ମାଲ୍ବାହୀ ଟ୍ରେନ୍ର ୩ ବଗି ଲାଇନ୍ଚ୍ୟୁତ
କୋରାପୁଟ,୮ା୨(ଅମିତାଭ ବେହେରା): ଆନ୍ଧ୍ରର କୋତାବାଲସା-କିରୁଣ୍ଡଲ ରେଳପଥର ବୋରାଗୁହାଲୁ ଷ୍ଟେଶନଠାରେ ଏକ ମାଲ୍ବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ମିଳିଥିବା ସୂଚନାନୁଯାୟୀ, ଗୁରବାର ଆନ୍ଧ୍ରପ୍ରଦେଶ ବୋରାଗୁହାଲୁ ଷ୍ଟେଶନ ନିକଟରେ ଟ୍ରେନ୍ଟି ଲାଇନଚ୍ୟୁତ ହୋଇଛି। ଏଥିଯୋଗୁ ଆନ୍ଧ୍ରର କୋତାବାଲସା ଷ୍ଟେଶନରେ ବିଶାଖାପାଟଣା-କିରୁଣ୍ଡଲ ଯାତ୍ରୀବାହୀ ଟ୍ରେନ୍ ଅଟକି…
ଶାବର ଶ୍ରୀକ୍ଷେତ୍ରରୁ ପୁରୀ ଗଲା କଳାଜିରା ଚାଉଳ
କୋରାପୁଟ,୧।୨(ଅମିତାଭ ବେହେରା): ଜୈବିକ ଶ୍ରୀ କୃଷକ ଉତ୍ପାଦକ କମ୍ପାନୀ ଲିମଟେଡ୍ ତରଫରୁ ଶାବର ଶ୍ରୀକ୍ଷେତ୍ର କୋରାପୁଟରୁ ଶ୍ରୀକ୍ଷେତ୍ର ପୁରୀକୁ କଳାଜିରା ଚାଉଳ ପଠାଯାଇଛି। ଗୁରୁବାର ଶାବର ଶ୍ରୀକ୍ଷେତ୍ର କୋରାପୁଟ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ପରେ ଚାଷୀମାନେ ପତାକା ଦେଖାଇ ଯାତ୍ରାର…
ସଫା କରାଯାଉନି ଅଳିଆ ଆବର୍ଜନା
ସେମିଳିଗୁଡ଼ା/ସୁନାବେଡ଼ା,୨୯ା୧(ବାସୁଦେବ ବରାଡ଼/କୃତ୍ତିବାସ ପ୍ରଧାନ): ସମଗ୍ର ରାଜ୍ୟରେ ସର୍ବବୃହତ୍ ଆଦର୍ଶ ବଜାରର ମାନ୍ୟତା ପାଇଥିବା କୋରାପୁଟ ଜିଲା ସେମିଳିଗୁଡ଼ା ବ୍ଲକର କୁନ୍ଦୁଲି ହାଟ ଏବେ ଅବହେଳିତ ଅବସ୍ଥାରେ ରହିଛି। ଏକଦା ଚାଷୀ ଓ ଚାଷ ଉତ୍ପାଦିତ ସାମଗ୍ରୀ ବିକ୍ରିକୁ ନେଇ ବେଶ୍ ଚଳଚଞ୍ଚଳ…
ଅନିଶ୍ଚିତତାରେ କୋରାପୁଟ ସହର ବାଇପାସ୍ ରାସ୍ତା
କୋରାପୁଟ,୨୯ା୧(ଅମିତାଭ ବେହେରା): କୋରାପୁଟ ସହରର ବାଇପାସ ରାସ୍ତା ନିର୍ମାଣ ନେଇ ଦୀର୍ଘ ୧୫ ବର୍ଷ ହେଲା ଜାତୀୟ ରାଜପଥ ବିଭାଗ ଓ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଚାଲିଛି। ମାତ୍ର ଏଯାଏ ବାଇପାସ ନିର୍ମାଣ ଆରମ୍ଭ ହୋଇପାରୁନି। କେବେ ଜାଗା…
ବ୍ରେକ୍ ଫେଲ୍ ହୋଇ ପିଟିହେଲା ତୀର୍ଥଯାତ୍ରୀ ବସ୍
କୋରାପୁଟ,୨୭ା୧(ଅମିତାଭ ବେହେରା): ଶନିବାର ସନ୍ଧ୍ୟାରେ କୋରାପୁଟ ସହରରେ ବ୍ରେକ୍ ଫେଲ୍ ହୋଇ ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ସେଠାରେ ବିଘ୍ନରାଜ ବେହେରା(୪୫) ନାମକ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ତୀର୍ଥଯାତ୍ରୀମାନଙ୍କୁ ରାୟଗଡ଼ା ଷ୍ଟେଶନକୁ ଛାଡ଼ିବାକୁ କୋରାପୁଟ ସଂସ୍କୃତି ଭବନଠାରେ…
କୋରାପୁଟରେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ : ପତାକା ଉତ୍ତୋଳନ କଲେ ରାଜ୍ୟକ୍ରୀଡ଼ା, ଯୁବସେବା ରାଷ୍ଟ୍ରମନ୍ତ୍ରୀ
କୋରାପୁଟ,୨୬।୧(ଅମିତାଭ ବେହେରା): କୋରାପୁଟ ପୋଲିସ ପ୍ୟାରେଡ ପଡିଆଠାରେ ୭୫ ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ରାଜ୍ୟକ୍ରୀଡ଼ା ଓ ଯୁବସେବା ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡର…
ବୋରିଗୁମ୍ମା ସିରିଜ ଦୁର୍ଘଟଣା: ୩ ମୃତ୍ୟୁ , ୧୦ ଆହତ
ବୋରିଗୁମ୍ମା,୨୬।୧: କୋଟପାଡରୁ ବୋରିଗୁମ୍ମା ଯାଇଥିବା ୬୩ ଜାତୀୟ ରାଜପଥ ବିଜାପୁର ଗାଁରେ ଅପରାହ୍ନାରେ ଦୁର୍ଘଟଣା ଘଟିଛି। ଛତିଶଗଡ଼ ନମ୍ବର ଥିବା ଏକ ସ୍କର୍ପିଓ, ଯାତ୍ରୀବାହୀ ଅଟୋ ଓ ୨ଟି ବାଇକ୍ ଧକ୍କା ହୋଇଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣ…
ପ୍ରମୁଖ ୩ ଦଳର ନଜର ପରଜା ଭୋଟର
ପଟ୍ଟାଙ୍ଗି ୨୩ା୧(ଶରତ ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀ ନନ୍ଦପୁର, ଶେମିଳିଗୁଡ଼ା, ପଟ୍ଟାଙ୍ଗି ବ୍ଲକ ସହ କୋରାପୁଟ ବ୍ଲକର ୪ ପଞ୍ଚାୟତକୁ ନେଇ ଗଠିତ। ଏହା ତଫସିଲଭୁକ୍ତ ଜନଜାତି ପାଇଁ ସଂରକ୍ଷିତ। ଟିକେ ଅତୀତକୁ ଫେରିଲେ ପଟ୍ଟାଙ୍ଗିରେ ଜୟରାମ ପାଙ୍ଗୀଙ୍କ ପ୍ରଭାବ…
ରାମ ନାମ ଲେଖି ଚର୍ଚ୍ଚାରେ ବ୍ରଜ କିଶୋରୀ
ଜୟପୁର,୨୧।୧(ପବନ ପାଣିଗ୍ରାହୀ)ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ନେଇ ସାରା ଦେଶ ଏବେ ଉତ୍ସବମୁଖର ହୋଇଉଠିଛି। ମନ୍ଦିର ପ୍ରତିଷ୍ଠା ପାଇଁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଦେଶର ବିଭିନ୍ନ ରାଜ୍ୟରେ ଲୋକଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଛି। କୋରାପୁଟ…
ଗୋଟିଏ ଓଢ଼ଣୀରେ ଝୁଲିପଡ଼ିଲେ ପ୍ରେମୀଯୁଗଳ
କୋରାପୁଟ,୧୩ା୧(ଅମିତାଭ ବେହେରା): କୋରାପୁଟ ଜିଲା ଦଶମନ୍ତପୁର ଥାନା ଅନ୍ତର୍ଗତ ଚଣାବାଡ଼ ପଞ୍ଚାୟତସ୍ଥିତ ଯୋଡ଼ିପାଇ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗାଁରେ ଶନିବାର ପ୍ରେମୀଯୁଗଳ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପ୍ରେମିକାଙ୍କ ଓଢ଼ଣୀ ବେକରେ ଲଗାଇ ଆତ୍ମହତ୍ୟା କରିଛନ୍ତି ସେହି ଗ୍ରାମର…
ଦୀର୍ଘ ଦିନ ପରେ କେରାଣ୍ଡିରେ ଚାଲିଲା ବୋଟ୍
କୋରାପୁଟ,୧୨ା୧(ଅମିତାଭ ବେହେରା): କୋରାପୁଟ ଜିଲା ସେମିଲିଗୁଡା ବ୍ଲକ ଚାରାଙ୍ଗୁଳ ପଞ୍ଚାୟତ ଲେଞ୍ଜିଗୁଡାଠାରେ ଥିବା କେରାଣ୍ଡି ନଦୀରେ ବୋଟ୍ ଚାଲିବା ନେଇ ବହୁବାର ଦାବି ପରେ ଯନ୍ତ୍ରଚଳିତ ବୋଟକୁ ପ୍ରଶାସନ ପକ୍ଷରୁ ପୁନଃଚାଳିତ କରାଯାଇଛି। ସେମିଲିଗୁଡା ବ୍ଲକ ଅଧୀନରେ ଥିବା ଚାରାଙ୍ଗୁଳା ଗ୍ରାମରୁ…
ପାରିବାରିକ କଳହକୁ କେନ୍ଦ୍ରକରି ସ୍ତ୍ରୀ ଆତ୍ମହତ୍ୟା କରିବା ପରେ ଜୀବନ ହାରିଲେ ସ୍ୱାମୀ
କୋରାପୁଟ ,୧୧।୧: ଏକ ଦୁଃଖଦ ଘଟଣାରେ ଗୁରୁବାର ଦିନ କୋରାପୁଟ ଜିଲ୍ଲାର ବୈପାରୀଗୁଡ଼ା ବ୍ଲକ ଅନ୍ତର୍ଗତ ବାଲିଆପଦର ଗ୍ରାମରେ ସ୍ତ୍ରୀ ଆତ୍ମହତ୍ୟା କରିବା ପରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ମୃତକ ଜିନୁ ପରଜା ଏବଂ ତାଙ୍କ ପତ୍ନୀ ରୁକ୍ମିଣୀ ପରିଜା…
Archives


