ସାଢେ ୯ରେ ପହଣ୍ଡି, ୪ଟାରେ ରଥଟଣା
ପୁରୀ ଅଫିସ,୩୦।୬ : ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଦୀର୍ଘ ଦୁଇ ବର୍ଷ ପରେ ମହାପ୍ରଭୁଙ୍କ ଘୋଷଯାତ୍ରା ଦେଖିବେ ଶ୍ରଦ୍ଧାଳୁ। ତେବେ ଶ୍ରୀଜିଉଙ୍କ ରଥଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାର ସହ ହୋଇପାରିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ସ୍ଥିର…
ସିଂହଦ୍ୱାର ସମ୍ମୁଖରେ ୩ ରଥ
ପୁରୀ ଅଫିସ,୩୦ା୬: ଆସନ୍ତାକାଲି ଅର୍ଥାତ୍ ଜୁଲାଇ ୧ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଆଜି ହେଉଛି ଉଭାଯାତ୍ରା। ରଥଯାତ୍ରା ପାଇଁ ପରମ୍ପରା ଅନୁସାରେ ସକାଳ ଧୂପ ନୀତି ପରେ ମହାପ୍ରଭୁଙ୍କ ନିକଟରୁ ଆଜ୍ଞାମାଳ ରଥଖଳାକୁ ବିଜେ କରିଛି। ବିଜେ କାହାଳୀ ବାଜିବା ସହ ବିଧି…
ରାତି ପାହିଲେ ଘୋଷଯାତ୍ରା: ଆଜି ସନ୍ଧ୍ୟା ୫ଟା ପରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ
ପୁରୀ ଅଫିସ,୩୦।୬: ଆଉ କେଇ ଘଣ୍ଟାର ଅପେକ୍ଷା। ରାତି ପାହିଲେ ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଗୁରୁବାର ରଥଯାତ୍ରାର ପୂର୍ବପ୍ରସ୍ତୁତି ଆରମ୍ଭ ହେଉଛି। ରଥରେ ଶେଷ ସ୍ପର୍ଶ ଦେଉଛନ୍ତି ବିଶ୍ୱକର୍ମା ମହାରଣା, ଭୋଇ ସେବାୟତ, ରୂପକାର ଓ ଦରଜୀ ସେବାୟତ ।…
ରଥଖଳାକୁ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ୱାର ସମ୍ମୁଖକୁ ଆସିବେ ୩ ରଥ
ପୁରୀ ଅଫିସ,୩୦।୬: ଆଉ ଗୋଟିଏ ଦିନ ପରେ ମହାପ୍ରଭୁଙ୍କ ଘୋଷଯାତ୍ରା। ଭାଇ ଭଉଣୀଙ୍କୁ ଧରି ଗୁଣ୍ଡିଚାବାଡ଼ି ଯିବେ ଚତୁର୍ଦ୍ଧାମୂର୍ତ୍ତି। ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରାର ଶୁକ୍ରବାର ହେଉଛି ଆଦ୍ୟପର୍ବ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯାୟରେ ପହଞ୍ଚିଥିବା ବେଳେ ଗୁରୁବାର ରଥଖଳାକୁ ବିଜେ ହୋଇଛି…
ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ
ପୁରୀ ଅଫିସ,୨୯।୬: ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ। ସକାଳ ୮ଟାରୁ ଏହି ଦର୍ଶନ ଆରମ୍ଭ ହେବ। ୧୫ ଦିନର ଅନବସର ନୀତି ପରେ ନବଯୌବନ ଦର୍ଶନ ହେବେ ଶ୍ରୀବିଗ୍ରହ। ସେବାୟତମାନେ ମଙ୍ଗଳବାର ଏବଂ ବୁଧବାର ଶ୍ରୀଜିଉଙ୍କ ବନକ ଲାଗି କରିଛନ୍ତି। ମହାପ୍ରଭୁଙ୍କ…
ସେବକ ନ ହୋଇ ମଧ୍ୟ ମହାପ୍ରଭୁଙ୍କ ସେବା
ପୁରୀ ଅଫିସ,୨୯।୬: ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟରେ ବିଶ୍ୱକର୍ମା, ଭୋଇ ସେବକଙ୍କ ସମତେ ଅନେକ ସେବକ ଓ କାରିଗର ନିୟୋଜିତ ହୋଇଥାନ୍ତି। ମହାପ୍ରଭୁଙ୍କ ଏମିତି କିଛି ସେବା ରହିଛି ଯାହା ଶ୍ରୀମନ୍ଦିର ବାହାରେ ସମ୍ପାଦନ କରାଯାଇଥାଏ। ତେବେ ମହାପ୍ରଭୁଙ୍କ ସେବକ ନ…
ସାପଧରାଳିଙ୍କ ଘରେ ୧୯ ଛୁଆ ଦେଲା ତମ୍ପ
କାକଟପୁର,୨୮।୬(ଡି.ଏନ୍.ଏ.)- ପୁରୀ ଜିଲା କାକଟପୁର ବ୍ଲକ ଅନ୍ତର୍ଗତ ବାଜପୁର ଗାଁର ସାପଧରାଳି ବ୍ରଜକିଶୋର ସାହୁଙ୍କ ଘରେ ମଙ୍ଗଳବାର ତମ୍ପ ସାପର ୧୯ଟି ଅଣ୍ଡା ଫୁଟି ଜନ୍ମ ହୋଇଛନ୍ତି ୧୯ଟି ଛୁଆ। ପରେ ବ୍ରଜକିଶୋର ଉକ୍ତ ଛୁଆଗୁଡ଼ିକୁ ଉଦ୍ଧାର କରି ସ୍ଥାନୀୟ ବନଖଣ୍ଡକୁ…
ନବଯୌବନ ଦର୍ଶନ ପାଇଁ ସମୟ ନିର୍ଘଣ୍ଟ ଜାରି, ସକାଳ ୮ଟାରୁ ଦର୍ଶନ
ପୁରୀ ଅଫିସ,୨୮।୬: ବୁଧବାର ମହାପ୍ରଭୁଙ୍କ ନବଯୌବନ ଦର୍ଶନ। ନବଯୌବନ ଦର୍ଶନ ପାଇଁ ସମୟ ନିର୍ଘଣ୍ଟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଙ୍ଗଳବାର ଜାରି ହୋଇଛି। ସକାଳ ୮ଟାରେ ତାଟି ଫିଟିବା ପରେ ପ୍ରଥମ ୧ ଘଣ୍ଟା ପରିମାଣିକ ଦର୍ଶନ ହେବ। ଏହାପରେ ସକାଳ…
ରଥଯାତ୍ରା ପ୍ରସ୍ତୁତି: ପୋଲିସ ପକ୍ଷରୁ ସ୍ବତନ୍ତ୍ର ମକ୍ଡ୍ରିଲ
ପୁରୀ ଅଫିସ,୨୮।୬: ଜୁଲାଇ ୧ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରଥଯାତ୍ରା ଶୃଙ୍ଖଳିତ କରିବା ପାଇଁ ପୋଲିସ ବିଭାଗ ପକ୍ଷରୁ ସ୍ବତନ୍ତ୍ର ମକ୍ଡ୍ରିଲ କରାଯାଉଛି। ପୋଲିସ ଲାଇନ ପଡିଆରେ ଡିଜିପିଙ୍କ ପରିଚାଳନାରେ ଡେମୋ କାର୍ଯ୍ୟକ୍ରମ କରାଯାଉଛି।…
ରଥଯାତ୍ରାରେ ତ୍ରିସ୍ତରୀୟ ଟ୍ରାଫିକ୍ ବ୍ୟବସ୍ଥା
ପୁରୀ ଅଫିସ,୨୮।୬: ଆଗକୁ ମହାପ୍ରଭୁଙ୍କ ଘୋଷଯାତ୍ରା। ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତି କରାଯାଇଛି। ରଥଯାତ୍ରାକୁ ନେଇ ସୋମବାର ସମୀକ୍ଷା ବୈଠକ ବସିଥିଲା। ତେବେ ରଥଯାତ୍ରାକୁ ଦୃଷ୍ଟିରେ ରଖି ୧୮୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଏଥିସହିତ ଟାକ୍ଟିକାଲ ୟୁନିଟ, ବମ ଡିସ୍ପୋଜାଲ…
ରଥଯାତ୍ରାରେ ୧୦ ଲକ୍ଷ ମାସ୍କ ବଣ୍ଟାଯିବ
ପୁରୀ ଅଫିସ,୨୮।୬:ଦୁଇବର୍ଷର ବ୍ୟବଧାନ ପରେ ଚଳିତବର୍ଷ ଭକ୍ତଙ୍କ ଗହଣରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେବାକୁ ଯାଉଛି। ତେବେ କରୋନା ସମ୍ପୂର୍ଣ୍ଣ ରୂପେ ନାଶ ହୋଇନାହିଁ। ତେଣୁ ସରକାର ପୁରୀକୁ ଆସୁଥିବା ଯାତ୍ରୀଙ୍କ ପାଇଁ ୧୦ ଲକ୍ଷ ମାସ୍କ ବଣ୍ଟନର ବ୍ୟବସ୍ଥା କରିଛନ୍ତି ବୋଲି…
୪୮୩୦ ଦିଆସିଲି କାଠିରେ ତିନି ରଥ
ପୁରୀ ଅଫିସ, ୨୮ା୬:ପୁରୀ କୁମ୍ଭାରପଡ଼ା ଅଞ୍ଚଳର ଶାଶ୍ୱତ ରଞ୍ଜନ ସାହୁ ଦିଆସିଲି କାଠିରେ ତିନି ରଥର କ୍ଷୁଦ୍ର ମଡେଲ୍ ତିଆରି କରିଛନ୍ତି। ଶାଶ୍ୱତ ଏଥିପାଇଁ ୪୮୩୦ ଦିଆସିଲି କାଠି ବ୍ୟବହାର କରିଛନ୍ତି। ପ୍ରଭୁ ବଳଭଦ୍ରଙ୍କ ରଥର ଉଚ୍ଚତା ୧୧.୪ ଇଞ୍ଚ ଓ…
Archives


