ଆମ ଜିଲା ଖବର

ଦୁର୍ଘଟଣା ରୋକିବାକୁ ପ୍ରଶାସନର ଅଭିନବ ପ୍ରୟାସ, ଭୋର୍‌ ସମୟରେ ରାସ୍ତାରେ ଚା’ ବାଣ୍ଟୁଛନ୍ତି…

ଭଞ୍ଜନଗର,୫।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଗତ ନଭେମ୍ବର ଏବଂ ଡିସେମ୍ବର ମାସରେ ଦୁର୍ଘଟଣା ହାର ବଢ଼ିଯାଇଛି। ଏଥିରେ ଏକାଧିକ ଲୋକ ମୃତ୍ୟୁବରଣ କରିବା ସହ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ଯାହାକି ଚିନ୍ତାଜନକ ବିଷୟ ପାଲଟିଛି। ଅଧିକାଂଶ…

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ: ଗଜପତିର ଗୁମ୍ମା ଟିମ ଚାମ୍ପିୟନ, ଟ୍ରଫି ସହ ମିଳିଲା ଏତେ ଟଙ୍କା

ଦିଗପହଣ୍ଡି, ୫।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୭ମ ଦିବସ ରବିବାର ଫାଇନାଲ ମ୍ୟାଚରେ ଗଜପତି ଜିଲାର ଗୁମ୍ମା ଗ୍ରାମ ଭଲିବଲ ଟିମ ପ୍ରତିପକ୍ଷ ବ୍ରହ୍ମପୁରର ପାୱାର ସିକ୍ସ…

ଭାଜପା ପ୍ରତିନିଧି ଦଳର ମହୋତ୍ସବ ପଡିଆ ପରିଦର୍ଶନ:  ବିଡିଓଙ୍କ ସହ ଆଲୋଚନା

ଦାରିଙ୍ଗବାଡି,୫।୧(ଅରୁଣ ସାହୁ): ଶୀତ ମହୋତ୍ସବ ଯେତେ ପାଖେଇ ଆସୁଛି ସେତିକି ଦାରିଙ୍ଗବାଡ଼ି ଅଞ୍ଚଳରେ ଉତ୍କଣ୍ଠା ଦେଖାଯାଇଛି। ସେପଟେ ଶୀତ ମହୋତ୍ସବକୁ ସଫଳ କରିବା ପାଇଁ ସ୍ଥାନୀୟ ପ୍ରଶାସନ ସମେତ ଜିଲା  ପ୍ରଶାସନ ଏବଂ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ସୋମବାର…

ଡାକ୍ତରଙ୍କ ଆନ୍ଦୋଳନ ଜାରି: ଓପିଡି ଦୁଇ ଘଣ୍ଟା ବନ୍ଦ, ରୋଗୀ ହନ୍ତସନ୍ତ

ଛତ୍ରପୁର,୫।୧(ଦିଲ୍ଲୀପ ସାମଲ): ଓମସାର ଡକରା କ୍ରମେ ଗଞ୍ଜାମ ଶାଖା ପକ୍ଷରୁ ଏହାକୁ ସମର୍ଥନ ଜଣାଇଛନ୍ତି ଡାକ୍ତର। ୧୮ ଦଫା ଦାବି ନେଇ ସରକାରଙ୍କ ନିକଟରେ ଦାବି କରା ଯାଉଥିବା ବେଳେ ସରକାର ଏହାକୁ ଅଣଦେଖା କରୁଥିଲେ। ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା…

ହଠାତ୍‌ ବିଦ୍ୟାଳୟ ପରିସରରେ ଲାଗିଲା ନିଆଁ: ୪ ଛାତ୍ର ଗୁରୁତର

ବିଷମକଟକ,୫।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକରୁ ଏକ ଅତ୍ୟନ୍ତ ଦୁଃଖଦ ଓ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ପାଇକଡାକୁଲୁଗୁଡା ସ୍ଥିତ ପ୍ରାଇମେରୀ ବିଦ୍ୟାଳୟରେ ହଠାତ୍‌ ଅଗ୍ନିକାଣ୍ଡ ଘଟିବାରୁ ୪ ଜଣ ଛାତ୍ର…

ଲୋକେ ନଥିବା ଗାଁ ପୋଡ଼ମପେଟା: ସମୁଦ୍ର ଗର୍ଭରେ ଲୀନ ହେଲାଣି ଶହେରୁ ଊର୍ଦ୍ଧ୍ୱ ଘର

ଗଞ୍ଜାମ,୫।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ସ୍ଥିତ ସମୁଦ୍ରକୂଳ ନିକଟବର୍ତ୍ତୀ ପୁରୁଣା ପୋଡ଼ମପେଟା ଗ୍ରାମ। ଏହି ଗାଁ ଏବେ ଜନଶୂନ୍ୟ। ପୂର୍ବେ ଏହି ଗାଁ ରେ (ପୋଡ଼ମପେଟା) ୫୦୦ରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀ ପରିବାର ବସବାସ କରି ଆସୁଥିଲେ ।…

ସବ୍‌-ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତିି ଘଟଣା: ଚିଠିକୁ ନେଇ ବଢ଼ୁଛି ଅଡୁଆ

ପୁରୁଷୋତ୍ତମପୁର,୫।୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବ୍‌-ରେଜିଷ୍ଟ୍ରାର ଅଫିସରେ ଘଟିଥିବା ଜମି ଦୁର୍ନୀତି ଘଟଣାର କେବେ ଗୁମର ଫିଟିବ ସେ ନେଇ ଅଞ୍ଚଳବାସୀ ଚାହିଁ ବସିଥିବାବେଳେ ସବରେଜିଷ୍ଟ୍ରାର ପୋଲିସ ନିକଟକୁ ପଠାଇଥିବା ଚିଠି ବାଟବଣା ହୋଇିଛି। ଏହି ଘଟଣାଟି ଅଞ୍ଚଳରେ ଅତି…

AQI ବୃଦ୍ଧିକୁ ନେଇ ବାଲେଶ୍ବର ପାଇଁ ଜାରି ହେଲା ପ୍ରଦୂଷଣ କଟକଣା, ଆଗାମୀ ୭ ଦିନ ପାଇଁ ଗାଇଡ୍‌ଲାଇନ…

ବାଲେଶ୍ୱର,୫ା୧( ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାରେ ବର୍ତ୍ତମାନ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଥିବା ବେଳେ ଜିଲ୍ଲାପାଳ ଗାଇଡ୍‌ଲାଇନ ଜାରି କରିଛନ୍ତି । GRAP ଷ୍ଟେଜ୍–II ମାର୍ଗଦର୍ଶିକା ଅନୁସାରେ, ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ଧାରା–୧୬୩…

ଓଡ଼ିଶାର ଏହି ଅଭୟାରଣ୍ୟକୁ ଆସିବେ ଦୁଇଟି ନୂଆ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଦେଲେ ସୂଚନା

ଭୁବନେଶ୍ୱର: ରାଜ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ବରଗଡ଼ ଜିଲାସ୍ଥିତ ଦେବ୍ରୀଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ଖୁବଶୀଘ୍ର ଦୁଇଟି ନୂଆ ବାଘ ଅଣାଯିବ। ସୋମବାର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ…

ଲୋକ ଭବନ ଉଦ୍ୟାନକୁ କିଭଳି ଯିବେ ଜାଣନ୍ତୁ…

ଭୁବନେଶ୍ୱର,୫ା୧: ଆସନ୍ତା ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ଲାଗି ଲୋକ ଭବନ ଉଦ୍ୟାନ ଖୋଲିବ। ସ୍କୁଲ୍‌ ଛାତ୍ରୀଛାତ୍ରଙ୍କ ପାଇଁ ସକାଳ ୮ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ଓ ଅପରାହ୍ନ ୨ଟା ୩୦ରୁ ସା ୬ଟା ୧୫ ପର୍ଯ୍ୟନ୍ତ…

ଆମେରିକାରେ ହେବାକୁ ଥିବା ସ୍ବତନ୍ତ୍ର ଅଲମ୍ପିକ୍ସ ସାଇକେଲିଂ ରେସରେ ଭାଗନେବେ ରାମ ବରିହା, ଅର୍ଥ ବାଧକ ସାଜିଥିବାରୁ…

ବଲାଙ୍ଗୀର, ୫।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସଇଁନ୍ତଳାସ୍ଥିତ ସ୍ବତନ୍ତ୍ର ଭିନ୍ନକ୍ଷମ ଆବାସିକ ବିଦ୍ୟାଳୟର ବୌଦ୍ଧିକ ଭିନ୍ନକ୍ଷମ ଛାତ୍ର ରାମ ବରିହା ବିଶ୍ୱସ୍ତରୀୟ ସ୍ବତନ୍ତ୍ର ଅଲମ୍ପିକ୍ସରେ ଭାଗ ନେବାକୁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ନିକଟରେ ଷ୍ଟିଲ ସିଟି ବୋକାରୋରେ…

ଜିଲାର ବିଭିନ୍ନ ସମସ୍ୟା ନେଇ ମୁଖ୍ୟ ଶାସନସଚିବଙ୍କୁ ଭେଟିଲେ ବିଧାୟକ

ଗଜପତି,୫।୧(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ସୋମବାର ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କୁ ସାକ୍ଷାତ କରି ମୁଖ୍ୟଶାସନ ସଚିବ ଭାବରେ ଦ୍ବାୟିତ୍ୱ ନେଇଥିବା ବେଳେ ସେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri