ଆମ ଜିଲା ଖବର

ବାଇକ୍‌କୁ ଧକ୍କା ଦେଇ ଚାଲିଗଲା ଟ୍ରାକ୍ଟର; ଘଟଣାସ୍ଥଳରେ ଚାଲିଗଲା ବାଇକ୍‌ରେ…

ବଞ୍ଚୋ,୨୭।୧(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ ବାଙ୍ଖିଡ଼ି ନିକଟରେ ମଙ୍ଗଳବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ଟ୍ରାକ୍ଟର ଏକ ବାଇକକୁ ଧକ୍କା ଦେବା ଫଳରେ ବାଇକରେ ଥିବା ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ…

ପ୍ରତିଶ୍ରୁତି ପାଳନ କରୁନି ଉତ୍କଳ ଆଲୁମିନା: ୦.୦୧% ଶେୟାର ଦାବିରେ ବିସ୍ଥାପିତ, ପ୍ରଭାବିତଙ୍କ ଧାରଣା

ରାୟଗଡ଼ା/ଟିକିରି,୨୭।୧(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା)- ବକ୍ସାଇଟ ଖଣି ପାଇଁ ରାୟଗଡ଼ା ଜିଲାର କାଶୀପୁର ବ୍ଲକ ବିଶ୍ୱରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ବ୍ଲକ୍‌ରେ ରହିଥିବା ବାଫଳିମାଳି, ଶାଶୁବୋହୂମାଳି, ସିଜିମାଳି, କୋଡ଼ିଙ୍ଗାମାଳି ସମେତ ପ୍ରାୟ ପର୍ବତମାଳାରେ ରହିଛି ମୂଲ୍ୟବାନ୍‌ ବକ୍ସାଇଟ।…

ଗୋକୋଲମା: ଶେଷ ହେଲା ମା’ ମାଣିକେଶ୍ୱରୀ ଓ ବାବା ଅଗ୍ନି ଭୈରବଙ୍କ ମାଘ ଝାମୁ ଯାତ୍ରା…

ଥୁଆମୂଳ ରାମପୁର,୨୭।୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୁଣୁପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋକୋଲମା ବଙ୍ଗଳା ପଡ଼ାଠାରେ ପାରମ୍ପରିକ ରୀତିନୀତି ଅନୁଯାୟୀ ମାଘ ଝାମୁ ଯାତ୍ରା ମହାସମାରୋହରେ ସମ୍ପନ୍ନ ହୋଇଯାଇଛି। ମାଘ ଶୁକ୍ଳ ପକ୍ଷ ନବମୀ ତିଥି ମଙ୍ଗଳବାର ଅବସରରେ…

ଡକରବାଡ଼ି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବନ୍ଦ ଘଟଣା: ସମସ୍ତ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ, ଦରମା ବନ୍ଦ… 

ଦାରିଙ୍ଗବାଡ଼ି, ୨୭।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ପଞ୍ଚାୟତ ଡକରବାଡ଼ି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବିନା ନୋଟିସରେ ତାଲା ପକାଇ ବନ୍ଦ ରଖିବା ଓ ଛାତ୍ରୀଛାତ୍ର ବହୁ ସମୟ ବିଦ୍ୟାଳୟ ବାହାରେ ଅପେକ୍ଷା କରି ଭୋକ ଉପାସରେ…

ଆଜିଠୁ ଗୋପାଳପୁର ବେଳାଭୂମୀ ମହୋତ୍ସବ: କୁଲାଡ଼ରୁ ଗଲା ମଶାଲ ଶୋଭାଯାତ୍ରା…

ଭଞ୍ଜନଗର,୨୭।୧(ବାବୁଲା ପ୍ରଧାନ)- ମଙ୍ଗଳବାରଠାରୁ ଗୋପାଳପୁର ବେଳାଭୂମି ମହୋତ୍ସବ ଆରମ୍ଭ ହୋଇଛି। ତେଣୁ ଚଳିତ ବର୍ଷ ଏନେଇ ବ୍ୟାପକ ଆୟୋଜନ ହୋଇଥିବା ବେଳେ ମହୋତ୍ସବକୁ ଲୋକାଭିମୁଖୀ କରିବା ସହ ଏହାର ସଫଳତା ପାଇଁ ବିଭିନ୍ନ ଆଧ୍ୟାତ୍ମିକ ପୀଠରୁ ମଶାଲ ଶୋଭଯାତ୍ରାରେ ଜ୍ୟୋତି ଗୋପାଳପୁରକୁ…

ଆସନ୍ତା ୩ରେ ଜିଲାପାଳ ଅଫିସ ଘେରାଉ କରିବ ବିଜେଡି: କାର୍ଯ୍ୟକାରିଣୀ ବୈଠକରେ…

ଭବାନୀପାଟଣା, ୨୭।୧ (ଉତ୍ତମ କୁମାର ଦାଶ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ମଙ୍ଗଳବାର ଭବାନୀପାଟଣା ବ୍ଲକ ମେଦିନୀପୁର ସ୍ଥିତ ଏକ ଫାର୍ମ ହାଉସ ଠାରେ କଳାହାଣ୍ଡି ବିଜେଡିର ପରିବର୍ଦ୍ଧିତ ଜିଲା କାର୍ଯ୍ୟକାରିଣୀ…

ଦେଓମାଳୀ ବୁଲିବାକୁ ଗଲାବେଳେ ଆଖିବୁଜିଲେ ଦୁଇ ସାଙ୍ଗ: ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି  ଅନ୍ୟଜଣେ

ପଟ୍ଟାଙ୍ଗି,୨୭।୦୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ କୁନ୍ଦୁଲି ହାଇସ୍କୁଲ ସମୁଖରେ ଏକ ପିକ୍‌ଅପ ଭ୍ୟାନ ସହ ମୋଟର ସାଇକେଲ ଧକ୍କା ହୋଇଛି। ଏଥିରେ  ଘଟଣାସ୍ଥଳରେ ଜଣଙ୍କ  ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣଙ୍କ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ…

କୋର୍ଟରେ ହାଜର ହେଲେ ହାର୍ଡକୋର୍‌ ମାଓବାଦୀ ଆଜାଦ

ମୋହନା୨୭।୧(ମନ୍ମଥ ମିଶ୍ର): ପୋଲିସ ହାର୍ଡକୋର୍‌ ମାଓବାଦୀ ଆଜାଦଙ୍କୁ ରିମାଣ୍ଡରେ ଆଣି ବୁଧବାର ମୋହନା JMFC କୋର୍ଟରେ ହାଜର କରିଛି। ମାଓବାଦୀ ସବ୍ୟସାଚୀ ପଣ୍ଡାଙ୍କ ଡାହାଣ ହାତ କୁହାଯାଉଥିବା ଡୁନା କେଶବ ରାଓ ଓରଫ ଆଜାଦ ଗଜପତି ଜଲାର ବିଭିନ୍ନ ସ୍ଥାନରେ ମାଓ…

ରାସ୍ତା ଉପରେ ସ୍କର୍ପିଓ ରଖି କରୁଥିଲେ ଲୁଟ୍‌: ମାଡ଼ିବସିଲା ପୋଲିସ

କେସିଙ୍ଗା,୨୭।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ପଲମ ଟୋଲଗେଟ୍‌ ଛକ ନିକଟ ରାସ୍ତାରେ ୪ ଜଣ ସୋମବାର ରାତିରେ ଲୋକଙ୍କଠାରୁ ଲୁଟ୍‌ କରୁଥିଲେ। ପଲମ ଫାଣ୍ଡି ଅଧିକାରୀ ପାଟ୍ରୋଲିଂ କରୁଥିବା ସମୟରେ ଏହି ଖବର ଜାଣିବାକୁ ପାଇଥିଲେ। ପରେ…

ରାଜ୍ୟସ୍ତରୀୟ ଆଦିବାସୀ ମେଳାରେ ଘୁମୁରା ଗାୟକ ଗୋଲକଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା,୨୭।୧(ତୁମେଶ୍ୱର ସାହୁ ): ଭୁବନେଶ୍ୱରଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଆଦିବାସୀ ମେଳାରେ କେସିଙ୍ଗା ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ଘୁମୁରା ଗାୟକ ଗୋପାଳ ନାଏକଙ୍କୁ ତାଙ୍କର ଶ୍ରେଷ୍ଠ ଲୋକ ଗୀତ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ରାଜ୍ୟ…

ମୁକ୍ତ ହେବ ବାଲ୍ୟ ବିବାହ: ବାହାରିଲା ସାଇକେଲ ଶୋଭାଯାତ୍ରା

ବଡବିଲ,୨୭।୧(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡବିଲର ବିଭିନ୍ନ ସ୍ଥାନରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆଇନ ବିଭାଗର ବଡବିଲ ତାଲୁକ ଆଇନ ସେବା ସମିତି ପକ୍ଷରୁ ବାଲ୍ୟ ବିବାହ ମୁକ୍ତ ଭାରତ ପାଇଁ ଏକ ସଚେତନତା ସାଇକେଲ…

ଦୟାନିଧିଗୁଡାଠାରେ ଗୋଷ୍ଠୀ ରେଡ଼ିଓ ଷ୍ଟେଶନ ରେଡ଼ିଓ ଡ଼ଙ୍ଗର ଉଦ୍‌ଘାଟିତ 

କୋରାପୁଟ,୨୭।୧(ଅମିତାଭ ବେହେରା):କୋରାପୁଟ ବ୍ଲକର ଦୟାନିଧି ଗୁଡାଠାରେ ଗୋଷ୍ଠୀ ରେଡିଓ ଷ୍ଟେଶନ “ରେଡିଓ ଡଙ୍ଗର” ୯୮.୨ ଉଦ୍‌ଘାଟିତ ହୋଇଯାଇଛି। ଜିଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରଗତିର ସମ୍ପାଦକ ପ୍ରଭାକର ଅଧିକାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri