ଆମ ଜିଲା ଖବର

ସମସ୍ତଙ୍କ ମିଳିତ ଉଦ୍ୟମରେ ଶିକ୍ଷାର ହେବ ବିକାଶ: ଶୃଙ୍ଖଳାକୁ ଗୁରୁତ୍ୱ ଦେବାକୁ ପରାମର୍ଶ

ଦାରିଙ୍ଗବାଡି, ୧୪।୧ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ରହିଥିବା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ମଙ୍ଗଳବାର ବାର୍ଷିକ ଉତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।…

ଧାନମଣ୍ଡି ଅବ୍ୟବସ୍ଥା: ନବରଙ୍ଗପୁରରେ ୧୨ ଘଣ୍ଟିଆ ବନ୍ଦ

ନବରଙ୍ଗପୁର,୧୪ା୧(ସଦାଶିବ ପ୍ରହରାଜ): ମଣ୍ଡିରେ ଧାନ କ୍ରୟ ଆରମ୍ଭରୁ ଅବ୍ୟବସ୍ଥା। ଚାଷୀଙ୍କୁ ଟୋକନ ପ୍ରଦାନରେ ଅହେତୁକ ବିଳମ୍ବ ସାଙ୍ଗକୁ କଟ୍‌ନି ଛଟ୍‌ନି ବାହାନାରେ ଶୋଷଣ। ସାମାନ୍ୟ ବିଳମ୍ବରେ ଧାନମଣ୍ଡିରେ ପହଞ୍ଚତ୍ଲେ ଫେରସ୍ତ ସହ ସାଧାରଣ ମୌଳିକ ସୁବିଧା ଯୋଗାଇଦେବାରେ ସରକାର ବିଫଳ। ସାଟେଲାଇଟ୍‌…

ମାସକର ଝିଅକୁ ବିକିଦେଲେ ବାପା-ମା’: କାରଣ ଜାଣିଲେ ଉଡିଯିବ ହୋଶ୍‌

ଭଣ୍ଡାରିପୋଖରୀ,୧୪।୧(ରାଜେନ୍ଦ୍ର ଶତପଥୀ):ଋଣ ଶୁଝିବା ପାଇଁ ନିଜ ମାସକର ଝିଅକୁ ଅନ୍ୟକୁ ବିକ୍ରି କରିଦେଲେ। ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବୟାବନାପୁର ଗ୍ରାମରେ। ଏ ସମ୍ପର୍କରେ ଶିଶୁକନ୍ୟାଙ୍କ ଜେଜେମା ମଙ୍ଗଳବାର ଥାନାରେ ଅଭିଯୋଗ କରିବା…

କଳାହାଣ୍ଡି ଉତ୍ସବ-ଘୁମୁରା: ଥୁଆମୂଳ ରାମପୁରରୁ ବାହାରିଲା ମଶାଲ ଶୋଭାଯାତ୍ରା…

ଥୁଆମୂଳ ରାମପୁର, ୧୩ା୧ (ଦୁର୍ଗା କୀର୍ତ୍ତି): ୨୮ତମ ଜିଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ନିମନ୍ତେ ମଙ୍ଗଳବାର ଥୁଆମୂଳ ରାମପୁର ବ୍ଲକରୁ ଏକ ଭବ୍ୟ ମଶାଲ ଶୋଭାଯାତ୍ରା ବାହାରିଛି। ସ୍ଥାନୀୟ ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପୀଠରେ ପୂଜାର୍ଚ୍ଚନା ପରେ ଅତିଥିମାନେ ଯାତ୍ରାର…

ପର୍ଯ୍ୟଟନସ୍ଥଳୀକୁ ପ୍ଲାଷ୍ଟିକ ମୁକ୍ତ ଯୋଜନା: ବନବିହାରରେ…

ଭଞ୍ଜନଗର,୧୨।୧(ବାବୁଲା ପ୍ରଧାନ)-ଗଞ୍ଜାମ  ଜିଲା  ଭଞ୍ଜନଗର ବନ ବିହାର ପରିସରରେ ମଙ୍ଗଳବାର ପ୍ଲାଷ୍ଟିକ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଯାଇଛି। ପର୍ଯ୍ୟଟନସ୍ଥଳୀ ଗୁଡ଼ିକୁ ପ୍ଲାଷ୍ଟିକ ମୁକ୍ତ କରିବା ଯୋଜନା ଅଛି। ତେଣୁ ବନବିଭାଗ ପକ୍ଷରୁ ବିଭିନ୍ନ ଅନୁଷ୍ଠାନ ସହଯୋଗରେ ସଫେଇ, ସଚେତନତା କାର୍ଯ୍ୟକ୍ରମ…

ନାବାଳକ ବିବାହ ଦଣ୍ଡନୀୟ ଅପରାଧ: ଶିକ୍ଷା-ସ୍ବାସ୍ଥ୍ୟ ଉପରେ ପକାଇଥାଏ କୁପ୍ରଭାବ; ଆଇନ ସଚେତନତା କାର୍ଯ୍ୟକ୍ରମରେ…

ଭଞ୍ଜନଗର,୧୩।୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଆଇନ ସେବା ପ୍ରାଧିକରଣ (ବ୍ରହ୍ମପୁର) ସହଯୋଗରେ ଭଞ୍ଜନଗର ତାଲୁକ ଆଇନ ସେବା ସମିତି ପକ୍ଷରୁ ମଙ୍ଗଳବାର ସା ୪ ଟାରେ ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ନାଲସା ଆଶା ଯୋଜନା୨୦୨୫ ଅଧୀନରେ ଏକ ଆଇନ…

ସହର ଉପକଣ୍ଠରେ ନକଲି ଘିଅ ପ୍ରସ୍ତୁତି, ଅତର୍କିତ ଚଢ଼ାଉ କରି ପ୍ଲାଣ୍ଟ ସିଲ କଲା…

ବରଗଡ,୧୩।୧(ପ୍ରେମାନନ୍ଦ ଖମାରୀ)- ବରଗଡ ସହର ଉପକଣ୍ଠ ବରାହଗୋଡା ଛକ ନିକଟରେ ନକଲି ଘିଅ ପ୍ରସ୍ତୁତି ଅଭିଯୋଗ ପାଇ ପୋଲିସ, ପ୍ରଶାସନ ମଙ୍ଗଳବାର ଅତର୍କିତ ଚଢାଉ କରିଛି । ଚଢାଉରେ ବରଗଡ ଉପ ଜିଲାପାଳ ପ୍ରସନ୍ନ କୁମାର ପାଣ୍ଡେ ଏବଂ ଗ୍ରାମାଞ୍ଚଳ ଥାନା…

୩୫ ଲିଟର ଦେଶୀମଦ ଜବତ: ୨ ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୧୩|୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ମହୁରୀ କାଳୁଆ ନିକଟ କୁମ୍ଭଝରି ଗ୍ରାମର ପ୍ରଭାକର ମଲ୍ଲିକଙ୍କୁ ଗିରଫ କରି ବ୍ରହ୍ମପୁର ଏସଡିଜେଏମ କୋର୍ଟକୁ ଚାଲାଣ କରିଛନ୍ତି। ତାଙ୍କ ନିକଟରୁ ୨୫ ଲିଟର ଦେଶୀମଦ ଜବତ କରାଯାଇଛି। ଥାନା…

ଶିଶୁକନ୍ୟାଙ୍କୁ କରିଥିଲେ ହତ୍ୟା: ସାବତ ମା’, ବାପାଙ୍କୁ ଏହି ଦଣ୍ଡରେ ଦଣ୍ଡିତ କଲେ କୋର୍ଟ

ବ୍ରହ୍ମପୁର,୧୩ା୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲାଜଜ୍‌-୩ ବିବସ୍ବତ ଗୌତମ ମଙ୍ଗଳବାର ଏକ ଶିଶୁକନ୍ୟା ହତ୍ୟା ମାମଲାର ରାୟ ପ୍ରକାଶ କରିଛନ୍ତି। ହତ୍ୟାରେ ସମ୍ପୃକ୍ତ ଶିଶୁକନ୍ୟାଙ୍କ ବାପା ଓ ସାବତ ମା’ଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲ ଦଣ୍ଡାଦେଶ…

୩୫ ଭରଣ ଜମିର ଧାନ ଜଳିଯିବା ଘଟଣା: ପହଞ୍ଚିଲେ ବିଧାୟକ, ତହସିଲଦାର 

ଗଞ୍ଜାମ,୧୩।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ ବରୋଦା ଗ୍ରାମର ଖଳାରେ ମଙ୍ଗଳବାର ଅପରାହ୍ନରେ ହଟାତ ନିଆଁ ଲାଗିଯାଇଥିଲା । ଖଳାରେ ଅମଳ ହେବାକୁ ଥିବା ୩୫ ଭରଣ ଜମିର ଧାନ ସମ୍ପୂର୍ଣ ଜଳି ପୋଡି ନଷ୍ଟ ହୋଇ ଯାଇଛି…

ପୀତବାସ ହତ୍ୟା ମାମଲା: ୬ ଅଭିଯୁକ୍ତଙ୍କ ଜାମିନ ଖାରଜ

ବ୍ରହ୍ମପୁର,୧୩ା୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ୬ ଅଭିଯୁକ୍ତଙ୍କ ଜାମିନ ଖାରଜ ହୋଇଛି। ବ୍ରହ୍ମପୁରସ୍ଥିତ ଏସଡିଜେଏମ୍‌ କୁମାର ସ୍ପନ୍ଦନ ଅଭିଯୁକ୍ତ ତଥା ବ୍ରହ୍ମପୁର ମହାନଗର ନିଗମ କର୍ପୋରେଟର ମଳୟ ବିଷୋୟୀ,…

ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପ୍ରସ୍ତୁତି: ଏଥର ରାଜରାସ୍ତାରେ ଆୟୋଜିତ ହେବ ପରେଡ୍

ବରଗଡ,୧୩।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସଦର ମହକୁମାଠାରେ ୭୭ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସକୁ ମହାସମାରୋହରେ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଜିଲା ପରିଷଦ ମୁଖ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri