କରୋନା ସନ୍ଦେହରେ ସହଯୋଗ କଲେନି ଗ୍ରାମବାସୀ: ପିପିଇ କିଟ୍ ପିନ୍ଧି ସ୍ବାମୀଙ୍କୁ ମୁଖାଗ୍ନି ଦେଲେ ସ୍ତ୍ରୀ
ମାଲକାନଗିରି, ୨୦ା୮ (ଡି.ଏନ୍.ଏ.)-ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ମାନ୍ଦାପାଲି ଗ୍ରାମରେ ଗୁରୁବାର ଏକ ହୃଦୟ ବିଦାରକ ଘଟଣା ଘଟିଛି। କୋରାପୁଟ ଜିଲା ଲମତାପୁଟ ବ୍ଲକ ଶିକ୍ଷାଧିକାରୀ ଭାବେ କାର୍ଯ୍ୟ କରୁଥିବା କୃଷ୍ଣଚନ୍ଦ୍ର ନାୟକଙ୍କ ବୁଧବାର ମୃତ୍ୟୁ ଘଟିଛି। କୃ୍ଷ୍ଣଚନ୍ଦ୍ରଙ୍କ...
ସମ୍ବଲପୁର: ସର୍ବସାଧାରଣ ସ୍ଥାନ, ଅନୁଷ୍ଠାନରେ ଗଣେଶ ପୂଜା ବନ୍ଦ
ସମ୍ବଲପୁର,୨୦ା୮(ବ୍ୟୁରୋ)-ଚଳିତ ବର୍ଷ କରୋନା ଯୋଗୁ ଗଣେଶ ପୂଜା ଉପରେ କଟକଣା ଲଗାଯାଇଛି। ସର୍ବସାଧାରଣ ସ୍ଥାନ, ଶିକ୍ଷାନୁଷ୍ଠାନ, କ୍ଲବ ଗୁଡିକରେ ପୂଜା କରିବା ଉପରେ ରୋକ ଲଗାଯାଇଛି। ଘରେ ପରିବାର ସହ ପୂଜା କରିବାକୁ ଅନୁରୋଧ କରାଯାଇଛି। ଏ ନେଇ ଜିଲାପାଳ...
କଟକ ସହରରୁ ୧୫୦ କରୋନା ପଜିଟିଭ ଚିହ୍ନଟ
କଟକ ଅଫିସ, ୨୦।୮-କଟକ ସହରରୁ ଗୁରୁବାର ୧୫୦ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିରୁ ୬୭ ଲୋକାଲ କେସ। କଟକ ଏସ୍ସିବି ମେଡିକାଲ ଆଇସୋଲେଶନ ଓ୍ବାର୍ଡରୁ ୧୭ ଜଣ, ସେଲଟର ଛକ ଧୋବାସାହିରୁ ୧୯, ମୋଚି ସାହିରୁ ୬, ନୂଆ ବଜାରରୁ...
ମଦ ବ୍ୟବସାୟୀଙ୍କୁ ଦାଦାବଟି ମାଗିବା ଘଟଣା: ମାଷ୍ଟରମାଇଣ୍ଡ୍ ସମେତ ୭ କୋର୍ଟ ଚାଲାଣ
ବ୍ରହ୍ମପୁର ଅଫିସ,୨୦ା୮: ମଦ ବ୍ୟବସାୟୀଙ୍କୁ ଦାଦାବଟି ମାଗିବା ସହ ତାଙ୍କ ଦୋକାନର ସେଲସମ୍ୟାନ୍ଙ୍କୁ ହତ୍ୟା ଉଦ୍ୟମ କରିଥିବା ଘଟଣାରେ ସଦର ଥାନା ପୋଲିସ ଘଟଣାର ମାଷ୍ଟରମାଇଣ୍ଡ୍ ସମେତ ୭ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ମାଷ୍ଟରମାଇଣ୍ଡ୍ ବେନ୍ଦାଳିଆ ଗ୍ରାମର...
୫ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ ଘଟଣା: ଅଭିଯୁକ୍ତ ଗିରଫ
ବ୍ରହ୍ମପୁର ଅଫିସ,୨୦ା୮: ଜଣେ ୫ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ କରିଥିବା ଅଭିଯୁକ୍ତଙ୍କୁ ସଦର ଥାନା ପୋଲିସ କେସ୍ ନମ୍ବର ୨୩୬/୨୦ ଅନୁସାରେ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ କାଳିଆ ସ୍ବାଇଁ (୩୨)ବୋଲି ଥାନାଧିକାରୀ ସନ୍ତୋଷିନୀ ଓରାମ ସୂଚନା ଦେଇଛନ୍ତି...
ବଲାଙ୍ଗୀରରେ ନୂଆଁଖାଇ ଫିକା: ବାଉଁଶ କାରିଗର ଗ୍ରାହକ ଅପେକ୍ଷାରେ
ବଲାଙ୍ଗୀର ଅଫିସ,୨୦।୮: କରୋନା ଯୋଗୁ ଅନେକ କଟକଣା ଲାଗିଛି । କେତେବେଳେ ଶଟ୍ଡାଉନ ତ ଆଉ କେତେବେଳେ ଲକ୍ଡାଉନ। ତେବେ ଆଉ ୨ ଦିନ ପରେ ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ହେବାକୁ ଥିବା ବେଳେ ଏଥର ତାହା...
କଣ୍ଟେନ୍ମେଣ୍ଟ ଜୋନ୍କୁ ନେଇ ତାତିଲେ ବ୍ୟବସାୟୀ, ଅତିରିକ୍ତ ତହସିଲଦାରଙ୍କୁ କଲେ ଘେରାଉ
ଜଗନ୍ନାଥପ୍ରସାଦ,୨୦ା୮: ବର୍ତ୍ତମାନ କରୋନା ନିୟମ କଟକଣାକୁ ନେଇ ପ୍ରଶାସନ ଓ ବ୍ୟବସାୟୀ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି। ଗୁରୁବାର ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ କାଦୁଆ ଅଞ୍ଚଳରେ ଥିବା ବଜାରର କିଛି ଖୁଚୁରା ବ୍ୟବସାୟୀ ଦୋକାନ ସକାଳ ୮ଟାରେ ଖୋଲିଥିଲେ।...
କ୍ୱାରାଣ୍ଟାଇନ ସେଣ୍ଟରରେ ରହିଥିବା ପ୍ରବାସୀଙ୍କୁ ମିଳି ନ ଥିଲା ସହାୟତା ରାଶି, ଆନ୍ଦୋଳନ ପରେ ହେଲା ଏମିତି
ଦିଗପହଣ୍ଡି,୨୦।୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ଗ୍ରାମର କ୍ୱାରାଣ୍ଟାଇନ ସେଣ୍ଟରରେ ରହିଥିବା ପ୍ରବାସୀଙ୍କୁ ଦୀର୍ଘଦିନ ହେଲା ସରକାରୀ ସହାୟତା ଅର୍ଥରାଶି ପ୍ରଦାନ କରାଯାଇ ନ ଥିଲା। ଏ ନେଇ ସେମାନେ ବହୁବାର ଦାବି ଆପତ୍ତି କରିଥିଲେ ସୁଦ୍ଧା ସେମାନଙ୍କୁ...
ହଟ୍ସ୍ପଟ୍ରେ ଏସ୍ସିବି ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ, ଆଜି ୧୦ ପଜିଟିଭ୍ ଚିହ୍ନଟ
କଟକ ଅଫିସ,୨୦ା୮: ଏସ୍ସିବି ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରୁ ବୁଧବାର ପ୍ରଥମ କରି ୩ ଜଣ ଷ୍ଟାଫ୍ଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଥିଲା। ତେବେ ଗୁରୁବାର ସକାଳେ ଆଉ ୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣ ଆଟେଣ୍ଡାଣ୍ଟ...
ଲଗାଣ ବର୍ଷାରେ ପାପଡାହାଣ୍ଡିରେ ଘରେ ପଶିଲା ପାଣି
ପାପଡାହାଣ୍ଡି,୨୦।୮(ଡି.ଏନ୍.ଏ.): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ସଦର ମହକୁମାରେ ବହୁ ଘରେ ଓ ଦୋକାନଗୁଡିକରେ ବର୍ଷାଜଳ ପଶିଯାଇଥିବା ଦେଖିବାକୁ ମିଳିଛି। ଏଥିରେ ପ୍ରାୟ ୩ରୁ ଅଧିକ ଘର ଭାଙ୍ଗିଯାଇଥିବା ଜଣାପଡିଛି। ଗତ ୨୪...
ଓଳଗ ପଞ୍ଚାୟତ ଶଟ୍ଡାଉନ୍
ଆରଡ଼ି,୨୦ା୮(ଡି.ଏନ୍.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଓଳଗ ପଞ୍ଚାୟତକୁ ସରପଞ୍ଚ ଅନସୂୟା ସେଠୀ ୫ ଦିନ ଶଟ୍ଡାଉନ୍ ଘୋଷଣା କରିଛନ୍ତି । ଏହି ଶଟ୍ଡାଉନ୍ ଗୁରୁବାର ରାତି ୧୨ଟାରୁ ମଙ୍ଗଳବାର ରାତି ୧୨ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଏଥିସହିତ...
ବୁଢ଼ାବଳଙ୍ଗରେ ବନ୍ୟା ଜଳ: ଜଳକା, ସୁବର୍ଣ୍ଣରେଖାରେ ବନ୍ୟା ପରିସ୍ଥିତି
ବାଲେଶ୍ୱର ଅଫିସ,୨୦ା୮: ଦୁଇଦିନ ଧରି ଲଗାଣ ଏବଂ ଉପର ମୁଣ୍ଡରେ ଅତ୍ୟଧିକ ବର୍ଷା ଯୋଗୁ ବୁଢାବଳଙ୍ଗ ନଦୀର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବାଲେଶ୍ୱର ସଦର ବ୍ଲକ ପରିଖି ପଞ୍ଚାୟତର ୯ ନଂ. ଓ୍ବାର୍ଡ ନନ୍ଦଚକ (ଜଙ୍ଗଲ ଘେରି)...
Archives


