ଖୋର୍ଦ୍ଧା

ନାହାନ୍ତି ଥାନାଧିକାରୀ, ବଢୁଛି ଅପରାଧ

ଭୁବନେଶ୍ୱର(ବ୍ୟୁରୋ)/ଯାଁଳା, ୬।୬(ଡି.ଏନ୍‌.ଏ.): ରାଜଧାନୀ ଉପକଣ୍ଠ ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳରେ ଦିନକୁ ଦିନ ଜନବସତି ବୃଦ୍ଧି ପାଇବାରେ ଲାଗିଛି। ଏଥିସହ ବେଆଇନ ନିଶା କାରବାର, ହତ୍ୟା, ଚୋରି, ଲୁଟ୍‌ ଆଦି ଅପରାଧ ବଢ଼ି ଚାଲିଛି। ନାନା ଅବ୍ୟବସ୍ଥା ଘେରରେ ଥିବା ଏହି ଥାନା…

ଜଗା ଦର୍ଶନ ସାରି ଫେରୁଥିଲେ,ପୋଲରେ ପିଟି ହେଲା କାର୍‌

ବାଉଁଶୁଣୀ,୪।୬(ଡି.ଏନ୍‌.ଏ.): ବୌଦ୍ଧ ଜିଲା ଜାତୀୟ ରାଜପଥ ନଂ-୫୭ ବାଉଁଶୁଣି ଥାନା ଅନ୍ତର୍ଗତ ବାଘନଦୀ ପୋଲ ନିକଟରେ ଶନିବାର ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ଭାରସାମ୍ୟ ହରାଇ ପୋଲ ବାଡ଼ା ଉପରେ ପିଟି ହେବାରୁ ୮ ଜଣ ଆହତ ହୋଇଛନ୍ତି। ସେମାନଙ୍କ…

ବିଶ୍ୱସ୍ତରୀୟ ଚିଡ଼ିଆଖାନା ସ୍ଵପ୍ନ

ଲିଙ୍ଗରାଜ ରାଉତ ବାରଙ୍ଗ,୪।୬(ଡି.ଏନ୍‌.ଏ.): ଦେଶର ପ୍ରମୁଖ ଚିଡ଼ିଆଖାନା ମଧ୍ୟରେ ନନ୍ଦନକାନନ ଅନ୍ୟତମ। ହେଲେ ବିଗତ କିଛି ବର୍ଷ ମଧ୍ୟରେ ନାନା ପ୍ରସଙ୍ଗକୁ ନେଇ ଏହି ପ୍ରାଣୀ ଉଦ୍ୟାନ ବିବାଦ ଘେରକୁ ଆସିଛି। ଗୋଟିଏ ପରେ ଗୋଟିଏ ଜୀବଜନ୍ତୁଙ୍କ ମୃତ୍ୟୁଠାରୁ ଆରମ୍ଭ କରି…

ରାସ୍ତାରେ ଜମୁଛି ଡ୍ରେନ୍‌ପାଣି, ଲୋକେ ହଇରାଣ

ଖୋର୍ଦ୍ଧା ଅଫିସ,୩ା୬: ଖୋର୍ଦ୍ଧା-ନୟାଗଡ଼ ଜାତୀୟ ରାଜପଥ ପୁରୁଣା ଦମକଳ ଛକଠାରେ ଡ୍ରେନ କାମ ଚାଲିଛି। ଫଳରେ ଏହି ଡ୍ରେନକୁ ସଂଯୋଗ କରୁଥିବା ଅନ୍ୟ ସାହିର ଡ୍ରେନ ପାଣି ନିଷ୍କାସନ ହୋଇ ନ ପାରି ରାସ୍ତାରେ ଜମୁଛି। ଦମକଳ ଛକ ସମ୍ମୁଖ ରାସ୍ତାରୁ…

ନନ୍ଦନକାନନ: ଗାଇଡ୍‌ଙ୍କ ଟିକେଟ କାଟିବା ଉପରେ କଟକଣା

ବାରଙ୍ଗ,୩।୬(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନର ପ୍ରବେଶ ଟିକେଟ ଗାଇଡ୍‌ମାନେ କାଟିପାରିବେନି। ଏନେଇ ଗୁରୁବାର ଗାଇଡ୍‌ମାନଙ୍କ ଟିକେଟ୍‌ କାଟିବା ଉପରେ ରୋକ ଲଗାଇଛି ନନ୍ଦନକାନନ କର୍ତ୍ତୃପକ୍ଷ। ଗୁରୁବାର ଅପରାହ୍ନରେ ରାଜସ୍ବ ବିଭାଗ ରେଞ୍ଜର ସ୍ବାଗତିକା ସାହୁ ଅଚାନକ ଟିକେଟ କାଉଣ୍ଟରରେ ପହଞ୍ଚି ଗାଇଡ୍‌ମାନଙ୍କୁ…

ସିଦ୍ଧେଶ୍ୱର ପାହାଡ଼ରେ ଦନ୍ତା

ବାରଙ୍ଗ,୩।୬(ଡି.ଏନ୍‌.ଏ.): ନରାଜ ସିଦ୍ଧେଶ୍ୱର ପାହାଡ଼ରେ ଏକ ବଣୁଆ ଦନ୍ତାହାତୀ ଦେଖିବାକୁ ମିଳିଛି। ଗୁରୁବାର ସକାଳେ ସ୍ଥାନୀୟ ଲୋକେ ଦନ୍ତାକୁ ଦେଖିବା ପରେ ଭଗିପୁର ବନଖଣ୍ଡକୁ ଖବର ଦେବାରୁ ବନଖଣ୍ଡ ଅଧିକାରୀ ଓ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ବଣୁଆ ଦନ୍ତାର ଗତିବିଧି…

ନନ୍ଦନକାନନରେ ପୁଣି ଏକ ଭାଲୁର ମୃତ୍ୟୁ

ବାରଙ୍ଗ,୧ା୬(ଡି.ଏନ୍‌.ଏ.): ନନ୍ଦନକାନନରେ ପୁଣି ଏକ ଭାଲୁର ମୃତ୍ୟୁ ଘଟିଛି। ଭାଲୁଟିକୁ ଗତ ୪ ତାରିଖରେ କୋରାପୁଟ ରେଞ୍ଜରୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ନନ୍ଦନକାନନ ଅଣାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାହାର ମୃତ୍ୟୁ ଘଟିଛି । ଭାଲୁ ମୃତ୍ୟୁ ପରେ ନନ୍ଦନକାନନରେ ଦେଶୀ…

କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଲା ନିଆଁ

ନିରାକାରପୁର,୩୦ା୫(ଡି.ଏନ୍‌.ଏ.): ପୂର୍ବତଟ ରେଳବାଇ ଅନ୍ତର୍ଗତ ଖୋର୍ଦ୍ଧା ରୋଡ୍‌ ଡିଭିଜନ ଅନ୍ତର୍ଗତ କାଳୁପଡ଼ା ଘାଟ ରେଳ ଷ୍ଟେଶନ ୪ ନମ୍ବର ପ୍ଲାଟଫର୍ମରେ ଅଟକି ରହିଥିବା ଏକ କୋଇଲା ବୋଝେଇ ଟ୍ରେନ୍‌ର ଏକ ବଗିରେ ସୋମବାର ନିଆଁ ଲାଗିଯାଇଥିଲା। ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରିବା…

ନନ୍ଦନକାନନରେ ଆଫ୍ରିକୀୟ ସିଂହୀର ମୃତ୍ୟୁ

ବାରଙ୍ଗ, ୨୮।୫(ଡି.ଏନ୍‌.ଏ.): ନନ୍ଦନକାନନରେ ଶନିବାର ଏକ ଆଫ୍ରିକୀୟ ସିଂହୀର ମୃତ୍ୟୁ ଘଟିଛି। ସିଂହୀଟି ଖୁଆଡ଼ ନମ୍ବର ୨୯ (ବି)ରେ ରହୁଥିବା ବେଳେ ଏକ ବିଷାକ୍ତ ସାପ କାମୁଡ଼ାରେ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ଫଳରେ ବର୍ତ୍ତମାନ ନନ୍ଦନକାନନରେ ସିଂହୀ ସଂଖ୍ୟା…

ଚିଲିକାରେ ଚାଲିବ ହାଉସ ବୋଟ୍‌ ‘ଗରୁଡ଼’

ବାଲୁଗଁା,୨୮ା୫(ଡି.ଏନ୍‌.ଏ.): ଚିଲିକାରେ ପର୍ଯ୍ୟଟକଙ୍କ ପାଇଁ ଜୁନ୍‌ ପହିଲାରୁ ଚାଲିବ ଅତ୍ୟାଧୁନିକ ପ୍ରଣାଳୀରେ ନିର୍ମିତ ହାଉସ୍‌ ବୋଟ୍‌ ‘ଗରୁଡ଼’। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ପର୍ଯ୍ୟଟନ ବିଭାଗର ଅନୁମୋଦନ ପରେ ବିକାଶ ଇକୋ ରିସୋର୍ସ ପକ୍ଷରୁ ଏହି…

ନନ୍ଦନକାନନରେ ବହୁତଳ ପାର୍କିଂ ଉଦ୍‌ଘାଟିତ

ଭୁବନେଶ୍ୱର,(ବ୍ୟୁରୋ)/ବାରଙ୍ଗ, ୨୮ା୫ (ଡି.ଏନ୍‌.ଏ): ନନ୍ଦନକାନନଠାରେ ତିନି ମହଲା ବିଶିଷ୍ଟ ବହୁତଳ କାର୍‌ ପାର୍କିଂ ସୁବିଧାର ଶୁକ୍ରବାର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୩୫୪୨.୭୯ ଲକ୍ଷ ଟଙ୍କାରେ ନିର୍ମିତ ଏହି ପାର୍କିଂ ସ୍ଥଳରେ ପ୍ରତ୍ୟେକ ମହଲା ୫୬୦୦ ବର୍ଗମିଟରର ଏବଂ ଏହି…

ଚିଲିକା ମଝିରେ ପୁଣି ଅଟକିଲା ଡଙ୍ଗା

ପୁରୀ ଅଫିସ,୨୭ା୫: ଯାନ୍ତ୍ରିକ ତ୍ରୁଟି ଯୋଗୁ ଶୁକ୍ରବାର ସକାଳେ ଏକ ଦେଶୀ ଡଙ୍ଗା ଚିଲିକା ମଝିରେ ଅଟକିଛି। ଡଙ୍ଗାଟି ୪୦ ଜଣ ଯାତ୍ରୀଙ୍କୁ ନେଇ ଜହ୍ନିକୁଦାରୁ ସାତପଡ଼ା ଅଭିମୁଖେ ଯାଉଥିଲା। କିଛି ବାଟ ଯିବା ପରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା। ଫଳରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri