ଆମ ଜିଲା ଖବର

ବିବାହ ଭୋଜ ଖାଇ ଫେରୁଥିଲେ, ଚାଲିଗଲା ୩ ଯୁବକଙ୍କ ଜୀବନ

ଭବାନୀପାଟଣା,୨୭।୨(ଡି.ଏନ୍‌.ଏ.): ବିବାହ ଉତ୍ସବରେ ମଉଜମସ୍ତି କରି ଭୋଜି ଖାଇ ନିଜ ଘରକୁ ଫେରିବା ସମୟରେ ଦୁର୍ଘଟଣା ଘଟି ୩ ଯୁବକଙ୍କ ଜୀବନ ଚାଲିଯାଇଛି। ଏପରି ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି ଜିଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ଫପ୍‌ସି ରାସ୍ତାରେ। ବୁଧବାର…

ଟ୍ରାକ୍ଟରକୁ ଧକ୍କା ଦେଲା ବାଇକ୍‌: ଘଟଣା ସ୍ଥଳରେ ୨ ମୃତ

ରାୟଗଡ଼ା ଅଫିସ,୨୭।୨: ରାୟଗଡ଼ା ଜିଲା ରାୟଗଡ଼ା ବ୍ଳକ କାର୍ଲାକଣା ପଞ୍ଚାୟତ ନୂଆ ଅଙ୍ଗୁର ଗ୍ରାମ ନିକଟରେ ବୁଧବାର ରାତିରେ ଟ୍ରାକ୍ଟରକୁ ଏକ ବାଇକ୍‌ ଧକ୍କା ଦେଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ବୃନ୍ଦାବନ କରକରିଆ ଓ…

ଶୁକ୍ରବାର ଓଡ଼ିଶା ଆସୁଛନ୍ତି ଶାହା: ସନ୍ଧ୍ୟାରେ କର୍ମକର୍ତ୍ତାଙ୍କୁ ଭେଟିବେ

ଭୁବନେଶ୍ୱର,୨୭।୨(ବ୍ୟୁରୋ): ଶୁକ୍ରବାର ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଏହି ଅବସରରେ ସେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ନାଗରିକତା ସଂଶୋଧନ ଆଇନ(ସିଏଏ) ସପକ୍ଷରେ ଜନସଚେତନତା ସୃଷ୍ଟି ପାଇଁ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ତେବେ ଶୁକ୍ରବାର…

୫ ଦଫା ଦାବିରେ ଆଶା ସାଥୀ ସଂଘର ବିକ୍ଷୋଭ

ରାୟଗଡ଼ା ଅଫିସ ,୨୭।୨: ଭାରତୀୟ ମଜଦୁର ଦ୍ୱାରା ପରିଚାଳିତ ରାଜ୍ୟ ଆଶା ସାଥୀ ସଂଘ ନିର୍ଦ୍ଦେଶକ୍ରମେ ୫ ଦଫା ଦାବି ନେଇ ରାୟଗଡ଼ା ଜିଲା ଶାଖା ଆଶା ସାଥୀ ଏବଂ ଭାରତୀୟ ମଜଦୁର ସଂଘ ନେତୃତ୍ୱରେ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ…

ପଟିଆ ଜଙ୍ଗଲରୁ ହାତୀର ମୃତଦେହ ଉଦ୍ଧାର

ନିରାକାରପୁର, ୨୭।୨(ଡି.ଏନ୍‌.ଏ): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନବିଭାଗ ଅଧୀନରେ ଥିବା ପଟିଆ ଜଙ୍ଗଲରୁ ଗୁରୁବାର ଏକ ମାଈ ହାତୀର ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ ଓୟୁଏଟି, ଭୁବନେଶ୍ୱର ବିଶେଷଜ୍ଞ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ହାତୀର ବୟସ ପାଖାପାଖି ୪୦ ହେବ।…

ଶୁକ୍ରବାରରୁ ଡଙ୍ଗରିଆଙ୍କ ନିୟମରାଜା ପର୍ବ: ସିଏଏ, ଏନ୍‌ଆର୍‌ସିକୁ କରିବେ ବିରୋଧ

ଭବାନୀପାଟଣା,୨୭।୨(ଡି.ଏନ୍‌.ଏ.): ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ମାର୍ଚ୍ଚ ୨୮ ଶୁକ୍ରବାରରୁ ତିନିଦିନ ବ୍ୟାପୀ କଳାହାଣ୍ଡି ରାୟଗଡ଼ା ସୀମାନ୍ତ ନିୟମଗିରି ପର୍ବତ ଶିଖର ଉପରେ ନିୟମରାଜା ପର୍ବ ପାଳିତ ହେବ। କଳାହାଣ୍ଡି ରାୟଗଡ଼ା ସୀମାନ୍ତ ମୁନିଖୋଲ ପଞ୍ଚାୟତର ଗରଟାଗ୍ରାମରେ ନିୟମଗିରି ସୁରକ୍ଷା ସମିତିର…

ଡିଏଲ୍‌ ପାଇଁ ୩ ଗୁଣା ଫି’ ନେଇ ଦଲାଲ ଗିରଫ

ଭବାନୀପାଟଣା,୨୭।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ଆର୍‌ଟିଓରୁ ଜଣେ ଦଲାଲଙ୍କୁ ଗିରଫ କରାଯାଇଛି। ଦଲାଲ ଜଣକ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) କରାଇବାକୁ ପ୍ରକୃତ ମୂଲ୍ୟଠାରୁ ୩ଗୁଣା ଅଧିକ ଫି’ ନେଉଥିବା ବେଳେ ତାଙ୍କୁ ବୁଧବାର ଗିରଫ କରାଯାଇଛି। ସୂଚନାନୁଯାୟୀ, ଡିଏଲ ପାଇବା ପାଇଁ…

ମାର୍ଚ୍ଚ ୧ରୁ ମୋଟର ଯାନ ଆଇନ କଡ଼ାକଡ଼ି: ୭୦ ପ୍ରତିଶତ ପୋଲିସ କର୍ମଚାରୀ କରିବେ ଯାଞ୍ଚ

ଭୁବନେଶ୍ୱର ,୨୭।୨(ବ୍ୟୁରୋ): ମାର୍ଚ୍ଚ ୧ ତାରିଖରୁ ମୋଟର ଯାନ ଆଇନ କଡ଼ାକଡ଼ି ଭାବେ ପାଳନ କରାଯିବ। ପୂର୍ବରୁ ଦିଆଯାଇଥିବା ୬ ମାସର ସମୟ ପୂରିଯାଇଥିବା ବେଳେ ଏଥର ଯାଞ୍ଚ କଡ଼ାକଡ଼ି କରାଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ୭୦…

ଜାପାନରେ ଫସିଥିବା ବ୍ରହ୍ମପୁରର ଯୁବ ଇଞ୍ଜିନିୟର ଭାରତ ଫେରିଲେ: ପରିବାରରେ ଆନନ୍ଦର ଲହରି

ବ୍ରହ୍ମପୁର ଅଫିସ,୨୭।୨: ଦୀର୍ଘ ୨୪ ଦିନ ଧରି ନାନା ଆଶଙ୍କା ଓ ଅନିଶ୍ଚିତତା ମଧ୍ୟରେ ଜାପାନ ଜଳ ଜାହାଜରେ କରୋନା ଭାଇରସ୍‌ ପାଇଁ ଅଟକି ରହିଥିବା ବ୍ରହ୍ମପୁରର ଯୁବ ଇଞ୍ଜିନିୟର ଶିବାଶିଷ ନାୟକ ଗୁରୁବାର ଭୋର ୫ଟାରେ ଭାରତୀୟ ବିମାନରେ ଭାରତୀୟ…

ସ୍କୁଲପିଲାଙ୍କୁ ପଢ଼ାଇଲେ ଗଞ୍ଜାମ ଜିଲାପାଳ

ଗଞ୍ଜାମ,୨୭।୨(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ସୁବଳୟା ପଞ୍ଚାୟତ ଶତ୍ରୁସୋଲ ଗ୍ରାମରେ ବ୍ଲକ ପ୍ରଶାସନ ପକ୍ଷରୁ ନିର୍ମାଣ ହୋଇଥିବା ୪୦ ଗାଈ ଗୁହାଳକୁ ଗୁରୁବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗ ଅନୁଧ୍ୟାନ କରିଥିଲେ। ‘ମୋ ଗୋଧନ ସ୍କିମ ଯୋଜନା’ରେ ସେଠାରେ ଗୋବର ଗ୍ୟାସ ଉତ୍ପାଦନ…

୬୮ ଖଣ୍ଡ ଚୌକାଠ ଚୋରାଚାଲାଣ: କାଠ ସହ ଟ୍ରାକ୍ଟର ଜବତ

ପାଟଣା,୨୭।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଗୁଜାପଥର ଗ୍ରାମ୍ୟ ଜଙ୍ଗଲରୁ ବୁଧବାର ରାତିରେ ୬୮ ଖଣ୍ଡ ଶାଳ ଚୌକାଠ କଟାଯାଇ ଚାଲାଣ ହେଉଥିଲା। ଖବର ପାଇ ଘଟଣାସ୍ଥଳରେ ପାଟଣା ବନ କର୍ମଚାରୀ ପହଞ୍ଚି କାଠ ଓ ଚାଲାଣରେ ବ୍ୟବହୃତ ଟ୍ରାକ୍ଟର ଜବତ…

ହଷ୍ଟେଲରେ ରାତ୍ରିଭୋଜନ ଖାଇ ୯ ଛାତ୍ରୀ ଅସୁସ୍ଥ

କେନ୍ଦୁଝର,୨୭।୨(ସ୍ବ.ପ୍ର.): ସଦର ବ୍ଲକ ତଳକୁସୁମିତା ଗ୍ରାମରେ ଏସ୍‌ସି/ଏସ୍‌ଟି ବିଭାଗ ଅଧୀନ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ହଷ୍ଟେଲରେ ବୁଧବାର ରାତ୍ରିଭୋଜନ ଖାଇ ଝାଡ଼ାବାନ୍ତିରେ ୯ ଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି। ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?