ଆମ ଜିଲା ଖବର

ରାସ୍ତାରୁ ଖୋଳା ଚାଲିଛି ନିମ୍ନମାନର ପିଚୁ

ଭଦ୍ରକ ଅଫିସ,୭।୩: ଭଦ୍ରକ ଗ୍ରାମ୍ୟ ଉନ୍ନୟନ ବିଭାଗ(୨) ଅଧୀନ ସଦର ବ୍ଲକର ସରଗଡ଼ିଆ-ଚନ୍ଦନପୁର ରାସ୍ତାକାମ ନିମ୍ନମାନର ହେଉଥିବା ନେଇ ଅଭିଯୋଗ ଉଠିଥିଲା। ଏହି ନିମ୍ନମାନର ରାସ୍ତାକାର୍ଯ୍ୟକୁ ନେଇ ଜଣେ ସାମାଜିକ କର୍ମୀ ଟୁଇଟ୍‌ କରିବା ପରେ ପ୍ରଶାସନିକ ତଦନ୍ତ ଆରମ୍ଭ...

‘ନିର୍ବାଚନରେ କଳାଧନ ରୋକିବାକୁ ନିଆଯିବ ପଦକ୍ଷେପ’

କଟକ ଅଫିସ,୭ା୩: ଗତ ସାଧାରଣ ନିର୍ବାଚନରେ ବିପୁଳ ପରିମାଣରେ କଳାଧନ ବ୍ୟବହାର ହୋଇଛି। ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ନଗଦ ଟଙ୍କା, ନିଶାଦ୍ରବ୍ୟ ଏବଂ ଅଳଙ୍କାର ବଣ୍ଟନ କରାଯାଇଛି। କେଉଁ ରାଜ୍ୟରେ କେତେ ପରିମାଣର କଳାଧନ ବ୍ୟବହାର ହୋଇଥିଲା ସେ...

ବିଭିନ୍ନ ସମସ୍ୟା ସମାଧାନ ଦାବିରେ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ

କୋରୁକୋଣ୍ଡା,୭।୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତାର୍ଲାକୋଟା ପଞ୍ଚାୟତ ପୁଷ୍‌ପାଲି ଆଦିବାସୀ ଅଧିକାର ମଞ୍ଚ ପକ୍ଷରୁ ଶନିବାର ବିଭିନ୍ନ ସମସ୍ୟା ସମାଧାନ ଦାବି ନେଇ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ସ୍ଥାନୀୟ ସରପଞ୍ଚ ସୋମନାଥ ବାରସେଙ୍କୁ ଗ୍ରାମବାସୀ ଏକ...

ଗାଡ଼ି ଧକ୍କାରେ ଆହତ ହରିଣ ଉଦ୍ଧାର

ହିଞ୍ଜିଳିକାଟୁ,୭।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଓ ଶିକିରି ତାରାତାରିଣୀ ରୋଡ୍‌ରେ ଗାଡ଼ିଧକ୍କାରେ ଏକ ଆହତ ହରିଣକୁ ଶନିବାର ଉଦ୍ଧାର କରାଯାଇଛି। ହରିଣଟି ରାସ୍ତା ପାରି ହେଉଥିବା ବେଳେ କୌଣସି ଗାଡ଼ି ଧକ୍କାରେ ଆହତ ହୋଇଥିବା ଅନୁମାନ କରାଯାଉଛି। ଆହତ ହରିଣଙ୍କୁ...

କରୋନା ଡର: ବ୍ରାହ୍ମଣୀପାଳ ବଜାରରେ ବିଦେଶୀଙ୍କୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ, ପୋଲିସର ତଦନ୍ତ ଜାରି

କେନ୍ଦୁଝର,୭।୩(ସ୍ବ.ପ୍ର.): ଦୈତାରୀ ଥାନା ଅନ୍ତର୍ଗତ ଓ ହରିଚନ୍ଦନପୁର ବ୍ଲକ ବ୍ରାହ୍ମଣୀପାଳ ବଜାରରେ ଶନିବାର ସକାଳେ ଜଣେ ବିଦେଶୀ ଚା’ ପିଉଥିବାର ଦେଖି ଲୋକେ ଭୟଭୀତ ହୋଇପଡ଼ିଥିଲେ। କରୋନା ଭାଇରସ୍‌କୁ ନେଇ ସମସ୍ତ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଏହି...

ରୋଡ୍‌ ଟ୍ୟାକ୍ସ ଫାଙ୍କିଥିବା ବସ୍‌କୁ ୧୩ ଲକ୍ଷ ଜରିମାନା

ବାଲେଶ୍ୱର ଅଫିସ୍‌, ୭ା୩(ଡି.ଏନ୍‌.ଏ.): ବାଲେଶ୍ୱର ପୋଲିସ ଲାଇନ ଛକରେ ଶନିବାର ପୂର୍ବାହ୍ନରେ ଏକ ଘରୋଇ ବସ୍‌କୁ ସିଜ୍‌ କରାଯିବା ସହିତ ଲକ୍ଷାଧିକ ଟଙ୍କାର ଜରିମାନା କରାଯାଇଛି। ପୋଲିସ ସହାୟତାରେ ବାଲେଶ୍ୱର ଆଞ୍ଚଳିକ ପରିବହନ ବିଭାଗ ଅଧିକାରୀମାନେ ଶ୍ରୀଲୋକନାଥ ନାମକ ଏକ...

ଚିଲିକାରେ ବେଆଇନ ଘେରି ଉଚ୍ଛେଦ: ପ୍ରଥମ ଦିନରେ ୫୦୦ ଏକର

କୃଷ୍ଣପ୍ରସାଦ,୭ା୩(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଖଟିଆକୁଦି ତଳଚତରା ଉପରଚତରା ଚିଲିକାରେ ବେଆଇନ ଘେରି ଉଚ୍ଛେଦ ଶନିବାର ଆରମ୍ଭ ହୋଇଛି। ପ୍ରଥମ ଦିନରେ ୫୦୦ ଏକର ଉଚ୍ଛେଦ କରାଯାଇଥିବା ବେଳେ ଏହା ଚିଲିକାରୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯିବ ବୋଲି ସୂଚନା...

ରାସ୍ତାରେ ଗଦାଗଦା ପଲିଥିନ ପଡ଼ିବା ଘଟଣା: ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ପଞ୍ଚାୟତର ତତ୍ପରତା

ଦାରିଙ୍ଗବାଡ଼ି,୭।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ପ୍ରବଳ ବର୍ଷା ପରେ ଅବସ୍ଥା ବେହାଲ ହୋଇପଡ଼ିଥିଲା। ବିଶେଷକରି ପଞ୍ଚାୟତ ଅଧୀନରେ ରହିଥିବା ସମସ୍ତ ଡ୍ରେନ ଜାମ୍‌ ଯୋଗୁ ବର୍ଷାଜଳ ନିଷ୍କାସିତ ହୋଇ ନ ପାରି ରାସ୍ତା ଉପରେ ପ୍ରବାହିତ ହେଉଥିଲା। ଡ୍ରେନରେ...

ଚାକିରି କରାଇଦେବା ନାଁରେ ଠକେଇ ମାମଲା: ଫେରାର୍‌ ଲାଇନ୍‌ମ୍ୟାନ ଗିରଫ

ଭବାନୀପାଟଣା,୭।୩(ଡି.ଏନ୍‌.ଏ.): ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗରେ କଳାହାଣ୍ଡି ଜିଲା ଭବାନୀପାଟଣା ପୂର୍ବ ବିଦ୍ୟୁତ୍‌ ଖଣ୍ଡର ଲାଇନମ୍ୟାନ୍‌-ସି. ଜ୍ୟୋତିରଞ୍ଜନ ସାମଲଙ୍କୁ ପୋଲିସ ଗିରଫ କରିଛି । ଲାଇନମ୍ୟାନ୍‌ ସାମଲ ୨୦୧୭ ରେ ଭବାନୀପାଟଣାସ୍ଥିତ ବଡପଡାର ମଦନ...

ଯାତ୍ରୀବାହୀ ବସ୍‌ରେ ନିଆଁ: ଯୁବତୀ ଆହତ

ତିହିଡ଼ି,୭।୩(ଡି.ଏନ୍‌.ଏ.): ଭଦ୍ରକ-ଚାନ୍ଦବାଲି ରାସ୍ତାର ନନ୍ଦପୁର ବଜାରରେ ଏକ ଯାତ୍ରୀବାହୀ ବସ୍‌ରେ ଶନିବାର ନିଆଁ ଲାଗିଛି। ବ୍ୟାଟେରି ଜଳିଯିବାରୁ ଜଣେ ଯୁବତୀ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କୁ ତିହିଡ଼ି ଗୋଷ୍ଠୀ ଚିକିତ୍ସାଳୟକୁ ନିଆଯାଇଛି। ଓମ ବାବା ଟ୍ରାଭେଲ୍‌ସ ନାମକ ବସ୍‌ଟି ସକାଳେ...

ମାଗଣା ଜମି ପଟ୍ଟା ବଣ୍ଟନ ଗୁଜବ, ଜିଲାପାଳଙ୍କ କାର୍ଯ୍ୟାଳୟରେ ମହିଳାଙ୍କ ଭିଡ଼

ଭବାନୀପାଟଣା,୭।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାପାଳଙ୍କ କାର୍ଯ୍ୟାଳୟରେ ମାଗଣା ଜମି ପଟ୍ଟା ପ୍ରଦାନ କରାଯାଉଛି। ଏହି ଖବର ଶୁଣି ଜିଲାର ବିଭିନ୍ନ ବ୍ଲକରୁ ସବୁଜ ପତ୍ରିକାଧାରୀ ମହିଳା ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏତେ ସଂଖ୍ୟକ ମହିଳାଙ୍କୁ ଦେଖି ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ...

ବାଉଁଶବୁଦା ପଡ଼ି ମହିଳାଙ୍କ ମୃତ୍ୟୁ ଘଟଣା: ପ୍ରଶାସନର ସହାୟତା

ଲୋଇସିଂହା,୭ା୩(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଞ୍ଚଳରେ ଶୁକ୍ରବାର ଅପରାହ୍ନରେ ଘୂର୍ଣ୍ଣିଝଡ଼ ସାଙ୍ଗକୁ ବର୍ଷା ହୋଇଥିଲା। ବର୍ଷାରୁ ରକ୍ଷା ପାଇବା ପାଇଁ ବୁର୍ଡା ଗ୍ରାମରେ କେତେକ ବ୍ୟକ୍ତି ଏକ ବାଉଁଶବୁଦା ତଳେ ଆଶ୍ରୟ ନେଇଥିଲେ। ଏହି ସମୟରେ ବାଉଁଶବୁଦା ଉପୁଡ଼ି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri