ଏସ୍ଭିଏମ୍ ମହାବିଦ୍ୟାଳୟରେ ୨ ଅଧ୍ୟାପକ ଗଣ୍ଡଗୋଳ ଘଟଣା: ଜଣେ ଅଧ୍ୟାପକଙ୍କ ସହ ୭ ଗିରଫ
ଜଗତ୍ସିଂହପୁର ଅଫିସ୍,୨୮ା୧: ଜଗତ୍ସିଂହପୁରସ୍ଥିତ ସ୍ବାମୀ ବିବେକାନନ୍ଦ ସ୍ମାରକୀ(ଏସ୍ଭିଏମ୍) ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ଅଧ୍ୟାପକ(ରିଡର) ଧୀରେନ ମହାନ୍ତି ଓ ଅଧ୍ୟାପକ ଜଗନ୍ନାଥ ବେହେରାଙ୍କ ମଧ୍ୟରେ ଗତ ୨୫ରେ ଗଣ୍ଡଗୋଳ ହୋଇଥିଲା। ଏହି ଗଣ୍ଡଗୋଳ ସୋମବାର ଉଗ୍ର ରୂପ ନେଇଛି। ରିଡର ମହାନ୍ତି ୫…
ମା’ ତାରିଣୀ ଇଷ୍ଟକନ୍ ସଂସ୍ଥାର ସମ୍ପତ୍ତି ବାଜ୍ୟାପ୍ତି ନିର୍ଦ୍ଦେଶ
କଟକ ଅଫିସ, ୨୮।୧: ଚିଟ୍ଫଣ୍ଡ ସଂସ୍ଥା ମା’ ତାରିଣୀ ଇଷ୍ଟକନ୍ ପ୍ରାଇଭେଟ ଲିମିଟେଡ୍ର ଜବତ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ବାଜ୍ୟାପ୍ତ କରାଯିବ। ପରେ ଉକ୍ତ ସମ୍ପତ୍ତିକୁ ସର୍ବସାଧାରଣରେ ନିଲାମ ଡକାଯାଇ ବିକ୍ରି କରାଯିବ। ଏଥିରୁ ଯେଉଁ ଅର୍ଥ ମିଳିବ ତାହାକୁ କ୍ଷତିଗ୍ରସ୍ତ…
ଫାଇନାନ୍ସ କର୍ମଚାରୀଙ୍କୁ ଛୁରା ମାଡ଼ କରି ଲୁଟ୍ ଅଭିଯୋଗ
ଘସିପୁରା, ୨୮।୧(ଡି.ଏନ.ଏ.)-ଘସିପୁରା ଥାନା ଅନ୍ତର୍ଗତ ନାହାଗୁଣାରେ ଜଣେ ଫାଇନାନ୍ସ କର୍ମଚାରୀଙ୍କୁ ଛୁରା ମାଡ଼ କରି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଗୁରୁତର ଆହତ ଫାଇନାନ୍ସ କର୍ମଚାରୀ ନିଶାକର ମଲ୍ଲିକଙ୍କୁ ଚିକିତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡ…
ରଟନ୍ତି କାଳୀପୂଜାରେ ଝଲସୁଛି ଅସୁରାଳି
ଧାମନଗର, ୨୮।୧(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ବ୍ଲକ ଅସୁରାଳିରେ ଶନିବାର ରାତିରୁ ଆରମ୍ଭ ହୋଇଛି ମା’ ରଟନ୍ତି କାଳୀପୂଜା। ଏଥିପାଇଁ ଅସୁରାଳି ଉତ୍ସବମୁଖର ହୋଇଥିବାବେଳେ ବିଭିନ୍ନ ସାଜସଜ୍ଜା ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି। ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁମାନେ ଆସି ମା’ଙ୍କୁ ଦର୍ଶନ କରୁଛନ୍ତି।…
ଲୁଟିନେଲେ ୫ ଲକ୍ଷ ୫୦ ହଜାର ଟଙ୍କା
ଭଦ୍ରକ ଅଫିସ,୨୮।୧-ଭଦ୍ରକ ଜିଲା ଧାମନଗର ଥାନା ଅଧୀନ ଚୁଡ଼ାକୁଟି ବଜାରରେ ଥିବା ଏକ ଏଟିଏମ୍ରେ ଟଙ୍କା ଭର୍ତ୍ତି କରିବାକୁ ଯାଉଥିବା ଦୁଇ କର୍ମଚାରୀଙ୍କଠାରୁ ସୋମବାର ରାତିରେ ୫ ଲକ୍ଷ ୫୦ ହଜାର ଟଙ୍କା ଲୁଟ୍ ହୋଇଛି। ସୂଚନା ଅନୁଯାୟୀ, ଦୁଇଟି ବାଇକ୍ରେ…
କୁଳିଅଣା ବ୍ଲକ ଆଗରେ ଧାରଣା
କୁଳିଅଣା,୨୮ା୧(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକ ମୁଖ୍ୟ ଦପ୍ତର ଚାନ୍ଦୁଆ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ୧୭ଟି ପଞ୍ଚାୟତର ନିର୍ବାଚିତ ପ୍ରତିନିଧିମାନେ ସହକାରୀ ଯନ୍ତ୍ରୀଙ୍କ ବଦଳି ଦାବିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବ୍ଲକ ଘେରାଉ କରି ଧାରଣାରେ ବସିଥିଲେ। ଗତ ୨ମାସ ଆଗରୁ…
ପରେଡରେ ଅଣଛାତ୍ର ହାତେଇ ନେଲେ ଟ୍ରଫି
ବାଲେଶ୍ୱର ଅଫିସ, ୨୮।୧-ବାଲେଶ୍ୱର ପୋଲିସ ଲାଇନ୍ ପଡ଼ିଆରେ ଆୟୋଜିତ ଜିଲାସ୍ତରୀୟ ୭୧ତମ ଜନରାଜ୍ୟ ଦିବସରେ ସରକାରୀ, ବେସରକାରୀ ଏମ୍ଇ ସ୍କୁଲ, ହାଇସ୍କୁଲ, ମହାବିଦ୍ୟାଳୟ, ବୈଷୟିକ ବିଦ୍ୟାଳୟରୁ ୫୫ଟି ଦଳ ପରେଡ୍ରେ ଭାଗ ନେଇଥିଲେ। ବିଭିନ୍ନ ସରକାରୀ ଅନୁଷ୍ଠାନ ଏବଂ ଡିଆର୍ଡିଓ (ଡିଫେନ୍ସ…
ଦୁର୍ଦ୍ଦିନରେ ୩୭ ଆବାସ ମିତ୍ର
ଖଇରା, ୨୮।୧(ଉତ୍କଳବନ୍ଧୁ ପଣ୍ଡା)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନରେ ୨୦୧୭ ମସିହାରେ ଗ୍ରାମୀଣ ଗୃହ ଯୋଜନାର ସଫଳ ରୂପାୟନ ତଥା ଗୃହ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ନିଯୁକ୍ତି ପାଇଥିବା ଜିଓ ଟ୍ୟାଗ କର୍ମଚାରୀ ବା ଆବାସ ମିତ୍ରମାନେ ୨ବର୍ଷ ହେଲା…
ଚାନ୍ଦିପୁରରେ ଗାନ୍ଧୀଙ୍କୁ ନେଇ ସ୍ବତନ୍ତ୍ର କବିତା ପାଠୋତ୍ସବ
ବାଲେଶ୍ୱର ଅଫିସ, ୨୮।୧-ଚାନ୍ଦିପୁରଠାରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ମହାମତ୍ା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଦିବସ ବ୍ୟାପୀ ରାଜ୍ୟସ୍ତରୀୟ କବି ସମ୍ମିଳନୀ ଓ କାବ୍ୟ ଚର୍ଚ୍ଚା ଅନୁଷ୍ଠିତ ହୋଇଯାଇଛି। ପାନ୍ଥନିବାସ ସଭାକକ୍ଷରେ ଆୟୋଜିତ ଏହି ଉତ୍ସବରେ କବି ରାଜେନ୍ଦ୍ର…
କପିଳାସ ଆଣିବାକୁ ମସୁଧା
ଢେଙ୍କାନାଳ ଅଫିସ,୨୮ା୧ କିଛି ଦିନ ତଳେ ତାଳଚେରରେ ଉପଦ୍ରବ କରୁଥିବା ନରହନ୍ତା ଦନ୍ତାକୁ କପିଳାସ କପିଳାସ ଚିଡିଆଖାନା ପରିସରରେ ଥିବା ଏଲିଫ୍ୟାଣ୍ଟ ରେସକ୍ୟୁ ସେଣ୍ଟରକୁ ଅଣାଯାଇଥିବାବେଳେ ଏବେ ଆଉ ଏକ ଦନ୍ତାକୁ ସେଠାକୁ ଅଣାଯିବାକୁ ମସୁଧା କରାଯାଉଥିବା ସୂଚନା ମିଳିଛି। ଉଗ୍ର…
କପିଳାସରେ ହେବ ରୋପ୍ୱେ
ଢେଙ୍କାନାଳ ଅଫିସ,୨୮ା୧ ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସରେ କାର୍ଯ୍ୟକାରୀ ହେବ ରୋପ୍ଓ୍ବେ। ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବରେ ଯୋଗଦେଇ ଏହି ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା। କପିଳାସ ସମେତ ରାଜ୍ୟର ୪ଟି ପର୍ଯ୍ୟଟନସ୍ଥଳୀରେ…
ଅସ୍ବାସ୍ଥ୍ୟକର ପରିବେଶରେ ଦୈନିକ ବଜାର
କାଶୀନଗର,୨୮ା୧(ଡି.ଏନ.ଏ.) – ଗଜପତି ଜିଲା କାଶୀନଗର ବସଷ୍ଟାଣ୍ଡ ନିକଟ ବଜାର ଆବର୍ଜନାପୂର୍ଣ୍ଣ ଓ ଅସ୍ବାସ୍ଥ୍ୟକର ପରିବେଶରେ ରହିଛି। ବଜାରରେ ପ୍ରତ୍ୟେକ ଦିନ ପନିପରିବା ଏବଂ ଆମିଷ ବିକ୍ରି ହେଉଛି। ହେଲେ ସଫେଇ ପ୍ରତି ଏନ୍ଏସି କର୍ତ୍ତୃପକ୍ଷ ଦୃଷ୍ଟି ଦେଉ ନ ଥିବା…

