ଆମ ଜିଲା ଖବର

ନୟାଗଡ଼ ସହରରେ ବିଶୋଧନ

ନୟାଗଡ ଅଫିସ,୪|୪:କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ନୟାଗଡ ସହରରେ ଅଗ୍ନିଶମ ବିଭାଗ ପକ୍ଷରୁ ଶନିବାର ବିଶୋଧନ କରାଯାଇଛି। ସହରର ଟ୍ରାଫିକ ଛକଠାରୁ ଜିଲା ମୁଖ୍ୟ ପୋଷ୍ଟ ଅଫିସ, ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ, ଖଣ୍ଡପଡା ରୋଡରେ ଏଲଆଇସି ଅଫିସ ସମ୍ମୁଖ ଏବଂ…

ବିଶୋଧନ ହେଲା ଅନୁଗୋଳର ୩ ସ୍ଥାନ

ଅନୁଗୋଳ ଅଫିସ୍‌, ୪ା୪- ଅନୁଗୋଳ ସହରବାସୀଙ୍କୁ କରୋନା ସଂକ୍ରମଣରୁ ସୁରକ୍ଷାଦେବା ପାଇଁ ସହରର ୩ଟି ସ୍ଥାନକୁ ବିଶୋଧନ କରାଯାଇଛି । ପୌରପାଳିକା ଓ ଅଗ୍ନିଶମ ବିଭାଗ ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଳୟ, ଅନୁଗୋଳ ପୌରପାଳିକା ଓ ଜିଲା କାର୍ଯ୍ୟାଳୟରେ ସାନିଟାଇଜର ସିଞ୍ଚନ…

ଲକଡାଉନ୍ ଥାଇ ଗହଳି ବଢ଼ୁଛି

ନୟାଗଡ ଅଫିସ,୪ା୪: ରାଜ୍ୟରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି। ସରକାର ଭୁବନେଶ୍ୱର, କଟକ, ଭଦ୍ରକ ସହର ସମେତ ଯାଜପୁର ଜିଲାର କେତେକ ଅଞ୍ଚଳକୁ ଶଟଡାଉନ୍ କରିଛନ୍ତି। ତେବେ ଏହାର ପ୍ରଭାବ ନୟାଗଡ ଜିଲାରେ ପଡୁନି। ନୟାଗଡ ଜିଲା ଲକଡାଉନ୍ ଥିଲେ…

ବିଶାଖାପାଟଣାରୁ ରେଳ ଧାରଣାରେ ଚାଲି ଓଡ଼ିଶା ଫେରିଲେ କଳାହାଣ୍ଡିର ୧୮ ଶ୍ରମିକ

ମୁନିଗୁଡ଼ା,୪।୪(ଡି.ଏନ୍.ଏ.): କରୋନା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଘୋଷଣା ସହ ରାଜ୍ୟ ସିମାକୁ ସିଲ୍ କରି ଦିଆଯାଇଛି। କୌଣସି ରାଜ୍ୟରୁ କେହି ଅନ୍ୟ ରାଜ୍ୟକୁ ଯିବା ପାଇଁ କଟକଣା କରାଯାଇଛି। ତଥାପି କଳାହାଣ୍ଡି ଜିଲା ଜୁନାଗଡ଼ ଅଞ୍ଚଳର ୧୮ଜଣ ଯୁବକ…

ଯାଜପୁର, ବ୍ୟାସନଗର, ପାଣିକୋଇଲି, ଚଣ୍ଡିଖୋଲ ଶଟଡାଉନ୍ : ସମସ୍ତ ବ୍ଲକ ମୁଖ୍ୟାଳୟ ବନ୍ଦ ରହିବ

ଯାଜପୁର ଅଫିସ/ଯାଜପୁର ଟାଉନ,୪ା୪(ଡି.ଏନ୍.ଏ.)- ଯାଜପୁର ଜିଲା ବ୍ରହ୍ମବରଦା ଗ୍ରାମରେ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ପ୍ରଶାସନ ଆଶଙ୍କା କରୁଛି। ଏଥତ୍ପାଇଁ ଜିଲାର ବ୍ୟାପକ ଅଞ୍ଚଳକୁ ୪୮ ଘଣ୍ଟା ପାଇଁ ଶଟଡାଉନ୍ ଘୋଷଣା କରାଯାଇଛି। ପ୍ରଥମେ ବ୍ରହ୍ମବରାଦକୁ…

ନିଜାମୁଦ୍ଦିନ ଯାଇଥିଲେ ମାଧପୁର ଦମ୍ପତି

ଆଠମଲ୍ଲିକ, ୪ା୪- ଦିଲ୍ଲୀର ନିଜାମୁଦ୍ଦିନ ସଭାରେ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମାଧପୁର ଅଞ୍ଚଳର ଏକ ଦମ୍ପତି ଯୋଗ ଦେଇଥିବା ନେଇ ଶନିବାର ଅଞ୍ଚଳବାସୀ ପୋଲିସକୁ ସୂଚନା ଦେଇଛନ୍ତି । ସେମାନେ ଉକ୍ତ ଧର୍ମସଭାରୁ ଓଡ଼ିଶା ଫେରିଥିଲେ ହେଁ ମାଧପୁର ଆସିନାହାନ୍ତି…

କରୋନା ସନ୍ଦିଗ୍ଧଙ୍କୁ କ୍ୱାରାଣ୍ଟାଇନ୍ ଓ୍ବାର୍ଡ଼ରେ ଭର୍ତ୍ତି

ସାକ୍ଷୀଗୋପାଳ, ୪/୪(ଡି.ଏନ.ଏ)-ପୁରୀ ଜିଲାରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ କଡ଼ାକଡ଼ି ପଦକ୍ଷେପ ଗ୍ରହଣ କରାଯାଇଛି। ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଆସିଥିବା ସାକ୍ଷୀଗୋପାଳର ଜଣେ ବ୍ୟକ୍ତିଙ୍କୁ ଶନିବାର ସ୍ଥାନୀୟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର କ୍ୱାରାଣ୍ଟାଇନ୍ ଓ୍ବାର୍ଡ଼ରେ…

କରୋନା ପ୍ରଭାବିତ ସହରାଞ୍ଚଳ ନିରାଶ୍ରୟଙ୍କୁ ରନ୍ଧାଖାଦ୍ୟ : ୨୦୪୮୩୫ ଜଣ ଉପକୃତ

ଭୁବନେଶ୍ୱର , ୪ା୪(ବ୍ୟୁରୋ)- କରୋନା ଯୋଗୁଁ ପ୍ରଭାବିତ ସହରାଞ୍ଚଳ ନିରାଶ୍ରୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ଗତ ୨୭ ତାରିଖରୁ ପୌରାଞ୍ଚଳମାନଙ୍କରେ ଏହି ମାଗଣା ରନ୍ଧା ଖାଦ୍ୟ ପ୍ରଦାନ ବ୍ୟବସ୍ଥା ଆରମ୍ଭ ହୋଇଛି। ଆଜି ସୁଦ୍ଧା ରାଜ୍ୟର ୧୧୪ ଗୋଟି ପୌରାଞ୍ଚଳର…

କଟକଣାକୁ ଅଣଦେଖା: ପରିବା ମାକେର୍ଟରେ ଭିଡ଼

ଚଣ୍ଡିଖୋଲ,୪ା୪(ଡି.ଏନ୍.ଏ.)-କରୋନା ଭାଇରସ୍ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶକୁ ଲକଡାଉନ କରାଯାଇଛି। ସମଦୂରତ୍ୱ ରକ୍ଷା ପାଇଁ ଜୋର ଦିଆଯାଉଛି। କିନ୍ତୁ ଯାଜପୁର ଜିଲା ବଡ଼ଚଣା ବ୍ଲକର ବାଲିଚନ୍ଦ୍ରପୁରସ୍ଥିତ ପରିବା ମାର୍କେଟରେ ଶନିବାର ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ବାଲିଚନ୍ଦ୍ରପୁରଠାରୁ ୧୨…

ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ବଦଳି

ରତ୍ନଗିରି,୪ା୪ (ଡି.ଏନ୍.ଏ.)-କୌଣସି କାରଣ ନ ଦର୍ଶାଇ ଅନୁପସ୍ଥିତ ରହିବା ଯୋଗୁ ଯାଜପୁର ଜିଲାର ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡା. ହେମନ୍ତ କୁମାର ମହାରଣାଙ୍କୁ ବଦଳି କରାଯାଇଛି। କିଛିଦିନ ତଳେ ଜିଲାସ୍ତରୀୟ ଅଧିକାରୀଙ୍କ ଗସ୍ତ ସମୟରେ ସେ କାର୍ଯ୍ୟରେ ଅନୁପସ୍ଥିତ…

ପ୍ରବାସୀ ଭାରତୀୟଙ୍କୁ ଗାଁ ଚିନ୍ତା

ବରଗଡ଼ ଅଫିସ୍,୪।୪- ବରଗଡ଼ ଜିଲା ଅତାବିରା ବ୍ଳକ ଅନ୍ତର୍ଗତ ବାବେବିରା ଗ୍ରାମର ପ୍ରଫେସର କ୍ଷୀରସାଗର ନାଏକ କାନାଡ଼ାର ୱାଟର ଲୁ ୟୁନିଭର୍ସିଟିର ଇଲେକ୍ଟ୍ରିକାଲ୍ ଓ କମ୍ପ୍ୟୁଟର ଇଞ୍ଜିନିୟରିଂ ବିଭାଗରେ କାର୍ଯ୍ୟରତ। ଘାତକ କରୋନା ଭୂତାଣୁ (କୋଭିଡ୍-୧୯) ସଂକ୍ରମଣ ପ୍ରତିହତ ପାଇଁ ଭାରତରେ…

ଗଞ୍ଜାମ ବ୍ଲକକୁ ସଂଖ୍ୟାଲଘୁ ସମ୍ପ୍ରଦାୟ ଲୋକ ପଶିଆସିଥିବା ଆଶଙ୍କା: ସୂଚନା ପାଇଲେ ଜଣାଇବାକୁ ପ୍ରଶାସନର ଅନୁରୋଧ

ଗଞ୍ଜାମ,୪ା୪(ବ୍ୟୁରୋ)- ସଂଖ୍ୟାଲଘୁ ସମ୍ପ୍ରଦାୟର କେତେକ ଲୋକ ଶୁକ୍ରବାର ବିଳମ୍ବିତ ରାତିରେ ଗଞ୍ଜାମ ବ୍ଲକ ଅଂଚଳକୁ ପଶିଆସିଥିବା ପ୍ରଶାସନ ଅନୁମାନ କରିଛି । ଏଥିପାଇଁ ତହସିଲଦାର ଅବନୀ କୁମାର ସାହୁ ସରପଞ୍ଚ, ଅଙ୍ଗନବାଡ଼ି କର୍ମୀ ଓ ଜନସାଧାରଣଙ୍କୁ ଲିଖିତ ଭାବେ ଅବଗତ କରାଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?