ଆମ ଜିଲା ଖବର

ଭିସୁଟ ଛାତ୍ର ନିର୍ମାଣ କଲେ ବିଶୋଧନ ଯନ୍ତ୍ର

ସମ୍ବଲପୁର,୨୮।୬(ବ୍ୟୁରୋ) ସମ୍ବଲପୁର ବୁର୍ଲା ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ଭିସୁଟ ରୋବୋଟିକ୍ସ ସୋସାଇଟିର ଛାତ୍ରୀଛାତ୍ରମାନେ କଣ୍ଟାକ୍ଟଲେସ୍‌ ୟୁଭି ଡିସଇନଫେକ୍ଟାଣ୍ଟ (ୟୁଭିଆରଏଏସ୍‌)ନିର୍ମାଣ କରିଛନ୍ତି। ଏହି ଯନ୍ତ୍ରରୁ ବାହାରୁଥିବା ୟୁଭି ରଶ୍ମି ବିଶୋଧନ କରିବାରେ ସାହାଯ୍ୟ କରେ ଓ ମଣିଷ ଶରୀର ପାଇଁ କ୍ଷତିକାରକ…

‘ପାଣି ଏଠି ଜୀବନ ନୁହେଁ, ଜହର’

ବିନିକା,୨୮ା୬(ଡି.ଏନ୍‌.ଏ.)-ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ବାବୁପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତିଲେଇମାଳ ଗାଁ। ଏହି ରାଜସ୍ବ ଗ୍ରାମର ଲୋକସଂଖ୍ୟା ୪ଶହ। ମୁଖ୍ୟତଃ ପଛୁଆ ବର୍ଗ ଏବଂ ଆଦିବାସୀ, ହରିଜନ ଶ୍ରେଣୀର ଲୋକେ ବସବାସ କରୁଥିବା ଏହି ଗ୍ରାମର ଚତୁଃପାର୍ଶ୍ୱରେ ଚାଷ ଜମି…

ରାସ୍ତାରେ କଲେ ପ୍ରସବ: ୩ କି.ମି. ଚାଲି ଚାଲି ଗଲେ

ଟିକିରି,୨୭ା୬: ପୁଣି ଜନନୀ ଯନ୍ତ୍ରଣା। ଗର୍ଭବତୀଙ୍କୁ ଚଲାଇ ଚଲାଇ ନେବା ସମୟରେ ରାସ୍ତାରେ ପ୍ରସବ କରିଛନ୍ତି। ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ କୋଡ଼ିପାରି ପଞ୍ଚାୟତ ଅନ୍ତର୍ଗତ ଭେଜାପଦର ଗ୍ରାମରୁ ଆସିଛି ଏପରି ଖବର। ଗାଁକୁ ଭଲ ରାସ୍ତାଟିଏ ନ ଥିବାରୁ ଆମ୍ବୁଲାନ୍ସ…

ପୂର୍ବତନ ମନ୍ତ୍ରୀ ଲାଲ୍‌ବିହାରୀ ହିମିରିକା ଅସୁସ୍ଥ

ରାୟଗଡ଼ା ଅଫିସ,୨୭ା୬: ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ଉପବାଚସ୍ପତି ଲାଲ୍‌ବିହାରୀ ହିମିରିକା ଶୁକ୍ରବାର ରାତିରେ ହଠାତ୍‌ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଝାଡ଼ା, ପରିସ୍ରା ହେବାରେ ସମସ୍ୟା ରହଛି। ତେବେ…

ଭିଜିଲାନ୍ସ ଜାଲରେ ମହିଳା ସରପଞ୍ଚ

ଦଶମନ୍ତପୁର/ଜୟପୁର,୨୭ା୬ (ନି.ପ୍ର.)-କୋରାପୁଟ ଜିଲା ଜୟପୁର ଭିଜିଲାନ୍ସ ପକ୍ଷରୁ ଶନିବାର ହିତାଧିକାରୀଙ୍କଠାରୁ ଲାଞ୍ଚ ନେବା ବେଳେ ଜଣେ ମହିଳା ସରପଞ୍ଚ ଧରାପଡ଼ିଛନ୍ତି। ତାଙ୍କଠାରୁ ଟଙ୍କା ଜବତ କରାଯାଇ ତାଙ୍କୁ ଗିରଫ କରାଯାଇଛି। ଦଶମନ୍ତପୁର ବ୍ଲକ ମୁଜାଙ୍ଗ ପଞ୍ଚାୟତରେ ଏପରି ଘଟଣା ଘଟିଛି। ଖବରରୁ…

ମିଳିଲାନି ସରକାରୀ ସହଯୋଗ: ଟଙ୍କା ଆଦାୟ କରି ନାଳ ସଫା କଲେ ଚାଷୀ

ରସୁଲପୁର,୨୭ା୬(ଡି.ଏନ.ଏ.): ପ୍ରଶାସନକୁ ଅନେକ ଗୁହାରି କରିବା ପରେ ମଧ୍ୟ ନାଳ ସଫେଇ ହୋଇ ପାରିଲାନି। ଶେଷରେ ଚାଷୀ ନିଜେ ଟଙ୍କା ଆଦାୟ କରି ନାଳ ସେଫଇ କରୁଛନ୍ତି। ଯାଜପୁର ଜିଲା ରସୁଲପୁର ବ୍ଲକ ଅଧୀନ ଶ୍ରୀବନ୍ତପୁର ଓ ଜାବରା ପଞ୍ଚାୟତ ଚାଷୀଙ୍କ…

୩୦ ରାତିରୁ ପୁରୀ ଜିଲାରେ କର୍ଫ୍ୟୁ

ପୁରୀ ଅଫିସ,୨୭।୬- ବିଶ୍ୱ ପ୍ରସିଦ୍ଧ ବାହୁଡା ରଥଯାତ୍ରା ପାଇଁ ପୁଣି ପୁରୀ ଜିଲାରେ ଜାରି ହେବ କର୍ଫ୍ୟୁ। ଜୁନ ୩୦ ରାତି ୧୦ଟାରୁ ଜୁଲାଇ୨ ରାତି ୧୦ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ। ଏ ନେଇ ଶନିବାର ପୁରୀ ଜିଲାପାଳ ବଲଓ୍ବନ୍ତ…

ଉଲିବୁରୁ ଖଣି ଦୁର୍ନୀତି ମାମଲା: ଜେଲରୁ ମୁକୁଳିଲେ ଦୀପକ ଗୁପ୍ତା

କେନ୍ଦୁଝର,୨୭।୬(ସ୍ବ.ପ୍ର)-ଉଲିବୁରୁ ଖଣି ମହାଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତା ଶନିବାର ସାରେ କେନ୍ଦୁଝର ଜେଲରୁ ଜାମିନ ପାଇ ମୁକୁଳିଛନ୍ତି। ଗତକାଲି ହାଇକୋର୍ଟରେ ତାଙ୍କୁ ଏକ ମାସ ପାଇଁ ସର୍ତ୍ତମୂଳକ ଜାମିନ ଆଦେଶ ପରେ ଆଜି କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ…

ମାଲକାନଗିରି ଜିଲାରେ ପୁଣି ୫ କରୋନା ଆକ୍ରାନ୍ତ ଚିହ୍ନଟ: ୪ ବିଏସ୍‌ଏଫ୍‌ ଯବାନ ସଂକ୍ରମିତ

ମାଲକାନଗିରି,୨୭ା୬(ଡି.ଏନ୍‌.ଏ)-ମାଲକାନଗିରି ଜିଲାରେ ଶନିବାର ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୪ ଜଣ ବିଏସ୍‌ଏଫ୍‌ ଯବାନ ରହିଛନ୍ତି। ଆକ୍ରାନ୍ତ ଯବାନମାନେ ସଦର ମହକୁମା ସଙ୍ଗରୋଧ କେନ୍ଦ୍ରରେ ରହିଥିବା ବେଳେ କିଛିଦିନ ପୂର୍ବରୁ ଉତ୍ତରପ୍ରଦେଶ ଓ ରାଜସ୍ଥାନରୁ ଫେରିଥିଲେ।…

ରାୟଗଡ଼ାରେ ୧୬ କରୋନା ପଜିଟିଭ୍‌: ଆକ୍ରାନ୍ତଙ୍କ ସଂଖ୍ୟା ୩୮ରେ ପହଞ୍ଚିଲା

ରାୟଗଡ଼ା ଅଫିସ,୨୭ା୬: ରାୟଗଡ଼ା ଜିଲାରୁ ଶନିବାର ସର୍ବାଧିକ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଜଣେ ମହାରାଷ୍ଟ୍ରରୁ ଫେରି ରାୟଗଡ଼ା ରାଣୀଗୁଡ଼ା ଫାର୍ମରେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବା ବେଳେ ଅନ୍ୟ ଜଣେ ଯୁବକ ତାମିଲନାଡୁରୁ ଫେରି ବାରିଝୋଲାରେ ହୋମ୍‌…

ମାଲକାନଗିରିରେ ବଢ଼ିଚାଲିଛି ଗୁଣିଗାରେଡ଼ି ଜନିତ ମୃତ୍ୟୁସଂଖ୍ୟା: ଦମ୍ପତିଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ମାଲକାନଗିରି,୨୭ା୬(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଗୁଣିଗାରେଡ଼ି ସନ୍ଦେହ ଜନିତ ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। ଦୁଇଦିନ ତଳେ ମା’-ଝିଅଙ୍କୁ ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା କରାଯାଇଥିବା ବେଳେ ଶନିବାର ଆଉ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଶୁକ୍ରବାର ରାତିରେ କୌଣସି ଦୁର୍ବୃତ୍ତ…

ପୁରୁଷୋତ୍ତମପୁରରେ କରୋନା ସ୍ଥିତି ସମୀକ୍ଷା: ମୁକାବିଲା ଲାଗି ଅଧିକାରୀମାନଙ୍କୁ ଜିଲାପାଳଙ୍କ ପରାମର୍ଶ

ପୁରୁଷୋତ୍ତମପୁର,୨୭ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଶନିବାର ପୁରୁଷୋତ୍ତମପୁର ବ୍ଲକ କାର୍ଯ୍ୟାଳୟକୁ ଆସି କରୋନା ଭାଇରସ୍‌ ସଂକ୍ରମଣ ନେଇ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ପରିସ୍ଥିତିର ସମୀକ୍ଷା କରିଛନ୍ତି। ସ୍ବାବ୍‌ ରିପୋର୍ଟ ବିଳମ୍ବରେ ଆସୁଥିବା ନେଇ ଅସନ୍ତୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?