ପୁରୀ

ଶ୍ରୀକ୍ଷେତ୍ରରେ ସୁଡ଼ଙ୍ଗ

ଶ୍ରୀକ୍ଷେତ୍ରରେ ଗଜପତିମାନେ ପୂର୍ବରୁ ରହୁଥିବା ସ୍ଥାନ ବାଲି ନଅର ଭାବରେ ପରିଚିତ ଥିଲା। ଏହି ନଅରକୁ କେନ୍ଦ୍ର କରି ବିଭିନ୍ନ ଦିଗରୁ ରହିଥିଲା ଅନେକ ସୁଡ଼ଙ୍ଗ । ମାଟିତଳେ ନିର୍ମିତ ଏହି ସୁଡ଼ଙ୍ଗର ସମ୍ପର୍କ ଶ୍ରୀମନ୍ଦିର ସହିତ ରହିଥିବା ଅନେକେ ମତ…

ରଥ ଉପରେ ଗଜପତି ମହାରାଜାଙ୍କ ଛେରା ପହଁରା ଆରମ୍ଭ

ପୁରୀ ଅଫିସ, ୨୩।୬: ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ରଥ ଉପରେ ମହାପ୍ରଭୁଙ୍କୁ ଦର୍ଶନ କରିସାରିବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ପହଞ୍ଚି ଛେରା ପହଁରା ଆରମ୍ଭ କରିଛନ୍ତି। ପୂର୍ବାହ୍ନ ୧୦.୪୫ରେ ଗଜପତି ମହାରାଜା ପ୍ରଥମେ ବଳଦେବଙ୍କ ତାଳଧ୍ୱଜ ରଥରେ ଛେରା ପହଁରା…

ଶିଷ୍ୟଙ୍କ ସହ ୩ ରଥରେ ବିଗ୍ରହମାନଙ୍କୁ ଦର୍ଶନକଲେ ଶଙ୍କରାଚାର୍ଯ୍ୟ

ପୁରୀ ଅଫିସ, ୨୩।୬: କଟକଣାଯୁକ୍ତ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ପରେ ଚଳଚଞ୍ଚଳ ହୋଇଉଠିଛି ବଡ଼ଦାଣ୍ଡ। ସକାଳୁ ସକାଳୁ ଶେଷ ହୋଇଛି ଚତୁର୍ଦ୍ଦା ମୂର୍ତ୍ତିଙ୍କ ପହଣ୍ଡି ନୀତି। ପହଣ୍ଡି ବିଜେ ପରେ ରଥାରୂଢ଼ ୩ ଠାକୁରଙ୍କୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ…

ପୁରୀ ସେବାୟତଙ୍କୁ କରୋନା: କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ

ପୁରୀ ଅଫିସ୍‌,୨୩।୬: ସୁପ୍ରିମକୋର୍ଟ ରଥଯାତ୍ରା ପାଇଁ ଅନୁମତି ଦେବା ପରେ ମଙ୍ଗଳବାର ନୀତି ନିର୍ଘଣ୍ଟ ଅନୁଯାୟୀ ରଥଯାତ୍ରା ଆରମ୍ଭ ହୋଇଛି। ଏପଟେ ଶ୍ରୀମନ୍ଦିରର ଜଣେ ସେବାୟତ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଆକ୍ରାନ୍ତଙ୍କ କଣ୍ଟାକ୍ଟ…

ଦେବୀ ସୁଭଦ୍ରାଙ୍କ ରଥରେ ବିରାଜମାନ କଲେ ସୁଦର୍ଶନ

ପୁରୀ ଅଫିସ,୨୩।୬: ରଥରେ ୩ ଠାକୁର ବିଜେ ପରେ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା ଲାଗି ପ୍ରସ୍ତୁତି ହେଉଛନ୍ତି। ଅନ୍ୟପଟେ ଦେବୀ ସୁଭଦ୍ରାଙ୍କ ରଥରେ ସୁଦର୍ଶନ ବିରାଜମାନ କରିଛନ୍ତି। ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ନୀତି ଶେଷ ହୋଇଛି।

ରଥରେ ବିଜେ କଲେ ତିନି ଠାକୁର

ପୁରୀ ଅଫିସ: ୨୩।୬ : ପୁରୀ ରଥଯାତ୍ରା ଲାଗି ମଙ୍ଗଳବାର ପ୍ରାତଃରୁ ନୀତିକାନ୍ତି ଆରମ୍ଭ ହୋଇଯାଇଛି। ସକାଳ ୭ରୁ ପହଣ୍ଡି ଆରମ୍ଭହୋଇ ୯ଟା ମଧ୍ୟରେ ଶେଷ ହୋଇଛି। ପ୍ରଭୁ ସୁଦର୍ଶନ ରଥରେ ବିଜେ କରିବା ପରେ ବଡ଼ ଠାକୁର ବଳଭଦ୍ରଙ୍କୁ ପହଣ୍ଡିରେ…

ଗୁଣ୍ଡିଚାଯାତ୍ରା: ପହଣ୍ଡି ଆରମ୍ଭ

ପୁରୀ ଅଫିସ,୨୩।୬: ବିଶ୍ୱପ୍ରସିଦ୍ଧ ପୁରୀ ଗୁଣ୍ଡିଚାଯାତ୍ରା ମଙ୍ଗଳବାର ପ୍ରାତଃରୁ ଆରମ୍ଭ ହୋଇଯାଇଛି। ଭାଇ, ଭଉଣୀଙ୍କୁ ସାଙ୍ଗରେ ଧରି ମହାପ୍ରଭୁ ଜଗନ୍ନାଥ ୯ ଦିନ ପାଇଁ ମାଉସୀ ମା’ଙ୍କ ଗୁଣ୍ଡିଚା ମନ୍ଦିର ଯାତ୍ରା କରିବେ। ଏ ନେଇ ପ୍ରତଃରୁ ନୀତିକାନ୍ତି ଆରମ୍ଭ ହୋଇଛି।…

ପୁରୀକୁ ବସ୍‌, ଯାତ୍ରୀବାହୀ ଟ୍ରେନ୍‌ ସେବା ବାତିଲ

ଭୁବନେଶ୍ୱର,୨୨।୬(ବ୍ୟୁରୋ)-ପୁରୀରେ ମଙ୍ଗଳବାର ଶ୍ରୀଜୀଉଙ୍କ ରଥଯାତ୍ରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସୋମବାର ରାତି ୯ଟାରୁ ୨୪ ତାରିଖ ମଧ୍ୟାହ୍ନ ୨ଟା ଯାଏ ପୁରୀ ସହରକୁ ଶଟ୍‌ଡାଉନ ଘୋଷଣା କରାଯାଇଛି। ଏହି ସମୟରେ ପୁରୀକୁ ସମସ୍ତ ବସ୍‌ ଓ ଯାତ୍ରୀବାହୀ ଟ୍ରେନ ସେବାକୁ…

ଭାବଗ୍ରାହୀ ମହାପ୍ରଭୁ ଭକ୍ତଙ୍କ ପ୍ରାର୍ଥନା ଶୁଣିଲେ: ଗଜପତି

ପୁରୀ ଅଫିସ,୨୨।୬: ପୁରୀ ରଥଯାତ୍ରାକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ଅନୁମତି ପରେ ପୁରୀ ଗଜପତି ମହାରାଜା ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ଭାବଗ୍ରାହୀ ମହାପ୍ରଭୁ ଭକ୍ତଙ୍କ ପ୍ରାର୍ଥନା ଶୁଣିଲେ ବୋଲି ସେ କହିଛନ୍ତି। ଅଗଣିତ ଭକ୍ତ ରଥଯାତ୍ରା ନେଇ ତାଙ୍କ ନିକଟରେ ଗୁହାରି କରିଥିଲେ…

ଶ୍ରୀଗୁଣ୍ଡିଚା ଯାତ୍ରା: ସକାଳ ୭ରୁ ପହଣ୍ଡି, ମଧ୍ୟାହ୍ନ ୧୨ରୁ ରଥଟଣା

ପୁରୀ ଅଫିସ,୨୨।୬: ରାତି ପାହିଲେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା। ୩ ରଥରେ ବିଜେ କରି ମାଉସୀ ମା’ଙ୍କ ମନ୍ଦିର ଯାତ୍ରା କରିବେ ଦାରୁଦିଅଁ। ଏ ନେଇ ଯୁଦ୍ଧ କାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି। କରୋନା କଟକଣା ମଧ୍ୟରେ ରଥଯାତ୍ରା ପାଳନ ନେଇ…

ରଥଯାତ୍ରା ନେଇ ପୁରୀ ଶଟ୍‌ଡାଉନ୍‌ : ସୋମବାର ରାତି ୯ରୁ ବୁଧବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ରହିବ ବଳବତ୍ତର

ପୁରୀ ଅଫିସ,୨୨।୬: ରଥଯାତ୍ରା ନେଇ ପୁରୀ ଜିଲାକୁ ‌ ଶଟ୍‌ଡାଉନ୍ ଘୋଷଣା କରାଯାଇଛି। ସୋମବାର ରାତି ୯ରୁ ବୁଧବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ଶଟ୍‌ଡାଉନ୍‌ ଘୋଷଣା କରାଯାଇଥିବା ସୂଚନା ମିଳିଛି। କଫ୍ୟୁ ଭଳି କଟକଣା ରହିବ ବୋଲି ମୁଖ୍ୟ ସାଶନ ସଚିବ…

ସୁପ୍ରିମକୋର୍ଟଙ୍କ ସର୍ତ୍ତ ମୂତାବକ ପାଳନ କରାଯିବ ରଥଯାତ୍ରା: ମୁଖ୍ୟ ଶାସନ ସଚିବ

ପୁରୀ ଅଫିସ, ୨୨।୬: ରଥଯାତ୍ରାକୁ ସୁପ୍ରିମକୋର୍ଟଙ୍କ ଅନୁମତି ପରେ ପୁରୀରେ ବସୁଛି ଘନ ଘନ ବୈଠକ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଓ ନୀଳାଦ୍ରି ଭକ୍ତ ନିବାସରେ ଏକାଧିକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସୋମବାର ଅପରାହ୍ନରେ ପୁଣି ବସିଛି ଏକ ଜରୁରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri