ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
ଭବାନୀପାଟଣା,୨୭ା୫(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କର୍ଲାପାଟ ଅଭୟାରଣ୍ୟର ନେହେଲା ଗ୍ରାମରେ ଭବାନୀପାଟଣା ସହର ପୁରୁଣାପଡ଼ାର ଜଣେ ଯୁବକଙ୍କ ଗଳିତ ମୃତଦେହ ତିନି ଦିନ ପରେ ଠାବ କରାଯାଇଛି। ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ପୋଲିସ ୭ ଜଣଙ୍କୁ…
ଗଛକୁ ଧକ୍କା ଦେଲା ଯାତ୍ରୀବାହୀ ବସ: ୧୮ ଆହତ
ସୋନପୁର/ମନମୁଣ୍ଡା,୨୬।୫(ନି.ପ୍ର./ଡି.ଏନ.ଏ.):ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ବୌଦ୍ଧ ଜିଲା ମନମୁଣ୍ଡା ପୂର୍ତ୍ତ ବିଭାଗ ଡାକବଙ୍ଗଳା ସମ୍ମୁଖରେ ସୁଜନ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ରବିବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବସ୍ ଭୁବନେଶ୍ୱରରୁ ବଲାଙ୍ଗୀର ଯାଉଥିଲା। ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ବସ୍…
ବନବିଭାଗର ଅବହେଳା: ଅସୁସ୍ଥ ମାଈ ହାତୀର ଜୀବନ ଗଲା
ଦେବଗଡ଼,୨୬ା୫(ସ୍ବ.ପ୍ର.): ଦେବଗଡ଼ ରେଞ୍ଜ ତଥା କଂସର ଫରେଷ୍ଟ ସେକ୍ସନ ଅଧୀନ ହିରନ୍ ଗ୍ରାମରେ ଗତ ଏପ୍ରିଲ ୬ ତାରିଖରୁ ଆଶ୍ରୟ ନେଇଥିବା ଅସୁସ୍ଥ ହାତୀର ସ୍ବାସ୍ଥ୍ୟବସ୍ଥାରେ ଯଥେଷ୍ଟ ଉନ୍ନତି ଘଟିଥିବା ବେଳେ ଶନିବାର ରାତିରେ ନାଳହିଡରୁ ଖସିପଡ଼ି ପୁଣିଥରେ ଅସୁସ୍ଥ ହୋଇପଡ଼ିଥିଲା।…
୮ ବଛର ହେଲା ଖଟେ ପଡ଼ିଛନ୍ ପନୌ: ଦାଉ ସାଧୁଛେ ଅଜନା ରୋଗ୍
ପାଇକମାଳ, ୨୬।୫ ( ଡି.ଏନ୍.ଏ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଧୀନ ମୁନିକେଲା ଗାଁର ପନୌ ବରିହା(୫୦)। ସେ ଗଲା ୮ ବଛର ହେଲା କେହେନ୍ସି ଗୁଟେ ଅଜନା ରୋଗ୍ରେ ପୀଡ଼ିତ ଅଛନ୍। ଅବସ୍ତା ଏନ୍ତା ଯେ, ସେ ସବୁବେଲେ ଖଟେ…
କଣ୍ଟାବାଞ୍ଜିରେ ୧୨୮ଖଣ୍ଡ ଭୋଟର ଥ୍ରୀଲିଙ୍ଗ୍ ଭିକ୍ଟ୍ରି
ବଲାଙ୍ଗୀର ଅଫିସ, ୨୬।୫: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୨୮ ଖଣ୍ଡ ଭୋଟ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା ବିଜୟୀ ହୋଇଛନ୍ତି। ସେ ୬୪,୨୪୬ ଖଣ୍ଡ ଭୋଟେ ପାଇଥିତ୍ବାବେଳେ ଭାଜପା ପ୍ରାର୍ଥୀ ଲକ୍ଷ୍ମଣ ବାଗ ୬୪,୧୧୮…
ସରକାରୀ ନିୟମକେ ବେଖାତିର: ଖରାରେ ସଁଥ୍ଲି ହେଉଛନ୍ ରୁଗୀ
ଜାମଟିକ୍ରା, ୨୬।୫ (ଡି.ଏନ.ଏ): କେନ୍ଦ୍ର ଆର ରାଏଜ୍ ସରକାର ଲୁକ୍କର ଚିକିତ୍ସା ସୁବିଧା ଲାଗି ଜିଲାସ୍ତରରେ ଜିଲା ମୁଖିଆ ଡାକ୍ତରଖାନା, ସବଡିଭିଜନସ୍ତରରେ ଉପଖଣ୍ଡ ଚିକିତ୍ସାଳୟ, ବ୍ଲକମାନକେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ସ୍ବାସ୍ଥ୍ୟ ଉପକେନ୍ଦ୍ର ଖୁଲୁଛନ୍। ହେଲେ କେନ୍ଠାନେ…
ଘର ଭାଙ୍ଗି ଧାନ ଖାଇଲା ହାତୀ
ଅମରପାଲି, ୨୫।୫(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ରେଞ୍ଜ ଜାଲୋଏ ସେକ୍ସନ୍ ଅନ୍ତର୍ଗତ କୋଟସମଲାଇ ଗ୍ରାମ ପଞ୍ଚାୟତର ରିଝାଇପାଲି ଗ୍ରାମରେ ହାତୀ ଘର ଭାଙ୍ଗି ବ୍ୟାପକ କ୍ଷୟକ୍ଷତି କରିଛି। ଶୁକ୍ରବାର ରାତି ପ୍ରାୟ ୧୨ଟାରେ ଏକ ଦନ୍ତା ହାତୀ ଗାଁରେ ପଶିଥିଲା ।…
ତିନି ବଖରା ଜଳିଗଲା
ପୁରୁଣାକଟକ, ୨୫ା୫(ଡି.ଏନ.ଏ.) : ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ବୀରନସିଂହପୁର ପଞ୍ଚାୟତ ଅନ୍ତର୍ଗତ ଚମ୍ପାମାଲ ଗ୍ରାମର ଅଚ୍ୟୁତ ମହାନନ୍ଦିଆଙ୍କ ଘରେ ନିଆଁଲାଗି ତିନି ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଶନିବାର ଅପରାହ୍ନ ପ୍ରାୟ ୨ଟା୩୦ରେ ପରିବାରର ସମସ୍ତେ ଶୋଇ ପଡିଥିବା…
ସ୍ବାସ୍ଥ୍ୟକେନ୍ଦ୍ର ଛାତରୁ କଙ୍କ୍ରିଟ ଖସିଲା
ଲାଠୋର, ୨୫ା୫(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଛାତରୁ କଙ୍କ୍ରିଟ ଟୁକୁଡା ଖସି ପଡିଛି। ଶନିବାର ସକାଳ ୭ଟାରେ କର୍ମଚାରୀମାନେ ହସପିଟାଲ ଖୋଲିବା ପରେ ଏହା ଦେଖିବାକୁ ପାଇଥିଲେ। ଫାର୍ମାଶିଷ୍ଟ ଏବଂ କର୍ମଚାରୀମାନେ ଯେଉଁ ଗୃହରେ…
ପରିତ୍ୟକ୍ତ ନାଳରୁ ଶିଶୁପୁତ୍ରର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
ବଲାଙ୍ଗୀର ଅଫିସ, ୨୫।୫: ବଲାଙ୍ଗୀର ସହର ଲକ୍ଷ୍ମୀଯୋର ନିକଟରେ ଥିବା ଏକ ପରିତ୍ୟକ୍ତ ନାଳରୁ ଶୁକ୍ରବାର ସନ୍ଧ୍ୟାରେ ଏକ ଶିଶୁପୁତ୍ରର ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ଲକ୍ଷ୍ମୀନଗରପଡ଼ା ନିବାସୀ ଜଗନୁ ସ୍ବାଇଁଙ୍କ ୫ବର୍ଷର ପୁଅ ଜିତୁ। ପ୍ରକାଶ ଯେ, ଶୁକ୍ରବାର…
ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଗାଇଚରାଳିଙ୍କ ମୃତ୍ୟୁ
କେସିଙ୍ଗା, ୨୫।୫: କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ସୁକୁନାଭଟା ଗ୍ରାମରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଶନିବାର ସକାଳେ ଜଣେ ଗାଇଚରାଳିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ବୈଶିଷ୍ଠ ବାଗ(୫୦)। ପ୍ରକାଶ ଯେ, ସୁକୁନାଭଟା ଗ୍ରାମ ନିକଟ…
ବାପା-ପୁଅ, ଦୁଇ ଭଉଣୀଙ୍କୁ ଭୋଟରଙ୍କ ପ୍ରତ୍ୟାଖ୍ୟାନ
ସୁନ୍ଦରଗଡ଼, ୨୫ା୫ (ଡି.ଏନ.ଏ.): ସରିଛି ୨୦୧୯ ସାଧାରଣ ନିର୍ବାଚନ। ଗୁରୁବାର ଫଳାଫଳ ପ୍ରକାଶ ପାଇବା ପରେ ସୁନ୍ଦରଗଡ଼ ଜିଲାର କେତେଜଣ ହେଭିଓ୍ବେଟ ନେତାଙ୍କ ପରାଜୟ ହୋଇଛି। କେଉଁ ନେତା ହ୍ୟାଟ୍ରିକ କରିଥିବା ବେଳେ ଆଉ କେଉଁ ନେତା ପ୍ରଥମ କରି ବିଜୟର…
Archives


