ଆମ ଜିଲା ଖବର

‘ସମ୍ବିଧାନର ମୌଳିକ ନୀତିର ସୁରକ୍ଷା ପାଇଁ ପ୍ରତ୍ୟେକ ନାଗରିକ ବଦ୍ଧପରିକର ହୁଅନ୍ତୁ’

ବ୍ରହ୍ମପୁର ଅଫିସ,୨୬।୧: ଗଞ୍ଜାମ ଜିଲା ଖଲିକୋଟ କଲେଜ ଖେଳ ପଡ଼ିଆ ପରିସରରେ ଉପଖଣ୍ଡସ୍ତରୀୟ ୭୧ତମ ସାଧାରଣତନ୍ତ୍ର ଦିବସ ରବିବାର ପାଳିତ ହୋଇଯାଇଛି। ଏଥିରେ ଦକ୍ଷିଣାଞ୍ଚଳ ଆରଡିସି ଟି. ଆଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ…

ସ୍ବାଧୀନତା ସଂଗ୍ରାମରେ ଭଦ୍ରକର ରହିଛି ଅତୁଳନୀୟ ଅବଦାନ: ଜିଲାପାଳ

ଭଦ୍ରକ ଅଫିସ,୨୬।୧: ଭଦ୍ରକଠାରେ ୭୧ ତମ ସାଧାରଣତନ୍ତ୍ର ଦିବସ ରବିବାର ପାଳନ କରାଯାଇଛି। ଭଦ୍ରକ ନେହେରୁ ଷ୍ଟାଡିୟମଠାରେ ଅନୁଷ୍ଠିତ ଏହି ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ମୁଖ୍ୟଅତିଥି ଭାବେ ଭଦ୍ରକ ଜିଲାପାଳ ଜ୍ଞାନରଞ୍ଜନ ଦାସ ଯୋଗଦେଇ ସ୍ବାଧୀନତା ସଂଗ୍ରାମରେ ସଂଗ୍ରାମୀ ମାଟି ଭଦ୍ରକର…

ରେଭେନ୍‌ଶାରେ ସାଧାରଣତନ୍ତ୍ର ଦିବସ,୧୫୨ ମିଟର ତ୍ରିରଙ୍ଗା ଧରି ବିଶ୍ୱବିଦ୍ୟାଳୟ ପରିକ୍ରମା କଲେ ଛାତ୍ରୀଛାତ୍ର

କଟକ ଅଫିସ, ୨୬।୧- ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଖେଳପଡ଼ିଆରେ ୭୧ତମ ସାଧାରଣତନ୍ତ୍ର ଦିବସ ରବିବାର ପାଳିତ ହୋଇଯାଇଛି। ଏଥିରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଇଶାନ କୁମାର ପାତ୍ର ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ଛାତ୍ରୀଛାତ୍ରଙ୍କୁ ସବୁବେଳେ ସକାରାତ୍ମକ…

ବୌଦ୍ଧରେ ୭୧ତମ ସାଧାରଣତନ୍ତ୍ର ଦିବସ: ପତାକା ଉତ୍ତୋଳନ କଲେ ଜିଲାପାଳ

ବୌଦ୍ଧ,୨୬।୧(ସ୍ବ.ପ୍ର.): ବୌଦ୍ଧ ସହରର କଚେରୀ ପଡ଼ିଆଠାରେ ଜିଲାସ୍ତରୀୟ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ମହାନ ଦେଶ ଭାରତ ପାଇଁ…

ପୁରୀର ବିଭିନ୍ନ ସ୍ଥାନରେ ୭୧ତମ ସାଧାରଣତନ୍ତ୍ର ଦିବସ: ନିଜକୁ ଭାରତୀୟ ଭାବେ ଗର୍ବ କରିବା ଉଚିତ

ପୁରୀ ଅଫିସ,୨୬।୧: ରାଜ୍ୟବ୍ୟାପୀ ୭୧ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହେଉଥିବା ବେଳେ ରବିବାର ପୁରୀ ଜିଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି। ପୁରୀ ଜିଲା କଂଗ୍ରେସ ପକ୍ଷରୁ ସିଂହଦ୍ବାର ନିକଟରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଜିଲା ସଭାପତି…

ବରଗଡ଼ରେ ପତାକା ଉତ୍ତୋଳନ କଲେ ଜିଲାପାଳ

ବରଗଡ଼ ଅଫିସ, ୨୬।୧- ବରଗଡ଼ରେ ରବିବାର ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ଜଜ୍‌ ହାଇସ୍କୁଲ ପଡିଆରେ ଅନୁଷ୍ଠିତ ଜିଲାସ୍ତରୀୟ ସାଧାରଣ ଦିବସରେ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ପତାକା ଉତ୍ତୋଳନ ସହିତ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ…

ପୁରୀ ଜିଲା ବିଜେଡି-ଭାଜପା ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

ପୁରୀ ଅଫିସ,୨୬।୧: ପୁରୀ ଜିଲା ବିଜୁ ଜନତା ଦଳ ପକ୍ଷରୁ ସିଂହଦ୍ବାର ଏମାର ଚକଡା ମଙ୍ଗୁ ମଠ ସମ୍ମୁଖରେ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ପୂର୍ବତନ ନଗରପାଳ ସୁରେନ୍ଦ୍ର ନାଥ ଦାଶ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପୂର୍ବତନ…

ଖଇରାରେ ସାଧାରଣତନ୍ତ୍ର ଦିବସ

ଖଇରା,୨୬।୧(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଅଧୀନ ଖଇରା ବ୍ଲକର ବିଭିନ୍ନ ସ୍ଥାନରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟଗୁଡିକରେ ପ୍ରଭାତ ଫେରି ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଖଇରା ଜଳସେଚନ ବିଭାଗ କାର୍ଯ୍ୟାଳୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ…

ଦାରିଙ୍ଗବାଡ଼ିରେ ବ୍ଲକସ୍ତରୀୟ ସାଧାରଣତନ୍ତ୍ର ଦିବସ : ପତାକା ଉତ୍ତୋଳନ କଲେ ବିଡିଓ

ଦାରିଙ୍ଗବାଡ଼ି,୨୬।୧(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ବ୍ଲକସ୍ତରୀୟ ୭୧ତମ ସାଧାରଣତନ୍ତ୍ର ଦିବସ ରବିବାର ପାଳିତ ହୋଇଯାଇଛି । ଏଥିରେ ଜାତୀୟ ଦିବସ ପାଳନ କମିଟି ଅଧ୍ୟକ୍ଷ ତଥା ବିଡିଓ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇ ମୁଖ୍ୟ ଅତିଥିଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଛନ୍ତି। ଏଥିସହ…

ବାଲେଶ୍ୱର ଜିଲା ପାଲିସ ଲାଇନ୍‌ ପଡ଼ିଆରେ ସାଧାରଣତନ୍ତ୍ର ଦିବସ: ପତାକା ଉତ୍ତୋଳନ କଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

ବାଲେଶ୍ୱର ଅଫିସ, ୨୬।୧: ବାଲେଶ୍ୱର ଜିଲାରେ ୭୧ ତମ ସାଧାରଣତନ୍ତ୍ର ଦିବସ ରବିବାର ପାଳିତ ହୋଇଯାଇଛି । ଜିଲା ପୋଲିସ ଲାଇନ୍‌ ପଡ଼ିଆରେ ଆୟୋଜିତ ଏହି ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ…

ଗଞ୍ଜାମରେ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ: ମନ୍ତ୍ରୀ କହିଲେ ‘ଗଞ୍ଜାମର ସାଲିସ ବିହୀନ ସଂଗ୍ରାମ ଅବିସ୍ମରଣୀୟ

ଛତ୍ରପୁର, ୨୬।୧(ଡି.ଏନ୍‌.ଏ.)-ଛତ୍ରପୁରସ୍ଥିତ ପୋଲିସ ପଡିଆଠାରେ ରବିବାର ଗଞ୍ଜାମ ଜ଼ିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୃଷି ମନ୍ତ୍ରୀ ଅରୁଣ ସାହୁ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ। ଗଞ୍ଜାମର…

ଚୌଦ୍ୱାର ଜେଲରେ ରହି ଦାଦାବଟି ଆଦାୟ: ୪ ଗିରଫ

କଟକ ଅଫିସ, ୨୬।୧: ଚୌଦ୍ୱାର ଜେଲରେ ଥାଇ ଜଣେ ବ୍ୟବସାୟୀଙ୍କୁ ଦାଦାବଟି ମାଗିବା ଘଟଣାରେ ଚାଉଳିଆଗଞ୍ଜ ଥାନା ପୋଲିସ ଶନିବାର ୪ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବିଡାନାସୀ ଗୋପାଳ ସାହିର ପ୍ରତାପ ବେହେରା(୫୪), ତାଙ୍କ ସ୍ତ୍ରୀ ପୁଷ୍ପଲତା ବେହେରା(୪୯), ବିଡାନାସୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?