ସ୍କ୍ରିନିଂ ପରେ ୧୫ ସୁରଟ ଫେରନ୍ତାଙ୍କୁ ପଠାଗଲା ଏମ୍କେସିଜି: ଧରାକୋଟ କ୍ୱାରାଣ୍ଟାଇନ ସେଣ୍ଟରରେ ୧୧୪ ପ୍ରବାସୀ ଓଡ଼ିଆ
ଧରାକୋଟ,୩୦ା୪(ଡି.ଏନ.ଏ.)- ସୁରଟରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସିଥିବା ୪ ବସ୍ କଡା ସୁରକ୍ଷା ମଧ୍ୟରେ ବୁଧବାର ମଧ୍ୟରାତ୍ରରେ ଆସିକାରେ ପହଞ୍ଚତ୍ଥିଲା। ସେଥିରୁ ୨ଟି ବସ୍କୁ ଧରାକୋଟ ଆଦର୍ଶ ବିଦ୍ୟାଳୟସ୍ଥିତ କ୍ୱାରାଣ୍ଟାଇନ ସେଣ୍ଟରକୁ ଅଣାଯାଇଥିଲା। ଆସିକା ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ, ତହସିଲଦାର ସଦାନନ୍ଦ…
ପିତାବଳୀଙ୍କ ବାର୍ଷିକ ଯାତ୍ରା ବନ୍ଦ
ଶଙ୍କରାଖୋଲ,୩୦ା୪(ଡି.ଏନ୍.ଏ.)- ଚକାପାଦ ବ୍ଲକ ଶଙ୍କରାଖୋଲସ୍ଥିତ ଗ୍ରାମଦେବତୀ ମା’ ପିତାବଳୀଙ୍କର ବାର୍ଷିକ ଯାତ୍ରା ପ୍ରତିବର୍ଷ ବୈଶାଖ ଶୁକ୍ଳପକ୍ଷ ଗୁରୁବାର ଅନୁଷ୍ଠିତ ହୋଇଥାଏ। କରୋନା ପାଇଁ ଚଳିତ ବର୍ଷ ଏହା ବନ୍ଦ କରାଯାଇଛି। ଏହିଦିନ ଗ୍ରାମବାସୀ ନୂଆବସ୍ତ୍ର ପରିଧାନ କରିବାସହ ଘରେ ଘରେ ପିଠାପଣାର…
ଶ୍ରମିକଙ୍କୁ ମାଡ଼ ମାରି ୪ ଗିରଫ
ବାରିପଦା ଅଫିସ, ୩୦ା୪- ରାସ୍ତା କାର୍ଯ୍ୟ କରୁଥିବା ଶ୍ରମିକଙ୍କୁ ଧମକ ଦେବା ଓ ମାଡ଼ ମାରିବା ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ କୁଳିଆଣା ଥାନା କାମତା ଗ୍ରାମର ଶିବପ୍ରସାଦ ବାରିକ, ସଂଗ୍ରାମ କେଶରୀ ବେହେରା, ଶୁଭମ…
ଲକ୍ଡାଉନ ବେଳେ ଚୋରା ମଦ କାରବାର: ୪ ଗିରଫ
ବଡ଼ବିଲ, ୩୦ା୪(ସ୍ବ.ପ୍ର.)-ଲକ୍ଡାଉନ ପାଇଁ ବିଭିନ୍ନ ଦୋକାନ ଖୋଲିବା ନେଇ କଟକଣା ଲାଗିଥିବାବେଳେ ମଦ ବିକ୍ରି ଉପରେ ନିଷେଧାଦେଶ ଲାଗିଛି। ହେଲେ ଲୁଚାଛପାରେ ବିକ୍ରି ହେଉଛି ମହୁଲି ଓ ବିଦେଶୀ ମଦ। ବଡ଼ବିଲ ପୋଲିସ ଚଢ଼ାଉ କରି ୨ଦିନରେ ମୋଟ ୧୨ ବୋତଲ…
କରୋନା ମୁକାବିଲା ଲାଗି ଶପଥ ନେଲେ ମହିଳା
କେନ୍ଦୁଝର, ୩୦ା୪ (ସ୍ବ.ପ୍ର.)-କରୋନା ମୁକାବିଲା ଲାଗି କେନ୍ଦୁଝର ସଦର ବ୍ଲକ ପଳାଶପଙ୍ଗା ପଞ୍ଚାୟତ ମୁରୁସୁଆଁ ଗ୍ରାମରେ ସାମାଜିକ ଦୂରତ୍ୱ ସହ ନିୟମିତ ମାସ୍କ ପିନ୍ଧିବା ନେଇ ଗ୍ରାମରେ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏକାଠି ହୋଇ ଶପଥ ନେଇଛନ୍ତି। ଆସନ୍ତା…
ଚେକଡ୍ୟାମ୍ରେ ବୁଡ଼ିି ବ୍ୟକ୍ତିଙ୍କ ଜୀବନ ଗଲା
ପାଟଣା, ୩୦ା୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ବ୍ଲକ କମାରମରା ଚେକଡ୍ୟାମରେ ବୁଡି ଜଣେ ୫୫ବର୍ଷୀୟ ବ୍ୟକ୍ତିଙ୍କର ବୁଧବାର ଅପରାହ୍ନରେ ମୃତ୍ୟୁ ଘଟିଛି। ମୃତକ ହେଲେ ଭଦ୍ରଖ ଜିଲା ବନ୍ତ ଥାନା ଜିରାଣ ଗ୍ରାମ ଆଦିବାସୀ ସାହିର ଗୋବର୍ଦ୍ଧନ ହୋ। ଲକ୍ଡାଉନ…
ସୋର ବ୍ଲକରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ୭ ଗ୍ରାମର ମୁଖ୍ୟ ରାସ୍ତା ସିଲ୍
ସୋର, ୩୦।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ବ୍ଲକ ତଳନଗର ପଞ୍ଚାୟତର ବେଲସବିରା ଓ ସୁନାରୀ ଗ୍ରାମରେ ବୁଧବାର ୨ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରଶାସନ ପକ୍ଷରୁ କଟକଣା କଡାକଡି କରାଯାଇଛି। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ବିଡ଼ିଓ…
କରୋନା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଗ୍ନିକାଣ୍ଡ
କୋଡ଼ିଙ୍ଗା/ନବରଙ୍ଗପୁର,୩୦ା୪(ଡି.ଏନ୍.ଏ./ବି.ପ୍ର.): ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ୍ ଏକୋରୀ ପଞ୍ଚାୟତ ଅଧୀନ ନୂନପାଣି ଗ୍ରାମରେ କରୋନା ସନ୍ଦିଗ୍ଧମାନଙ୍କ ପାଇଁ ନିର୍ମାଣ ହୋଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ବୁଧବାର ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗୋଟିଏ ବଖରାରେ ଥିବା ସମସ୍ତ ଜିନିଷପତ୍ର ପୋଡ଼ି ନଷ୍ଟ ହୋଇଛି।…
ବରିଷ୍ଠ ନାଗରିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ
ସୋନପୁର,୩୦ା୪(ନି.ପ୍ର.): କରୋନା ଭୂତାଣୁ ସଂକ୍ରମଣ ପ୍ରତିରୋଧ ପାଇଁ ସୁବର୍ଣ୍ଣପୁର ଜିଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରାଯାଇଛି। ଗୁରୁବାର ସଂଘ ଉପସଭାପତି ଆଇନଜୀବୀ ଇନ୍ଦ୍ରମଣି ଦାଶ, ସମ୍ପାଦକ ନାରାୟଣ ପ୍ରସାଦ ରାୟଗୁରୁ, କୋଷାଧ୍ୟକ୍ଷ ବେଦବ୍ୟାସ ତ୍ରିପାଠୀ,…
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ଲକ୍ଷ ୩୦ହଜାର ଟଙ୍କା ପ୍ରଦାନ କଲେ ୨୬ ସରପଞ୍ଚ
ସୋନପୁର,୩୦।୪(ନି.ପ୍ର.): କରୋନା ଭୂତାଣୁ ସଂକ୍ରମଣ ପ୍ରତିରୋଧ ପାଇଁ ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଳକର ସମସ୍ତ ସରପଞ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ଲକ୍ଷ ୩୦ହଜାର ଟଙ୍କା ପ୍ରଦାନ କରିଛନ୍ତି । ବ୍ଲକର ୨୬ ପଞ୍ଚାୟତର ସରପଞ୍ଚ ସେମାନଙ୍କ ସମ୍ମାନ ସୂଚକ ଭତ୍ତାରୁ ୫…
ମାନିଲେନି କଟକଣା: ମାଲକାନଗିରି ଜିଲାରେ ପଶିଲେ ବାଲେଶ୍ୱର ଯୁବକ
କୋରୁକୋଣ୍ଡା,୩୦ା୪(ଡି.ଏନ.ଏ.)- ସାରା ଦେଶରେ ଲକ୍ଡାଉନ ଯୋଗୁ ଯାନବାହନ ଚଳାଚଳ ବନ୍ଦ ରହିଛି। ପୋଲିସ ଓ ପ୍ରଶାସନ ପକ୍ଷରୁ ମଧ୍ୟ କଡ଼ାକଡ଼ି କରି ଯାଞ୍ଚ କରାଯାଉଛି। ତଥାପି ଲେକେ ବିନା ପାସ୍ରେ ଗୋଟିଏ ଜିଲାରୁ ଅନ୍ୟ ଜିଲାରେ ପ୍ରବେଶ କରୁଛନ୍ତି। ବୁଧବାର ମାଲକାନଗିରି…
ରାଶନ ନେବା ସମୟରେ ରହୁନି ସାମାଜିକ ଦୂରତା
କୋରୁକୋଣ୍ଡା,୩୦ା୪(ଡି.ଏନ.ଏ): କରୋନାକୁ ଏବେ ସାରା ବିଶ୍ୱ ଚିନ୍ତିତ ରହିଛି। ଏଥିରୁ ରକ୍ଷା ପାଇବା ଲାଗି ବିଭିନ୍ନ ନିୟମ ଜାରି ରହିଛି। ସେଥିରୁ ସାମାଜିକ ଦୂରତର ରକ୍ଷା କରିବା ଅନ୍ୟତମ। ମାଲକାନଗିରି ଜିଲା କୋରୁକୋଣ୍ଡା ଓ ବାଲିମେଳା ସହରାଞ୍ଚଳରେ ଲୋକେ ସାମାଜିକ ଦୂରତା…

