ରାସ୍ତା ଖରାପ ଯୋଗୁ ଆସିପାରିଲାନି ଆମ୍ବୁଲାନ୍ସ, ଅଧାବାଟରେ ପ୍ରସବ କଲେ ମହିଳା
କଲ୍ୟାଣସିଂପୁର,୧୦।୯( ଦୀପକ କୁମାର ପରିଡ଼ା ): ରାୟଗଡା ଜିଲା କଲ୍ୟାଣସିଂପୁର ବ୍ଲକରେ ଆଜି ପୁଣି ଏକ ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ରାସ୍ତା କାଦୁଅ ଥିବାରୁ ଆମ୍ବୁଲାନ୍ସ ଆସିପାରିଲା ନାହିଁ। ଅଧା ବାଟରେ ପ୍ରସବ କରିଲେ ମହିଳା । ଏହିଭଳି ଘଟଣା…
ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ଏମ୍ପି ଭାସ୍କର ରାଓ, ପୂର୍ବତନ ମନ୍ତ୍ରୀ ହିମିରିକା; ୪୦ରୁ ଊର୍ଦ୍ଧ୍ୱ …
ରାୟଗଡ଼ା,୯।୯(ଆଶିଷ ରଞ୍ଜନ ପଣ୍ଡା)-ପୂର୍ବତନ ରାଜ୍ୟ ସଭା ସଦସ୍ୟ ତଥା ଦକ୍ଷିଣ ଓଡ଼ିଶାର ଟାଣୁଆ ନେତା ଏନ୍. ଭାସ୍କର ରାଓ ଓ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା ମଙ୍ଗଳବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେମାନଙ୍କ ସହ ଦଳର ବହୁ ନେତା ଓ କର୍ମୀ…
ଜିଲା ସଭାପତି ଘୋଷଣା ପରେ ଅସନ୍ତୁଷ୍ଟ ବରିଷ୍ଠ ନେତା, କର୍ମୀ : ସାମୂହିକ ଭାବେ ଇସ୍ତଫା ଦେବା ନେଇ…
ରାୟଗଡ଼ା,୯।୯(ଆଶିଷ ରଞ୍ଜନ ପଣ୍ଡା): ଗତ ୪ ତାରିଖରେ ବିଜେଡି ଜିଲା ସଭାପତି ଭାବେ ଜଗନ୍ନାଥ ସାରକାଙ୍କ ନାମ ଘୋଷଣା ପରେ ଜିଲା ବିଜେଡିରେ ଭୃକୁଞ୍ଚନ ସୃଷ୍ଟି ହୋଇଛି। ଜିଲାରେ ବିଜେଡିରେ ବରିଷ୍ଠ ନେତା ଓ କର୍ମୀଙ୍କ ମନରେ କୁହୁଳିଛି ଅସନ୍ତୋଷର ନିଆଁ।…
କଡ଼ା ନିର୍ଦ୍ଦେଶ: ନିୟମ ନ ମାନିଲେ ୩୦ ତାରିଖରୁ ଦୈନିକ ୫୦୦ ଜରିମାନା
ରାୟଗଡ଼ା,୬।୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ପୌରାଞ୍ଚଳରେ ଓଡ଼ିଆ ନାମଫଳକକୁ ବାଧ୍ୟତାମୂଳକ କରିଛି ପୌରପରିଷଦ। ଏନେଇ ପୌର ନିର୍ବାହୀ ଅଧିକାରୀ କୁଲଦୀପ କୁମାରଙ୍କ ନେତୃତ୍ୱରେ ଏକ ଟିମ୍ ଶନିବାର ରାୟଗଡ଼ା ସହରର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନକୁ ବୁଲି ଓଡ଼ିଆ ନାମଫଳକ ଲଗାଇବାକୁ ନିର୍ଦ୍ଦେଶ…
ଗଣେଶ ଭସାଣି ହେଲା କାଳ: ନାଚିଲା ବେଳେ ଟଳିପଡ଼ିଲେ ଯୁବକ
ରାୟଗଡ଼ା,(ଆଶିଷ ରଞ୍ଜନ ପଣ୍ଡା): ଗଣେଶ ଭସାଣି ବେଳେ ଏକ ଅଘଟଣ ସାମ୍ନାକୁ ଆସିଛି। ଡିଜେ ତାଳେ ତାଳେ ନାଚୁଥିବା ବେଳେ ଜଣେ ଯୁବକ ଟଳିପଡ଼ିଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି। ଯୁବକ ଜଣକ ହେଲେ ରାୟଗଡ଼ା ସହର ରାମକୃଷ୍ଣ ନଗରର ବାସିନ୍ଦା ଚନ୍ଦ୍ର…
ରାୟଗଡ଼ା ଜିଲା ପାଇଁ ସଭାପତି ଘୋଷଣା କଲା ବିଜେଡି, ଜଗନ୍ନାଥ ସାରକାଙ୍କୁ ଗୁରୁଦାୟିତ୍ୱ
ରାୟଗଡା,୪।୯ (ରଞ୍ଜନ ପଣ୍ଡା): ବିଜେଡି ରାୟଗଡ଼ା ଜିଲା ସଭାପତି ଭାବେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଦାୟିତ୍ୱ ଦେଇଛନ୍ତି ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ। ଏନେଇ ଗୁରୁବାର ବିଧିବଦ୍ଧ ଘୋଷଣା କରିଛନ୍ତି। ତେବେ ଜିଲାରେ ଦଳୀୟ କାର୍ଯ୍ୟକୁ ସୁରୁଖୁରୁ ଭାବେ…
୨ କଲରାପତରିଆ ବାଘଛାଲ ବିକ୍ରି ପାଇଁ ଚାଲିଥିଲା ଡିଲ୍, ଡାଇରେକ୍ଟର ଅଫ୍ ରେଭିନ୍ୟୁ ବିଭାଗ ଟ୍ରାକ୍ କରି…
ରାୟଗଡ଼ା,୧ା୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କୋଲନରା ଅଞ୍ଚଳରୁ ୨ଟି କଲରାପତରିଆ ବାଘ ଚମଡ଼ା ଜବତ ସହ ୪ ଜଣଙ୍କୁ ରାୟଗଡ଼ା ବନ ବିଭାଗ ସହାୟତାରେ ମୁମ୍ବାଇସ୍ଥିତ ଡାଇରେକ୍ଟର ଅଫ ରେଭିନ୍ୟୁ ଇଣ୍ଟେଲିଜେନ୍ସ ବିଭାଗ ଗିରଫ କରିଥିବା ଜଣାପଡ଼ିଛି । ଗିରଫ…
ହତ୍ୟା ମାମଲାରେ ୩ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ
ରାୟଗଡ଼ା,୩୦।୮(ଆଶିଷ ରଞ୍ଜନ ପଣ୍ଡା): ଏକ ହତ୍ୟା ମାମଲାର ବିଚାର କରି ୩ ଜଣ ଅଭିଯୁକ୍ତଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜରିମାନା ପ୍ରଦାନ ପାଇଁ ରାୟ ଦେଇଛନ୍ତି ରାୟଗଡ଼ା ଅତିରିକ୍ତ ଜିଲା ଦୌରାଜଜ ଅଳ୍ପନା ସ୍ବାଇଁ। ଏହି…
ନଦୀକୁ ଗାଧୋଇବାକୁ ଯାଇ ଭାସିଗଲେ ନାବାଳକ
ରାୟଗଡ଼ା,୨୭ା୮(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ଉପକଣ୍ଠସ୍ଥ ସିରିଗୁଡ଼ା ପାର୍ଶ୍ୱରେ ପ୍ରବାହିତ ଝଞ୍ଜାବତୀ ନଦୀରେ ଗାଧୋଇବା ସମୟରେ ଜଣେ ୯ ବର୍ଷର ନାବାଳକ ପାଣିରେ ଭାସି ନିଖୋଜ ହୋଇଯାଇଛନ୍ତି। ନାବାଳକ ଜଣକ ହେଲେ ସିରିଗୁଡ଼ା ଗ୍ରାମର ରୋହନ ବିଡ଼ିକା। ଘଟଣାରୁ ପ୍ରକାଶ…
ଗ୍ରାମାଞ୍ଚଳ ବିକାଶ ପାଇଁ ଖର୍ଚ୍ଚ ହେଉଛି କୋଟିକୋଟି ଟଙ୍କା, ହେଲେ ସୁଧୁରୁନି ରାସ୍ତାର ଅବସ୍ଥା
କଲ୍ୟାଣସିଂହପୁର,୨୫ା୮(ଦୀପକ କୁମାର ପରିଡ଼ା): ଗ୍ରାମାଞ୍ଚଳର ବିକାଶ ପାଇଁ ସରକାରଙ୍କ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏଥି ନିମନ୍ତେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ମାତ୍ର ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତର ଦୁର୍ଗମ ନୀୟମଗିରି ଅଞ୍ଚଳର ଦୃଶ୍ୟ ଦେଖିଲେ…
ଲଗାଣ ବର୍ଷା, ରାସ୍ତା ମଝିରେ ଭାଙ୍ଗିଲା ବିରାଟ କାୟ ଆମ୍ବଗଛ: ଯାତାୟାତ ଠପ୍
ରାୟଗଡ଼ା,୨୫/୮(ଆଶିଷ ରଞ୍ଜନ ପଣ୍ଡା/ ପ୍ରଫୁଲ୍ଲ କୁମାର ବେହେରା):ଲଗାଣ ବର୍ଷାରେ ରାସ୍ତା ମଝିରେ ଭାଙ୍ଗିଲା ବିରାଟ କାୟ ଆମ୍ବଗଛ। ୪୪ ନଂ ରାଜ୍ୟ ରାଜପଥ ମଣ୍ଡଳଗୁଡା ଗ୍ରାମନିକଟରେ ଆମ୍ବ ଗଛ ଭାଙ୍ଗି ରାସ୍ତା ଉପରେ ପଡିଛି। ଫଳରେ ଟିକିରି ଓ କାଶିପୁରଠାରୁ ରାୟଗଡା…
ଟ୍ରେନ୍ ଚକା ତଳୁ ଯୁବକଙ୍କୁ ବଞ୍ଚାଇଲେ ହେଡ୍ କନଷ୍ଟେବଳ, ଜାଣନ୍ତୁ ପୁରା ଘଟଣା…
ରାୟଗଡ଼ା,୧୪।୮(ଆଶିଷରଞ୍ଜନ ପଣ୍ଡା)- ମୋବାଇଲ ତଳେ ପଡିଯିବାରୁ ଚଳନ୍ତା ଟ୍ରେନରୁ ଓହ୍ଲାଇ ମୋବାଇଲ କାଡିବାକୁ ଚେଷ୍ଟା କରୁଥିବା ଜଣେ ଯୁବକଙ୍କୁ ମରଣ ମୁହଁରୁ ବଞ୍ଚାଇଛନ୍ତି ଆର୍ପିଏଫ୍ ହେଡ୍ କନଷ୍ଟେବଳ ଏମ୍.ଭି.ଜେ.ରାଓ । ଏହିଭଳି ଏକ ଘଟଣା ଘଟିଛି ରାୟଗଡ଼ା ରେଳ ଷ୍ଟେସନ ପ୍ଲାଟ…
Archives


