ବଲାଙ୍ଗୀରରେ ମା’ ସମଲେଶ୍ୱରୀଙ୍କୁ ନବାନ୍ନ ଅର୍ପଣ, ଦେବୀଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼
ବଲାଙ୍ଗୀର,୨୮ା୮(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀରରେ ଉତ୍ସାହ ଉଦ୍ଦୀପନାର ସହ ଗଣପର୍ବ ନୂଆଖାଇ ପାଳନ ଆରମ୍ଭ ହୋଇଛି। ବଲାଙ୍ଗୀର ସମଲେଶ୍ବରୀ ମନ୍ଦିରରେ ଧାର୍ଯ୍ୟ ଲଗ୍ନ ଅନୁସାରେ, ଗୁରୁବାର ପୂର୍ବାହ୍ନ ୯ଟା ୪୭ରୁ ୧୧ଟା୧୧ମିନିଟ୍ ମଧ୍ୟରେ ପାରମ୍ପରିକ ରୀତିରେ ନବାନ୍ନ ଅର୍ପଣ କରାଯାଇଛି। ଶତାଧିକ…
କେମିତି ପାଇବେ ପେଟ୍ରୋଲ ପମ୍ପ ଲାଇସେନ୍ସ? କେତେଟଙ୍କା ଖର୍ଚ୍ଚ କରିବାକୁ ପଡିବ? ଜାଣନ୍ତୁ
ଭୁବନେଶ୍ୱର,୨୮।୮: ଭାରତରେ ପେଟ୍ରୋଲ ପମ୍ପ ଖୋଲିବା ଏକ ଲାଭଜନକ ବ୍ୟବସାୟ ହୋଇପାରେ, କିନ୍ତୁ ଏହା ପାଇଁ ନିୟମାବଳୀ ପାଳନ ଏବଂ ଉଲ୍ଲେଖନୀୟ ଆର୍ଥିକ ବିନିଯୋଗ ଆବଶ୍ୟକ। ଏହି ଲେଖାରେ ଆମେ ପେଟ୍ରୋଲ ପମ୍ପ ଡିଲରସିପ ଖୋଲିବାର ପ୍ରକ୍ରିୟା ଏବଂ ଏହାର ଖର୍ଚ୍ଚ…
ମୋ ବୟଫ୍ରେଣ୍ଡ୍ଙ୍କୁ ଡାକ…ଏମିତି କହି ବିଦ୍ୟୁତ ଟାୱାର ଉପରକୁ ଚଢିଗଲେ ଯୁବତୀ, ଆଉ ତା’ପରେ ଘଟିଗଲା
ଜାମସେଦପୁର,୨୮।୮: ଝାଡ଼ଖଣ୍ଡର ଜାମସେଦପୁରର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥିରେ ଦେଖାଯାଉଛି ଯେ, ଜଣେ ଯୁବତୀ ନିଜ ଜୀବନର ଚିନ୍ତା ନକରି ଏକ ବିଦ୍ୟୁତ ଟାୱାର ଚଢ଼ିବାକୁ ଆରମ୍ଭ କରିଛି। ଲୋକମାନେ ତାଙ୍କୁ ଡାକୁଥିଲେ, କିନ୍ତୁ ସେ କାହାରି…
ଅଗଷ୍ଟ ୩୧ ସୁଦ୍ଧା ସାରି ଦିଅନ୍ତୁ ଏହି କାମ, ନ ହେଲେ ୩ମାସ ମିଳିବନି ମାଗଣା ରାସନ…
ଭୁବନେଶ୍ୱର,୨୮।୮: ଓଡ଼ିଶାର ରାସନ କାର୍ଡ ଧାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଯଦି ଆପଣ ମାଗଣା ଚାଉଳ ଓ ଗହମ ପାଇବାକୁ ଚାହୁଁଛନ୍ତି, ତେବେ ଅଗଷ୍ଟ ୩୧ ପୂର୍ବରୁ ଇ-କେୱାଇସି (e-KYC) ପ୍ରକ୍ରିୟା ସମାପ୍ତ କରିବା ଜରୁରୀ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ,…
୭ ଦିନ ପରେ ପହଁରି ପହଁରି କୂଳରେ ପହଁଞ୍ଚିଲେ ମତ୍ସ୍ୟଜୀବି
ବାସଦେବପୁର,୨୮।୮(କାଳିପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଚୂଡ଼ାମଣି ଗ୍ରାମର ୪ ଜଣ ମତ୍ସ୍ୟଜୀବି ଗତ ୨୧ ତାରିଖ ଦିନ ସମୁଦ୍ରକୁ ମାଛ ଧରିବାକୁ ଯାଇ ଫେରି ନ ଥିଲେ। ଗତ କାଲି ରାତିରେ ମାଛ ପେଟି ସାହାଯ୍ୟରେ ପହଁରି…
୨୫ ବର୍ଷ ପରେ ସ୍ବର ଫେରାଇଲା ଏଆଇ
ଲଣ୍ଡନ: ବ୍ରିଟେନ୍ର ଉତ୍ତର ଲଣ୍ଡନରେ ରହୁଥିବା ସାରାହ ଏଜେକିଲ (୫୫) ୨୫ ବର୍ଷ ତଳେ ମୋଟର ନ୍ୟୁରନ୍ ରୋଗରେ ପୀଡିତ ହୋଇ କଥା କହିବା ଶକ୍ତି ହରାଇଥିଲେ। ନିକଟରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ସେ ନିଜ ସ୍ବରକୁ ଫେରିପାଇଛନ୍ତି। ୨୦୦୦ରେ…
୫୦% ଟ୍ରମ୍ପ୍ ଟାରିଫ୍ ଲାଗୁ: ଭାରତ ଖୋଜୁଛି ବିକଳ୍ପ ବଜାର
ଓ୍ବାଶିଂଟନ୍/ନୂଆଦିଲ୍ଲୀ,୨୮ା୮(ରଏଟର୍ସ/ପି.ଟି.): ୟୁକ୍ରେନ୍ ଯୁଦ୍ଧ ପରଠୁ ଗତ ସାଢ଼େ ୩ ବର୍ଷ ମଧ୍ୟରେ ରୁଷୀୟ ତୈଳରୁ ଭାରତ ୧୭ ବିଲିୟନ ଡଲାର ଲାଭ କରିଛି। ଅନ୍ୟପକ୍ଷେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଟାରିଫ୍ ମାଡ଼ରେ ୩୭ ବିଲିୟନ ଡଲାର ହରାଇବାକୁ ଯାଉଛି। ଏହାକୁ…
ନିର୍ମାଣ ହେବ ବିପର୍ଯ୍ୟୟ ସହନଶୀଳ ରାସ୍ତା, ଠିକାଦାର ଦେବେ ୫ ବର୍ଷର ସ୍ଥାୟିତ୍ୱ ଗ୍ୟାରେଣ୍ଟି
ଭୁବନେଶ୍ୱର,୨୮ା୮ (ରବିନାରାୟଣ ଜେନା): ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ। ପ୍ରତିବର୍ଷ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ଯୋଗୁ ରାସ୍ତା ନଷ୍ଟ ହେବା ସହ ବାହ୍ୟଜଗତରୁ ଲୋକେ ବିଚ୍ଛିନ୍ନ ହୋଇଯାଆନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଗ୍ରାମ୍ୟ…
ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
ଦେବଗଡ,୨୮।୮(ଶଶାଙ୍କ ଶେଖର ଝାଙ୍କର): ହଠାତ୍ ଦେବଗଡରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସକାଳୁ ସକାଳୁ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ଖଳିନାଳି ଛକରେ ଥିବା ଏକ ମହୁଲ ଗଛରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ମୃତ…
ସକାଳୁ ଚା’ ପିଇବାକୁ ଆସି ଚାଲିଗଲା ଜୀବନ: ବସ ଧକ୍କାରେ ଏକାଧିକ ବାଇକ ଓ କାର ଭାଙ୍ଗି ଚୁରମାର
ଦାରିଙ୍ଗବାଡି, ୨୮।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଗୁରୁବାର ସକାଳ ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗୋଟିଏ ଘରୋଇ ବସ ଧକ୍କାରେ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ମହିଳା…
ଦେବଗଡରେ ଅଗ୍ରପୂଜ୍ୟଙ୍କ ଦର୍ଶନ ଓ ଆଳତି କଲେ ଧର୍ମେନ୍ଦ୍ର ପ୍ରଧାନ
ଦେବଗଡ,୨୮।୮(ଶଶାଙ୍କ ଶେଖର ଝାଙ୍କର): କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ଲୋକ ସଭା ସଦସ୍ୟ ଧର୍ମେନ୍ଦ୍ର ପ୍ରଧାନ ଦେବଗଡ ଗସ୍ତରେ ଆସି ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଗଣେଶ ମେଳା ପରିଦର୍ଶନ କରିବାସହ ଅଗ୍ରପୂଜ୍ୟ ମହାପ୍ରଭୂ ଶ୍ରୀ ଗଣେଶଙ୍କ ଅଶିଷ କାମନା କରିଛନ୍ତି…
ଆର୍ଏସ୍ଏସ୍@୧୦୦: କାର୍ଯ୍ୟକ୍ରମରେ ଯୋଗଦେଲେ ୫୦ କୂଟନୀତିଜ୍ଞ
ନୂଆଦିଲ୍ଲୀ,୨୮ା୮(ପି.ଟି.): ୧୯୨୫ ସେପ୍ଟେମ୍ବର ୨୭ରେ ପ୍ରତିଷ୍ଠାଲାଭ କରିଥିବା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସ୍ଏସ୍)କୁ ଚଳିତବର୍ଷ ୧୦୦ ପୂରୁଛି। ଏହି ଅବସରରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନଭବନରେ ମଙ୍ଗଳବାରଠାରୁ ଏକ ତିନିଦିନିଆ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ‘ଆର୍ଏସ୍ଏସ୍ର ୧୦୦ ବର୍ଷର ଯାତ୍ରା: ନୂଆ ଦିଗ୍ବଳୟ’ ଶୀର୍ଷକ…
Archives


