ଜଟଣୀରେ ଗୋରୁଚାଲାଣ ର଼୍ୟାକେଟ୍ ସକ୍ରିୟ : ଗୋରୁ ବୋଝେଇ ଗାଡ଼ି ଜବତ,୬ ଗିରଫ
ଜଟଣୀ,୯।୮(ଡ଼ି.ଏନ.ଏ.) : ଗୋରୁଚାଲାଣ ବେଳେ ଜଟଣୀ ପୋଲିସ ୩ଟି ଗାଡ଼ି ଜବତ କରିବା ସହ ୬ ଜଣଙ୍କୁ ଗିରଫ କରିଛନ୍ତି। ଗାଡ଼ିରେ ଭର୍ତ୍ତି ହୋଇଥିବା ୩୮ଟି ଗାଈ ଉଦ୍ଧାର କରାଯାଇଛି। ରାତ୍ରିକାଳିନ ପାଟ୍ରୋଲିଂ ଓ ବ୍ଲକିଂ ସମୟରେ ୧୬ ନଂ....
ବଢ଼ୁଛି ମାନସିକ ରୋଗୀଙ୍କ ଉତ୍ପାତ : ପ୍ରଶାସନ ପକ୍ଷରୁ ହେଉନି କାର୍ଯ୍ୟାନୁଷ୍ଠାନ
ନିରାକାରପୁର,୯ା୮(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଅଞ୍ଚଳରେ ଏବେ ମାନସିକ ରୋଗୀଙ୍କ ଉତ୍ପାତ ବୃଦ୍ଧିପାଉଛି। ରାଜ୍ୟ ଓ ବାହାରୁ ବସ, ଟ୍ରେନ୍ ଓ ଅନ୍ୟ ପଥରେ ଏଠାକୁ ମହିଳା, ପୁରୁଷ ମାନସିକ ବିକାରଗ୍ରସ୍ତ(ମାନସିକ ରୋଗୀ) ଏଠାକୁ ଆସି ବିଭିନ୍ନ କାଣ୍ଡ କରି...
ସୁବର୍ଣ୍ଣ ଜୟନ୍ତୀ ପାଳନ ସ୍ମୃତି ସମାରୋହ : ରାଷ୍ଟ୍ରପତି ଭବନକୁ ପଠାଗଲା ବିଦ୍ୟାଳୟ ଫଟୋ
ନିରାକାରପୁର,୯ା୮(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ରାମେଶ୍ୱର ପଞ୍ଚାୟତସ୍ଥିତ ରାମେଶ୍ୱର ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବକୁ ୨୦୧୫ ଅଗଷ୍ଟ ୭ରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଉଦ୍ଘାଟନ କରିଥିଲେ। ଏହି ଉପଲକ୍ଷେ ସେ ବିଦ୍ୟାଳୟ ପରିସରରେ ଏକ ବଉଳ ଚାରା ରୋପଣ...
ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଅସୁସ୍ଥ : ହସ୍ପିଟାଲରେ ଭର୍ତ୍ତି
ଖୋର୍ଦ୍ଧା ଅଫିସ,୭।୮: ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଅସୁସ୍ଥ ହୋଇ ପଡ଼ିଛନ୍ତି। ତାଙ୍କୁ ପ୍ରଥମେ ଭୁବନେଶ୍ୱର କେଆର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅଧିକ ଚିକିତ୍ସାର ଆବଶ୍ୟକତା ପଡ଼ିବାରୁ ବୁଧବାର ମୁମ୍ବାଇସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ବ୍ରାଉନ୍ସୁଗାର ଜବତ, ଜଣେ ଗିରଫ
ଖୋର୍ଦ୍ଧା ଅଫିସ, ୫।୮: ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ସୋମବାର ସତ୍ସଙ୍ଗବିହାରଠାରେ ଚଢ଼ାଉ କରାଯାଇ ୧୩ ଗ୍ରାମ୍ ବ୍ରାଉନ୍ସୁଗାର ଜବତ କରାଯାଇଛି। ଏହି ଘଟଣାରେ ଖୋର୍ଦ୍ଧା ଦମକଳ କଲୋନୀର ମାନୁଲି ବେହେରା(୨୦)ଙ୍କୁ ଗିରଫ କରାଯାଇଛି। ଜବତ ବ୍ରାଉନ୍ସୁଗାରର ମୂଲ୍ୟ ପ୍ରାୟ...
ପଟିଆ ଛକରୁ ବ୍ରାଉନ୍ସୁଗାର ଜବତ, ଅଭିଯୁକ୍ତ ଗିରଫ
କଟକ ରୋଡ଼, ୩।୮(ଡି.ଏନ୍.ଏ.): କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଶନିବାର ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ଅଧୀନ ପଟିଆ ଛକରୁ ଜଣେ ବ୍ରାଉନ୍ସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛି। ସେ ହେଲେ ମଞ୍ଚେଶ୍ୱର ଥାନା ଅଧୀନ ଇଞ୍ଜଣା ଗ୍ରାମର ସାମନ୍ତ ଦାସ।...
ଜଟଣୀ ମ୍ୟୁନିସିପାଲିଟି: ୫ ଲକ୍ଷ ଫନୀ ଟଙ୍କା ହଡ଼ପ
ଜଟଣୀ,୩।୮(ଡି.ଏନ.ଏ.): ବିଗତ ଦିନରେ ଲାଞ୍ଚ ନେବା, ଭତ୍ତା ଟଙ୍କା ହଡ଼ପ କରିବା ଆଦି ବିଭିନ୍ନ ଦୁର୍ନୀତିମୂଳକ କାର୍ଯ୍ୟ କରି ଜଟଣୀ ମ୍ୟୁନିସିପାଲିଟିର କେତେଜଣ କର୍ମଚାରୀ ଭିଜିଲାନ୍ସ ହାତରେ ଧରାପଡ଼ିବା ନଜିର ରହିଛି। ଲାଞ୍ଚ ନେବା ସମୟରେ ଲଳିତ କପୁର ନାମ୍ନୀ...
ଭିତ୍ତିଭୂମି ଥାଇ ବି ମିଳୁନି ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା : ଜଗନ୍ନାଥଙ୍କ ଲୀଳାକ୍ଷେତ୍ର କାଙ୍କଣକୁଦ ଉପେକ୍ଷିତ
ଖୋର୍ଦ୍ଧା ଅଫିସ,୨।୮ : ବ୍ୟସ୍ତବହୁଳ ଜୀବନରେ ଫୁରସତ୍ ମିଳିଲେ ପର୍ଯ୍ୟଟନସ୍ଥଳ ବୁଲିବାର ମଜା ନିଆରା। ଏହି ନିଆରା ଅନୁଭୂତି ଯୋଗାଇ ଦେଇଥାଏ କାଙ୍କଣକୁଦ। ପର୍ଯ୍ୟଟକ ଏଠାକୁ ଥରେ ଆସିଲେ ମାନସିକ ଶାନ୍ତି ପାଇବା ସହ ନୂଆ କଥା ଜାଣିବାକୁ ପାଇଥାନ୍ତି।...
ଜଟଣୀ ଆଇଓସିଏଲ୍ ଟର୍ମିନାଲରେ ମକ୍ଡ୍ରିଲ୍ : ଖୋର୍ଦ୍ଧା, ବ୍ରହ୍ମପୁର, ପାରାଦୀପରେ ହେବ ପ୍ରକଳ୍ପ
ଜଟଣୀ, ୩୧ା୭ (ଡି.ଏନ.ଏ.): ପାରାଦୀପରେ ଏଲ୍ପିଜି ଇମ୍ପୋର୍ଟ ଟର୍ମିନାଲ,ଖୋର୍ଦ୍ଧାରେ ଏଲ୍ପିଜି ବଟ୍ଲିଂ ପ୍ଲାଣ୍ଟ, ବ୍ରହ୍ମପୁରରେ ଅନ୍ୟ ତୈଳ କମ୍ପାନୀ ସହ ମିଶି ଡିପୋ ଟର୍ମିନାଲ ସ୍ଥାପନ ହେବାକୁ ଯାଉଥିବା ଓଡ଼ିଶାସ୍ଥିତ ଆଇଓସିଏଲ୍ର ଚିଫ ଜେନେରାଲ ମ୍ୟାନେଜର(ସିଜିଏମ୍) ଶୁଭୋଜିତ ଘୋଷ କହିଛନ୍ତି।...
ବୋହୂଙ୍କୁ ମାଡ଼ମାରି ଶ୍ୱଶୁର ଗିରଫ
ବାଲିଅନ୍ତା,୨୮।୭(ଡି.ଏନ୍.ଏ.)- ଘରୋଇ କଳହକୁ ନେଇ ବୋହୂଙ୍କୁ ଗାଳିଗୁଲଜ ସହ ମାଡ଼ମାରିବା ଅଭିଯୋଗରେ ବାଲିଅନ୍ତା ପୋଲିସ ରବିବାର ଜଣେ ଶ୍ୱଶୁରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ଭିଙ୍ଗାରପୁର ଜ୍ୟୋତିଷ ସାହିର ରଘୁନାଥ ସେନାପତି(୫୮)। ତଦନ୍ତକାରୀ ଅଧିକାରୀ ଏସଆଇ ତୃପ୍ତିମୟୀ...
ସିରିଜ୍ ଦୁର୍ଘଟଣା ଘଟାଇ ହେଉଥିଲେ ଫେରାର: ୩ ଯୁବକ, ଜଣେ ଯୁବତୀ ଅଟକ
ଖୋର୍ଦ୍ଧା ଅଫିସ,୨୮।୭: ମଉଜମସ୍ତିର ସୀମା ଟପିବା ଡାକି ଆଣିଛି ବିପତ୍ତି। ଫସିଛନ୍ତି ଚନ୍ଦ୍ରଶେଖରପୁର, ପଟିଆ, ଶୈଳଶ୍ରୀବିହାରର ୩ ଯୁବକ, ଜଣେ ଯୁବତୀ। ସିରିଜ୍ ଦୁର୍ଘଟଣା ଘଟାଇ କାରରେ ଫେରାର ହୋଇ ଯାଉଥିବା ଏହି ଯୁବତୀଯୁବକଙ୍କୁ ଭାଗ୍ୟ ସାଥ ଦେଇ ନ...
କୃଷିଭବନକୁ ମନ୍ତ୍ରୀଙ୍କ ଅଚାନକ ଗସ୍ତ: ୫ ‘ଟି’ ସୂତ୍ର ଆଧାରରେ କାର୍ଯ୍ୟ କରିବାକୁ ଆହ୍ବାନ
ଭୁବନେଶ୍ୱର, ୨୭ା୭(ବ୍ୟୁରୋ): କୃଷିମନ୍ତ୍ରୀ ଅରୁଣ ସାହୁ ଶୁକ୍ରବାର କୃଷିଭବନକୁ ଅଚାନକ ଗସ୍ତ କରିଥିଲେ। ସେଠାରେ ପହଞ୍ଚିବା ପରେ ମୁଖ୍ୟ ଫାଟକ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବିଳମ୍ବରେ ଆସୁଥିବା କର୍ମଚାରୀଙ୍କୁ ଭିତରକୁ ନ ଛାଡ଼ିବାକୁ କହିଥିଲେ। ଯେଉଁମାନେ ବିଳମ୍ବରେ ଅସିବେ...
Archives


