ଆମ ଜିଲା ଖବର

ପୁରୀ ଜିଲାର ୧୨୩ କେନ୍ଦ୍ରରେ ପରୀକ୍ଷା ଦେଲେ ୨୨୪୭୮ ଛାତ୍ରୀଛାତ୍ର

ପୁରୀ ଅଫିସ, ୧୯ା୨: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହୋଇଛି। ଚଳିତବର୍ଷ ପୁରୀ ଜିଲାର ୧୨୩ କେନ୍ଦ୍ରରେ ୨୨,୪୭୮ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଛନ୍ତି। ସେମାନଙ୍କ ମଧ୍ୟରେ ରେଗୁଲାର ୨୧,୧୩୫, ଏକ୍ସ-ରେଗୁଲାର...

ଏନ୍‌କାଣ୍ଟରରେ ମାଓବାଦୀ କମାଣ୍ଡର ନିହତ

ମାଲକାନଗିରି,୧୯ା୨(ଡି.ଏନ.ଏ.): ଛତିଶଗଡ଼ର ସୁକୁମା ପୋଲିସକୁ ବଡ଼ ସଫଳତା ମିଳିଛି। ବୁଧବାର ଛତିଶଗଡର ସୁକୁମା ଜିଲା ନିକଟସ୍ଥ ତାଣ୍ଡାମାର୍କା ଜଙ୍ଗଲରେ ବୁଧବାର ପୋଲିସ କୋମ୍ବିଂ ଅପରେଶନ ବେଳେ ଏନ୍‌କାଣ୍ଟରରେ ଜଣେ ମାଓବାଦୀ କମାଣ୍ଡର ନିହତ ହୋଇଛନ୍ତି। ତାଙ୍କ ପରିଚୟ ଜଣାପଡିନାହିଁ। ପୋଲିସ...

ଶାନ୍ତିଶୃଙ୍ଖଳାରେ ସରିଲା ପ୍ରଥମ ଦିବସର ପରୀକ୍ଷା

ମାଲକାନଗିରି,୧୯ା୨(ଡି.ଏନ.ଏ.): ରାଜ୍ୟରେ ବୁଧବାରଠାରୁ ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିବସର ପରୀକ୍ଷା ଜିଲାରେ ପ୍ରାୟ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିପାଇଁ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି। ମାଲକାନଗିରି ଜିଲାରେ ୫୬୭୪ ପରୀକ୍ଷାର୍ଥୀଙ୍କ ମଧ୍ୟରୁ କେତେକ...

ପୋଲିସ-ମାଓବାଦୀ ଗୁଳି ବିନିମୟ : ଯବାନ ଶହୀଦ

ମାଲକାନଗିରି,୧୯ା୨(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡର ସୁକୁମା ଜିଲାରେ ବୁଧବାର ପୋଲିସ-ଲାଲବାହିନୀ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଇ.ଡି.ବିସ୍ଫୋରଣରେ ଜଣେ ଯବାନ ଶହୀଦ୍‌ ହୋଇଛନ୍ତି। ଶହୀଦ ଯବାନଙ୍କ ନାମ କନେୟା ମାଝି...

ଜାଲରେ ପଡିଲା ହ୍ବେଲ୍‌ସାର୍କ: ଉଦ୍ଧାର ପରେ ସମୁଦ୍ରରେ ଛଡ଼ାଗଲା

ଗୋପାଳପୁର,୧୯ା୨: ଗୋପାଳପୁର ଏନ୍‌ଏସିର କେତେଜଣ ମତ୍ସ୍ୟଜୀବୀ ବୁଧବାର ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ। ଜାଲ ଟାଣୁଥିବାବେଳେ ସେଥିରେ ଏକ ବଡ ମାଛ ଲାଗିଥିଲା। ଜାଲ କୂଳକୁ ଟାଣି ଆଣିବା ପରେ ଏକ ବଡ ସାର୍କ ମାଛ ଲାଗିଥିବା ମତ୍ସ୍ୟଜୀବୀମାନେ ଦେଖିଥିଲେ।...

ପୋଲ ଗାର୍ଡଓ୍ବାଲ ଉପରେ ଚଢିଗଲା ବସ୍‌

ପାଟପୁର,୧୯ା୨: ଗଞ୍ଜାମ-ଗଜପତି ସୀମାନ୍ତ ଟି.ଗୋବିନ୍ଦପୁର ପଞ୍ଚାୟତ ଖେମୁଣ୍ଡିଖୋଲ ନିକଟରେ ବୁଧବାର ପୂର୍ବାହ୍ନ ପ୍ରାୟ ସାଢେ ୯ଟାରେ ଏକ ଯାତ୍ରିବାହୀ ବସ୍‌ ପୋଲ ଗାର୍ଡଓ୍ବାଲ୍‌ ଉପରକୁ ଚଢିଯାଇଥିଲା। ବସ୍‌ଟି ତଳକୁ ନ ଖସି ଲାଗି ରହିଯିବାରୁ ଏଥିରେ ଥିବା ୫୫ ଯାତ୍ରୀ...

ଭଦ୍ରକରେ ଆସାମର ୪୦ ଚାଷୀ

ଭଦ୍ରକ ଅଫିସ, ୧୯।୨: ଆସାମ କୃଷି ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଭିନ୍ନ ଜିଲାର ୪୦ଜଣ ଅଗ୍ରଣୀ ଚାଷୀ ଉନ୍ନତ ଚାଷ ପ୍ରଣାଳୀ ଓ ବିଭିନ୍ନ ଚାଷ ମଡେଲ ଅନୁଧ୍ୟାନ ପାଇଁ ବୁଧବାର ଭଦ୍ରକ ଗସ୍ତ କରିଥିଲେ। ଭଦ୍ରକ ରାଣୀତାଲସ୍ଥିତ କୃଷି ବିଜ୍ଞାନ...

କାର୍ଯ୍ୟରେ ଯୋଗଦେଲେ କଲମପୁର ଗୋଷ୍ଠୀ ଶିକ୍ଷାଧିକାରୀ

ଭବାନୀପାଟଣା,୧୯।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କଲମପୁର ଗୋଷ୍ଠୀ ଶିକ୍ଷାଧିକାରୀ ଭାବେ ଜୁନାଗ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ତପିମଣି ଜାନୀ କାର୍ଯ୍ୟରେ ଯୋଗ ଦେଇଛନ୍ତି । ତେବେ ପୂର୍ବରୁ କାର୍ଯ୍ୟରତ ନବିନ କୁମାର ଖମାରୀ ପଦବୀରୁ ଅବସର ନେବା ପରେ ଗୋଷ୍ଠୀ...

ବିଭିନ୍ନ ସମସ୍ୟା ସମାଧାନ ଲାଗି ଜିଲାପାଳଙ୍କୁ ଦାବିପତ୍ର

ଭବାନୀପାଟଣା,୧୯।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଅଧୀନ ମେଦିନୀପୁର ପଞ୍ଚାୟତର ବିଭିନ୍ନ ସମସ୍ୟାର ସମାଧାନ ଲାଗି ଗ୍ରାମବାସୀ ଜିଲାପାଳଙ୍କୁ ସାକ୍ଷାତ କରିଛନ୍ତି। ବିଦ୍ୟୁତ୍‌ ସମସ୍ୟା ଦୂର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଉପଯୁକ୍ତ ହିତାଧିକାରୀ ଚୟନ ଆଦି ସମସ୍ୟାର ସମାଧାନ ଲାଗି...

ବାଲେଶ୍ୱରରେ ଧରାପଡ଼ିଲେ ନକଲି ପରୀକ୍ଷାର୍ଥୀ

ବାଲେଶ୍ୱର ଅଫିସ, ୧୯।୨: ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ପାଉଁଶକୁଲି ଗ୍ରାମର ରାଧାନାଥ ହାଇସ୍କୁଲ ପରୀକ୍ଷାକେନ୍ଦ୍ରରେ ବୁଧବାର ମାଟ୍ରିକ ପରୀକ୍ଷା ଚାଲୁଥିବା ବେଳେ ଜଣେ ନକଲି ପରୀକ୍ଷାର୍ଥୀ ଧରାପଡ଼ିଛନ୍ତି। ସେ ହେଲେ ହିମାଂଶୁ ବେହେରା। ତାଙ୍କୁ ସିଂଲା ଥାନା...

ଜାପାନରେ ବ୍ରହ୍ମପୁର ଯୁବ ଇଞ୍ଜିନିୟର ଫସିବା ଘଟଣା: ପୁଅକୁ ଫେରାଇ ଆଣିବା ଲାଗି ସରକାରଙ୍କୁ ନିବେଦନ କଲେ ପରିବାରବର୍ଗ

ବ୍ରହ୍ମପୁର ଅଫିସ,୧୯।୨: ସାରା ବିଶ୍ୱବାସୀଙ୍କୁ ଏବେ କରୋନା ଭୟ ଘାରିଛି। ଏପରି ସ୍ଥିତିରେ ଜାପାନର ୟୋକୋହମା ଜଳ ସୀମା ଜାହାଜରେ ଗଞ୍ଜାମ ଜିଲାର ବ୍ରହ୍ମପୁର ପନ୍ଦରା ସାହିର ଜଣେ ଯୁବ ଇଞ୍ଜିନିୟର ଫସି ରହିଛନ୍ତି । ସେ ହେଉଛନ୍ତି ଲିଙ୍ଗରାଜ...

ତରମାକାନ୍ତ ଜଙ୍ଗଲରୁ ମିଳିଲା ହାତୀର ମୃତଦେହ

କେନ୍ଦୁଝର,୧୯।୨(ସ୍ବ.ପ୍ର.): ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ ଅଧିନସ୍ଥ ବାଂଶପାଳ ବ୍ଲକର ତରମାକାନ୍ତ ନିକଟ ଜଙ୍ଗଲରୁ ଏକ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକେ ଏହାକୁ ଦେଖି ବନ ବିଭାଗକୁ ଜଣାଇବା ପରେ ବନ ବିଭାଗ କର୍ମଚାରୀ ପ୍ରାଣୀ ଚିକିତ୍ସକଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri