ହାତୀ ଶାବକ ଜନ୍ମ , ଗ୍ରାମବାସୀ ଭୟଭୀତ
ବାଙ୍ଗିରିପୋଷି,୮ା୧(ଡ଼ି.ଏନ୍.ଏ.)- ବାଙ୍ଗିରିପୋଷି ବନାଞ୍ଚଳ ଅନ୍ତର୍ଗତ ବଣକାଟି ଓ ଗୋଲାମୁଣ୍ଢାକଟା ଆଦି ୪ଟି ପଞ୍ଚାୟତରେ ହାତୀପଲ ଉପଦ୍ରବ ଚଳାଇ ବିପୁଳ ଫସଲ ନଷ୍ଟ କରିଛନ୍ତି। ତେବେ ଏହି ହାତୀ ପଲ ମଧ୍ୟରୁ ଏକ ମାଈ ହାତୀ ଗୋଟିଏ ଶାବକ ଜନ୍ମ ଦେଇଥିବାରୁ ସ୍ଥାନୀୟ…
ଧର୍ମଘଟ ପାଇଁ ମୟୂରଭଞ୍ଜ ଜିଲାରେ ସ୍କୁଲ, କଲେଜ ଛୁଟି
ବାରିପଦା ଅଫିସ,୮ା୧- ବିଭିନ୍ନ ଟ୍ରେଡ୍ ୟୁନିୟନ ପକ୍ଷରୁ ବୁଧବାର ସର୍ବଭାରତୀୟ ଧର୍ମଘଟ ଡାକରା ଦିଆଯାଇଛି। ଏଣୁ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ମୟୂରଭଞ୍ଜ ଜିଲାପାଳ ବିନୀତ ଭରଦ୍ୱାଜ ଜିଲାର ସମସ୍ତ ସ୍କୁଲ, କଲେଜକୁ ଦିନିକିଆ ଛୁଟି ଘୋଷଣା କରିଛନ୍ତି। ଏନେଇ…
ବୀମା ପରିସରଭୁକ୍ତ ହେଲେ ସେବାୟତ
ବାରିପଦା ଅଫିସ,୮ା୧- ସବୁବେଳେ ଅବହେଳିତ ହୋଇ ପଡ଼ି ରହିଥିବା ଦେବୋତ୍ତର ବିଭାଗକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତର ଦିନକ ପୂର୍ବରୁ ସଜବାଜ କରିଛି ଜିଲା ପ୍ରଶାସନ। ଦେବୋତ୍ତର ବିଭାଗ ଅଧୀନରେ ଥିବା ଜିଲାର ୧୦ଟି ମନ୍ଦିର ଓ ୧୦ଟି ମଠରେ ପୂଜା…
ରାହା ଯୋଗାଇଛି କୌଳିକ ବୃତ୍ତି
ସିମୁଳିଆ, ୮ା୧-ଏବେ ବି ରହିଛି ହସ୍ତଶିଳ୍ପର ଚାହିଦା। ସରକାରୀ ସ୍ତରରେ ପ୍ରୋତ୍ସାହନ ମିଳୁ ନ ଥିଲେ ମଧ୍ୟ କେତେକ ପରିବାର ଏହି ବୃତ୍ତିକୁ ଆପଣେଇ ନିଜ ପରିବାର ପ୍ରତିପୋଷଣ କରୁଛନ୍ତି। ବାଲେଶ୍ୱର ଜିଲା କନ୍ଦଡା ଅଞ୍ଚଳର ୬ଟି ପରିବାର ବର୍ଷତମାମ ବାଉଁଶରୁ…
ଡିଆରଏମ୍ଙ୍କ ରୂପ୍ସା ଜଙ୍କଶନ ପରିଦର୍ଶନ: ୧୦ରେ ଆସିବେ ଜେନେରାଲ ମ୍ୟାନେଜର
ରୂପ୍ସା, ୮।୧(ଡି.ଏନ.ଏ.)-ଦକ୍ଷିଣ-ପୂର୍ବ ରେଳପଥର ଖଡ଼ଗପୁର ଡିଭିଜନର ରେଳବାଇ ମ୍ୟାନେଜର (ଡିଆରଏମ୍) ମନୋରଞ୍ଜନ ପ୍ରଧାନ ମଙ୍ଗଳବାର ତୃତୀୟଥର ପାଇଁ ବାଲେଶ୍ୱର ଜିଲା ଅଧିନ ରୂପ୍ସା ରେଳ ଜଙ୍କଶନ ପରିଦର୍ଶନ କରିଛନ୍ତି। ଆସନ୍ତା ୧୦ ତାରିଖରେ ରେଳପଥର ଜେନେରାଲ ମ୍ୟାନେଜର ଏସ୍.କେ. ମହାନ୍ତି ଏହି…
୨୪ ଘଣ୍ଟା ପରେ ଧରାପଡ଼ିଲେ ଜେଲରୁ ଚମ୍ପଟ ବଳାତ୍କାର ଅଭିଯୁକ୍ତ, କର୍ତ୍ତବ୍ୟରେ ଅବହେଳା ମୁଖ୍ୟ ଜେଲ ଓ୍ବାଡର ନିଲମ୍ବିତ
ଛତ୍ରପୁର,୭।୧(ଡି.ଏନ.ଏ)-ଗଞ୍ଜାମ ଜିଲା ଛତ୍ରପୁର ସବ୍ଜେଲ ପାଚେରି ଡେଇଁ ସୋମବାର ସନ୍ଧ୍ୟାରେ ଚମ୍ପଟ ମାରିଥିବା ବଳାତ୍କାର ଅଭିଯୁକ୍ତ ୨୪ ଘଣ୍ଟା ପରେ ମଙ୍ଗଳବାର ସନ୍ଧ୍ୟାରେ ଧରାପଡ଼ିଛନ୍ତି। ସେ ହେଲେ ପୁରୁଷୋତ୍ତମପୁର ଥାନା ଅଧୀନ ସୁନାଥର ଗାଁର କବିରାଜ ବେହେରା। ଜେଲ ନିକଟସ୍ଥ ବିଲପାର୍ଶ୍ୱ…
ତନ୍ତ୍ରସାଧକ ଭାଇର ନାରକୀୟ କାଣ୍ଡ ଘଟଣାର ପର୍ଦ୍ଦାଫାଶ : ଭଉଣୀର ତଣ୍ଟି କାଟି ବଳି ଦେଇଥିଲେ
ବଲାଙ୍ଗୀର ଅଫିସ/କଣ୍ଟାବାଞ୍ଜି/ବଙ୍ଗୋମୁଣ୍ଡା, ୭ା୧ (ଡି.ଏନ୍.ଏ.): ନିଜ ମାମୁପୁଅ ଭାଇକୁ ଅପହରଣ କରି ତଣ୍ଟି କାଟି ବଳି ଦେବାର ୧୪ ମାସ ପରେ ଅଭିଯୁକ୍ତ ତନ୍ତ୍ରସାଧକ ଜେଲରୁ ଜାମିନରେ ବାହାରି ସମାନ ଢଙ୍ଗରେ ନିଜ ସାନ ଭଉଣୀକୁ ଅପହରଣ କରି ତଣ୍ଟି କାଟି…
୫ ଦଫା ଦାବିରେ ଏସୟୁସିଆଇର ଗଣବିକ୍ଷୋଭ
ଛେଣ୍ଡିପଦା,୭।୧(ସ୍ବ.ପ୍ର)-ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ସମ୍ମୁଖରେ ୫ ଦଫା ଦାବିରେ ମଙ୍ଗଳବାର ଏସୟୁସିଆଇ ଆଞ୍ଚଳିକ କମିଟି ପକ୍ଷରୁ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଛେଣ୍ଡିପଦା ଆଞ୍ଚଳିକ କମିଟିର ଆବାହକ ରଣଜିତ ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ସଦସ୍ୟ ଡାକବଙ୍ଗଳାଠାରୁ ଏକ ଶୋଭାଯାତ୍ରାରେ ବାହାରି…
ମଧ୍ୟାହ୍ନଭୋଜନ ଡାଲମାରେ ବାହାରିଲା ବିଛା: ବିଇଓଙ୍କୁ ଭେଟିଲେ ଉତ୍ତ୍ୟକ୍ତ ଅଭିଭାବକ
ହିଞ୍ଜିଳିକାଟୁ,୭ା୧(ଡି.ଏନ୍.ଏ.)- ହିଞ୍ଜିଳିକାଟୁ ବ୍ଲକ ସାରୁ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୋମବାର ସ୍କୁଲ ଛାତ୍ରୀଛାତ୍ରଙ୍କୁ ଦିଆଯାଇଥିବା ଖାଦ୍ୟରେ ବିଛା ବାହାରଥିବା ଅଭିଯୋଗ ହୋଇଛି। ସ୍କୁଲର ଜଣେ ୮ମ ଶ୍ରେଣୀ ଛାତ୍ରଙ୍କୁ ଡାଲମା ପରଷା ଯିବାବେଳେ ସେଥିରୁ ବିଛା ବାହାରିଥିଲା। ଫଳରେ ଉକ୍ତ…
ବିଦ୍ୟୁତ୍ ବିଭାଗ ଯନ୍ତ୍ରୀଙ୍କୁ ଆକ୍ରମଣ ମାମଲା: ଜେଲ୍ ଗଲେ ପୁଅ, ବାପା ଫେରାର
ରୂପ୍ସା, ୭।୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ହଳଦୀପାଳ ବଜାରରେ ସୋମବାର ବିଦ୍ୟୁତ୍ ବିଭାଗ ଜେଇ ଗୌରୀଶଙ୍କର ବାଗଙ୍କୁ ଆକ୍ରମଣ ଘଟଣାରେ ପୋଲିସ ଅଭିଯୁକ୍ତ ପୁଅ ରାମକୃଷ୍ଣ ଦାସଙ୍କୁ ଗିରଫ କରିଛି। ଏ ସଂକ୍ରାନ୍ତରେ ବସ୍ତା ଥାନାରେ ଏକ ମାମଲା (ନଂ. ୩/୨୦) ରୁଜୁ…
ବୁଧବାର ପୁରୀ ଡିଭିଜନରେ ପକ୍ଷୀ ଗଣନା: ନିୟୋଜିତ ହେବେ ୨୩ ଟିମ୍
ପୁରୀ ଅଫିସ, ୭ା୧: ପୁରୀ ବନ୍ୟପ୍ରାଣୀ ଡିଭିଜନରେ ବୁଧବାର ପକ୍ଷୀ ଗଣନା କରାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ରାଜ୍ୟର ବିଭିନ୍ନ ଡିଭିଜନରେ ଗତ ୩ ତାରିଖରେ ପକ୍ଷୀ ଗଣନା କରାଯାଇଥିଲା। ପୁରୀ ଡିଭିଜନରେ ମଧ୍ୟ ଏହି ଦିନ ଗଣତି କରାଯିବ…
ବସ୍କୁ ଧକ୍କା ଦେଲା କାର୍: ୩ ଗୁରୁତର
ପୁରୀ ଅଫିସ, ୭ା୧: ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ମାଳତିପାଟପୁର ଛକରେ ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ଯାତ୍ରୀବାହୀ ବସ୍କୁ ପଛପଟୁ କାର୍ ଧକ୍କା ଦେବାରୁ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ କଟକର ବିନୋବା କାନୁନ୍ଗୋ,…

