ପୁରୀ

ଦକ୍ଷିଣା ପାଇଁ ଭକ୍ତଙ୍କୁ ଦୁର୍ବ୍ୟବହାର

ପୁରୀ ଅଫିସ,୨୨।୨: ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କଠାରୁ ଦାନ, ଦକ୍ଷିଣା ଆଦାୟ କରାଯାଇପାରିବ ନାହିଁ। ଏହା ଉପରେ ରୋକ୍‌ ଲଗାଇଛନ୍ତି ସୁପ୍ରିମ୍‌କୋର୍ଟ। ହେଲେ ଏହାକୁ କେତେକ ସେବାୟତ ମାନୁନାହାନ୍ତି। ଦକ୍ଷିଣା ପାଇଁ ଦର୍ଶନାର୍ଥୀଙ୍କୁ ଜୁଲମ୍‌ କରିବା ସହ ବେଳେ ବେଳେ ଖରାପ ଭାଷାରେ…

ଶ୍ରୀମନ୍ଦିର ଶାଖା କାର୍ଯ୍ୟାଳୟ ଏଲ୍‌ଇଡି ଚାଲୁନି

ପୁରୀ ଅଫିସ,୨୨।୨: ଶ୍ରୀମନ୍ଦିର ହୁଣ୍ଡି ଗଣତିରେ ସ୍ବଚ୍ଛତା ଆଣିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବେଢ଼ା ପରିସର ଶାଖା କାର୍ଯ୍ୟାଳୟ ବାହାରେ ଲଗାଯାଇଥିଲା ଏଲ୍‌ଇଡି। ଉଦ୍ଦେଶ୍ୟ ଥିଲା ଶ୍ରଦ୍ଧାଳୁମାନେ ବି ସିଧାସଳଖ ହୁଣ୍ଡି ଗଣତି ଦେଖିପାରିବେ। ଫଳରେ ବିଭିନ୍ନ ସମୟରେ ହୁଣ୍ଡି…

ବାଲୁଙ୍କେଶ୍ୱର ଶୈବପୀଠରେ ଅଘଟଣ: ଦୀପରୁ ନିଆଁ ଲାଗି ନଣନ୍ଦ ଗୁରୁତର, ଭାଉଜ ଆହତ

ଗୋପ,୨୧।୨: ପୁରୀ ଜିଲା ଗୋପ ନିକଟ ବଣିଆସାହିସ୍ଥିତ ବାବା ବାଲୁଙ୍କେଶ୍ୱର ଶୈବପୀଠରେ ଶୁକ୍ରବାର ଅଘଟଣ ଘଟିଛି। ଜାଗର ଥିବାରୁ ମନ୍ଦିରକୁ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଲାଗିଥିଲା ବେଳେ ଦୀପରୁ ନିଆଁ ଲାଗି ନଣନ୍ଦ ଗୁରୁତର, ଭାଉଜ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି…

ବାଲୁକାକଳାରେ ମହାଶିବରାତ୍ରିର ଶୁଭେଚ୍ଛା ଦେଲେ ସୁଦର୍ଶନ

ପୁରୀ ଅଫିସ,୨୧।୨: ଆଜି ମହାଶିବରାତ୍ରି। ଭଗବାନ ଶିବଙ୍କ ଉପାସନା ଲାଗି ଉଦ୍ଦିଷ୍ଟ ଏହି ଦିନଟିକୁ ପାଳନ କରିବାକୁ ଉତ୍ସବମୁଖର ହୋଇଉଠିଛି ବିଭିନ୍ନ ଶୈବପୀଠ। ଏହି ଅବସରରେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏବଂ ତାଙ୍କର ଛାତ୍ରମାନେ ପୁରୀ ବେଳାଭୂମୀରେ ହୃଦୟସ୍ପର୍ଶୀ ବାଲୁକାକଳା…

 ମହାଶିବରାତ୍ରି ଅବସରରେ ଶ୍ରୀଲୋକନାଥଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୀ ଅଫିସ, ୨୧।୨: ମହାଶିବରାତ୍ରି ଅବସରରେ ଶୁକ୍ରବାର ଶ୍ରୀକ୍ଷେତ୍ରର ବିଭିନ୍ନ ଶୈବ ପୀଠରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ। ଶିବ ପଞ୍ଚାକ୍ଷର ମନ୍ତ୍ରରେ ଗୁଞ୍ଜରିତ ହେଉଛି ପୀଠ ପରିସର। ଘଣ୍ଟି, ହହୁଳହୁଳି ଓ ଜୟ ଭୋଲେନାଥ ଧ୍ୱନୀରେ ପ୍ରକମ୍ପିତ ହେଉଛି ପୁରୀ…

ସେନା ଚାକିରି ପାଇଁ ୨୨୦ କି.ମି. ଦୌଡ଼ିଲେ ସୌରଭ

ପୁରୀ ଅଫିସ, ୨୧।୨:ଭାରତୀୟ ସେନାରେ ଯୋଗଦେବାକୁ ପିଲାଟି ଦିନରୁ ରହିଛି ଆଗ୍ରହ। ବାପା ବି ଚାହୁଁଛନ୍ତି ତାଙ୍କ ପୁଅ ସୈନ୍ୟ ବାହିନୀରେ ଯୋଗଦେଇ ଦେଶ ମାତୃକାର ସେବା କରୁ। ନିଜର ଆଗ୍ରହ ଏବଂ ବାପାଙ୍କ ସ୍ବପ୍ନକୁ ସାକାର କରିବା ଲାଗି ସେ…

ପରୀକ୍ଷାରେ ସଫଳତା ପାଇଁ ୨୧୦ କିମି ଦୌଡି ଜଗନ୍ନାଥଙ୍କ ଆଶୀର୍ବାଦ ଲୋଡିଲେ ଯୁବକ

ପୁରୀ ଅଫିସ, ୨୦।୨: ସେନାବାହିନୀରେ ଚାକିରୀ କରିବା ଲାଗି ଏକାଧିକଥର ପରୀକ୍ଷା ଦେଇ ବିଫଳ ହେଉଥିବା ଜଣେ ଯୁବକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଲୋଡିଛନ୍ତି। ମହାପ୍ରଭୁଙ୍କ ଆଶୀର୍ବାଦ ରହିଲେ ସେ ନିଶ୍ଚିତ ସେନାବାହିନୀ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ଏଭଳି ବିଶ୍ୱାସ ରଖି…

ଲୋକନାଥଙ୍କ ପୀଠରେ ଜଳିଲା ବୃହତ୍‌ ଦୀପ

ପୁରୀ ଅଫିସ,୨୦ା୨: ପବିତ୍ର ପଙ୍କୋଦ୍ଧାର ଏକାଦଶୀ ତିଥିରେ ବୁଧବାର ଶ୍ରୀଲୋକନାଥଙ୍କ ପୀଠରେ ଜଳିଛି ବୃହତ ଜଗତ ମଙ୍ଗଳ ଜାଗର ଦୀପ। ଅଷ୍ଟମ ବର୍ଷ ଲାଗି ଏହି ବୃହତ୍‌ ଦୀପ ଜଳାଯାଇଛି। ଏହି ଦୀପ ଜାଗର ଯାତ୍ରା ମହାଦୀପ ଉଠିବା ପର୍ଯ୍ୟନ୍ତ ଜଳିବ…

ପୁରୀ ଜିଲାର ୧୨୩ କେନ୍ଦ୍ରରେ ପରୀକ୍ଷା ଦେଲେ ୨୨୪୭୮ ଛାତ୍ରୀଛାତ୍ର

ପୁରୀ ଅଫିସ, ୧୯ା୨: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହୋଇଛି। ଚଳିତବର୍ଷ ପୁରୀ ଜିଲାର ୧୨୩ କେନ୍ଦ୍ରରେ ୨୨,୪୭୮ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଛନ୍ତି। ସେମାନଙ୍କ ମଧ୍ୟରେ ରେଗୁଲାର ୨୧,୧୩୫, ଏକ୍ସ-ରେଗୁଲାର ୬୧୨…

ସ୍କୁଲ କର୍ତ୍ତୃପକ୍ଷ ଆଡମିଟ୍‌ କାର୍ଡ ନ ଦେବାରୁ ମାଟ୍ରିକ ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ର: ରାମଚଣ୍ଡୀ ଥାନାରେ ଅଭିଭାବକଙ୍କ ଅଭିଯୋଗ

କୋଣାର୍କ,୧୯।୨(ଡି.ଏନ୍‌.ଏ): ବୁଧବାରଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ମାତ୍ର ସ୍କୁଲ କର୍ତ୍ତୃପକ୍ଷ ଆଡମିଟ୍‌ କାର୍ଡ ନ ଦେବାରୁ ଜଣେ ଛାତ୍ର ଏହି ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି। ଏ ନେଇ ରାମଚଣ୍ଡୀ ଥାନାରେ ଅଭିଯୋଗ ହୋଇଛି। ଉକ୍ତ ଥାନା ଅନ୍ତର୍ଗତ ବାବା ବାଲି…

ଶ୍ରୀଲୋକନାଥଙ୍କ ପ୍ରତ୍ୟକ୍ଷ ଲିଙ୍ଗ ଦର୍ଶନ କରୁଛନ୍ତି ଭକ୍ତ

ପୁରୀ ଅଫିସ,୧୯।୨: ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିରରେ ବୁଧବାର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ମହାପ୍ରଭୁ ଶ୍ରୀଲୋକନାଥଙ୍କ ପ୍ରତ୍ୟକ୍ଷ ଲିଙ୍ଗ ଦର୍ଶନ କରୁଛନ୍ତି ଭକ୍ତ। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ସକାଳ ସାଢ଼େ ୮ଟାରେ…

ସୁନନ୍ଦାଙ୍କ ବାସଭବନ ହେବ ସ୍ମୃତି ସଦନ: ପୁରୀ ଘର ଦେଖିଲେ ସଂସ୍କୃତି ବିଭାଗ ଅଧିକାରୀ

ପୁରୀ ଅଫିସ,୧୯ା୨:ଓଡ଼ିଶାର ପ୍ରଥିତଯଶା ଶାସ୍ତ୍ରୀୟ କଣ୍ଠଶିଳ୍ପୀ ତଥା ଭାରତୀୟ ସଙ୍ଗୀତ ଦୁନିଆର ମହାନ୍‌ ପ୍ରତିଭା ଡ. ସୁନନ୍ଦା ପଟ୍ଟନାୟକଙ୍କ ବଳିଆପଣ୍ଡା ଦାମୋଦର ରୋଡ଼ସ୍ଥିତ ବାସଭବନକୁ ସ୍ମୃତି ସଦନ ଭାବେ ବିକଶିତ କରାଯିବ। ତାଙ୍କ ଦ୍ୱାରା ବ୍ୟବହୃତ ବାଦ୍ୟଯନ୍ତ୍ର ଏବଂ ଅନ୍ୟାନ୍ୟ ସାମଗ୍ରୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?