ଆମ ଜିଲା ଖବର

ଶବ୍ଦ ପ୍ରଦୂଷଣ କରି ୧୭ ବାଇକ୍‌ ଚାଳକ ଗଣିଲେ ମୋଟା ଅଙ୍କର ଫାଇନ୍‌

ବରଗଡ଼,୨ା୮(ପ୍ରେମାନନ୍ଦ ଖମାରୀ): ଅନଧିକୃତ ସାଇଲେନ୍ସର ଲଗାଇଥିବା ବାଇକ୍‌ ଚାଳକଙ୍କ ଉପରେ ବରଗଡ଼ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଏହି କ୍ରମରେ ହୋଇଥିବା ସ୍ବତନ୍ତ୍ର ଅଭିଯାନରେ ବରଗଡ଼ ଟାଉନ ଥାନା ପୋଲିସ ଶୁକ୍ରବାର ୧୭ବାଇକ୍‌ଚାଳକଙ୍କଠାରୁ ୭୫ହଜାର ଟଙ୍କା ଫାଇନ ଆଦାୟ କରିଛି। ଅନଧିକୃତ…

ପରକୀୟା ପ୍ରୀତିରୁ ଅଘଟଣ: ଦେହରେ ପେଟ୍ରୋଲ ଢାଳି ମହିଳାଙ୍କ ଆତ୍ମହତ୍ୟା, ପୁରୁଷ ଗୁରୁତର

ବାରିପଦା/ଉଦଳା,୨ା୮(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଛିନି): ମୟୂରଭଞ୍ଜ ଜିଲା ଖିଚିଂସ୍ଥିତ ପଣସି ଅଞ୍ଚଳରେ ଶନିବାର ପରକୀୟା ପ୍ରୀତିକୁ ନେଇ ଏକ ଅଭାବନୀୟ ଘଟଣା ଘଟିଛି। ଦେହରେ ପେଟ୍ରୋଲ ଢାଳି ମହିଳା ଓ ପୁରୁଷ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ମହିଳାଙ୍କର ମୃତ୍ୟୁ…

ସଟର ଭାଙ୍ଗି ଲୁଟେରା ଲୁଟିନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର

ଖଇରା,୨ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ବଜାରରେ ଚନ୍ଦ୍ରଶେଖର ସାହୁଙ୍କ ଥିବା ଶିବଶଙ୍କର ଜୁଏଲାରୀ ଦୋକାନରୁ ୧୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଅଳଙ୍କାର ଲୁଟ୍‌ ହୋଇ ଯାଇଥିବା ନେଇ ଖଇରା ଥାନାରେ ଅଭିଯୋଗ ହୋଇଛି। ଏଥିସହିତ ପ୍ରମାଣ ନଷ୍ଟ…

ଖବର ପ୍ରକାଶନ ସାଜିଲା କାଳ: ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ତଣ୍ଟିଚିପି ହତ୍ୟା ଉଦ୍ୟମ

ଖୋର୍ଦ୍ଧା,୨ା୮(ପ୍ରଭାତ ପାଣିଗ୍ରାହୀ):ଧରିତ୍ରୀରେ ଏକ ଖବର ପ୍ରକାଶନକୁ ନେଇ ଶୁକ୍ରବାର ରାତିରେ ବାଣପୁର ଖବରଦାତା ଦିଲ୍ଲୀପ ସ୍ବାଇଁଙ୍କୁ ଗମ୍ଭାରୀମୁଣ୍ଡା ଛକରେ କେତେଜଣ ବ୍ୟକ୍ତି ଗାଳିଗୁଲଜ ଏବଂ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିବା ସହ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଛନ୍ତି। ଫଳରେ…

ଶିକ୍ଷକ ବଦଳି ପାଇଁ ଅର୍ଥ ଲୁଟ୍‌: ଅଡିଓ ଭାଇରାଲ, କିଛି ଦଳୀୟ କର୍ମୀଙ୍କୁ ହାତ ଥିବା ଅଭିଯୋଗ

ଦାରିଙ୍ଗବାଡି, ୨।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଶିକ୍ଷକଙ୍କୁ ବଦଳି କରାଇଦେବା ନାମରେ ଅର୍ଥକୁ ହରିଲୁଟ କରାଯାଇଥିବା ନେଇ ଏବେ ଅଡିଓ ମୋବାଇଲକୁ ମୋବାଇଲ ଘୁରିବୁଲୁଛି। ମିଳିଥିବା ସୂତ୍ର ପ୍ରକାରେ, ଫିରିଙ୍ଗିଆ ବ୍ଲକରେ କାର୍ଯ୍ୟରତ ଶିକ୍ଷକ ଦାରିଙ୍ଗବାଡି ବ୍ଲକ…

ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହତ

ଗୋପାଳପୁର/ବ୍ରହ୍ମପୁର, ୨/୮(ନବୀନ ରାଜ ଆଚାରୀ/ସୁବାସ ଚନ୍ଦ୍ର ପାଢ଼ୀ): କିଛି ବର୍ଷ ବ୍ୟବଧାନରେ ୍ରହ୍ମପୁର ପୋଲିସ ଜିଲାରେ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଓରଫ ମାଲ ନାହାକ(୨୯) ଆହତ ହୋଇଛି। ଘଟଣାଟି ପିତାତଳି-ସୋର୍ଲା ରୋଡ ନିକଟରେ ଶନିବାର ଭୋର ପ୍ରାୟ ସାଢେ ୫ଟା’ବେଳେ…

ଚାରା ରୋପଣର ବିକଳ୍ପ ବ୍ୟବସ୍ଥା: ସଂରକ୍ଷିତ ଜଙ୍ଗଲରେ ବାଉଁଶ ମଞ୍ଜି ଫିଙ୍ଗିଲେ ବିଧାୟକ

ଭଞ୍ଜନଗର,୨।୮(ବାବୁଲା ପ୍ରଧାନ):ଖୋଲା ଜଙ୍ଗଲରେ ଚାରା ରୋପଣ କରିବା ସହଜ। କିନ୍ତୁ ଜଙ୍ଗଲର ଏଭଳି କିଛି ସ୍ଥାନ ରହୁଛି ସେଠି ଯାଇ ଚାରା ରୋପଣ କରିବା କଷ୍ଟକର। ତେଣୁ ଜଙ୍ଗଲ ବିଭାଗ ଉକ୍ତ ସ୍ଥାନ ଗୁଡ଼ିକୁ ବିକଳ୍ପ ଭାବେ ଅନେକ ସମୟରେ ସଂରକ୍ଷିତ…

ଜଳିଗଲା ୭୦ ଲକ୍ଷ ଟଙ୍କାର ଶାଢି: ହୁ ହୁ ହୋଇ ମାଡ଼ିଗଲା ନିଆଁ

ଉଦଳା,୨।୮(ସନ୍ତୋଷ କୁମାର ବାଛିନି): ଆଙ୍କର-ବିଳମ୍ବିତ ରାତିରେ ଦୋକାନରେ ଲାଗିଲା ନିଆଁ। ହୁ ହୁ ହୋଇ ଜଳିଲା ଦୋକାନ ଘର, ପୋଡି ଜଳି ନଷ୍ଟ ହୋଇଗଲା ୭୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଶାଢି ସହିତ ଅନ୍ୟ ସାମଗ୍ରୀ। ୩ ଘଣ୍ଟାର ପରିଶ୍ରମ ପରେ…

୬ ବର୍ଷ ହେବ ନିଖୋଜ ଅଛନ୍ତି ପିହୁ: ୮ରୁ ଧାରଣାରେ ବସିବେ ମା’

ଯାଜପୁର ଟାଉନ,୨ା୮(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି):ଯାଜପୁର ଜିଲା ବିଞ୍ଝାରପୁର ଥାନା ଅଧୀନ ମଧୁସୂଦନପୁର ଗଁାର ନାବାଳିକା ପିହୁ ନିଖୋଜ ଘଟଣାକୁ ୬ ବର୍ଷ ପୂରିବାକୁ ବସିଲାଣି, ହେଲେ ଏ ପର୍ଯ୍ୟନ୍ତ ତାଙ୍କ ସନ୍ଧାନ ମିଳିପାରିନାହିଁ। ଏହାକୁ ନେଇ ପିହୁଙ୍କ ମା’ ମୋନାଲିସା ନାୟକ…

ଟ୍ରକ୍‌କୁ ପଛରୁ ପିଟିଲା ଭ୍ୟାନ୍‌: ୧୩ ଯବାନ ଆହତ

ଅନୁଗୋଳ,୨।୮: ଅନୁଗୋଳ ଜିଲା ଏନଏଚ ୫୫ ଜରପଡ଼ା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଠାରେ ଯବାନଙ୍କୁ ନେଇ ଯାଉଥିବା ଭ୍ୟାନ୍‌ ଟ୍ରକ୍‌କୁ ପଛରୁ ଧକ୍କା ଦେଇଛି। ଦୁର୍ଘଟଣାରେ ୧୩ ଯବାନ ଆହତ ହୋଇଛନ୍ତି। OSAP ସେକେଣ୍ଡ ବାଟାଲିଅନ ଯବାନଙ୍କୁ ଭ୍ୟାନଟି…

ସତ୍ୟବ୍ରତଙ୍କ ବଡ଼ ସଫଳତା: ଗୁଣୁପୁରରେ ଖେଳିଗଲା ଖୁସିର ଲହରୀ

ରାୟଗଡା,୨/୮(ଆଶିଷ ରଞ୍ଜନ ପଣ୍ଡା): ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦାରା ଆୟୋଜିତ ଓଡ଼ିଶା ସୂଚନା ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ଗୁଣପୁରର ସତ୍ୟବ୍ରତ ପାଣିଗ୍ରାହୀ। ସତ୍ୟବ୍ରତ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ୧୫ତମ ର଼୍ୟାଙ୍କ ହାସଲ କରିଛନ୍ତି। ଲେଖା ଲେଖି ଏବଂ…

ଶୋଚନୀୟ ଗବାଟବାଡ଼ି ରାସ୍ତା, ଯାତାୟାତ ବାଧାପ୍ରାପ୍ତ

ଦାରିଙ୍ଗବାଡି, ୨।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଅଧୀନରେ ରହିଥିବା ଆଦିବାସୀ ଅଧ୍ୟୁଷିତ ଗବାଟବାଡ଼ି ଗ୍ରାମର ମୁଖ୍ୟ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ଗୋଟିଏ ପଟେ ଗାଁକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସେତୁ କାର୍ଯ୍ୟ ଚାଲିଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri