ଆମ ଜିଲା ଖବର

ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦରେ କୋରାପୁଟ ଡିଆଇଜି କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ନେତା କର୍ମୀଙ୍କ ଧାରଣା

କୋରାପୁଟ,୨୬।୭,(ଅମିତାଭ ବେହେରା ): ରାଜ୍ୟରେ ନାରୀ ନିର୍ଯାତନାକୁ ନେଇ କୋରାପୁଟ ଡିଆଇଜି କାର୍ଯ୍ୟାଳୟ ସମୁଖରେ ଅବିଭକ୍ତ କୋରାପୁଟ ଜିଲାର ବିଜେଡି ନେତା ଓ କର୍ମୀଙ୍କ ଧାରଣା ଦେଇଛନ୍ତି। ବିଜେଡି ନେତା ରବି ନନ୍ଦଙ୍କ ପରିଚାଳନାରେ ଆୟୋଜିତ ଏହି ପ୍ରତିବାଦ ସଭାରେ ପୂର୍ବତନ…

ଗମନାଗମନରେ ଉନ୍ନତି ଆଣିବା ଲକ୍ଷ୍ୟ: ବସ ମାଲିକ ସଂଘ ସହ ଆଲୋଚନା କଲେ ବିଧାୟକ

ଗଞ୍ଜାମ,୨୬।୭(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକରେ ଯାତ୍ରୀଙ୍କ ସୁବିଧା ଓ ଗମନାଗମନରେ ଉନ୍ନତି ଆଣିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସଭାରେ ସରକାରୀ ଓ ବେସରକାରୀ ବସ ମାଲିକ ସଂଘର…

ବର୍ଷାରେ ବଜାର କାଦୁଅ ପଚପଚ: ହନ୍ତସନ୍ତ ବୁଣାକାର-ବ୍ୟବସାୟୀ

ପଦ୍ମପୁର,୨୬।୭(ପ୍ରଦୀପ୍ତ ଦାଶ): ଆଜିକାଲି ସାରା ରାଜ୍ୟରେ ଲଘୁଚାପଜନିତ ବର୍ଷା ହେଉଛି। ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବର୍ଷା ଯୋଗୁ ପଦ୍ମପୁରରୁ ମାତ୍ର ୨ କି.ମି ହେବ ମହୁଳପାଲି ସମ୍ବଲପୁରୀ କପଡା ବଜାର ବେହାଳ ହୋଇପଡ଼ିଛି। ଏହି ବଜାରକୁ…

ପରିତ୍ୟକ୍ତ ଅବସ୍ଥାରେ ଆଦର୍ଶ ବିଦ୍ୟାଳୟ ଯାତ୍ରୀ ବିଶ୍ରାମଗାର

ରାଇକିଆ,୨୬।୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଆଦର୍ଶ ବିଦ୍ୟାଳୟ ସମ୍ମୁଖ ରେ ଥିବା ଯାତ୍ରୀ ବିଶ୍ରାମଗାର ପରିତ୍ୟକ୍ତ ଅବସ୍ଥାରେ ରହିଛି। ଚଳିତ ବର୍ଷ ଜାନୁଆରୀ ମାସରେ ଏହାକୁ ଉଦଘାଟନ କରଯାଇଥିଲା । ୭ ମାସ ମଧ୍ୟରେ ଏହାର ଅବସ୍ଥା ଶୋଚନୀୟ ହୋଇପଡିଛି…

ନାବାଳିକାଙ୍କୁ ଅପହରଣ କରି ରାଜ୍ୟ ବାହାରକୁ ନେଇଯାଇଥିଲେ ଯୁବକ: ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୬/୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ଓ ପରେ ଅସଦାଚରଣ କରିଥିବା ଅଭିଯୋଗରେ ଜଣେ ଯୁବକକୁ ପୋଲିସ ଗିରଫ କରିଛି। ଗିରଫ ଯୁବକ ହେଲେ ରାୟଗଡା ଜିଲା ପଦ୍ମପୁର ଥାନା ନୂଆଗଡ…

ବନ୍ଧୁତାରେ ଲାଗିଲା ରକ୍ତଛିଟା: ସାଙ୍ଗକୁ ଘରୁ ଡାକିନେଇ ବିଲ ହିଡ଼ରେ…

ଉଦଳା,୨୬।୭(ସନ୍ତୋଷ କୁମାର ବାଛିନି):ବନ୍ଧୁତାରେ ଲାଗିଲା ରକ୍ତଛିଟା। ଘରକୁ ଡ଼ାକିନେଇଥିଲେ ସାଙ୍ଗ, ଆଉ ବିଲ ହିଡ଼ରେ ବେକକୁ ହାଣି କଲେ ଲହୁଲୁହାଣ। ହେଲେ ବଞ୍ଚିଯାଇଛନ୍ତି ସାଙ୍ଗ। ଏଭଳି ଘଟଣା ଘଟିଛି ଉଦଳା ଥାନା ରାଢୋ ଗ୍ରାମରେ। ଗ୍ରାମର ଯତୀନ୍ଦ୍ର ପାତ୍ର ଗତକାଲି ସନ୍ଧ୍ୟା…

ପାରିବାରିକ କଳହର କରୁଣ ପରିସ୍ଥିତି: ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣିଲେ ସ୍ବାମୀ

ବୌଦ୍ଧ,୨୬।୭(ଅଜିତ କୁମାର ବାରିକ): ବୌଦ୍ଧ ଜ଼ିଲା ହରଭଂଗା ବ୍ଲକର ପୁରୁଣା କଟକ ଥାନା ପଛ ପଟେ ରହୁଥିବାଜଣେ ଯୁବକ ପାରିବାରିକ କଳହରୁ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଜଣାପଡିଛି । ସୂଚନା ମୁତାବକ, ତୁକୁ ଲୁଣ୍ଡା ଗ୍ରାମର ସାଜନ ପ୍ରଧାନ ଗ୍ରାମ ନିକଟସ୍ଥ…

ରାମ୍ବୁଲି-ମିଞ୍ଜାପାଙ୍କାରେ ଜମିବାଡ଼ିକୁ ନେଇ ୨ ଗୋଷ୍ଠୀ ସଂଘର୍ଷ ଘଟଣା: ଗିରଫଦାରୀ ସଂଖ୍ୟା ୯କୁ ବୃଦ୍ଧି

ଦାରିଙ୍ଗବାଡ଼ି,୨୬।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା କାଟିଙ୍ଗିଆ ପଞ୍ଚାୟତ ରାମ୍ବୁଲି ଓ ମିଞ୍ଜାପାଙ୍କା ଗ୍ରାମବାସୀଙ୍କ ମଧ୍ୟରେ ଜମିବାଡ଼ିକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟଣାରେ ବ୍ରାହ୍ମଣୀଗାଁ ପୋଲିସ ଆକ୍ସନ ମୁଡ଼ରେ ରହିଛି ଘଟଣାରେ ପୋଲିସ…

ଦେଢ ବର୍ଷର ଶିଶୁପୁତ୍ରଙ୍କ ଗଳାରେ ଲାଗିଗଲା ସେଓ: ଆଉ ତା’ପରେ ଘଟିଗଲା…

ବ୍ରଜରାଜନଗର,୨୬ା୭(ବିଜୟ ବରାଡ଼):ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ସହରାଞ୍ଚଳର ବୁଢ଼ୀଜାମ୍‌ କଲୋନୀରେ ଦେଢବର୍ଷର ଜଣେ ଶିଶୁପୁତ୍ରର ଗଳାରେ ସେଓ ଲାଗିଯିବାରୁ ଜୀବନ ଯାଇଛି। ଗୁରୁବାର ସକାଳେ ଉକ୍ତ କଲୋନୀର ଇନ୍ଦ୍ରଜିତ୍‌ ସିଂଙ୍କ ଦେଢବର୍ଷର ପୁଅକୁ ପରିବାରର କେହି ସଦସ୍ୟ ସେଓ କାଟି ଖାଇବାକୁ ଦେଇଥିଲେ।…

ନିମ୍ନମାନର ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ଅଭିଯୋଗ

କେସିଙ୍ଗା,୨୬ା୭ (ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍‌ ଅଧୀନ କଛାରପଦର ଗ୍ରାମରେ ନିମ୍ନମାନର ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣକୁ ନେଇ ଗ୍ରାମବାସୀ ବିଡିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଦୀର୍ଘଦିନ ହେବ ନିଜସ୍ବ ଗୃହ ନ ଥିବାରୁ ଏହି କେନ୍ଦ୍ର ଗ୍ରାମରେ ଥିବା ସରକାରୀ ପ୍ରାଥମିକ…

ପ୍ରବଳ ବର୍ଷାରେ ଉଛୁଳିଲା ନାଳ: ଜୀବନକୁ ବାଜି ଲଗାଇ ନାଳ ପାରିହେଉଛନ୍ତି ଛାତ୍ରୀଛାତ୍ର

ଥୁଆମୂଳ ରାମପୁର,୨୬ା୭(ଦୁର୍ଗା କୀର୍ତ୍ତି):ବର୍ଷାଦିନେ ପାଠ ପଢ଼ିବା ପାଇଁ ଜୀବନକୁ ବାଜି ଲଗାଇ ଛାତ୍ରୀଛାତ୍ରଙ୍କୁ ନାଳ ପାରିହେବାକୁ ପଡୁଛି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ରେ। ବ୍ଲକ୍‌ର ବଡଛତ୍ରଙ୍ଗ ଓ ବିରିକୋଟ ପଞ୍ଚାୟତକୁ ସଂଯୋଗ କରୁଥିବା…

ଆଜି ଖୋଲା ରହିବ ସମସ୍ତ ସରକାରୀ କାର୍ଯ୍ୟାଳୟ: ଉପସ୍ଥିତ ନ ରହିଲେ କାର୍ଯ୍ୟାନୁଷ୍ଠାନ

କଟକ,୨୬।୭(କାର୍ତ୍ତିକ ସାହୁ):ରାଜ୍ୟର ବିଭିନ୍ନ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟର ଛୁଟି ଶନିବାର ବାତିଲ କରିଛନ୍ତି। ପ୍ରବଳରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri