୍ତ କାରାବାସ ଖବର ମଧ୍ୟରେ…

ନୂଆଦିଲ୍ଲୀ,୨୬ା୧୧: ବର୍ତ୍ତମାନ ରାୱଲପିଣ୍ଡି ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମୃତ୍ୟୁର ଅପୁଷ୍ଟ ଦାବିକୁ ନେଇ ସୋସିଆଲ ମିଡିଆରେ ବ୍ୟାପକ ଗୁଜବ ସୃଷ୍ଟି ହୋଇଛି। ପ୍ରଥମେ ‘ଆଫଗାନ ଟାଇମ୍ସ’ ନାମକ ଏକ ହ୍ୟାଣ୍ଡେଲ ସୂତ୍ରରୁ ଖବର ଦେଇଥିଲା...

ବାସ୍କେଟବଲ୍ ପୋଲ୍ ପଡ଼ି ୧୬ ବର୍ଷୀୟ ଜାତୀୟ ସ୍ତରର ଖେଳାଳିଙ୍କ ମୃତ୍ୟୁ, CCTVରେ କଏଦ ହେଲା ଦୁର୍ଘଟଣା

ନୂଆଦିଲ୍ଲୀ,୨୬ା୧୧: ହରିଆଣାର ରୋହତକରେ ଏକ ଅଭାବନୀୟ ଦୁର୍ଘଟଣାରେ ଜଣେ ୧୬ ବର୍ଷୀୟ ଜାତୀୟ ସ୍ତରର ବାସ୍କେଟବଲ୍ ଖେଳାଳିଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ଅଭ୍ୟାସ ସମୟରେ ବାସ୍କେଟବଲ୍ ହୁପ୍‌ର ଲୁହା ପୋଲ୍ ତାଙ୍କ ଉପରେ ପଡ଼ିଯିବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି।...

ଲ୍ୟାଣ୍ଡଫଲ ବେଳେ ଭୀଷଣ ବାତ୍ୟା ହୋଇ ତାଣ୍ଡବ ରଚିବ ସେନ୍ୟାର, ଓଡ଼ିଶାରେ କିଛି ଘଣ୍ଟା ମଧ୍ୟରେ…

ନୂଆଦିଲ୍ଲୀ,୨୬।୧୧: ଭାରତ ପାଣିପାଗ ବିଭାଗ (IMD) ବଡ଼ ଅପଡେଟ ଜାରି କରି କହିଛି ଯେ ମଲାକ୍କା ପ୍ରଣାଳୀ ଉପରେ ଥିବା ଗଭୀର ଡିପ୍ରେସନ ଏବେ ଏକ ଘୂର୍ଣ୍ଣିଝଡ଼ “ସେନ୍ୟାର” ରେ ପରିଣତ ହୋଇଛି। ବୁଧବାର ଏହି ଝଡ଼ ଇଣ୍ଡୋନେସିଆ ଉପକୂଳରେ...

ଦାରିଙ୍ଗବାଡ଼ି ଗସ୍ତରେ କନ୍ଧମାଳ ଏମ୍‌ପି, ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରି କହିଲେ ଚାଷୀଙ୍କ ଉନ୍ନତି…

ଦାରିଙ୍ଗବାଡ଼ି,୨୬ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ବୁଧବାର ଗସ୍ତ କରିଛନ୍ତି। ସେ ଏହି ଗସ୍ତ ସମୟରେ ସରକାରଙ୍କ ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଛନ୍ତି। କୃଷିର ଉନ୍ନତି ପାଇଁ କୃଷି...

ଦକ୍ଷିଣ ଆଫ୍ରିକା କୋଚଙ୍କ ମନ୍ତବ୍ୟକୁ ନେଇ ବିବାଦ ପରେ, ‘ବାଉନା’ କଥା ଉଠାଇଲେ ବାଭୁମା

ନୂଆଦିଲ୍ଲୀ,୨୬ା୧୧: ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବା ବାଭୁମା ବୁଧବାର କୋଚ୍ ଶୁକ୍ରୀ କନରାଡଙ୍କ ବିବାଦୀୟ ମନ୍ତବ୍ୟକୁ ଅଧିକ ଗୁରୁତ୍ୱ ନ ଦେଇ କହିଛନ୍ତି ଯେ କୋଚ୍ ନିଜ ମନ୍ତବ୍ୟକୁ ନିଶ୍ଚିତ ଭାବେ ସମୀକ୍ଷା କରିବେ। କନରାଡ୍ କହିଥିଲେ ଯେ ସେ...

‘ଆମ ସମ୍ବିଧାନ ଆମ ସ୍ବାଭିମାନ ସବୁଠୁ ଶ୍ରେଷ୍ଠ’

ଭଞ୍ଜନଗର,୨୬ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ବୁଧବାର ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଏଥିରେ କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ଆମ ସମ୍ବିଧାନ ଆମ ସ୍ବାଭିମାନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri