ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦଇତାପତିଙ୍କ କରୋନା ଟେଷ୍ଟ ଆରମ୍ଭ
ପୁରୀ ଅଫିସ, ୨୭।୫(ବ୍ୟୁରୋ): ଜୁନ୍ ୫ରେ ଦେବସ୍ନାନ ପୂର୍ଣ୍ଣିମା। ସ୍ନାନ ମଣ୍ଡପରେ ପ୍ରତ୍ୟକ୍ଷ ସ୍ନାନ କରିବେ ମହାପ୍ରଭୁ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛ। ଚଳିତବର୍ଷ ମହାମାରୀ କରୋନାର ବିଭୀଷିକା ମଧ୍ୟରେ ଦାରୁବିଗ୍ରହଙ୍କ ନୀତିକାନ୍ତି କିପରି ଶୃଙ୍ଖଳିତ…
କ୍ୱାରାଣ୍ଟାଇନ୍ ସେଣ୍ଟରରେ ବିବାହ କଲେ ପ୍ରେମୀଯୁଗଳ
ନିମାପଡ଼ା,୨୬ା୫(ଡି.ଏନ୍.ଏ.): ପୁରୀ ଜିଲା ନିମାପଡ଼ା ଥାନା ଅଞ୍ଚଳର ଏକ କ୍ୱାରାଣ୍ଟାଇନ୍ ସେଣ୍ଟରରେ ରହୁଥିବା ପ୍ରେମୀ ଯୁଗଳ ସୋମବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସୂଚନା ଅନୁଯାୟୀ, ଗତ ୪ମାସ ପୂର୍ବେ ଏହି ଥାନା ଅଞ୍ଚଳର ସୌରଭ ଦାସ ଓ ଡେଲାଙ୍ଗ ଥାନା…
ଦଇତାପତିଙ୍କର ହେବ କରୋନା ଟେଷ୍ଟ: ୨୭, ୨୮ରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସ୍ବାବ୍ ସଂଗ୍ରହ
ପୁରୀ ଅଫିସ,୨୬ା୫: ଦଇତାପତିମାନେ ସର୍ବଦା ମହାପ୍ରଭୁଙ୍କୁ ମିଳିତ ଭାବେ ସେବା ଯୋଗାଇ ଦେଇଥାନ୍ତି। ତେଣୁ ସେମାନଙ୍କର ସେବା ହେଉଛି ଗୋଷ୍ଠୀଗତ ସେବା। ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ମୁତାବକ ଚଳିତବର୍ଷ ମହାପ୍ରଭୁଙ୍କ ସ୍ନାନଯାତ୍ରା ପହଣ୍ଡିରେ କେତେ ଦଇତାପତି ସାମିଲ ହେବେ ତାହା ଚୂଡ଼ାନ୍ତ…
ପୁରୀରୁ ୪ ଆକ୍ରାନ୍ତ ଚିହ୍ନଟ: ଜିଲାରେ କରୋନା ପଜିଟିଭ ସଂଖ୍ୟା ୮୫ରେ ପହଞ୍ଚିଲା
ପୁରୀ ଅଫିସ, ୨୬ା୫: ପୁରୀ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିବାରେ ଲାଗିଛି। ମଙ୍ଗଳବାର ଜିଲାରେ ପୁଣି ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲାର କରୋନା ପଜିଟିଭ ସଂଖ୍ୟା ୮୫ରେ ପହଞ୍ଚିଛି। ଏଥିମଧ୍ୟରୁ ୧୪ଜଣ ସୁସ୍ଥ ହୋଇଥିବା…
୭ କଏଦୀ, ୫ ଜେଲ କର୍ମଚାରୀଙ୍କ ରିପୋର୍ଟ ନେଗେଟିଭ
ପୁରୀ ଅଫିସ,୨୬ା୫: ଆଶ୍ୱସ୍ତି ହୋଇଛନ୍ତି ପୁରୀ ଜେଲ୍ କର୍ତ୍ତୃପକ୍ଷ। ଜଣେ ଅଭିଯୁକ୍ତ ଜେଲ୍କୁ ଆସିବା ପରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ନେଇ ଚିନ୍ତାରେ ପଡ଼ିିଥିଲେ ଅନ୍ୟ ବିଚାରାଧୀନ କଏଦୀ ଏବଂ ଜେଲ୍ କର୍ମଚାରୀ। ତେଣୁ ସମ୍ପୃକ୍ତ ଅଭିଯୁକ୍ତଙ୍କ ସଂସ୍ପର୍ଶରେ ଆସିଥିବା…
ଚକ ନିର୍ମାଣ ଶେଷ, ଚାଲିଛି ଦଣ୍ଡା କାମ
ପୁରୀ ଅଫିସ,୨୫ା୫: ଏଥର ଅନୁକୂଳର ୧୨ଦିନ ବିଳମ୍ବରେ ରଥ ନିର୍ମାଣ କାମ ଆରମ୍ଭ ହୋଇଛି। ତଥାପି ଠିକଣା ସମୟକୁ ମହାପ୍ରଭୁଙ୍କ ତିନିରଥ ପ୍ରସ୍ତୁତ କରିବା ପାଇଁ ସମ୍ପୃକ୍ତ ସେବକମାନେ ଲାଗିପଡ଼ିିଛନ୍ତି। ମହାରଣା ସେବକ, ଭୋଇ ଓ ରୂପକାର ସେବକ ରଥଖଳାରେ ଚଳଚଞ୍ଚଳ…
ଫନୀ କ୍ଷତିଗ୍ରସ୍ତଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଧାରଣା
ସାକ୍ଷୀଗୋପାଳ, ୨୫।୫(ଡି.ଏନ୍.ଏ.): ବାତ୍ୟା ‘ଫନୀ’କୁ ବର୍ଷେ ବିତିଯାଇଥିଲେ ମଧ୍ୟ କ୍ଷତିଗ୍ରସ୍ତ ଗରିବ ଲୋକମାନେ ସରକାରୀ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ସେମାନଙ୍କ ଦାବି ପୂରଣ ହେଉ ନାହିଁ। ଏଭଳି ସ୍ଥିତିରେ ପୂର୍ବରୁ ଚେତାବନୀ ଦେଇଥିବା ଫନୀ…
ପହଣ୍ଡିରେ ସାମିଲ ଦଇତା ସେବକଙ୍କର କରୋନା ଟେଷ୍ଟ ହେଉ: ନିଯୋଗ ସଭାପତି
ପୁରୀ ଅଫିସ, ୨୫।୫: ଆସନ୍ତା ଜୁନ୍ ୫ରେ ଦେବସ୍ନାନ ପୂର୍ଣ୍ଣିମା। ମହାପ୍ରଭୁଙ୍କ ସ୍ନାନ ଯାତ୍ରାରେ ସର୍ବନିମ୍ନ ସେବକଙ୍କ ତାଲିକା ଦେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୧୦ ନିଯୋଗଙ୍କୁ ଚିଠି କରାଯାଇଥିଲା। ତେଣୁ ଦଇତାପତି ନିଯୋଗ ପକ୍ଷରୁ ଏ ନେଇ ଏକ…
ପୁରୀ ଗସ୍ତରେ ପୋଲିସ ଡିଜି: ସରକାରଙ୍କ ଗାଇଡ୍ଲାଇନ୍ ପାଳନ ସମ୍ପର୍କରେ ପଚାରି ବୁଝିଲେ
ପୁରୀ ଅଫିସ, ୨୫।୫: ପୋଲିସ ମହାନିର୍ଦ୍ଦେଶକ ଅଭୟ ସୋମବାର ପୁରୀ ଗସ୍ତରେ ଯାଇ କରୋନା କଟକଣା ସମ୍ପର୍କରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସରକାରଙ୍କ ଗାଇଡ୍ଲାଇନ୍ ପୁରୀ ଜିଲାରେ କିଭଳି ଭାବେ ପାଳନ କରାଯାଉଛି, କରୋନା ସଚେତନତା ଦିଗରେ…
୫୮ ଦିନ ପରେ ଘରକୁ ଫେରିଲେ ଛତିଶଗଡ଼ ଶ୍ରମିକ
ସାକ୍ଷୀଗୋପାଳ, ୨୪ା୫(ଡି.ଏନ.ଏ)- ଲକଡାଉନ ଯୋଗୁ ସତ୍ୟବାଦୀ ବ୍ଲକ କାଦୁଆ ପ୍ରାଥମିକ ବିଦ୍ୟାଳୟରେ ଆଶ୍ରୟ ନେଇଥିବା ଛତିଶଗଡ଼ ରାଜ୍ୟର ୭ଟି ଶ୍ରମଜୀବୀ ପରିବାରର ୩୫ଜଣ ସଦସ୍ୟ ୫୮ ଦିନ ପରେ ରବିବାର ନିଜ ଘରକୁ ଫେରିଛନ୍ତି। ଏକ ସ୍ବତନ୍ତ୍ର ବସ୍ରେ ସେମାନଙ୍କୁ ଭୁବନେଶ୍ୱର…
ଆନ୍ଧ୍ରରୁ ଚନ୍ଦ୍ରଭାଗା କୂଳରେ ପହଞ୍ଚତ୍ଲେ ୧୧ ମତ୍ସ୍ୟଜୀବୀ
କୋଣାର୍କ,୨୪ା୫(ଡି.ଏନ.ଏ)- ଆନ୍ଧ୍ରପ୍ରଦେଶରୁ ସାମୁଦ୍ରିକ ପଥରେ ଏକ ମାଛଧରା ବୋଟରେ ୧୧ଜଣ ମତ୍ସ୍ୟଜୀବୀ ଆସି ରବିବାର ପୂର୍ବାହ୍ନରେ ଚନ୍ଦ୍ରଭାଗା କୂଳରେ ପହଞ୍ଚତ୍ଛନ୍ତି। ଏମାନେ ସମସ୍ତେ ସ୍ଥାନୀୟ ନୋଳିଆ ବସ୍ତିର ବୋଲି ଜଣାପଡ଼ିଛି। ଖବରପାଇ କୋଣାର୍କ ଥାନାଧିକାରୀ ରଞ୍ଜନ କୁମାର ମଲ୍ଲିକ, କୋଣାର୍କ ଏନଏସି…
ନିମାପଡ଼ାରେ ହେବ କୋଭିଡ୍ କେୟାର
ନିମାପଡ଼ା,୨୪ା୫(ଡି.ଏନ.ଏ): ମହାମାରୀ କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ନିମାପଡ଼ା କଲେଜ ନିକଟରେ ସରକାରୀ ପକ୍ଷରୁ ଖୁବଶୀଘ୍ର ବ୍ଲକସ୍ତରୀୟ କୋଭିଡ୍ କେୟାର ସେଣ୍ଟର ପ୍ରତିଷ୍ଠା କରାଯିବ। ଏଥିନିମନ୍ତେ ପୁରୀ ଜିଲାପାଳ ବଲଓ୍ବନ୍ତ ସିଂଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲାପାଳ(ଏଡିଏମ୍) ବିନୟ ଦାସ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ…
Archives


