ଆମ ଜିଲା ଖବର

ଦିବ୍ୟାଙ୍ଗ ସୁକାନ୍ତଙ୍କ ଘରେ ପହଞ୍ଚିଲେ ଅଧିକାରୀ: ସହାୟତା ପ୍ରଦାନ ନେଇ ତଦନ୍ତ

ବନ୍ତ,୧୦।୨(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ଅଧୀନ ହାସିନପୁର ଗ୍ରାମର ଦିବ୍ୟାଙ୍ଗ ବ୍ୟକ୍ତି ସୁକାନ୍ତ ମୁଖୀଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ସହାୟତା ପ୍ରଦାନ କରାଯିବା ନେଇ ବ୍ଲକ ପ୍ରଶାସନ ପକ୍ଷରୁ ସୋମବାର ତଦନ୍ତ କରାଯାଇଛି। ବ୍ଲକ ସାମାଜିକ ସୁରକ୍ଷା...

ପଳାଶପଙ୍ଗା ବ୍ୟାଙ୍କ ଅଫ ଇଣ୍ଡିଆରୁ ଚୋରି

ରାଇସୁଆଁ, ୧୦ା୨ (ଡି.ଏନ.ଏ.)-କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ପଳାଶପଙ୍ଗା ନିକଟ ଓସିଏଲା ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ରବିବାର ରାତିରେ ତାଲା ତାଡି ଲକ୍ଷାଧିକ ଟଙ୍କାର ଚୋରି ହୋଇଥିବା ସୂଚନା ମିଳିଛି। ଶାଖା ପରିଚାଳକ ସଦର ଥାନାରେ ଅଭିଯୋଗ...

ଛାତ୍ରୀଙ୍କୁ କୃମିନାଶକ ବଟିକା ଖୁଆଇଲେ ଜିଲାପାଳ

ବାଲେଶ୍ୱର ଅଫିସ, ୧୦।୨-ବାଲେଶ୍ୱର ସହର ସ୍ଥାନୀୟ ମିଶନ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲାସ୍ତରୀୟ ଜାତୀୟ କୃମିନାଶକ ଦିବସ ସୋମବାର ଉଦ୍‌ଘାଟିତ ହୋଇଯାଇଛି ା ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସ୍କୁଲ ଛାତ୍ରୀଙ୍କୁ କୃମିନାଶକ ବଟିକା ଖୁଆଇ ଏହାର ଶୁଭାରମ୍ଭ କରିବା...

ସିଏଏ ସପକ୍ଷରେ ଶୋଭାଯାତ୍ରା

ବାଲେଶ୍ୱର ଅଫିସ,୧୦।୨: ବାଲେଶ୍ୱର ଅଟଳ ସ୍ମୃତି କମିଟି ପକ୍ଷରୁ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ସପକ୍ଷରେ ସୋମବାର ଏକ ବିଶାଳ ଶୋଭାଯାତ୍ରା କରାଯାଇଛି। ଶୋଭାଯାତ୍ରା ଗୋପାଳଗାଁର ପ୍ରଜ୍ଞାଭାରତୀୟ ସ୍କୁଲ ପଡ଼ିଆରୁ ବାହାରି ସିନେମାଛକ, ଚିଡ଼ିଆପୋଲ, ଫାଣ୍ଡିଛକ ଦେଇ ଜିଲାପାଳଙ୍କ କାର୍ଯ୍ୟାଳୟରେ...

ତାରାତାରିଣୀ ପୀଠର ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ

ପୁରୁଷୋତ୍ତମପୁର,୧୦।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀ ପୀଠର ବିକାଶ ଲାଗି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏ ସମ୍ପର୍କରେ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବ ଦିଲୀପ କୁମାର ମହାନ୍ତି ସମୀକ୍ଷା କରିଛନ୍ତି। ସେ ମନ୍ଦିରର ଚାରିପଟେ ବୁଲି...

ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀଙ୍କ ସ୍ବାଭିମାନ ଅଞ୍ଚଳ ଗସ୍ତ

ଚିତ୍ରକୋଣ୍ଡା,୧୦।୨(ଡି.ଏନ୍‌.ଏ.): ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ସୋମବାର ସ୍ବାଭିମାନ ଅଞ୍ଚଳ ଗସ୍ତ କରିଛନ୍ତି। ସେ ବଡ଼ପଡାଠାରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବା ସହିତ ବିଦ୍ୟାଳୟରେ ଚାଲିଥିବା ଅଭିଭାବକ ସଭାରେ...

କୋଇଡ଼ା ଅଞ୍ଚଳରେ ବାର୍ଡ ଫ୍ଲୁ ଆତଙ୍କ: ରକ୍ତ ନମୁନା ସଂଗ୍ରହ

ବଣାଇଁ,୧୦।୨(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡର କୋଇଡ଼ା ଅଞ୍ଚଳରେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇଛି l ଗତ ୨୪ ଘଣ୍ଟା ମଧ୍ୟରେ କୋଇଡ଼ାର ଧୋବଲାବେଡା ଓ କୋଇଡ଼ାଠାରେ କିଛି କାଉ ଓ କୁକୁଡ଼ା ମରି ପଡିବା ଏବଂ ଆଉ କିଛି...

ସୂଚନା ଅଧିକାର କର୍ମୀ ରଞ୍ଜନଙ୍କ ପରିବାରକୁ ଭେଟିଲେ ରାଜ୍ୟ ଭାଜପାର ପ୍ରତିନିଧି ଦଳ

ମାର୍ଶାଘାଇ,୧୦।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ମାଣିକପୁର ଗ୍ରାମର ସୂଚନା ଅଧିକାର କର୍ମୀ ରଞ୍ଜନ ଦାସଙ୍କ ମୃତ୍ୟୁକୁ ନେଇ ସୋମବାର ଉକ୍ତ ଗ୍ରାମରେ ରାଜ୍ୟ ଭାଜପାର ଏକ ପ୍ରତିନିଧି ଦଳ ପହଞ୍ଚିଛନ୍ତି। ଗତ ୧ ତାରିଖ ସକାଳୁ ରଞ୍ଜନଙ୍କ...

ଡକାୟତି ଯୋଜନା ପଣ୍ଡ : ୪ ଅଭିଯୁକ୍ତ ଗିରଫ

ଯୋଡ଼ା,୧୦।୨(ଡି.ଏନ୍‌.ଏ.):କେନ୍ଦୁଝର ଜିଲା ବାମେବାରୀ ଥାନା ପୋଲିସ ବନ୍ଧୁଆବେଡା ଖେଳ ପଡିଆଠାରେ ରବିବାର ବିଳମ୍ବିତ ରାତିରେ ଚଢ଼ାଉ କରି ୪ ଜଣଙ୍କୁ ଗିରଫ କରିବା ସହିତ ଏକ ଟାଟା ସଫାରି, ମାରଣାସ୍ତ୍ର ଜବତ କରିଛି। ଗିରଫ ବ୍ୟକ୍ତି ହେଲେ ଯୋଡା ଅଞ୍ଚଳର...

ଫରେଷ୍ଟର ଶୋଭାକର ସିଂ ଗିରଫ ଘଟଣା: ବନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

କପ୍ତିପଦା,୧୦।୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କପ୍ତିପଦା ବନ ବିଭାଗ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ କରି ଫରେଷ୍ଟର ଶୋଭାକର ସିଂଙ୍କୁ ଫେବୃୟାରୀ ୬ତାରିଖରେ ଗିରଫ କରିଥିଲା। ଏହି ଘଟଣାରେ ସୋମବାର କପ୍ତିପଦା ଉନ୍ନୟନ୍ନ ମଞ୍ଚ ପକ୍ଷରୁ ବନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

ଗଣଶିକ୍ଷା ମନ୍ତ୍ରୀଙ୍କ ଅଚାନକ କଳାହାଣ୍ଡି ଜିଲାର ବିଭିନ୍ନ ସ୍କୁଲ ଗସ୍ତ: ଖରାପ ଶିକ୍ଷାଦାନ ପାଇଁ ୨ ଶିକ୍ଷକଙ୍କୁ ନୋଟିସ

ଭବାନୀପାଟଣା, ୧୦।୨(ଡି.ଏନ.ଏ.): ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କଳାହାଣ୍ଡିର ବିଭିନ୍ନ ସ୍କୁଲକୁ ଅଚାନକ ଗସ୍ତ କରଛନ୍ତି। ଇଂଲିଶ ଶିକ୍ଷାରେ ସ୍କୁଲଗୁଡିକ ପଛରେ ପଡିଯିବାକୁ ନେଇ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଇଂଲିଶ ବିଷୟରେ ଖରାପ ଶିକ୍ଷାଦାନ ଲାଗି...

କଲେଜ ଛାତ୍ରଙ୍କୁ ମାଡ ଅଭିଯୋଗ, ପ୍ରତିବାଦରେ ଛାତ୍ରୀଛାତ୍ରଙ୍କ ରାସ୍ତା ଅବରୋଧ

ଗଞ୍ଜାମ, ୧୦।୨(ଡି.ଏନ.ଏ.): ବାଲି ମାଫିଆ ଖଣ୍ଡଦେଉଳି କଲେଜର ଯୁକ୍ତ ତିନି ଛାତ୍ରଙ୍କୁ ମାଡ ମାରିଥିବା ନେଇ ଶନିବାର ରମ୍ଭା ଥାନାରେ ଅଭିଯୋଗ ହୋଇଥିଲା l ଏହି ମାମଲାରେ ପୋଲିସ ସନ୍ତୋଷ ରେଡୀଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri