ମାଟିତଳୁ ମିଳିଲା ନିଖୋଜ ଯୁବକଙ୍କ କଙ୍କାଳ, ହତ୍ୟା ପରେ ପୋତି ଦିଆଯାଇଥିବା ସନ୍ଦେହ
ଦଶମନ୍ତପୁର,୩୧ା୧୨(ଡି.ଏନ୍.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଚିକାମ୍ବ ପଞ୍ଚାୟତ ଅଞ୍ଚଳରୁ ମାଟିତଳୁ ଜଣେ ନିଖୋଜ ଯୁବକଙ୍କ ଅସ୍ଥି କଙ୍କାଳ ମିଳିଛି। ପଞ୍ଚାୟତର ବୋନାସିଲ ଓ ଧର୍ମଗୁଡ଼ା ଗ୍ରାମର ଟିଟିଝୋଲା ନିକଟରୁ ଏହି କଙ୍କାଳ ଉଦ୍ଧାର କରାଯାଇଛି। ତାଙ୍କୁ ହତ୍ୟା ପରେ ପୋତି…
ରଶି ଲଗାଇ ବୃଦ୍ଧଙ୍କ ଆତ୍ମହତ୍ୟା
ବନ୍ତ,୩୧ା୧୨(ଡି.ଏନ୍.ଏ.)- ଭଦ୍ରକ ଜିଲା ବନ୍ତ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ତଥା କେନ୍ଦୁଆପଦା ଫାଣ୍ଡି ଅଧୀନ ରତନପୁର ଗ୍ରାମର ଜଣେ ବୃଦ୍ଧ ସୋମବାର ରାତିରେ ଘର ଭିତରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି । ପୋଲିସ ସୂଚନା ଅନୁଯାୟୀ ଉକ୍ତ ବୃଦ୍ଧଙ୍କ…
ସଫା କରିବା ବାହାନାରେ ଚେନ୍, କାନଫୁଲ ଲୁଟ୍
ଭଣ୍ଡାରିପୋଖରୀ, ୩୧ା୧୨(ଡି.ଏନ୍.ଏ.)- ଭଣ୍ଡାରିପୋଖରୀ ଥାନା ଦକ୍ଷିଣବାଡ଼ ପଞ୍ଚାୟତ ଫତେପୁର ଗ୍ରାମରେ ସୁନା, ରୁପା ସଫା କରିଦେବା କହି ଜଣେ ମହିଳାଙ୍କଠାରୁ ଦୁଇଜଣ ଯୁବକ ସୁନାହାର ଓ କାନଫୁଲ ନେଇ ଚମ୍ପଟ ମାରିଛନ୍ତି। ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ଦୁଇ ଯୁବକ…
ମା’ ତାରିଣୀଙ୍କ ଦର୍ଶନ କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ
ଘଟଗାଁ, ୩୧ା୧୨- ମା’ ତାରିଣୀଙ୍କୁ ୨୦୧୯ ବର୍ଷ ଶେଷଦିନରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଗଲା ଓ ତାଙ୍କ ପୁତ୍ର ଚୈତନ୍ୟ ବାଗ୍ଲା ମଙ୍ଗଳବାର ଆସି ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ବାଗଲା ଘଟଗାଁ ମିନି ଷ୍ଟାଡିୟମଠାରେ ଦିନ ୧୨ଟା ୪୦ରେ…
ବରୁଣଗଡ଼ିଆ ଛକ ନିକଟରେ ଦୁର୍ଘଟଣା, ଶ୍ରମିକ ମୃତ
ରୂପ୍ସା, ୩୧।୧୨(ଡି.ଏନ.ଏ.)-ବାଲେଶ୍ୱର ୬୦ନଂ. ଜାତୀୟ ରାଜପଥର ବସ୍ତା ଥାନା ଅନ୍ତର୍ଗତ ବରୁଣଗଡ଼ିଆ ଛକ ନିକଟରେ ସୋମବାର ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଭ୍ୟାନ୍ ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଶ୍ରମିକ ହେଲେ ରୂପ୍ସା ଥାନା ଗଡ଼ପଦା…
ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର
ସଜନାଗଡ଼, ୩୧।୧୨(ଡି.ଏନ.ଏ.)-ନୀଳଗିରି ଉପଖଣ୍ଡର ଅଯୋଧ୍ୟା ଅଞ୍ଚଳରେ ୨ଟି ଭାଲୁ ଆତଙ୍କ ଖେଳାଇଛନ୍ତି। ଗୋଟାଏ ଭାଲୁ ଜଣେ ବୃଦ୍ଧଙ୍କୁ ଆକ୍ରମଣ କରି ଗୁରୁତର କରିଥିବା ବେଳେ ଅନ୍ୟ ଏକ ଭାଲୁ ଅଯୋଧ୍ୟା ବଜାରସ୍ଥିତ ଗାଁରେ ପଶି ଆତଙ୍କ ସୃଷ୍ଟି କରିଛି। ଅଯୋଧ୍ୟା ଗୋପାଳପୁର…
ନୂଆବର୍ଷ ପୂର୍ବରୁ ଅଘଟଣ: ଅତ୍ୟଧିକ ମଦ୍ୟପାନ କରି ୫ ଗୁରୁତର
ଖୋର୍ଦ୍ଧା ଅଫିସ, ୩୧।୧୨: ନୂଆବର୍ଷ ପୂର୍ବରୁ ଅଘଟଣ। ଅତ୍ୟଧିକ ମଦ୍ୟପାନ କରି ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ସୋରଣ ଗ୍ରାମର ୫ ଜଣ ବ୍ୟକ୍ତି ମଙ୍ଗଳବାର ଗୁରୁତର ହୋଇଥିବା ଜଣାପଡିଛି। ସେମାନଙ୍କୁ ସ୍ଥାନୀୟ ଯୁବକମାନେ ପ୍ରଥମେ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି…
ଜିଲାସ୍ତରୀୟ ପକ୍ଷୀ ଗଣନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ଚିତ୍ରକୋଣ୍ଡା,୩୧।୧୨(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ସ୍ଥାନୀୟ ୟୁକୋ ପାର୍କଠାରେ ମାଲକାନଗିରି ବନଖଣ୍ଡ ଏବଂ ଚିତ୍ରକୋଣ୍ଡା ବନାଞ୍ଚଳ ପରିଚାଳନାରେ ଜିଲାସ୍ତରୀୟ ପକ୍ଷୀ ଗଣନା ପ୍ରଶିକ୍ଷଣ ଶିବିର-୨୦୨୦ ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରଦୀପ ମୀରାସେଙ୍କ ନେତୃତ୍ୱରେ ଅନୁଷ୍ଠିତ…
ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା
ସଜନାଗଡ,୩୧।୧୨(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ମଙ୍ଗଳବାର ଚାଷୀମାନେ ଧାରଣା ଦେଇଛନ୍ତି। ଚଳିତବର୍ଷ ଧାନ ବିକ୍ରି ପାଇଁ ନୀଳଗିରି ଲ୍ୟାମ୍ପ ଅଧୀନ ବିଭିନ୍ନ ସୋସାଇଟିରେ ବହୁଚାଷୀ ନାମ ପଞ୍ଜୀକରଣ ପାଇଁ କାଗଜପତ୍ର ଦାଖଲ କରିଥିଲେ।…
ରାଜେନ୍ଦ୍ର କଲେଜ ପ୍ଲାଟିନମ ଜୁବିଲି: ଭିତ୍ତିଭୂମି ବିକାଶ ଲାଗି ୫୦ କୋଟି ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ବଲାଙ୍ଗୀର ଅଫିସ, ୩୧।୧୨: ବଲାଙ୍ଗୀର ରାଜେନ୍ଦ୍ର କଲେଜ ପ୍ଲାଟିନମ ଜୁବିଲି ଉଦ୍ଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ କଲେଜର ଭିତ୍ତିଭୂମି ବିକାଶ ଓ ବିଜ୍ଞାନ ଶିକ୍ଷାର ଉନ୍ନତି ଲାଗି ୫୦ କୋଟି ଟଙ୍କାର ସହାୟତା…
ହାତୀ ଶାବକକୁ ଗୁଳିକରି ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ଜେଲ
ଦେବଗଡ଼,୩୧।୧୨(ଡି.ଏନ୍.ଏ.): ଦେବଗଡ଼ ବନଖଣ୍ଡ ରିଆମାଳ ରେଞ୍ଜ ପଳସମା ସେକ୍ସନ ଅନ୍ତର୍ଗତ ବରଡାନାଳୀ ଗ୍ରାମରେ ୨୫ ତାରିଖ ରାତିରେ ଏକ ହାତୀ ଶାବକକୁ ଗୁଳିକରି ହତ୍ୟା କରାଯାଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ବରଡାନାଳୀ ଗ୍ରାମରେ ଦୁଃଖବନ୍ଧୁ ସାହୁ(୩୭)ଙ୍କୁ ବନ ବିଭାଗ ପକ୍ଷରୁ…
ଭିଜିଲାନ୍ସ ଜାଲରେ ଡିଆର୍ଡିଏ କାର୍ଯ୍ୟାଳୟର ମୁଖ୍ୟ କିରାଣି
ଭବାନୀପାଟଣା, ୩୧।୧୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଡିଆରଡିଏ କାର୍ଯ୍ୟାଳୟର ମୁଖ୍ୟ କିରାଣି ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି। ମୁଖ୍ୟ କିରାଣି ହରପ୍ରସାଦ ଆଚାର୍ଯ୍ୟଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଜାରି ରହିଛି। ଭବାନୀପାଟଣାସ୍ଥିତ ରାମନଗର ପଡା, ମନ୍ଦାରବଗିଚା ପଡା ସମେତ…

