ରାୟଗଡ଼ା ଭୋଟ ଗଣତି କେନ୍ଦ୍ରରେ ଅବ୍ୟବସ୍ଥା ଅଭିଯୋଗ: ହୋ ହଲ୍ଲା କଲେ ଏଜେଣ୍ଟ
ରାୟଗଡ଼ା ଅଫିସ, ୨୩।୫- ସାଧାରଣ ନିର୍ବାଚନ ଫଳାଫଳକୁ ଲୋକେ ଅପେକ୍ଷା କରି ରହିଥିବା ବେଳେ ଏହା ମଧ୍ୟରେ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ତେବେ ରାୟଗଡ଼ା ଜିଲା ସଦର ମହକୁମାସ୍ଥିତ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ଭୋଟ ଗଣତିକେନ୍ଦ୍ରରେ ଅବ୍ୟବସ୍ଥାକୁ…
ଚିତ୍ରକୋଣ୍ଡାରେ କଂଗ୍ରେସର ଲକ୍ଷ୍ମୀପ୍ରିୟା ନାୟକ ଆଗୁଆ
ମାଲକାନଗିରି,୨୩ା୫(ସ୍ବ.ପ୍ର.): ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରଥମ ରାଉଣ୍ଡ ଗଣତିରେ କଂଗ୍ରେସ ଆଗୁଆ ରହିଛି। କଂଗ୍ରେସର ଲକ୍ଷ୍ମୀପ୍ରିୟା ନାୟକ ୭୭୦ ଭୋଟ୍ ପାଇଥିବା ବେଳେ ଭାଜପାର ପଦୁ ମାଝି ୫୦୦ ଓ ବିଜେଡିର ପୂର୍ଣ୍ଣଚନ୍ଦ୍ର ବାକା ୪୮୪ ଭୋଟ୍ ପାଇଛନ୍ତି।
ମାଲକାନଗିରିରେ ଭାଜପାର ଆଦିତ୍ୟ ମାଢ଼ି ଆଗୁଆ
ମାଲକାନଗିରି,୨୩ା୫(ସ୍ବ.ପ୍ର.): ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦ୍ୱିତୀୟ ରାଉଣ୍ଡ ଗଣତିରେ ଭାଜପା ପ୍ରାର୍ଥୀ ଆଦିତ୍ୟ ମାଢ଼ି ଆଗୁଆ ରହିଛନ୍ତି। ଦ୍ୱିତୀୟ ରାଉଣ୍ଡରେ ଭାଜପାର ଆଦିତ୍ୟ ମାଢ଼ି ୧୮୭୦ ଭୋଟ୍ ପାଇଥିବା ବେଳେ ବିଜେଡିର ମୁକୁନ୍ଦ ସୋଢ଼ି ୧୧୯୯ ଏବଂ କଂଗ୍ରେସର ମାଲା…
ଜୟପୁରରେ ଭୋଟ ଗଣତି ଆରମ୍ଭ
ଜୟପୁର,୨୩ା୫(ଡି.ଏନ୍.ଏ.): ୨୦୧୯ ସାଧାରଣ ନିର୍ବାଚନର ଫଳାଫଳ ପାଇଁ ଗୁରୁବାର ସମଗ୍ର ରାଜ୍ୟରେ ଭୋଟ ଗଣତି ହେଉଛି। ଏନେଇ ସମସ୍ତ ଷ୍ଟ୍ରଙ୍ଗ୍ରୁମ ପାଖରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ଭିଡ଼ ଜମିଥିବାବେଳେ ଏଥିରୁ ପ୍ରାର୍ଥୀ ମଧ୍ୟ ବାଦ୍ ପଡ଼ିନାହାନ୍ତି। କୋରାପୁଟ…
ପାନୀୟ ଜଳ ପାଇଁ ବ୍ଲକ ଘେରାଉ କଲେ ମହିଳା
ମାଲକାନଗିରି,୨୨ା୫(ଡି.ଏନ୍.ଏ.): ମାଲକାନଗିରି ଜିଲା ଖଇରପୁଟ ସଦର ପଞ୍ଚାୟତର ଉପରପୁଟ ଝରିଆଗୁଡ଼ା ଗ୍ରାମର ଶତାଧିକ ମହିଳା ବୁଧବାର ସକାଳୁ ଖଇରପୁଟ ବ୍ଲକ ଘେରାଉ କରିବା ସହିତ ତାଲା ପକାଇ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ପ୍ରକାଶ ଯେ,ଦୀର୍ଘଦିନ ଦିନ ହେବ ଉପରପୁଟ ଓ…
ଏସ୍ବିଆଇ ଏଟିଏମ୍ ଲୁଟ୍ ଘଟଣା
ଜେକେପୁର, ୨୨।୫(ଡି.ଏନ୍.ଏ.)- ଜେକେପୁର ଏସ୍ବିଆଇ ଏଟିଏମ୍ ଲୁଟ୍ ଘଟଣାକୁ ଇତିମଧ୍ୟରେ ୨ମାସ ବିତି ଯାଇଥିଲେ ମଧ୍ୟ ପୋଲିସ ହାତ ଏବେବି ଖାଲି। ଭୁବନେଶ୍ୱରର ସାଇବର କ୍ରାଇମ୍ ପୋଲିସଠାରୁ ଆରମ୍ଭ କରି ଜିଲା ସାଇଣ୍ଟିଫିକ୍ ଟିମ ସହ ଚାନ୍ଦିଲି ଥାନା ପୋଲିସ ତଦନ୍ତ…
ଗାଧୋଇବାକୁ ଯାଇ ପୋଖରୀରେ ବୁଡିଗଲେ ଯୁବକ
ନବରଙ୍ଗପୁର,୨୧ା୫(ବି.ପ୍ର)- ନବରଙ୍ଗପୁର ସହର ଗୋରାମୁଣ୍ଡା ପୋଖରୀରେ ବୁଡି ଯାଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ରାଜୁ ସାହିର ଅର୍ଜୁନ ନାୟକ (୩୫)। ମଙ୍ଗଳବାର ଅପରାହ୍ନରେ ସେ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଅର୍ଜୁନ ପୋଖରୀରେ ବୁଡି ଯାଇଥିବା ଅନ୍ୟମାନେ…
୨ ପୃଷ୍ଠାର ଚିଠି ଜାରି କଲା ଆନ୍ଦ୍ର-ଓଡିଶା ସ୍ପେଶାଲ ଜୋନାଲ କମିଟି
ଚିତ୍ରକୋଣ୍ଡା,୨୧ା୫(ଡି.ଏନ.ଏ.)- ମଙ୍ଗଳବାର ମାଓବାଦୀମାନେ ତେଲୁଗୁ ଭାଷାରେ ୨ ପୃଷ୍ଠାର ଚିଠି ଜାରି କରିଛନ୍ତି। ଏଥିରେ ସେମାନେ ପାଡୁଆ ଏନକାଉଣ୍ଟରକୁ ତୀବ୍ର ନିନ୍ଦା କରିଛନ୍ତି। ଆନ୍ଦ୍ର-ଓଡିଶା ବୋର୍ଡର ସ୍ପେଶାଲ ଜୋନାଲ କମିଟିର କମ୍ରେଡ ଗଣେଶ ଏହି ଚିଠି ଜାରି କରିଥିବା ଜଣାପଡିଛି। ପାଡୁଆ…
ମାଟ୍ରିକ ପରୀକ୍ଷା ଫଳ: ଶକ୍ତି ପ୍ରସାଦ ମାଲକାନଗିରି ଜିଲାରେ ପ୍ରଥମ
ମାଲକାନଗିରି,୨୧ା୫ (ଡି.ଏନ୍.ଏ.)- ମଙ୍ଗଳବାର ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ। ମାଲକାନଗିରି ଜିଲାରେ ଶତକଡ଼ା ୫୮.୩୯ ପ୍ରତିଶତ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି। ମୋଟ ୫୪୧ ନମ୍ବର ଅର୍ଥାତ୍ ଶତକଡ଼ା ୯୦.୧୬ ପ୍ରତିଶତ ନମ୍ବର ରଖି ଜିଲାରେ ଶକ୍ତିପ୍ରସାଦ ରାଉତ ଟପ୍ପର ହୋଇଛନ୍ତି।…
ପ୍ରକୃତିର ନୈସ୍ବର୍ଗ ଗଣ୍ଡାହାତୀ
ପାରଳାଖେମୁଣ୍ଡି,୨୧।୫(ଡି.ଏନ.ଏ.)- ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଗଜପତି ଜିଲାର ଏକ ସ୍ବତନ୍ତ୍ର ପରିଚୟ ରହିଛି। ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ରାୟଗଡ ବ୍ଲକ ଅନ୍ତର୍ଗତ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟଭରା ଐତିହାସିକ ଗଣ୍ଡାହାତୀ ଜଳପ୍ରପାତ ଜିଲାର ଅନ୍ୟତମ ପ୍ରମୁଖ ଆକର୍ଷଣ। ସବୁଋତୁରେ ଏଠାରେ ପର୍ଯ୍ୟଟକଙ୍କ…
ଶହୀଦ ଦିବସ ଉପଲକ୍ଷେ ବିଏସ୍ଏଫ୍ ପକ୍ଷରୁ ପାନୀୟ ଜଳ ବଣ୍ଟନ
ମାଲକାନଗିରି,୨୦।୫(ଡି.ଏନ୍.ଏ.): ମାଲକାନଗିରି ଜିଲା ସଦର ମହକୁମାର ଏମ୍ଭି-୩ସ୍ଥିତ ବିଏସ୍ଏଫ୍ର ୧୬୦ ବାଟାଲିୟନ ପକ୍ଷରୁ ସୋମବାର ୫ମ ଗୁରୁ ଶହୀଦ ଅର୍ଜୁନ ଦେବ ସାହାବଙ୍କ ଶହୀଦ ଦିବସ ପାଳିତ ହୋଇଯାଇଛି। ଏହି ଅବସରରରେ ବିଏସ୍ଏଫ୍ ପକ୍ଷରୁ ଏମ୍ଭି-୩ସ୍ଥିତ କ୍ୟାମ୍ପ ପରିସରରେ ଗୁରୁଙ୍କ ପାରମ୍ପରିକ…
ପୋଲ ତଳୁ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ
ମୁନିଗୁଡ଼ା,୨୦ା୫(ଡି.ଏନ୍.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ା ଥାନା ଅନ୍ତର୍ଗତ କୁଟ୍ରାଗଡ଼ ବଂଶଧାରା ନଦୀ ପୋଲ ତଳୁ ସୋମବାର ସକାଳେ ଏକ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ମୁନିଗୁଡ଼ା ବ୍ଲକ ସମଦଳା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରାମଚନ୍ଦ୍ର ମହାନନ୍ଦିଆ। ପ୍ରକାଶ ଯେ,…
Archives


