ଆମ ଜିଲା ଖବର

ଅଣ୍ଡା ଯୋଗାଣରେ ଅନିୟମିତତା ନେଇ ଦିଗପହଣ୍ଡି ସିଡିପିଓଙ୍କ ବଦଳି

ଦିଗପହଣ୍ଡି,୨୫।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ସିଡିପିଓ ଯଶୋବନ୍ତି ସାହୁଙ୍କୁ ହଠାତ୍‌ ବଦଳି କରାଯାଇ। ରବିବାର ସନ୍ଧ୍ୟାରେ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ସିଡିପିଓଙ୍କୁ ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରୋଗ୍ରାମ ଅଫିସରଭାବେ ଅବସ୍ଥାପିତ...

ଆମ୍ବୁଲାନ୍ସ ଆସିଲାନି: ବିଡିଓଙ୍କ ସରକାରୀ ଗାଡିରେ ଡାକ୍ତରଖାନା ଗଲେ ମହିଳା

ସୋର, ୨୫ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ବ୍ଲକ ଅଧୀନ ସରଶଂଖ ଗ୍ରାମରେ ଥିବା ସଂଗରୋଧ କେନ୍ଦ୍ରରେ ଶନିବାର ମଧ୍ୟରାତ୍ରିରେ ଜଣେ ମହିଳା ଅନ୍ତେବାସିନୀଙ୍କ ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ବିଡିଓ ସରକାରୀ ଗାଡିରେ ବାଲେଶ୍ୱର କୋଭିଡ୍‌ କେୟାର ସେଣ୍ଟରକୁ ସ୍ଥାନାନ୍ତର କରିଛନ୍ତି।...

ମନ୍ଦିର, ମସ୍‌ଜିଦ୍‌ରେ ୧୪୪ ଧାରା ଜାରି କଲା ପ୍ରଶାସନ

ଭଦ୍ରକ ଅଫିସ, ୨୫ା୫- ମହାମାରୀ କରୋନା ପାଇଁ ଏଥର ସବୁ ମନ୍ଦିର ଓ ମସ୍‌ଜିଦ୍‌ରେ ୧୪୪ ଧାରା ଜାରି ହୋଇଛି। ଏଥିଯୋଗୁ ସୋମବାର ପାଳନ ହେବାକୁ ଥିବା ଇଦ୍‌ ପର୍ବ ଏକ ପ୍ରକାର ଫିକା ପଡ଼ିବ ବୋଲି କୁହାଯାଉଛି। ଇଦ୍‌...

ପାଲାରେ ତାଲା: ପରିବା ବିକୁଛନ୍ତି ଗାୟକ, ବାୟକ

ବଇଣ୍ଡା,୨୫ା୫(ପରିକ୍ଷିତ ସାହୁ): ଦିନେ ତାଙ୍କ ଉପସ୍ଥିତି ପରିବେଶକୁ ପବିତ୍ର କରିଦେଉଥିଲା। ମନରେ ଧାର୍ମିକ ଭାବନା ଉଦ୍ରେକ କରୁଥିଲା। ତାଙ୍କ ଚରଣ ଓ ଚାମର ସ୍ପର୍ଶ ପାଇଁ ଆପେ ଆପେ ମଥା ନଇଁଯାଉଥିଲା। ହେଲେ ଆଜି ବଦଳି ଯାଇଛି ସେହି ସମୟ।...

୨ ସ୍ବାସ୍ଥ୍ୟକର୍ମୀଙ୍କୁ କରୋନା, ଜଗନ୍ନାଥପ୍ରସାଦ ଶଟ୍‌ଡାଉନ୍‌

ଜଗନ୍ନାଥପ୍ରସାଦ,୨୫ା୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଅଞ୍ଚଳରେ କାର୍ଯ୍ୟରତ ୨ଜଣ ପୁରୁଷ ସ୍ବାସ୍ଥ୍ୟକର୍ମୀଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା। ଶନିବାର ରାତିରେ ରିପୋର୍ଟ ପଜିଟିଭ ଆସିବା ପରେ ସେମାନଙ୍କୁ ସଙ୍ଗେ ସଙ୍ଗେ ବ୍ରହ୍ମପୁରସ୍ଥିତ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି...

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ମିଳିଲା ରାଶନକାର୍ଡ

ବାଲିଗୁଡା,୨୫ା୫(ଡି.ଏନ୍‌.ଏ.)- ବାଲିଗୁଡା ଏନ୍‌ଏସି ୬ନଂ. ଓ୍ବାର୍ଡର ଶିବ ପ୍ରସାଦ ପଟ୍ଟନାୟକ ରାଶନକାର୍ଡ ପାଇବାକୁ ଯୋଗ୍ୟ ଥାଇ ମଧ୍ୟ ପାଇ ନ ଥିଲେ। ଶିବପ୍ରସାଦ ବାଲିଗୁଡା ବଜାରରେ ଏକ ଛୋଟ ଘଣ୍ଟା ମରାମତି ଦୋକାନ କରି ପରିବାର ଚଳାନ୍ତି। ଘର ନ...

ଜମି ଅଧିଗ୍ରହଣ ପାଇଁ ଅଟକିଛି ରେଲଓ୍ବେ ଓଭରବ୍ରିଜ

ଜଳେଶ୍ୱର, ୨୫ା୫(ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର-ଦୀଘା ରାଜ୍ୟ ରାଜପଥ ନୂଆବଜାର ଲେଭଲ କ୍ରସିଂଠାରେ ନିର୍ମାଣ ଚାଲିଥିବା ଓଭରବ୍ରିଜ୍‌ କାମ ଜମି ଅଧିଗ୍ରହଣ ପାଇଁ ଅଟକି ରହିଛି। ଏହାର ମୋଟ ୨୮ଟି ପିଲର ମଧ୍ୟରୁ ୪ଟି ପିଲର ରେଳବାଇ ପକ୍ଷରୁ ନିର୍ମାଣ କରିବାର...

ଦମକଳକୁ ବାଟ ଓଗାଳିଲା ମିକ୍ସଚର ମେଶିନ

ବଲାଙ୍ଗୀର ଅଫିସ, ୨୫ା୫:  ବଲାଙ୍ଗୀର ସହରର ବରପାଲିପଡାରେ ଶନିବାର ଏକ ଟ୍ରାନ୍ସଫର୍ମରରେ ନିଅଁା ଲାଗି ଜଳି ଯାଇଛି। ଏ ନେଇ ଫୋନ୍‌ ପାଇବା ପରେ ଅଗ୍ନିଶମ ବିଭାଗ କର୍ମଚାରୀ ତତ୍‌କ୍ଷଣାତ୍‌ ଦମକଳ ସହ ବରପାଲିପଡା ଅଭିମୁଖେ ଛୁଟିଥିଲେ। ହେଲେ ବ୍ରାହ୍ମଣପଡାଠାରେ...

ଜୀବନଜୀବିକା ଲାଗି ଏକାଠି ହେଲେ ବ୍ୟାଣ୍ଡବାଜା, ରାମଳୀଳା କଳାକାର

ଦେଓଗାଁ,୨୫ା୫(ଡି.ଏନ.ଏ.) ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଜରାସିଂହା ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରପୁର ଆମ୍ରକାନନଠାରେ ରବିବାର ଜିଲାସ୍ତରୀୟ ରାମଲୀଳା କଳାକାରଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶରତ କୁମାର ପୁଟେଲଙ୍କ ପରିଚାଳନାରେ ବୈଠକ ଅନୁଷ୍ଠିତ ହୋଇଥିଲା। ସାମାଜିକ ଦୂରତ୍ୱ ରକ୍ଷାକରି କଳାକାରଙ୍କ ବିଭିନ୍ନ...

କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ୧୪୪

ବାରିପଦା ଅଫିସ,୨୫ା୫- ମହାମାରୀ କରୋନା ଭୂତାଣୁର ସଂକ୍ରମଣ ପ୍ରତିରୋଧ ଉଦ୍ଦେଶ୍ୟରେ ମୟୂରଭଞ୍ଜ ଜିଲାର ସମସ୍ତ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର (ଟିଏମ୍‌ସି), କ୍ୱାରାଣ୍ଟାଇନ୍‌ ଓ ଆଇସୋଲେଶନ କେନ୍ଦ୍ରରେ ୧୪୪ ଧାରା ଜାରି କରାଯାଇଛି। ସତର୍କତା ପଦକ୍ଷେପ ସ୍ବରୂପ ସାମାଜିକ ଦୂରତ୍ୱ ବଜାୟ...

ଅଣ୍ଡା ଦୁର୍ନୀତି: ଦିଗପହଣ୍ଡି ସିଡିପିଓଙ୍କ ବଦଳି

ଦିଗପହଣ୍ଡି,୨୪୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଦିଗପହଣ୍ଡି ସିଡିପିଓ ଯଶୋବନ୍ତି ସାହୁଙ୍କୁ ଅଚାନକ ବଦଳି କରାଯାଇଛି। ରବିବାର ସନ୍ଧ୍ୟାରେ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ସିଡିପିଓଙ୍କୁ ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରୋଗ୍ରାମ ଅଫିସର ଭାବେ ଅବସ୍ଥାପିତ...

ଶତବାର୍ଷିକୀରେ ନୀଳମଣିଙ୍କୁ ଶ୍ରଦ୍ଧାଞ୍ଜଳି

ବାସୁଦେବପୁର,୨୫ା୫(ଡି.ଏନ୍‌.ଏ.)- ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବାସୁଦେବପୁରର ପୂର୍ବତନ ବିଧାୟକ ସ୍ବର୍ଗତ ନୀଳମଣି ରାଉତରାୟଙ୍କର ଜନ୍ମ ଶତବାର୍ଷିକୀ ଉତ୍ସବ ରବିବାର ପାଳିତ ହୋଇଯାଇଛି। ସକାଳେ ବାସୁଦେବପୁରସ୍ଥିତ ନୀଳମଣି ମାର୍କେଟ କମ୍ପ୍ଲେକ୍ସ ସାମ୍ନାରେ ଥିବା ସ୍ବର୍ଗତ ରାଉତରାୟଙ୍କ ପ୍ରତିମୂର୍ତ୍ତିରେ ପୂର୍ବତନ ଜିଲା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri