କରୋନା ହୋଇଥିବା କହି ୧୩ ଦିନର ନବବଧୂଙ୍କୁ ଘରୁ ତଡ଼ିଦେଲେ ଶାଶୁଘର ଲୋକେ: ସ୍ବାମୀ, ଶ୍ୱଶୁର ଗିରଫ
ଉମରକୋଟ,୧୪।୩(ଡି.ଏନ୍.ଏ.): କରୋନା ଭାଇରସ୍ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଚାଲିଥିବା ବେଳେ ଗାଁଠାରୁ ସହରଯାଏ ଏହି ଭାଇରସ୍ ଆତଙ୍କରେ ଆତଙ୍କିତ। ଏପରିକି ଜଣେ ନବବଧୂଙ୍କର ସାମାନ୍ୟ ଥଣ୍ଡା କାଶ ହେବାରୁ ଶାଶୁଘର ଲୋକେ କରୋନା ହୋଇଥିବା କହି ଟାହିଟାପରା କରିଥିଲେ। ଏହା…
ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ଜୀବନଗଲା
ଝରିଗାଁ,୧୪।୩(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଭାଲୁକୁନାଡ଼ି ପଞ୍ଚାୟତ ସାରିଆପଡ଼ା ଗ୍ରାମରେ ଶନିବାର ଅପରାହ୍ନରେ ୧୧କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ଜୀବନ ଯାଇଛି। ପ୍ରାପ୍ତ ସୂଚନାରୁ ପ୍ରକାଶ, ସାରିଆପଡ଼ା ଗ୍ରାମର ପର୍ଶୁ ମାଝିଙ୍କ ପୁଅ ଭଗତ ଘର ନିକଟରେ…
ଝରିଗାଁରେ କରୋନା ଭୟ: ଶ୍ରୀହରିକୋଟାରୁ ଫେରିଥିବା ୨ ଯୁବକଙ୍କୁ ଗାଁରେ ପୂରାଇ ଦେଲେନି ଗ୍ରାମବାସୀ
ଝରିଗାଁ,୧୪।୩(ସ୍ବ.ପ୍ର.): ସମଗ୍ର ବିଶ୍ୱରେ କରୋନା ଭାଇରସ୍ ଆତଙ୍କ ଖେଳାଇ ଚାଲିଥିବା ବେଳେ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ମଧ୍ୟ ଏହି ଆତଙ୍କ ଖେଳିଯାଇଛି। ପ୍ରାପ୍ତ ସୂଚନାରୁ ପ୍ରକାଶ, ନବରଙ୍ଗପୁର ଜିଲା ବାଣୁଆଗୁଡ଼ା ପଞ୍ଚାୟତ ପଲସଗାଁର କିଛି ଯୁବକ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶର…
ଅଙ୍ଗନୱାଡି ଶିଶୁଙ୍କ ସେବାରେ ଦିବ୍ୟାଙ୍ଗ ଝୁମୁକଲାଲ୍:ଟ୍ରାଇ ସାକେଲରେ ପିଲାଙ୍କୁ କରୁଛନ୍ତି ନବା ଆଣିବା
ଚନ୍ଦାହାଣ୍ଡି,୧୪।୩(ଡି.ଏନ.ଏ.) ଝୁମୁକଲାଲ୍ ମାଝି। ଟ୍ରାଇସାଇକେଲ୍ ବିନା କୌଣସି ସ୍ଥାନକୁ ଯାଇପାରନ୍ତିନି। ହେଲେ ଶିଶୁମାନଙ୍କ ପ୍ରତି ତାଙ୍କର ରହିଛି ବିଶେଷ ଦୁର୍ବଳତା। ତେଣୁ ଦିବ୍ୟାଙ୍ଗ ହୋଇ ମଧ୍ୟ ସେ ନିଜକୁ ଅଙ୍ଗନଓ୍ବାଡ଼ି କେନ୍ଦ୍ରର କୋମଳମତି ଶିଶୁଙ୍କ ସେବାରେ ନିୟୋଜିତ କରିଛନ୍ତି। ନବରଙ୍ଗପୁର ଜିଲା…
ନଦୀରେ ବୁଡି ୨ ନାବାଳିକା ଭଉଣୀ ମୃତ
କୋଷାଗୁମୁଡ଼ା, ୧୧।୩(ଡି.ଏନ୍.ଏ.): ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ପଞ୍ଚାୟତ ରୁନିଗୁଡ଼ା ଗ୍ରାମର ଦୁଇ ନାବାଳିକାକା ଭଉଣୀଙ୍କର ଭାଷ୍କେଲ ନଦୀରେ ବୁଡ଼ି ମୃତ୍ୟୁ ଘଟିଛି। ସେମାନେ ହେଲେ ସମଦୁ ପୂଜାରୀ ଏବଂ ଭାଇ ଡମ୍ବରୁଧର ପୂଜାରୀଙ୍କର ଦୁଇ ଝିଅ ଜୟମଣି (୬) ଏବଂ ହେମବତୀ(୭)।…
ହୋଲିରେ ଅଘଟଣ: ଇନ୍ଦାବତୀରେ ଗାଧୋଇବା ବେଳେ ବୁଡ଼ିଯାଇ ଯୁବକ ମୃତ, ଅଳ୍ପକେ ବର୍ତ୍ତିଲେ ୩ ବନ୍ଧୁ
ନବରଙ୍ଗପୁର,୧୦।୩(ବି.ପ୍ର.): ନବରଙ୍ଗପୁର ସହର ଇନ୍ଦ୍ରାବତୀ ନଦୀରେ ବୁଡ଼ି ମଙ୍ଗଳବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଇଚ୍ଛାବତୀଗୁଡ଼ାର ଆଦିତ୍ୟ ନାୟକ(୨୫)। ହୋଲି ଖେଳ ସରିବା ପରେ ୪ଜଣ ସାଙ୍ଗ ନଦୀରେ ଗାଧୋଇବାକୁ ଯାଇଥିଲେ। ସେଠାରେ ସମସ୍ତେ ବୁଡ଼ି ଯାଇଥିଲେ। ହେଲେ…
ଶ୍ମଶାନରୁ ନାବାଳିକାଙ୍କ ମୃତଦେହ ଗାଏବ୍ ଅଭିଯୋଗ: ସତ୍ୟତା ନ ଥିବା କହିଲା ପୋଲିସ
ଉମରକୋଟ,୧୦ା୩(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ଉମରକୋଟ ଥାନା ଅଧୀନ ସାନଭରଣ୍ଡି ଗ୍ରାମ ଶ୍ମଶାନରେ ପୋତାଯାଇଥିବା ମୃତଦେହ ବାହାର କରି ନେଇଯାଇଥିବା ଅଭିଯୋଗ ହୋଇଥିଲା। ତେବେ ଅଭିଯୋଗର ସତ୍ୟତା ନ ଥିବା ପୋଲିସ ପ୍ରକାଶ କରିଛି। ସୂଚନା ପ୍ରକାରେ, ଗାଁର ଜଣେ ୧୬ ବର୍ଷୀୟା…
ନିଆରା ହୋଲି: ପ୍ରାକୃତିକ ରଙ୍ଗରେ ସ୍ନେହ, ସୁସ୍ଥତା ବାର୍ତ୍ତା
ଚନ୍ଦାହାଣ୍ଡି,୧୦ା୩(ଡି.ଏନ୍.ଏ.): ସବୁଠି ଆନନ୍ଦର ସହ ପାଳନ କରାଯାଉଛି ରଙ୍ଗର ପର୍ବ ହୋଲି। ନବରଙ୍ଗପୁର ଜିଲାର ଚନ୍ଦାହାଣ୍ଡିଠାରେ ମଧ୍ୟ ଭାଇଚାରାର ଏହି ପର୍ବ ପାଳନ କରାଯାଉଛି। ଚାରିଆଡ଼େ କରୋନାକୁ ନେଇ ମନରେ ଭୟ ରହିଛି। ଫଳରେ ଏ ବର୍ଷ ହୋଲି ସାମାନ୍ୟ ଫିକା…
ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ହେଲେ ନବରଙ୍ଗପୁର ଆର୍ଟିଓ: ୨୧ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ
ଜୟପୁର/ନବରଙ୍ଗପୁର,୯ା୩(ଡି.ଏନ.ଏ./ବି.ପ୍ର.)-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ନବରଙ୍ଗପୁର ଆର୍ଟିଓ ଗଣେଶ୍ୱର କହଁରଙ୍କୁ ସୋମବାର କୋରାପୁଟ ଜିଲା ଜୟପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ୨୧ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ…
ଗାଁରେ ପଶିଲା ବାର୍ହା,ଉଦ୍ଧାର ପାଇଁ ବନବିଭାଗ ଟିମର ଉଦ୍ୟମ ଜାରି
ଚନ୍ଦାହାଣ୍ଡି,୯ା୩(ଡି.ଏନ.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ୍ ବେହେରାମୁଣ୍ଡା ଗ୍ରାମ ପାଣ୍ଡେ ସାହିରେ ସୋମବାର ଏକ ବାର୍ହା ପଶିଥିବା ଜଣାପଡ଼ିଛି। ହଠାତ୍ ଗାଁର ଭୁବନ ପାଣ୍ଡେଙ୍କ ଘରେ ବାର୍ହାଟି ପଶିଯାଇଥିବାବେଳେ ଲୋକେ ବନବିଭାଗକୁ ଖବର ଦେଇଥିଲେ। ବାର୍ହା ଆକ୍ରମଣ କରିବା ଆଶଙ୍କା ରହିଥିବାରୁ…
ଭାଗବତ ଟୁଙ୍ଗି ପରମ୍ପରାର ସଂରକ୍ଷକ ରମେଶ
ଚନ୍ଦାହାଣ୍ଡି,୯ା୩(ଡି.ଏନ୍.ଏ.) ପୂର୍ବରୁ ଗାଁ ଗାଁରେ ଭାଗବତ ଟୁଙ୍ଗି ରହିଥିଲା ା ପ୍ରତି ସନ୍ଧ୍ୟାରେ ଗ୍ରାମବାସୀ ଜଗନ୍ନାଥ ଦାସଙ୍କ ରଚିତ ଭାଗବତ ଶ୍ରବଣ କରୁଥିଲେ। କ୍ରମଶଃ ଆଧୁନିକତାର ସ୍ପର୍ଶରେ ଏହି ଭାଗବତ ଟୁଙ୍ଗିଗୁଡିକ ବନ୍ଦ ହୋଇଗଲା ା ଟିଭି ଏବଂ ମୋବାଇଲ ଆସିଲା ପରେ…
ଆତଙ୍କ ଖେଳାଉଥିବା ଭାଲୁ ପଡ଼ିଲା ଯନ୍ତାରେ: ସ୍ବାସ୍ଥ୍ୟ ପରୀକ୍ଷା ପରେ ନିଆଯିବ ପରବର୍ତ୍ତୀ ପଦକ୍ଷେପ
ନବରଙ୍ଗପୁର, ୭।୩(ବି.ପ୍ର.): ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଦହଣା ଗ୍ରାମରେ ଗତ କିଛିଦିନ ହେବ ଆତଙ୍କ ଖେଳାଉଥିବା ଭାଲୁକୁ କାବୁ କରାଯାଇଛି। ବନବିଭାଗ ପକ୍ଷରୁ ବସାଯାଇଥିବା ଯନ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଭାଲୁଟି ପଡିଛି। ଗତ କିଛିଦିନ ପୂର୍ବେ ୨ଟି ଭାଲୁ…
Archives


