ଆମ ଜିଲା ଖବର

ମାଛଧରା ହେଲା କାଳ: ପୋଖରୀରେ ବୁଡ଼ି ଜଣଙ୍କ ଜୀବନଗଲା

ସୋର,୧୩।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମର ଜଣେ ବ୍ୟକ୍ତି ଶୁକ୍ରବାର ମାଛ ଧରିବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ି ତାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ରବୀନ୍ଦ୍ର ବେହେରା(୫୨)। ରବୀନ୍ଦ୍ର ନିଜ ଘର ପଛପଟେ ଥିବା ଏକ…

୭ ଦଫା ଦାବିରେ ରାଜନଗର ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ

ରାଜନଗର,୧୩।୩(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ କଂଗ୍ରେସ କମିଟି ପକ୍ଷରୁ ୭ ଦଫା ଦାବିରେ ଶୁକ୍ରବାର ମଧ୍ୟାହ୍ନରେ ରାଜନଗର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି। ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ କର୍ମୀ କଂଗ୍ରେସ କାର୍ଯ୍ୟାଳୟଠାରୁ ବାହାରି ରାଜନଗର…

ମେଳଣ ଦେଖି ଫେରୁଥିବା ବେଳେ ଗଛକୁ ପିଟିଲା ବାଇକ୍‌: ଆରୋହୀ ମୃତ

ଧାମନଗର,୧୩।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ଥାନା ତାଳସିଠା ନିକଟରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ ବନ୍ତ ବ୍ଲକ ସୁନାଗଡିଆ ଗ୍ରାମର ଅଜୟ ବାରିକ (୩୩)। ଅଜୟ ଚୁଡାକୁଟି ମେଳଣ ଦେଖି ଫେରୁଥିବା ବେଳେ…

ପାଟ୍ରୋଲିଂ ସମୟରେ ଚୋରା ଗାଡ଼ି ଧରିଲା ପୋଲିସ

ଆଠଗଡ଼,୧୩।୩(ସ୍ବ.ପ୍ର.): ଚୋରଙ୍କୁ ଅଡୁଆ ଏବେ ପୋଲିସର ଚେକିଂ। ଏହାର ପ୍ରଭାବ ଆଠଗଡ଼ରେ ଦେଖିବାକୁ ମିଳିଛି। ଗୁରୁବାର ରାତିରେ ଏକ ଚାରିଚକିଆ ଚୋରା ଗାଡ଼ିକୁ ଦୁର୍ବୃତ୍ତମାନେ ଆଠଗଡ଼ ରଥଗଡ଼ା ଛକଠାରେ ଛାଡ଼ି ଫେରାର ହୋଇଯାଇଥିଲେ। ଏହାକୁ ପାଟ୍ରୋଲିଂ କରୁଥିବା ପୋଲିସ ଉଦ୍ଧାର କରିଛି।…

ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପେନ୍‌ସନ୍‌ଭୋଗୀଙ୍କ ବିକ୍ଷୋଭ

କେନ୍ଦୁଝର,୧୩।୩(ସ୍ବ.ପ୍ର.): ଇପିଏଫ୍‌ ପେନ୍‌ସନ୍‌ ଆସୋସିଏଶନ କେନ୍ଦୁଝର ଶାଖା ପକ୍ଷରୁ ୩ ଦଫା ଦାବିରେ ଶୁକ୍ରବାର ବିକ୍ଷୋଭ କରାଯାଇଛି। ଟେଲିଫୋନ୍‌ ଭବନ ଛକରୁ ପେନସନ୍‌ଧାରୀମାନେ ଏକ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସର୍ବନିମ୍ନ ୯ ହଜାର…

ଦାରିଙ୍ଗବାଡ଼ିରେ କରୋନା ସନ୍ଦିଗ୍ଧ

ଦାରିଙ୍ଗବାଡ଼ି,୧୩।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଜଣେ କରୋନା ଆକ୍ରାନ୍ତ ଥିବା ସନ୍ଦେହ କରାଯାଇଛି। ସନ୍ଦିଗ୍ଧ ରୋଗୀଙ୍କୁ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି। ସୂଚନାଯୋଗ୍ୟ, ଉକ୍ତ ବ୍ଲକର ହଜାର ହଜାର ସଂଖ୍ୟକ ଲୋକ…

କାଠଯୋଡ଼ିରୁ ଅଚିହ୍ନା ମୃତଦେହ ଉଦ୍ଧାର: ହୋଲିରେ ହତ୍ୟାକରି ଫିଙ୍ଗି ଦେଇଥିବା ସନ୍ଦେହ

କଟକ ଅଫିସ,୧୩।୩: ସହରର ସୁଭାଷ ସେତୁ ନିକଟସ୍ଥ କାଠଯୋଡ଼ି ନଦୀରୁ ଶୁକ୍ରବାର ମଧ୍ୟାହ୍ନରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସିଡିଏ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଏହି ମୃତଦେହ ଉଦ୍ଧାର କରିଥିବା ବେଳେ ମୃତକଙ୍କର କୌଣସି ପରିଚୟ ମିଳିପାରିନାର୍ହିଁ। ମୃତକ…

ଗଞ୍ଜାମ ଏନ୍‌ଏସିରେ ମିଳୁନି ହରିଶ୍ଚନ୍ଦ୍ର ଯୋଜନା ଫର୍ମ: ଯୋଗାଇବାକୁ ଦାବି

ଗଞ୍ଜାମ,୧୩।୩(ଡି.ଏନ୍‌.ଏ.): ରାଜ୍ୟ ସରକାର ଜନସାଧାରଣଙ୍କ ଲାଗି ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଯୋଜନା କରିଛନ୍ତି। ଜନ୍ମ ହେଲେ ମମତା ଯୋଜନା ଓ ମୃତ୍ୟୁ ଘଟିଲେ ହରିଶ୍ଚନ୍ଦ୍ର ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛିି l ମାତ୍ର କେତେକ ସ୍ଥାନରେ ଏଥିରେ ବ୍ୟତିକ୍ରମ…

ଗାଧୋଇବା ବେଳେ ଚିତ୍ରୋତ୍ପଳାରେ ବୁଡ଼ି ୨ଯୁବକ ମୃତ

ପାଟକୁରା,୧୩।୩(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଗରଦପୁର ତହସିଲ ଅନ୍ତର୍ଗତ ପାଟକୁରା ବ୍ରିଜ୍‌ ନିକଟରେ ଚିତ୍ରୋତ୍ପଳା ନଦୀରେ ବୁଡ଼ି ଶୁକ୍ରବାର ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ମହମ୍ମଦ ହାସନ ଅଲ୍ଲୀ(୧୯), ତାରିକ୍‌ ଅହମ୍ମଦ(୨୦)। ଘଟଣାସ୍ଥଳରେ ସ୍ଥାନୀୟ ଦମକଳ ବାହିନୀ ପହଞ୍ଚି ସେମାନଙ୍କୁ…

ଜବରଦଖଲ, ବେଆଇନ ପାର୍କିଂ: ବଡ଼ଦାଣ୍ଡ ସଙ୍କୁଚିତ

ପୁରୀ ଅଫିସ,୧୩।୩: ପୁରୀକୁ ବିଶ୍ୱ ଐତିହ୍ୟ ସହର କରିବା ଲାଗି ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଏଥିପାଇଁ ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ସିଂହଦ୍ୱାରକୁ ଆକର୍ଷଣୀୟ ଭାବେ ସଜାଯାଇଛି। ପୂର୍ବାପେକ୍ଷା ଶ୍ରୀକ୍ଷେତ୍ରକୁ ଭକ୍ତ ଏବଂ ପର୍ଯ୍ୟଟକଙ୍କ ଆଗମନ ବି ବୃଦ୍ଧିପାଉଛି।…

ମହାବିଦ୍ୟାଳୟ ପରିସରରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଜେନାପୁର,୧୩।୩(ଡି.ଏନ୍‌.ଏ.): ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ମୁକୁନ୍ଦ ପାତ୍ର ମହାବିଦ୍ୟାଳୟ ପରିସରରେ ଥିବା ଏକ ଶାଗୁଆନ ଗଛରୁ ଶୁକ୍ରବାର ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ ଉକ୍ତ ଥାନା ଅନ୍ତର୍ଗତ କାନ୍ତପଡ଼ା ଗ୍ରାମର ଗଙ୍ଗା ମଳିକ(୧୮)।…

ଘରୋଇ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା: ‘ଆମ ଜନତା ଅଧିକାର’ର ସମୂହ ଦୀପଦାନ, ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ପୁରୀ ଅଫିସ,୧୩।୩: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ୟେସ୍‌ ବ୍ୟାଙ୍କ କାରବାର ଉପରେ କଟକଣା ଜାରି କରିଛି। ବ୍ୟାଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ଯୋଗୁ ଏଭଳି ପଦକ୍ଷେପ ନେଇଛି ଆର୍‌ବିଆଇ । ତେବେ ୟେସ୍‌ ବ୍ୟାଙ୍କରେ ଜମା ରଖାଯାଇଥିବା ମହାପ୍ରଭୁଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?