ମୟୂରଭଞ୍ଜ

ଅମାନିଆଙ୍କୁ ଜରିମାନା

କୁଆମରା, ୬।୫(ଡି.ଏନ.ଏ.)-ଅମାନିଆଙ୍କୁ ନିୟନ୍ତ୍ରଣକୁ ଆଣିବା ପାଇଁ ଖୁଣ୍ଟା ଥାନା ପକ୍ଷରୁ ପ୍ରୟାସ ଜାରି ରହିଛି। ବିନା ହେଲମେଟ ଓ ମାସ୍କ ପିନ୍ଧି ନ ଥିବା ବାଇକ ଚାଳକଙ୍କ ଉପରେ ବୁଧବାର ପୁରୁଣା ବାରିପଦା ବଜାରଠାରେ ଜୋରଦାର ଚେକିଂ କରାଯାଇଥିଲା। ଏସଆଇ ସୌମ୍ୟ…

ଅସ୍ଥାୟୀ ମେଡ଼ିକାଲ୍‌ କ୍ୟାମ୍ପ ପରିଦର୍ଶନ କଲେ ଏମ୍‌ପି

ବାରିପଦା ଅଫିସ, ୬ା୫- ମୟୂରଭଞ୍ଜ ଏମ୍‌ପି ଇଂ. ବିଶେଶ୍ୱର ଟୁଡ଼ୁ ଶିମିଳିପାଳ ଭିତରେ ଥିବା ୩ଟି ପଞ୍ଚାୟତର ସମସ୍ତ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ବୁଲି ଦେଖିଛନ୍ତି। କେଉଁଠି ଖଟ ଓ ବେଡ୍‌ସିଟ ପଡ଼ି ନ ଥିବା ଏବଂ କେଉଁଠି ବିଦ୍ୟୁତ୍‌ ସେବା…

ସାମାଜିକ ଦୂରତ୍ୱ ନିୟମ ମାନୁ ନାହାନ୍ତି

ଉଦଳା,୬ା୫(ଡି.ଏନ୍‌.ଏ.)- ଗ୍ରୀନ ଜୋନ୍‌ରେ ଥିବା ମୟୂରଭଞ୍ଜ ଉଦଳାରେ ଦୋକାନ ବଜାର ଖୋଲାଯାଇଛି। ହେଲେ ଏଠାରେ ଅସମ୍ଭବ ଗହଳି ଦେଖିବାକୁ ମିଳୁଛି। ଗ୍ରୀନ୍‌ ଜୋନରେ ଦୋକାନ ଖୋଲିବା ସମୟରେ କେତେକ କଟକଣା ରହିଥିବା ବେଳେ ତାହାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ବିଶେଷକରି ସାମାଜିକ…

ପୂରଣ ହେଲା ଦାବି, ଗଡ଼ିିଲା ନୂଆ ୧୦୮ ଆମ୍ବୁଲାନ୍ସ

ଚିତ୍ରଡ଼ା,୬ା୫(ଡି.ଏନ୍‌.ଏ.)- ବହୁ ଦିନର ଦାବି ପରେ ମୟୂରଭଞ୍ଜ ଜିଲାର କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ୨ଟି ନୂଆ ୧୦୮ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି। ପୂର୍ବରୁ ରାସଗୋବିନ୍ଦପୁର ଏବଂ ମୋରଡାରେ ଥିବା ୨ଟି ୧୦୮ ଆମ୍ବୁଲାନ୍ସ ପୁରୁଣା ହେବାରୁ ରୋଗୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ…

ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ରିଲିଫ ପାଣ୍ଠିକୁ ଦାନ

ବଡ଼ସାହି,୬ା୫(ସ୍ବ.ପ୍ର.)- ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୨୧ ହଜାର ଟଙ୍କା ଦାନ କରାଯାଇଛି। ସଂଘର ସଦସ୍ୟ ରଣଜିତ କୁମାର ଦାସଙ୍କ ସହିତ ବସନ୍ତ କୁମାର ମହାପାତ୍ର, ରାଜେନ୍ଦ୍ର…

କ୍ବାରାଣ୍ଟାଇନ୍‌ ସେଣ୍ଟର ପରିଦର୍ଶନ କଲେ ବିଧାୟକ

ବଡ଼ସାହି,୬ା୫(ସ୍ବ.ପ୍ର.)-ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକରେ ଥିବା ବିଭିନ୍ନ କ୍ବାରାଣ୍ଟାଇନ୍‌ ସେଣ୍ଟରକୁ ବଡ଼ସାହି ବିଧାୟକ ସନାତନ ବିଜୁଳି ମଙ୍ଗଳବାର ପରିଦର୍ଶନ କରିଛନ୍ତି। ରାଜ୍ୟ ବାହାରୁ ଫେରୁଥିବା ଲୋକମାନଙ୍କୁ ସୁରକ୍ଷିତ ଭାବେ ରଖିବା ସହ ସେମାନଙ୍କ ସମସ୍ତ ସୁବିଧା ସମ୍ପର୍କରେ ସେ ଅବଗତ ହୋଇଥିଲେ।…

ସରକାର ମୋତେ ରୋଜଗାର ଦିଅ ଅଭିଯାନ ପକ୍ଷରୁ ଦାବିପତ୍ର

ବାରିପଦା ଅଫିସ, ୬ା୫- ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲାରେ ବର୍ତ୍ତମାନ ହଜାର ହଜାର ବେକାର ଯୁବତୀ ଯୁବକ ରହିଛନ୍ତି। ସେହିଭଳି କରୋନା ଯୋଗୁଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ବ୍ୟକ୍ତିମାନେ ଜିଲାକୁ ଫେରୁଛନ୍ତି। ଫଳରେ ବହୁ ସଂଖ୍ୟକ ଯୁବତୀ ଯୁବକ…

ବିରଳ ପ୍ରଜାତି ସାପର ମୃତ୍ୟୁ

ବାରିପଦା ଅଫିସ, ୫ା୫- ବିରଳ ପ୍ରଜାତିର ଏକ ତମ୍ବା ମୁଣ୍ଡିଆ ଟ୍ରିଙ୍କେଟ ସାପକୁ ବାଟୁଳି ସାହାଯ୍ୟରେ ଗାଁ ଲୋକ ମାରି ଦେଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ବାରିପଦା ରେଞ୍ଜ ଅଧୀନ ବହଳଦା ବିଟ୍‌ର ଗିରିଶଚନ୍ଦ୍ରପୁର…

ବିଷାକ୍ତ ଛତୁ ଖାଇ ୧୨ ଅସୁସ୍ଥ

ଠାକୁରମୁଣ୍ଡା,୫ା୫(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଅଧୀନ ମହୁଲଡିହା ଓ ଚମ୍ପାଝର ପଞ୍ଚାୟତର ଗିରିବେଡ଼ା ଗ୍ରାମରେ ମଙ୍ଗଳବାର ବିଷାକ୍ତ ଛତୁ ଖାଇ ୪ଟି ପରିବାରର ୧୨ ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି…

ଶିମିଳିପାଳରୁ ୨ ଶିକାରୀ ଗିରଫ

ବାରିପଦା ଅଫିସ/ଖୁଣ୍ଟା,୫ା୫(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଡୁକୁରା ୱାଇଲ୍ଡ ଲାଇଫ୍‌ ରେଞ୍ଜ ବନ କର୍ମଚାରୀମାନେ ସୋମବାର ରାତିରେ ଶିମିଳିପାଳରୁ ୨ ଶିକାରୀଙ୍କୁ ଗିରଫ କରିଛନ୍ତି। ସେମାନେ ହେଲେ ଖଣ୍ଡାବୁଡା ଗ୍ରାମର ସନିଆ ସିଂ ଓ ଘୋଳମୁଁହା ଗ୍ରାମର ଗବର ସିଂ। ରେଞ୍ଜ ଅଧିକାରୀ…

କୋଟାରୁ ଫେରିଲେ ୧୭ ଛାତ୍ରୀଛାତ୍ର

ବାରିପଦା ଅଫିସ, ୫ା୫- ରାଜସ୍ଥାନର କୋଟାରେ ଫସି ରହିଥିବା ୧୭ ଜଣ ଛାତୀଛାତ୍ର ମଙ୍ଗଳବବାର ମୟୂରଭଞ୍ଜ ଫେରିଛନ୍ତି। ସେମାନଙ୍କ ସହିତ ୫ ଜଣ ଅଭିଭାବକ ଓ ୨ ବସ୍‌ର ଡ଼୍ରାଇଭର ଓ ହେଲପର ମଧ୍ୟ ଫେରିଛନ୍ତି। ଗତ ୧ ତାରିଖରେ ଜିଲା…

ଭୁବନେଶ୍ୱରରୁ ସାଇକେଲ୍‌ରେ ଫେରିଲେ ୧୧ ଶ୍ରମିକ

ଠାକୁରମୁଣ୍ଡା,୫ା୫(ଡି.ଏନ୍‌.ଏ.)- ଭୁବନେଶ୍ୱର କିଟ୍‌ ନିକଟ ପଥରଗୋଡ଼ିଆରେ ରହି ଶ୍ରମିକ ଭାବରେ କାର୍ଯ୍ୟ କରୁଥିବା ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଉପଖଣ୍ଡ ଅଞ୍ଚଳର ୧୧ ଜଣ ଶ୍ରମିକ ସାଇକେଲ ଯୋଗେ ଆସି ଠାକୁରମୁଣ୍ଡାରେ ପହଞ୍ଚିଛନ୍ତି। ଲକ୍‌ଡାଉନ ଯୋଗୁ କାମଧନ୍ଦା ବନ୍ଦ ରହିବାରୁ ସେଠାରେ ରହିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri