ଆମ ଜିଲା ଖବର

ଭୋକିଲା ପେଟକୁ ଦାନା

ବାଲେଶ୍ୱର ଅଫିସ,୩।୪- ଲକ୍‌ଡାଉନ୍‌ ଯୋଗୁ ବାଲେଶ୍ୱର ଜିଲାର ସମସ୍ତ ଦୋକାନବଜାର, ହୋଟେଲ ବନ୍ଦ ରହିଥିବାରୁ ଅସହାୟ, ଭିକାରୀ, ଗୋରୁ,ବୁଲାକୁକୁର ଓ ଅନ୍ୟ ପ୍ରାଣୀମାନେ ଭୋକିଲା ରହୁଛନ୍ତି। ସହରର ‘ଦି ନ୍ୟୁ ହୋପ’ ସ୍ବେଚ୍ଛାସେବୀ ଅନୁଷ୍ଠାନ ସେମାନଙ୍କୁ ଖାଦ୍ୟ ଯୋଗାଇବାରେ ସହାୟକ ହୋଇପାରିଛି।…

ସଚେତନତା ବାର୍ତ୍ତା ବାଣ୍ଟିଲେ ଛାତ୍ର, ମହିଳା

ଜଟଣୀ,୩ା୪(ଡି.ଏନ୍‌.ଏ.): କରୋନା ଭୂତାଣୁ ମୁକାବିଲା ନେଇ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ଅଷ୍ଟମଶ୍ରେଣୀ ଛାତ୍ର ମହେଶ ମହେନ୍ଦ୍ର ଏବଂ ସାମାଜିକ କର୍ମୀ ଗୌରୀ ସାହୁ। ଦୁହେଁ ଶୁକ୍ରବାର ଜଟଣୀ ନୂଆ ବସ୍‌ଷ୍ଟାଣ୍ଡ ଏବଂ ଗୋରୁହାଟ ଆଦି ଅଞ୍ଚଳର ଅସ୍ଥାୟୀ ପରିବା ଓ ମାଛ…

ଜବତ ଗାଡିକୁ ଛାଡିଦେଇ ହରଡଘଣାରେ ପୋଲିସ

ସମ୍ବଲପୁର, ୩।୪ (ବ୍ୟୁରୋ)- ସମଗ୍ର ରାଜ୍ୟରେ କରୋନା କଟକଣା ଲାଗିଥିବା ବେଳେ ସମସ୍ତ ଉନ୍ନୟନମୂଳକ କାମ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ରହିଛି । ହେଲେ ସଚେତନ ଅଭାବ ଯୋଗୁ ସମ୍ବଲପୁର ଜିଲା ଗଡଲୁଇସିଂ ପଞ୍ଚାୟତ ଗହିରପାଲି ଗ୍ରାମର ଦୟାନିଧି ବଘାର…

ବ୍ଲକ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ

ଗୁଡଭେଲା,୩।୪(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଗୁଡଭେଲା ପ୍ରଶାସନ ପକ୍ଷରୁ ବ୍ଲକର ୧୩ଟି ପଞ୍ଚାୟତରେ ରନ୍ଧାଖାଦ୍ୟ ବଣ୍ଟନ କରାଯାଉଛି। ବ୍ଲକ୍‌ ଅଧ୍ୟକ୍ଷ ଅଶୋକ ଚନ୍ଦ୍ର ଦୋରା ଏହି ସବୁ ଖାଦ୍ୟ ରନ୍ଧା କେନ୍ଦ୍ରକୁ ଯାଇ ତଦାରଖ କରୁଛନ୍ତି। ଶୁକ୍ରବାର ୧୩ଟି ପଞ୍ଚାୟତର ପ୍ରାୟ ୯୭୪ ଜଣଙ୍କୁ…

ସପ୍ତାହିକ ହାଟରେ ପୋଲିସ, ତହସିଲଦାର ନାକେଦମ

ଗୁଡଭେଲା,୩।୪(ଡି.ଏନ.ଏ.)-କରୋନା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରଦକ୍ଷେପ ଗ୍ରହଣ କରଯାଇଛି। ବଲାଙ୍ଗୀର ଜିଲା ତୁଷୁରା ସହରର ସାପ୍ତାହିକ ବଜାର ଶୁକ୍ରବାର ଏନ୍‌ଏସି ପକ୍ଷରୁ ସାମାଜିକ ଦୂରତା ରକ୍ଷା କରିବା ପାଇଁ ପନି ପରିବା, ମାଛ, ମାଂସ ଦୋକାନ ବସିବାକୁ ଚୂନ ପକାଇ…

୨ କର୍କଟ ପୀଡ଼ିତଙ୍କୁ ସହଯୋଗ

ବରଗଡ଼ ଅଫିସ୍‌,୩।୪-ବରଗଡ଼ ଜିଲା ବରପାଲି ବ୍ଲକ ଅନ୍ତର୍ଗତ ବୁରୋମୁଣ୍ଡା ଏବଂ ଗାଇସିଲେଟ ଅଞ୍ଚଳର ୨ଜଣ କର୍କଟ ପୀଡ଼ିତଙ୍କୁ ସ୍ଥାନୀୟ ଜର୍ଜ ହାଇସ୍କୁଲର ୧୯୯୧ ବ୍ୟାଚ୍‌ ଛାତ୍ରୀଛାତ୍ର ସହଯୋଗର ହାତ ବଢ଼ାଇଛନ୍ତି । ସୂଚନା ଅନୁଯାୟୀ, ବୁରୋମୁଣ୍ଡାର ଚୂଡ଼ାମଣି ପ୍ରଧାନ ଏବଂ ଗାଇସିଲେଟ୍‌…

ସାମାଜିକ ଦୂରତା ରଖିଲେ ପରିବା ବ୍ୟବସାୟୀ

ବରଗଡ଼ ଅଫିସ୍‌,୩।୪-କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଲକ୍‌ ଡାଉନ କଟକଣା ଲାଗୁ ହୋଇଛି । ଏଥିରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୃଷ୍ଟିରୁ ପରିବା ବଜାରକୁ ବାଦ୍‌ ଦିଆଯାଇଛି । ସେହିପରି କରୋନା ମୁକାବିଲା ପାଇଁ ସାମାଜିକଦୂରତ୍ୱ ଅବଲମ୍ବନକୁ ଗୁରୁତ୍ୱ ଦିଆଯାଉଛି ।…

ଭୋଜିବେଳେ ଚଢାଉ କଲା ପୋଲିସ: ୩ ବାଇକ୍‌ ସହ ଖାଦ୍ୟ ଜବତ, ନିରାଶ୍ରୟଙ୍କୁ ବଣ୍ଟାଗଲା

ଆସିକା,୩ା୪(ଡି.ଏନ୍‌.ଏ.)- ଆସିକା ଥାନା ମଙ୍ଗଳପୁର ଗ୍ରାମ ଉପକଣ୍ଠ ତୋଟାରେ ଶୁକ୍ରବାର ମଧ୍ୟାହ୍ନରେ ଭୋଜି ଚାଲିଥିବାବେଳେ ପୋଲିସ ଚଢାଉ କରିଥିଲା। ସେଠାରୁ ମାଂସ ତରକାରୀ ସହ ବିଭିନ୍ନ ରୋଷେଇ ସାମଗ୍ରୀ ଓ ୩ ବାଇକ ଜବତ କରିଛି ପୋଲିସ। ପୋଲିସକୁ ଦେଖି ଭୋଜି…

ସାନିଟାଇଜ୍‌ ହେଲା ରାଇକିଆ ସହର

ରାଇକିଆ,୩ା୪(ଡି.ଏନ୍‌.ଏ.)- ରାଇକିଆ ସହରର ବିଭିନ୍ନ ରାସ୍ତାକୁ ଗୁରୁବାର ସନ୍ଧ୍ୟାରେ ବିଶୋଧନ କରାଯାଇଛି। ରାଇକିଆର ରାସ୍ତାଘାଟେରେ ରାସାୟନିକ ମିଶା ପାଣି ସିଞ୍ଚନ କରାଯାଇଥିଲା। ପ୍ରଥମ ପଦକ୍ଷେପ ସ୍ବରୂପ ରାଇକିଆ ମୁଖ୍ୟ ରାସ୍ତାରେ ଅଗ୍ନିଶମ ବିଭାଗ ତରଫରୁ ବିଶୋଧନ କରାଯାଇଛି। ରାଇକିଆ ମେଡିକାଲ, ଥାନା…

ଲକଡାଉନକୁ ଫୁ, ଗଁାରେ ଏକାଠି ଚାଲିଛି ତାସ୍‌ ଖେଳ

ନିରାକରାପୁର,୩।୪(ଡି.ଏନ.ଏ.)- କରୋନା ମୁକାବିଲା ଲାଗି ସାରା ଦେଶରେ ଲକ୍‌ଡାଉନ୍‌ ଚାଲିଥିବାବେଳେ ନିରାକାରପୁର ଅଞ୍ଚଳରେ କେତେଜଣ ଲୋକ ଏହାକୁ ବେଖାତିର କରୁଥିବାର ଦେଖିବାକୁ ମିଳିଛି। ଲକଡାଉନର ଅର୍ଥ ନ ବୁଝି ଏହି ଅଞ୍ଚଳର ଅନେକ ଗାଁରେ ଗୋଟିଏ ଜାଗାରେ ୧୦/୨୦ଜଣ ଲେଖାଏଁ ବସି…

କରୋନା ମୁକାବିଲା: ସହଯୋଗ ପାଇଁ ହାତ ଯୋଡ଼ିଲା ଝାରସୁଗୁଡ଼ା ପୋଲିସ

ଝାରସୁଗୁଡ଼ା ଅଫିସ,୩।୪: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସାରା ରାଜ୍ୟକୁ ଲାକ୍‌ଡାଉନ କରାଯାଇଥିଲେ ମଧ୍ୟ କିଛି ଲୋକ ଏହାକୁ ଉଲ୍ଲଂଘନ କରୁଛନ୍ତି। କାର୍ଯ୍ୟାନୁଷ୍ଠାନ ନେଲେ ମଧ୍ୟ ଲୋକେ ସୁଧୁରୁ ନାହାନ୍ତି। ତେବେ ଶୁକ୍ରବାର ଝାରସୁଗୁଡା ପୋଲିସ ଲୋକଙ୍କୁ ଅଭିନବ ଉପାୟରେ…

କରୋନା ଭୟରେ ମିଳୁନି ସାଧାରଣ ସ୍ବାସ୍ଥ୍ୟସେବା

ଚୌଦ୍ୱାର,୩ା୪ (ଡି.ଏନ୍‌.ଏ): କରୋନା ଭୂତାଣୁ ବ୍ୟାପିବା ଆଶଙ୍କାରେ ସାରା ଦେଶରେ ଲକ୍‌ଡାଉନ ଘୋଷଣା ଥିବାବେଳେ ଚୌଦ୍ୱାରରେ ମଧ୍ୟ ଏହାକୁ କଡ଼ାକଡ଼ି ପାଳନ କରାଯାଇଛି। ସାଧାରଣ ଲୋକ ନିହାତି ଆବଶ୍ୟକତା ନ ଥିଲେ ପଦାକୁ ନ ବାହାରିବାକୁ ନିର୍ଦ୍ଦେଶ ରହିଛି। ଏସବୁ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?