ଭିନ୍ନ ଢଙ୍ଗରେ ଛାତ୍ରୀ ପାଳିଲେ ରକ୍ଷା ବନ୍ଧନ: ଜରିମୁକ୍ତ ରାଖୀ ପ୍ରସ୍ତୁତ କରି ଭାଇଙ୍କ ହାତରେ ବାନ୍ଧିଲେ
ପଦ୍ମଗିର/ମାଲକାନଗିରି,୧୪ା୮ (ଡି.ଏନ୍.ଏ.): ସାଧାରଣତଃ ରାଖୀ ପୂର୍ଣ୍ଣିମା ଆସିଲେ ଭଉଣୀମାନେ ଭାଇଙ୍କ ହାତରେ ରାଖୀବାନ୍ଧି ଆଶୀର୍ବାଦ ନେବା ସହ ଭାଇମାନଙ୍କ ମଙ୍ଗଳ କାମନା କରିଥାନ୍ତି। ଭାଇମାନେ ମଧ୍ୟ ଭଉଣୀ ପାଇଁ ରକ୍ଷା କବଚ ପାଲଟିଥାନ୍ତି। ଏହି ଦିନଟିକୁ ଭଉଣୀମାନେ ଅପେକ୍ଷା କରି ରହିଥାନ୍ତି।…
ବର୍ଷା, ପବନରେ ଉପୁଡିଲା ଶତାଧିକ ଗଛ, ଭାଙ୍ଗିଲା ୮ ଘର
ପଡିଆ, ୧୨ା୮-ମାଲକାନଗିରି ଜିଲା ପଡିଆ ବ୍ଲକ ଅନ୍ତର୍ଗତ ମାଟେରୁ ପଞ୍ଚାୟତ ମାଢିଗୁଡାରେ ରବିବାର ଅପରାହ୍ନରେ ପ୍ରବଳ ବର୍ଷା ଓ ପବନ ଯୋଗୁ ଶତାଧିକ ଗଛ ରାସ୍ତା ଏବଂ ଘର ଉପରେ ପଡିଥିବା ଜଣାପଡିଛି। ଏଥିରେ ୮ଟି ପରିବାରର ଘର ଭାଙ୍ଗି ଯାଇଛି…
ମାଲକାନଗିରିରେ ୧୦ ଦିନରେ ତିନିଥର ବନ୍ୟା ପରିସ୍ଥିତି ଗମ୍ଭୀର
ମାଲକାନଗିରି/ଏମ୍.ଭି. ୭୯/ପଦ୍ମଗିରି/ଶିଖପାଲ୍ଲି/ପଡିଆ/କୋରୁକୋଣ୍ଡା, ୭ା୮(ଡି.ଏନ୍.ଏ.): ମାଲକାନଗିରି ଜିଲାରେ ପୁଣି ଲଘୁଚାପଜନିତ ଲଗାଣ ବର୍ଷା ଜିଲାକୁ ବେହାଲ କରିଦେଇଛି। ମଙ୍ଗଳବାର ରାତିରୁ ବର୍ଷା ଲାଗିରହିଥିବାରୁ ଜିଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି। ଅଧିକାଂଶ ନଦୀର ଜଳପତ୍ତନ ବୃଦ୍ଧି ପାଇଛି। ପ୍ରବଳ ବର୍ଷା ଯୋଗୁ ଜିଲାରେ…
ବଣ୍ଡାଘାଟିରେ ବନ୍ୟା ପରିସ୍ଥିତି: ଅନେକ ଗ୍ରାମରେ ପହଞ୍ଚିପାରିନି ପ୍ରଶାସନ
ଖଇରପୁଟ, ୭ା୮(ଡି.ଏନ.ଏ.): ମାଲକାନଗିରି ଜିଲାର ଖଇରପୁଟ ବ୍ଲକରେ ଲଗାଣବର୍ଷା ଯୋଗୁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି। ଅନେକ ଗ୍ରାମ ଜଳବନ୍ଦୀ ହୋଇରହିଛି। କେତେକ ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡିଛି। ବଣ୍ଡାଘାଟିରେ ମଧ୍ୟ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି…
ଲଗାଣ ବର୍ଷା ଯୋଗୁ ଭୁଶୁଡ଼ିଲା କାନ୍ଥ: ୩ ପିଲା ଗୁରୁତର
କୋରୁକୋଣ୍ଡା, ୬।୮(ଡି.ଏନ୍.ଏ.): ମାଲକାନଗିରି ଜିଲାରେ ସୋମବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଲଗାଣ ବର୍ଷା ଯୋଗୁ ମାଲକାନଗିରି ସଦର ବାଲିସାଗରସାହିର ମନୋଜ ନାୟକଙ୍କ ଘର କାନ୍ଥ ଭୁଶୁଡ଼ି ପଡ଼ିବାରୁ ତାଙ୍କର ୩ ପିଲା ଗୁରୁତର ଆହତ ହୋଇଛନ୍ତି। ସୂଚନା…
ମାଲକାନଗିରିରେ ଲଗାଣ ବର୍ଷା: ୨ ଦିନ ପାଇଁ ସବୁ ସ୍କୁଲ ଛୁଟି
ମାଲକାନଗିରି, ୨।୮(ଡି.ଏନ୍.ଏ.): ମାଲକାନଗିରି ଜିଲାରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ଜିଲାର ସମସ୍ତ ସ୍କୁଲକୁ ଦୁଇଦିନ ଅର୍ଥାତ୍ ଶୁକ୍ରବାର ଓ ଶନିବାର ପାଇଁ ଜିଲାପାଳ ଛୁଟି ଘୋଷଣା କରିଛନ୍ତି। ଲଗାଣ ବର୍ଷା ଯୋଗୁ ମାଲକାନଗିରି ସ୍ଥିତି ପୁଣି ବେହାଲ ହୋଇପଡ଼ିଛି।…
ଲଗାଣ ବର୍ଷା ଯୋଗୁ କୋରୁକୋଣ୍ଡା ଅଞ୍ଚଳର ଅନେକ ପୋଲ ଉପରେ ବର୍ଷା ଜଳ ପ୍ରବାହିତ
କୋରୁକୋଣ୍ଡା, (ଡି.ଏନ୍.ଏ.)୨।୭: ଗୁରୁବାର ରାତିରୁ ଲଗାଣ ବର୍ଷା ହେତୁ ମାଲକାନଗିରି ଜିଲା କୋରୁକୋଣ୍ଡା ଅଞ୍ଚଳରେ ଅନେକ ନଦୀ ଓ ନାଳରେ ବନ୍ୟା ଜଳ ପ୍ରବାହିତ ହେଉଛି। କୋରୁକୋଣ୍ଡା ନଦୀ ଏବଂ ଚାଲାଣଗୁଡ଼ା ନିକଟସ୍ଥ ତମସା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଏମ୍ଭି-୩୭…
ଦୁଃଖ ଶୁଣିଲା ପ୍ରଶାସନ: ଅସହାୟ ମା’ଝିଅଙ୍କୁ ମିଳିଲା ସରକାରୀ ସହାୟତା
ମାଥିଲି, ୧।୮- ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଉଦୁଲିବେଡା ପଞ୍ଚାୟତ ସଦରରେ ରହୁଥିବା ଅସହାୟ ବୃଦ୍ଧା ଦହନା ପାଙ୍ଗି ଓ ତାଙ୍କ ବିଧବା ଝିଅ ସୁଭଦ୍ରା ପାଙ୍ଗିଙ୍କ ଦୁଃଖ ପ୍ରଶାସନ ବୁଝିଛି । ଅସହାୟ ଭଙ୍ଗା ଦଦରା ଘରେ ଓ…
ପ୍ରେସର ବୋମା ବିସ୍ଫୋରଣରେ ଯବାନ ଶହୀଦ
ମାଲକାନଗିରି,୩୧ା୭ (ଡି.ଏନ୍.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡ଼ା ଜିଲାର ପଦଲି ଗ୍ରାମ ନିକଟରେ ମାଓବାଦୀଙ୍କ ପ୍ରେସର ବୋମା ବିସ୍ଫୋରଣରେ ଜଣେ ସିଆରପିଏଫ ଯବାନ ଶହୀଦ ହୋଇଛନ୍ତି। ତାଙ୍କ ନାମ ରୋଶନ କୁମାର। ତାଙ୍କ ଘର ବିହାରର ନୱାଡ଼ା ଗ୍ରାମରେ ବୋଲି…
ମାଲକାନଗିରିରେ ବନ୍ୟା ପରିସ୍ଥିତି: ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଏସଆରସି
ମାଲକାନଗିରି,୩୧ା୭ (ଡି.ଏନ୍.ଏ./ସ୍ବ.ପ୍ର.): ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ବୁଧବାର ମାଲକାନଗିରି ଜିଲା ଗସ୍ତ କରି ବନ୍ୟା କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି । ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ଜିଲାପାଳ…
ମାଲକାନଗିରିରେ ବନ୍ୟା ପରିସ୍ଥିତି: କ୍ଷୟକ୍ଷତିର ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ
କୋରୁକୋଣ୍ଡା,୩୧।୭(ଡି.ଏନ୍.ଏ.): ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡୀ ବୁଧବାର ମାଲକାନଗିରି ଗସ୍ତରେ ଯାଇ ବନ୍ୟା ଜନିତ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି। ଗତ ୪ ଦିନ ଧରି ଲଗାଣ ବର୍ଷାରେ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ,…
ରାଜସ୍ବ ମନ୍ତ୍ରୀଙ୍କ ଦିନିକିଆ ମାଲକାନଗିରି ଗସ୍ତ
କୋରୁକୋଣ୍ଡା,୩୧।୭(ଡି.ଏନ୍.ଏ.): ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ବୁଧବାର ଦିନିକିଆ ମାଲକାନଗିରି ଗସ୍ତରେ ପହଞ୍ଚିଛନ୍ତି। ମନ୍ତ୍ରୀଙ୍କ ସହ ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ହେଲିକପ୍ଟର ଯୋଗେ ବିଏସ୍ଏଫ୍ କ୍ୟାମ୍ପରେ ପହଞ୍ଚିଥିଲେ। ଏହି ଅବସରରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଜିଲାପାଳ, ଏସ୍ପି…
Archives


