ଆମ ଜିଲା ଖବର

ଭୋଜିରୁ ଫେରିବାବେଳେ ଧକ୍କା ଦେଲା ଟ୍ରକ୍‌: ବାପା-ସାନ ପୁଅ ମୃତ, ବଡ଼ ଗୁରୁତର

ବଇଣ୍ଡା, ୧୭।୫(ଡି.ଏନ.ଏ.)- ଭୋଜି ଖାଇ ବାଇକ୍‌ରେ ଘରକୁ ଫେରୁଥିବାବେଳେ ଟ୍ରକ୍‌ ଧକ୍କାରେ ପ୍ରାଣ ହରାଇଛନ୍ତି ବାପା ଓ ସାନ ପୁଅ। ଗୁରୁତର ଅବସ୍ଥାରେ ବଡ ପୁଅ ଚିକିତ୍ସାଧୀନ ଅଛନ୍ତି। କଟକ-ସମ୍ବଲପୁର ୫୫ ନଂ. ଜାତୀୟ ରାଜପଥର କିଶୋରନଗର ଥାନା ସୀମାନ୍ତ ରେଢାଖୋଲ…

ଜିଲାସ୍ତରୀୟ ଡେଙ୍ଗୁ ଦିବସ ପାଳିତ: ୫ ବର୍ଷ ହେଲା ଡେଙ୍ଗୁ ମୃତ୍ୟୁ ଶୂନ

ଢେଙ୍କାନାଳ ଅଫିସ, ୧୭।୫- ଢେଙ୍କାନାଳ ଜିଲାରେ ୨୦୧୩ରୁ ଡେଙ୍ଗୁରେ କାହାରି ମୃତ୍ୟୁ ହୋଇନାହିଁ। ହେଲେ ଏପରି ମାରାତ୍ମକ ଜ୍ୱରକୁ ଦମନ କରିବା ଦିଗରେ ସ୍ବାସ୍ଥ୍ୟ ବିଭାଗକୁ ଶତ ପ୍ରତିଶତ ସଫଳତା ମିଳିନାହିଁ। ଜିଲାସ୍ତରୀୟ ଜାତୀୟ ଡେଙ୍ଗୁ ଦିବସ ଏବଂ ମ୍ୟାଲେରିଆ ନିରାକରଣ…

ଶରଣକୁଳର ନିଆରା ମୁଣ୍ଡ ରାମଲୀଳା

ନୟାଗଡ଼ ଅଫିସ,୧୭।୫(ରଞ୍ଜନ କୁମାର ପ୍ରଧାନ)-ରାଜ୍ୟ ତଥା ଜିଲାର ବିଭିନ୍ନ ସ୍ଥାନରେ ରାମଲୀଳା ଯାତ୍ରା ଭିନ୍ନ ଭିନ୍ନ ସମୟରେ ଅନୁଷ୍ଠିତ ହୁଏ। ହେଲେ ନୟାଗଡ଼ ଜିଲା ଶରଣକୁଳ ଗୁଡ଼ିଆସାହିରେ ଅନୁଷ୍ଠିତ ଶ୍ରୀ ଶ୍ରୀ ରଘୁନାଥ ଜୀଉଙ୍କ ମୁଣ୍ଡ ରାମଲୀଳା ଯାତ୍ରା ନିଆରା। ହନୁମାନ,…

ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଦେଶନାମା ନାହିଁ : ଅଙ୍ଗନୱାଡି କର୍ମୀଙ୍କ ସର୍ଭେ କାର୍ଯ୍ୟକୁ ନେଇ ଉତ୍ତେଜନା

ରଣପୁର,୧୭ା୫(ସ୍ବ.ପ୍ର.)-ରଣପୁର ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ତରଫରୁ ଗୁରୁବାର ବ୍ଲକ ପରିସରସ୍ଥ ସଭାଗୃହରେ ସମସ୍ତ ଅଙ୍ଗନୱାଡି କର୍ମୀଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ଏହି ବୈଠକରେ ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଦେଶନାମା ନ ଥାଇ କର୍ମୀମାନଙ୍କୁ ଗ୍ରାମ…

ଫନୀ କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଦାବି

ଖଣ୍ଡପଡ଼ା,୧୭ା୫(ସ୍ବ.ପ୍ର.)-ଫନୀ ବାତ୍ୟା ପ୍ରଭାବରେ ଖଣ୍ଡପଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପନିପରିବା, ଫଳ ଓ ରବି ଫସଲ କ୍ଷତିଗ୍ରସ୍ତ ହେବାରୁ ଚାଷୀ ଓ ସାଧାରଣ ଲୋକେ ଘୋର ଚିନ୍ତାରେ ଦିନ ବିତାଉଛନ୍ତି। ତେଣୁ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ସହାୟତା…

ରିଲିଫ ବଣ୍ଟନ ନେଇ ଉତ୍ତେଜନା : ଯୋଗାଣ କେନ୍ଦ୍ରରେ ତାଲା ପକାଇଲେ ଲୋକେ

ରଣପୁର,୧୭ା୫(ସ୍ବ.ପ୍ର.)-ଫନୀ ପ୍ରଭାବରେ ନୟାଗଡ଼ ଜିଲା ରଣପୁର ବିଜ୍ଞାପିତ ଅଞ୍ଚଳ ସମେତ ୩୭ ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବିପନ୍ନଙ୍କୁ ସରକାରୀ ରିଲିଫ ପ୍ରଦାନ ପାଇଁ କଡା ନିର୍ଦ୍ଦେଶ ରହିଛି। ପ୍ରଥମ ପର୍ଯ୍ୟାୟରେ ଗୁରୁବାର ରିଲିଫ ବଣ୍ଟନ କରାଯାଇଥିବାବେଳେ ରଣପୁର ଏନଏସିସ୍ଥିତ ୧,୨…

ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଆରମ୍ଭରୁ ପ୍ରଶ୍ନପତ୍ରରେ ତ୍ରୁଟି

ବ୍ରହ୍ମପୁର ଅଫିସ,୧୭ା୫-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ନେଇ ପୁଣି ଖେଳ ଖେଳିଛି ା ଗୁରୁବାର ଆରମ୍ଭ ହୋଇଥିବା ସ୍ନାତକୋତ୍ତର ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ପ୍ରଥମ ଦିନରେ ପ୍ରଶ୍ନପତ୍ରରେ ତ୍ରୁଟି ଦେଖାଦେଇଛି। ‘ଅର୍ଗାନିକ୍‌ କେମିଷ୍ଟ୍ରି’ ବିଷୟରେ ପୁୁରୁଣା ସିଲାବସରୁ ପ୍ରଶ୍ନ ଆସିଥିବା ଅଭିଯୋଗ…

କବିସୂର୍ଯ୍ୟନଗରରେ ଚାଲିଛି ବେଆଇନ ଇଟାଭାଟି

କବିସୂର୍ଯ୍ୟନଗର,୧୭ା୫- କବିସୂର୍ଯ୍ୟନଗର ତହସିଲ ଅଞ୍ଚଳରେ ଚାଲିଛି ବେଆଇନ ଇଟାଭାଟି। ପୋଲିସ ଓ ତହସିଲ କର୍ତ୍ତୃପକ୍ଷ ସବୁ ଜାଣି ନୀରବ ରହୁଛନ୍ତି। ରାଜସ୍ବ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଏନ୍‌ଜିଟିର ନିର୍ଦ୍ଦେଶନାମା ପାଳନ ହେଉନି। ଏହା ଉପରେ ଦୃଢ଼ ପଦକ୍ଷେପ ନିଆଯାଉ ନ…

ନକଲି ବିଦେଶୀ ମଦ ଜବତ, ୨ ଗିରଫ

ପାଟପୁର,୧୭ା୫(ଡି.ଏନ.ଏ.)- ପାଟପୁର ଥାନା ଅନ୍ତର୍ଗତ ସାହାସପୁର ଗ୍ରାମରେ ଜଣେ ବ୍ୟବସାୟୀ ନକଲି ମଦ ପ୍ରସ୍ତୁତ କରି ବିଭିନ୍ନ ପଞ୍ଚାୟତକୁ ଚାଲାଣ କରୁଥିବା ଅଭିଯୋଗକୁ ଭିତ୍ତିକରି ଗତ ସୋମବାର ଉକ୍ତ ଗ୍ରାମର ସୁବାସ ଚନ୍ଦ୍ର ସାହୁ ଓରଫ ବାବୁଲାଙ୍କୁ ଗିରଫ କରାଯାଇଥିଲା। ଏହାକୁ…

ଆଇଆରଇ କର୍ମଚାରୀଙ୍କ ମୃତ୍ୟୁ, ଘରୋଇ ହସ୍ପିଟାଲ ମାଲିକ, ଡାକ୍ତରଙ୍କୁ ଜେରା

ବ୍ରହ୍ମପୁର ଅଫିସ,୧୭ା୫- ଗେଟବଜାର ଛକସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ରାତିରେ ମାଟିଖାଲ ଆଇଆରଇ ପ୍ଲାଣ୍ଟରେ କାମ କରୁଥିବା ଆର. ଗୋପୀ ରେଡ୍ଡୀ (୩୫)ଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟିଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି। ଗୋପୀଙ୍କ…

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହାଣିଲେ

ବ୍ରହ୍ମପୁର ଅଫିସ,୧୭ା୫- ବଡବଜାର ଥାନା ପାଣ୍ଡବନଗରର ଟୁଟୁ ହାତୀ (୩୫)ଙ୍କୁ ଗୁରୁବାର ରାତି ପ୍ରାୟ ୯ଟାବେଳେ ଦୁର୍ବୃତ୍ତମାନେ ଖଣ୍ଡାରେ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଚଳାଇଛି। ପୂର୍ବ ଶତ୍ରୁତାରୁ…

୨ ବିଷାକ୍ତ ସାପ ଉଦ୍ଧାର

ଢେଙ୍କିକୋଟ, ୧୭ା୫ (ଡି.ଏନ.ଏ.)-କେନ୍ଦୁଝର ଜିଲା ଢେଙ୍କିକୋଟ ଫରେଷ୍ଟ ସେକ୍ସନ ଖଣ୍ଟ ଘର ପଞ୍ଚାୟତ କାଶିବେଡା ଗ୍ରାମରୁ ଗୁୁରୁବାର ଅପରାହ୍ନରେ ୨ଟି ବିଷଧର ସାପକୁ ବନବିଭାଗ ତରଫରୁ ଉଦ୍ଧାର କରାଯାଇଛି। କାଶିବେଡା ଗ୍ରାମ ମୁଣ୍ଡାସାହି ଚନ୍ଦ୍ରା ମୁଣ୍ଡାଙ୍କ ଘର ଭିତରେ ଗୋଟିଏ ଜାଗାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri