ପୋଲତଳକୁ ଖସିଲା ପୋଲିସ ଗାଡ଼ି, ଥାନାଧିକାରୀ ଗୁରୁତର
ରାଇକିଆ,୧୩।୧(ଡି.ଏନ୍.ଏ.): କନ୍ଧମାଳ ଜିଲା ରାଇକିଆଠାରେ ଏକ ଗଞ୍ଜେଇ ଗାଡ଼ିକୁ ପିଛା କରୁଥିବା ବେଳେ ସୋମବାର ପୂର୍ବାହ୍ନରେ ଭାରସାମ୍ୟ ହରାଇ ପୋଲ ତଳକୁ ପୋଲିସ ଗାଡ଼ି ଖସିପଡ଼ିଛି। ଫଳରେ ରାଇକିଆ ଥାନାଧିକାରୀ ଅଲେଖ ଗରଡ଼ିଆ ଏବଂ ହୋମଗାର୍ଡ ତଥା ଡ୍ରାଇଭର ଆର୍ଯ୍ୟଦେବ ପ୍ରଧାନ…
୨ ବାଇକ୍ ମୁହାଁମୁହିଁ: ଜଣେ ମୃତ, ଜଣେ ଗୁରୁତର
ଦେବଗଡ଼/ରିଆମାଳ,୧୩।୧(ଡି.ଏନ୍.ଏ.): ଦେବଗଡ଼ ଜିଲା ରିଆମାଳ ବ୍ଲକ ଛତାବରସ୍ଥିତ ଜଟିଆନାଳୀଠାରେ ସୋମବାର ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଏଥିରେ ଜଣେ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ଟିଙ୍କହୀର ପଟାପଥର ଗ୍ରାମର ଉତ୍ତମ ସାହୁ…
ଜିଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିଲେ ଆନ୍ଦୋଳନକାରୀ
ଖୋର୍ଦ୍ଧା ଅଫିସ, ୧୩।୧: ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ ପକ୍ଷରୁ ସୋମବାର ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସିଏଏ ପ୍ରତ୍ୟାହାର, ଦଳିତ ଏବଂ ଆଦିବାସୀମାନଙ୍କୁ ପାଞ୍ଚ ଡେସିମିଲି ଜାଗା ଯୋଗାଇଦେବା ଦାବିରେ ଏହି ଆନ୍ଦୋଳନ ଚାଲିଥିଲା। ଆନ୍ଦୋଳନର…
ପାରିବାରିକ କଳହ: ବିଷ ପିଇ ଜୀବନ ହାରିଲେ ଯୁବକ
ତିହିଡ଼ି,୧୩।୧(ଡି.ଏନ୍.ଏ.): ଭଦ୍ରକ ଜିଲା ତିହଡ଼ି ଥାନା ଭାଟପଡ଼ା ପଞ୍ଚାୟତ ଅଧୀନ ମିର୍ଜାପୁରରେ ଘରଭଡ଼ା ନେଇ ରହୁଥିବା ଜଣେ ଯୁବକ ରବିବାର ରାତିରେ ବିଷପିଇ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ହେଲେ ବାଂଶଡା ଥାନା ଅଧୀନ ବାଂଶଡା ଗ୍ରାମର ଉତ୍ତମ ରାଉଳ(୨୫)। ସେ…
ମଦ ଦୋକାନ ଭାଙ୍ଗି ୩ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା, ମଦ ଲୁଟ୍
ତିହିଡି,୧୩।୧(ଡି.ଏନ୍.ଏ.): ଭଦ୍ରକ ଜିଲା ତିହିଡି ବଜାରରେ ଥିବା ଏକ ବିଦେଶୀ ମଦ ଦୋକାନ ଭାଙ୍ଗି ରବିବାର ରାତିରେ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଦୋକାନ ଦାୟିତ୍ୱରେ ଥିବା କାନପୁର ଗ୍ରାମର ଦୁର୍ଯ୍ୟୋଧନ ବେହେରା ସୋମବାର ଏ ସମ୍ପର୍କରେ ତହିଡି ଥାନାରେ ଜଣାଇବା…
ଛତ୍ରପୁରରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି, ଭେଣ୍ଡିଂ ଜୋନ ଉଦ୍ଘାଟିତ
ଛତ୍ରପୁର,୧୩।୧(ଡି.ଏନ୍.ଏ): ଗଞ୍ଜାମ ଜିଲା ଛତ୍ରପୁର ଏନ୍ଏସି ପକ୍ଷରୁ ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସୋମବାର ଉନ୍ମୋଚିତ ହୋଇଯାଇଛି। ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଏହାକୁ ଉନ୍ମୋଚନ କରିବା ସହ ପ୍ରଥମ କରି ନିର୍ମାଣ କରାଯାଇଥିବା…
ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦକଲେ ଗ୍ରାମବାସୀ
କେନ୍ଦୁଝର,୧୩।୧(ସ୍ବ.ପ୍ର.): କେନ୍ଦୁଝର ସହର ଦେଇ ଯାଇଥିବା ଏନ୍ଏଚ୍ ୪୯ରେ ବାଇପାସ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏହାକୁ ଅଙ୍କାବଙ୍କା ନିର୍ମାଣ କରାଯାଉଥିବାରୁ ଜନଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ସଦର ବ୍ଲକ ବୋଦାପଲସା ଗ୍ରାମବାସୀ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ। ତେବେ…
ଜିଲା ପରିଷଦ ଅଧ୍ୟକ୍ଷଙ୍କ ମୃତ୍ୟୁ ଘଟଣା: ସିବିଆଇ ତଦନ୍ତ ଦାବି କରି କଂଗ୍ରେସର ରାସ୍ତାରୋକୋ
ଗୁଣପୁର,୧୩।୧(ଡି.ଏନ୍ .ଏ.) : ରାୟଗଡ଼ା ଜିଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ଗତ ୨୪ ତାରିଖରେ ରାମନାଗୁଡ଼ା ବ୍ଲକର ତାଣ୍ଡିକଣା ଛକଠାରୁ କିଛି ଦୂରରେ ବାଇକ୍ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଏହି ଘଟଣାର ତଦନ୍ତ କରି ପ୍ରକୃତ ରହସ୍ୟ ଉନ୍ମୋଚନ କରିବା…
ବରିଷ୍ଠ ଓକିଲ ଶିଶିର କୁମାର ଶତପଥୀଙ୍କ ପରଲୋକ: ଓକିଲ ସଂଘର କାର୍ଯ୍ୟବନ୍ଦ
ପୁରୁଷୋତ୍ତମପୁର,୧୩।୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ବଡ଼ଖରିଡା ପଞ୍ଚାୟତ ବୀରଜଗନ୍ନାଥପୁର ତଥା ପୁରୁଷୋତ୍ତମପୁର ଓକିଲ ସଂଘର ବରିଷ୍ଠ ସଭ୍ୟ, ନୋଟାରି ଶିଶିର କୁମାର ଶତପଥୀ (୫୯)ଙ୍କ ସୋମବାର ଭୋର ସମୟରେ ଆକସ୍ମିକ ଭାବେ ପରଲୋକ ଘଟିଛି । ଏହାକୁ ନେଇ ପୁରୁଷୋତ୍ତମପୁର ଓକିଲ ସଂଘ…
ବନ୍ଦ କୋଠରିରୁ ଭାଉଜ, ଦିଅରଙ୍କ ମୃତଦେହ ଉଦ୍ଧାର
କେନ୍ଦୁଝର/ପାଟଣା,୧୩।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ପୋଲିସ ନୂଆବନ୍ଧ ଗ୍ରାମର ଏକ ବନ୍ଦ ଘରୁ ସୋମବାର ସକାଳେ ଦୁଇ ଜଣଙ୍କ ମୃତଦେହ କବାଟ ଭାଙ୍ଗି ଉଦ୍ଧାର କରିଛି। ସେମାନଙ୍କ ନାମ ସଞ୍ଜୟ ନାୟକ ଓ ପୁଷ୍ପଲତା ନାୟକ ବୋଲି ଜଣାପଡ଼ିଛି। ବିଷ…
ନକଲି ଜର୍ଦ୍ଦା କାରଖାନା ଉପରେ ଚଢ଼ାଉ: ୪ ଅଟକ
ଛତିଆ,୧୩।୧(ଡି.ଏନ୍.ଏ.): ଯାଜପୁର ଜିଲା ଛତିଆ ନିକଟ ବୈରୀ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମରେ ନକଲି ଜର୍ଦ୍ଦା କାରଖାନା ଉପରେ ସୋମବାର ଚଢ଼ାଉ କରାଯାଇଛି। ଥାନା ଅଧିକାରୀଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ାଉରେ ବିପୁଳ ପରିମାଣର ନକଲି ଜର୍ଦ୍ଦା ସହିତ ମେଶିନ, ବହୁ…
ପ୍ରତୀକ୍ଷା ପିନ୍ଧିଲେ ଗ୍ଲୋରିକୁଇନ ମୁକୁଟ
ପୁରୀ ଅଫିସ, ୧୩ା୧:ଦୀର୍ଘ ୭ଦିନ ପ୍ରତୀକ୍ଷାର ଅନ୍ତ ଘଟିଲା। ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଶେଷରେ ବାଜି ମାରିନେଲେ ପ୍ରତୀକ୍ଷା। ରାଉରକେଲା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ପ୍ରତୀକ୍ଷା ଆୟେଶାକାଂକ୍ଷା ନିଜର ଆତ୍ମବିଶ୍ୱାସ, ଦକ୍ଷତା, ଅଭିନୟ, ବୁଦ୍ଧିମତାରେ ଜୁରି ଓ ଦର୍ଶକଙ୍କ…
Archives


